2. ଯିହୁଦା ଶୋକ କରୁଅଛି ଓ ତହିଁର ନଗର ଦ୍ୱାରସକଳ କ୍ଷୀଣ ହୋଇଅଛି,
ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସୁଅଛନ୍ତି ଓ ଯିରୂଶାଲମର ଆର୍ତ୍ତସ୍ୱର ଊର୍ଦ୍ଧ୍ୱକୁ ଉଠିଅଛି। |
3. ପୁଣି, ସେମାନଙ୍କର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି;
ସେମାନେ ଗର୍ତ୍ତ ନିକଟକୁ ଆସି କିଛି ଜଳ ପାଆନ୍ତି ନାହିଁ; ସେମାନେ ଶୂନ୍ୟପାତ୍ର ଘେନି ଫେରି ଯାଆନ୍ତି; ସେମାନେ ଲଜ୍ଜିତ ଓ ଘାବରା ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି। |
6. ପୁଣି, ବନ୍ୟ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ
ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି; ତୃଣ ନ ଥିବାରୁ ସେମାନଙ୍କର ଚକ୍ଷୁ କ୍ଷୀଣ ହୁଏ। |
7. ହେ ସଦାପ୍ରଭୁ, ଯଦ୍ୟପି ଆମ୍ଭମାନଙ୍କର ଅଧର୍ମସବୁ
ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦିଏ, ତଥାପି ତୁମ୍ଭେ ଆପଣା ନାମ ସକାଶୁ କାର୍ଯ୍ୟ କର; କାରଣ ଆମ୍ଭମାନଙ୍କର ବିପଥଗମନ ଅପାର; ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। |
8. ହେ ଇସ୍ରାଏଲର ଆଶାଭୂମି, ସଙ୍କଟ ସମୟରେ ତାହାର ଉଦ୍ଧାରକର୍ତ୍ତା,
ତୁମ୍ଭେ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ ଓ ଗୋଟିଏ ରାତ୍ରି କ୍ଷେପଣ କରିବା ପାଇଁ ଆସିବା ପଥିକ ତୁଲ୍ୟ କାହିଁକି ହେବ ? |
9. ତୁମ୍ଭେ କାହିଁକି ବିସ୍ମିତ ମନୁଷ୍ୟ ତୁଲ୍ୟ କିଅବା ଉଦ୍ଧାର କରିବାକୁ ଅସମର୍ଥ ବୀର ତୁଲ୍ୟ ହେବ;
ତଥାପି ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ ଓ ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ। ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ। |
10. ସଦାପ୍ରଭୁ ଏହି ଲୋକମାନଙ୍କ ବିଷୟରେ ଏହି କଥା କହନ୍ତି,
“ସେମାନେ ଏହି ପ୍ରକାର ଭ୍ରମଣ କରିବାକୁ ଭଲ ପାଇଅଛନ୍ତି; ସେମାନେ ଆପଣା ଆପଣା ଚରଣକୁ ଅଟକାଇ ନାହାନ୍ତି; ଏହେତୁ ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ; ସେ ଏବେ ସେମାନଙ୍କ ଅଧର୍ମ ସ୍ମରଣ କରିବେ ଓ ସେମାନଙ୍କର ସମସ୍ତ ପାପର ପ୍ରତିଫଳ ଦେବେ।” |
12. ସେମାନେ ଉପବାସ କଲେ, ଆମ୍ଭେ ସେମାନଙ୍କର କାତରୋକ୍ତି ଶୁଣିବା ନାହିଁ;
ପୁଣି, ସେମାନେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ, ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା ନାହିଁ; ମାତ୍ର ଆମ୍ଭେ ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା।” PS |
13. {ମିଥ୍ୟା ଭାବବାଦୀ} PS ତହିଁରେ ମୁଁ କହିଲି, “ହାୟ ପ୍ରଭୁ, ସଦାପ୍ରଭୁ ! ଦେଖ, ତୁମ୍ଭେମାନେ ଖଡ୍ଗ ଦେଖିବ ନାହିଁ, କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ, ମାତ୍ର ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦୃଢ଼ ଶାନ୍ତି ଦେବା ବୋଲି ଭବିଷ୍ୟଦ୍ବକ୍ତାମାନେ ଏହି କଥା ସେମାନଙ୍କୁ କହନ୍ତି।”
