1. {ଭଣ୍ଡ ଭାବବାଦୀ ହନାନୀୟ} PS ଏଥିଉତ୍ତାରେ ସେହି ବର୍ଷ, ଅର୍ଥାତ୍, ଯିହୁଦାର ରାଜା ସିଦିକୀୟର ରାଜତ୍ୱର ଆରମ୍ଭ ସମୟରେ, ଚତୁର୍ଥ ବର୍ଷର ପଞ୍ଚମ ମାସରେ ଗିବୀୟୋନ୍ ନିବାସୀ ଅସ୍ସୁରର ପୁତ୍ର ହନାନୀୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ଲୋକସମସ୍ତଙ୍କର ସାକ୍ଷାତରେ ମୋତେ ଏହି କଥା କହିଲା, PEPS
|
3. ବାବିଲର ରାଜା ନବୂଖଦ୍ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ପୁନର୍ବାର ଏହି ସ୍ଥାନକୁ ଆଣିବା।
|
4. ପୁଣି, ଯିହୋୟାକୀମ୍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍କୁ, ଯିହୁଦାରୁ ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା,” ଏହା ସଦାପ୍ରଭୁ କହନ୍ତି; “କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।” PEPS
|
5. ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ପରମେଶ୍ୱରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ହନାନୀୟ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ,
|
6. ଅର୍ଥାତ୍, ଯିରିମୀୟ ଭବିଷ୍ୟଦ୍ବକ୍ତା ଏହା କହିଲେ, “ଆମେନ୍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ। PEPS
|
8. ତୁମ୍ଭର ଓ ମୋର ପୂର୍ବରେ ଥିବା ପୁରାତନ କାଳର ଭବିଷ୍ୟଦ୍ବକ୍ତାମାନେ ଅନେକ ଦେଶ ଓ ବୃହତ ବୃହତ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଅମଙ୍ଗଳ ଓ ମହାମାରୀ ବିଷୟକ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛନ୍ତି।
|
9. ଯେଉଁ ଭବିଷ୍ୟଦ୍ବକ୍ତା ଶାନ୍ତିର ଭବିଷ୍ୟଦ୍ବାକ୍ୟ ପ୍ରଚାର କରେ, ସେହି ଭବିଷ୍ୟଦ୍ବକ୍ତାଙ୍କର ବାକ୍ୟ ସଫଳ ହେଲା ଉତ୍ତାରେ ସିନା ସଦାପ୍ରଭୁ ପ୍ରକୃତରେ ତାହାକୁ ପଠାଇ ଅଛନ୍ତି ବୋଲି ଜଣା ପଡ଼େ।” PEPS
|
10. ତହିଁରେ ହନାନୀୟ ଭବିଷ୍ୟଦ୍ବକ୍ତା ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି କାଢ଼ି ନେଇ ତାହା ଭାଙ୍ଗି ପକାଇଲା।
|
11. ଆଉ, ହନାନୀୟ ଲୋକସମୂହର ସାକ୍ଷାତରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ଏହି ରୂପେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ବାବିଲର ରାଜା ନବୂଖଦ୍ନିତ୍ସରର ଯୁଆଳି, ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।’ ” ଏଥିରେ ଯିରିମୀୟ ଭବିଷ୍ୟଦ୍ବକ୍ତା ଆପଣା ବାଟରେ ଚାଲିଗଲେ। PEPS
|
12. ହନାନୀୟ ଭବିଷ୍ୟଦ୍ବକ୍ତା ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି ଭାଙ୍ଗିଲା ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
|
13. ତୁମ୍ଭେ ଯାଇ ହନାନୀୟକୁ କୁହ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ କାଷ୍ଠର ଯୁଆଳି ଭାଙ୍ଗିଅଛ ପ୍ରମାଣ; ମାତ୍ର ତହିଁ ବଦଳରେ ତୁମ୍ଭେ ଲୁହାର ଯୁଆଳି ପ୍ରସ୍ତୁତ କରିବ।’
|
14. କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଏହିସବୁ ଦେଶୀୟ ଲୋକମାନେ ଯେପରି ବାବିଲର ରାଜା ନବୂଖଦ୍ନିତ୍ସରର ଦାସ୍ୟକର୍ମ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛୁ ଓ ସେମାନେ ତାହାର ଦାସ୍ୟକର୍ମ କରିବେ; ପୁଣି, ଆମ୍ଭେ କ୍ଷେତ୍ରସ୍ଥ ପଶୁଗଣ ମଧ୍ୟ ତାହାକୁ ଦେଇଅଛୁ।’ ” PEPS
|
15. ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ହନାନୀୟ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ହେ ହନାନୀୟ, ଏବେ ଶୁଣ; ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି; ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଉଅଛ।
|
16. ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରି ଦେବା; ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ, ଏଥିପାଇଁ ଏହି ବର୍ଷ ମଧ୍ୟରେ ତୁମ୍ଭେ ମରିବ।’ ”
|