1. {ବିଶ୍ରାମବାରର ପ୍ରଭୁ} (ମାର୍କ 2:23-28; ଲୂକ 6:1-5) PS ସେହି ସମୟରେ ଯୀଶୁ ବିଶ୍ରାମବାରରେ ଶସ୍ୟକ୍ଷେତ୍ର ଦେଇ ଗଲେ, ଆଉ ତାହାଙ୍କର ଶିଷ୍ୟମାନେ କ୍ଷୁଧିତ ହୋଇ ଶସ୍ୟର ଶିଁଷା ଛିଣ୍ଡାଇ ଖାଇବାକୁ ଲାଗିଲେ ।
|
2. କିନ୍ତୁ ଫାରୂଶୀମାନେ ତାହା ଦେଖି ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି । PEPS
|
3. ମାତ୍ର ସେ ସେମାନଙ୍କୁ କହିଲେ, ଦାଉଦ ଓ ତାଙ୍କ ସଙ୍ଗୀମାନେ କ୍ଷୁଧିତ ହେବା ସମୟରେ ସେ କ'ଣ କରୁଥିଲେ, ତାହା କି ତୁମ୍ଭେମାନେ ପାଠ କରି ନାହଁ ?
|
4. ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧିସଙ୍ଗତ ନ ଥିଲା, ତାହା ସେମାନେ ଭୋଜନ କରିଥିଲେ ? PEPS
|
5. କିମ୍ବା ବିଶ୍ରାମବାରରେ ଯାଜକମାନେ ମନ୍ଦିର ମଧ୍ୟରେ ବିଶ୍ରାମବାରକୁ ଅପବିତ୍ର କଲେ ହେଁ ନିର୍ଦ୍ଦୋଶ ଅଟନ୍ତି, ମୋଶାଙ୍କ ବ୍ୟବସ୍ଥାରେ ତୁମ୍ଭେମାନେ କ'ଣ ଏହା ପାଠ କରି ନାହଁ ?
|
7. କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏ ଉକ୍ତିର ଅର୍ଥ ଯେବେ ଜାଣିଥାନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରି ନ ଥାଆନ୍ତ ।
|
9. {ଶୁଷ୍କ ହସ୍ତ ବିଶିଷ୍ଟ ବ୍ୟକ୍ତିର ସୁସ୍ଥତା} (ମାର୍କ 3:1-6; ଲୂକ 6:6-11) PS ସେ ସେହି ସ୍ଥାନରୁ ଚାଲିଯାଇ ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ ।
|
10. ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା । ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାରରେ ସୁସ୍ଥ କରିବା କ'ଣ ବିଧିସଙ୍ଗତ ? PEPS
|
11. କିନ୍ତୁ ସେ ସେମାନଙ୍କୁ କହିଲେ, ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାରରେ ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରିଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି ?
|
12. ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ । ଏଣୁ ବିଶ୍ରାମବାରରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ । PEPS
|
13. ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ । ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି, ଭଲ ହୋଇଗଲା ।
|
15. {ଈଶ୍ୱରଙ୍କ ମନୋନୀତ ଦାସ} (ଯିଶାଇୟ 42:1-4) PS ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ
|
18. ଦେଖ, ଆମ୍ଭର ଦାସ, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ; ଆମ୍ଭର ପ୍ରିୟପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରିବା, ଆଉ ସେ ଅଣଯିହୂଦୀମାନଙ୍କ ପାଖରେ ନ୍ୟାୟବିଚାର ପ୍ରଚାର କରିବେ । PEPS
|
19. ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚ ସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ ।
|
22. {ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା} (ମାର୍କ 3:20-30; ଲୂକ 11:14-23) PS ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକ ତାହାଙ୍କ ପାଖକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା ।
|
24. ମାତ୍ର ଫାରୂଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତ ପରି ବାଲ୍ଜିବୂଲ୍ର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ ।
|
25. କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ । PEPS
|
26. ଆଉ, ଶୟତାନ ଯଦି ଶୟତାନକୁ ଛଡ଼ାଏ, ତାହାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି ତେବେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ ?
|
27. ମୁଁ ଯେବେ ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରେ ତେବେ ତୁମ୍ଭମାନଙ୍କ ସନ୍ତାନଗଣ କାହା ସାହାଯ୍ୟରେ ସେମାନଙ୍କୁ ବାହାର କରନ୍ତି। ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ । PEPS
|
28. କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି ।
|
29. ଅବା କେହି ପ୍ରଥମେ ବଳବାନ ଲୋକଙ୍କୁ ନ ବାନ୍ଧିଲେ କିପ୍ରକାରେ ତାହା ଘରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଚୋରି କରି ପାରେ ? ତାହାକୁ ଆଗେ ବାନ୍ଧିଲେ ସିନା ତାହାର ଗୃହ ଲୁଣ୍ଠନ କରିବ ।
|
30. ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋ'ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ । PEPS
|
31. ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ, କିନ୍ତୁ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ ।
|
32. ଆଉ, ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଏହି ଯୁଗରେ କି ଆଗାମୀ ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ । PEPS
|
33. {ଫଳ ଦ୍ୱାରା ଗଛର ପରିଚୟ} (ଲୂକ 6:43-45) PS ଗଛକୁ ଭଲ କୁହ ଓ ତାହାର ଫଳକୁ ଭଲ କୁହ ନ ହେଲେ ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ ।
|
34. ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କିପ୍ରକାରେ ଭଲ କଥା କହିପାର ? କାରଣ ହୃଦୟର ପୂର୍ଣ୍ଣତାରୁ ମୂଖ କଥା କହେ ।
|
35. ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ । PEPS
|
36. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ;
|
37. ଯେଣୁ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ । PEPS
|
38. {ଯୂନସଙ୍କ ଚିହ୍ନ} (ଲୂକ 6:43-45) PS ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ ।
|
39. କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ ।
|
40. କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତି ଏକ ବଡ଼ ମାଛର ପେଟରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତି ଭୂଗର୍ଭରେ ରହିବେ । PEPS
|
41. ନୀନିବୀର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି । PEPS
|
42. ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି । PEPS
|
43. {ଅଶୁଚି ଆତ୍ମାର ପ୍ରତ୍ୟାବର୍ତ୍ତନ} (ଲୂକ 11:24-26) PS ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ପରେ ଜଳଶୂନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ ।
|
44. ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଲି, ମୋହର ସେହି ଘରକୁ ଫେରିଯିବି; ପୁଣି, ସେ ଆସି ତାହା ଶୂନ୍ୟ, ମାର୍ଜିତ ଓ ସୁଶୋଭିତ ଦେଖେ ।
|
45. ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତଟା ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ । ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ । PEPS
|
46. {ଯୀଶୁଙ୍କ ମାଆ ଓ ଭାଇମାନେ} (ମାର୍କ 3:31-35; ଲୂକ 8:19-21) PS ସେ ଲୋକସମୂହକୁ କଥା କହୁଥିବା ସମୟରେ, ଦେଖ, ତାହାଙ୍କ ମାଁ ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଥିଲେ ।
|
47. ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ, ଆପଣଙ୍କ ମାଁ ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଅଛନ୍ତି । PEPS
|