1. {ନୂତନ ପିଢ଼ିର ଜନଗଣନା} PS ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,
|
2. “ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣ ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହାନୁସାରେ କୋଡ଼ିଏ ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର, ଅର୍ଥାତ୍, ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର।”
|
3. ତହିଁରେ ମୋଶା ଓ ଇଲୀୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ,
|
4. “ମୋଶା ପ୍ରତି ଓ ମିସର ଦେଶରୁ ବହିର୍ଗତ ଇସ୍ରାଏଲ ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, କୋଡ଼ିଏ ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର।”
|
9. ସେହି ଇଲୀୟାବ୍ର ସନ୍ତାନ ନମୂୟେଲ, ଦାଥନ ଓ ଅବୀରାମ୍; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୂତ ଲୋକ ଯେ ଦାଥନ ଓ ଅବୀରାମ୍ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ।
|
10. ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ, ପୁଣି, ଅଗ୍ନି ଦୁଇ ଶହ ପଚାଶ ଜଣକୁ ଦଗ୍ଧ କଲା, ସେମାନେ ଚିହ୍ନ ସ୍ୱରୂପ ହେଲେ।
|
12. ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନ୍ଠାରୁ ଯାମୀନୀୟ ବଂଶ; ଯାଖୀନ୍ଠାରୁ ଯାଖୀନୀୟ ବଂଶ;
|
15. ଆପଣା ଆପଣା ବଂଶାନୁସାରେ ଗାଦ୍ର ସନ୍ତାନ; ସିଫୋନଠାରୁ ସିଫୋନୀୟ ବଂଶ; ହଗିଠାରୁ ହଗୀୟ ବଂଶ; ଶୂନୀଠାରୁ ଶୂନୀୟ ବଂଶ;
|
20. ଆପଣା ଆପଣା ବଂଶାନୁସାରେ ଯିହୁଦାର ସନ୍ତାନ; ଶେଲାଠାରୁ ଶେଲାୟୀୟ ବଂଶ; ପେରସଠାରୁ ପେରସୀୟ ବଂଶ; ସେରହଠାରୁ ସେରହୀୟ ବଂଶ।
|
26. ଆପଣା ଆପଣା ବଂଶାନୁସାରେ ସବୂଲୂନର ସନ୍ତାନ; ସେରଦଠାରୁ ସେରଦୀୟ ବଂଶ; ଏଲୋନ୍ଠାରୁ ଏଲୋନୀୟ ବଂଶ; ଯହଲେଲଠାରୁ ଯହଲେଲୀୟ ବଂଶ।
|
33. ସେହି ହେଫରର ପୁତ୍ର ଯେ ସଲଫାଦ, ତାହାର ପୁତ୍ର ନ ଥିଲା, କେବଳ କନ୍ୟା ଥିଲା; ସେହି ସଲଫାଦର କନ୍ୟାମାନଙ୍କ ନାମ ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା।
|
35. ଆପଣା ଆପଣା ବଂଶାନୁସାରେ ଇଫ୍ରୟିମର ସନ୍ତାନ; ଶୂଥେଲହଠାରୁ ଶୂଥଲହୀୟ ବଂଶ; ବେଖରଠାରୁ ବେଖ୍ରୀୟ ବଂଶ; ତହନଠାରୁ ତହନୀୟ ବଂଶ।
|
37. ଇଫ୍ରୟିମର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯା’ନ୍ତେ, ବତିଶ ହଜାର ପାଞ୍ଚ ଶହ ଲୋକ ହେଲେ; ଆପଣା ଆପଣା ବଂଶାନୁସାରେ ଏମାନେ ଯୋଷେଫର ସନ୍ତାନ।
|
38. ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍ର ସନ୍ତାନ; ବେଲାଠାରୁ ବେଲାୟୀୟ ବଂଶ: ଅସ୍ବେଲଠାରୁ ଅସ୍ବେଲୀୟ ବଂଶ; ଅହୀରାମଠାରୁ ଅହୀରାମୀୟ ବଂଶ;
|
42. ଆପଣା ଆପଣା ବଂଶାନୁସାରେ ଏମାନେ ଦାନର ସନ୍ତାନ; ଶୂହମଠାରୁ ଶୂହମୀୟ ବଂଶ। ଏମାନେ ଆପଣା ଆପଣା ବଂଶାନୁସାରେ ଦାନ୍ର ବଂଶ।
|
44. ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନାଠାରୁ ଯିମ୍ନୀୟ ବଂଶ; ଯିଶ୍ବିଠାରୁ ଯିଶ୍ବିୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ।
|
54. ଯାହାର ଲୋକ ବହୁତ, ତୁମ୍ଭେ ତାହାକୁ ବହୁତ ଅଧିକାର ଦେବ, ପୁଣି, ଯାହାର ଲୋକ ଅଳ୍ପ, ତୁମ୍ଭେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ, ତାହାକୁ ସେତେ ଅଧିକାର ଦିଆଯିବ।
|
57. ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ।
|
59. ସେହି କହାତର ପୁତ୍ର ଅମ୍ରାମ୍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା। ସେ ଅମ୍ରମର ଔରସରେ ହାରୋଣ, ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା।
|
62. ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯା’ନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।
|
63. ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ଇଲୀୟାସର ଯାଜକ ଦ୍ୱାରା ଏସମସ୍ତେ ଗଣାଗଲେ।
|
64. ମାତ୍ର ସୀନୟ-ପ୍ରାନ୍ତରରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନ ଥିଲା।
|
65. କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, “ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ବ୍ୟତୀତ ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।” PE
|