|
14. ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି; ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, ଆମ୍ଭେ ସେମାନଙ୍କୁ ଆଜ୍ଞା ଦେଇ ନାହୁଁ, କିଅବା ଆମ୍ଭେ ସେମାନଙ୍କୁ କଥା କହିନାହୁଁ; ସେମାନେ ତୁମ୍ଭମାନଙ୍କ ନିକଟରେ ମିଥ୍ୟାଦର୍ଶନ, ମନ୍ତ୍ର, ଅସାର ବିଷୟ ଓ ଆପଣା ଆପଣା ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି। PEPS
|
15. ଏହେତୁ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ଆମ୍ଭେ ସେମାନଙ୍କୁ ପ୍ରେରଣ ନ କଲେ ହେଁ ସେମାନେ କହନ୍ତି, ‘ଏହି ଦେଶରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହେବ ନାହିଁ,’ ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ‘ସେହି ଭବିଷ୍ୟଦ୍ବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ବିନଷ୍ଟ ହେବେ।
|
16. ପୁଣି, ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନେ ଦୁର୍ଭିକ୍ଷ ଓ ଖଡ୍ଗ ହେତୁରୁ ଯିରୂଶାଲମର ନାନା ସଡ଼କରେ ପକାଯିବେ; ପୁଣି, ସେମାନଙ୍କୁ ସେମାନଙ୍କ ଭାର୍ଯ୍ୟା ଓ ସେମାନଙ୍କ ପୁତ୍ର ଓ କନ୍ୟାମାନଙ୍କୁ କବର ଦେବା ପାଇଁ କେହି ନ ଥିବେ; କାରଣ ଆମ୍ଭେ ସେମାନଙ୍କ ଦୁଷ୍ଟତା ସେମାନଙ୍କ ଉପରେ ଢାଳି ଦେବା।’ ”
|
17. ଆଉ, ତୁମ୍ଭେ ସେମାନଙ୍କୁ ଏହି କଥା କହିବ,
“ଦିବାରାତ୍ର ଆମ୍ଭ ଚକ୍ଷୁରୁ ଜଳଧାରା ବହୁ,ତାହା ନିବୃତ୍ତ ନ ହେଉ; କାରଣ ଆମ୍ଭ ଲୋକମାନଙ୍କର ଅନୂଢ଼ା କନ୍ୟା, ମହା କ୍ଷତରେ, ମହା ଦୁଃଖଦାୟକ ଆଘାତରେ ଭଗ୍ନ ହୋଇଅଛି। |
18. ଆମ୍ଭେ ଯଦି ବାହାର ହୋଇ କ୍ଷେତ୍ରକୁ ଯାଉ,
ତେବେ ଦେଖ, ସେଠାରେ ଖଡ୍ଗରେ ହତ ଲୋକ ! ପୁଣି, ଆମ୍ଭେ ଯଦି ନଗରରେ ପ୍ରବେଶ କରୁ, ତେବେ ଦେଖ, ସେଠାରେ ଦୁର୍ଭିକ୍ଷରେ ପୀଡ଼ିତ ଲୋକ ! କାରଣ ଭବିଷ୍ୟଦ୍ବକ୍ତା ଓ ଯାଜକ ଉଭୟ ଦେଶରେ ଭ୍ରମଣ କରନ୍ତି, ସେମାନେ କିଛି ଜାଣନ୍ତି ନାହିଁ।” |
19. {ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କର କାକୂକ୍ତି} PS ତୁମ୍ଭେ କି ଯିହୁଦାକୁ ନିତାନ୍ତ ଅଗ୍ରାହ୍ୟ କରିଅଛ ?
ତୁମ୍ଭର ପ୍ରାଣ କି ସିୟୋନକୁ ଘୃଣା କରିଅଛି ? କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ପ୍ରହାର କଲ ଓ ଆମ୍ଭମାନଙ୍କ ପୀଡ଼ାର କୌଣସି ପ୍ରତିକାର ନାହିଁ ? ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ ଓ ଆମ୍ଭେମାନେ ସ୍ୱାସ୍ଥ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ ! |
20. ହେ ସଦାପ୍ରଭୁ, ଆମ୍ଭେମାନେ ଆପଣାମାନଙ୍କ ଦୁଷ୍ଟତା
ଓ ଆମ୍ଭମାନଙ୍କ ପିତୃଲୋକମାନଙ୍କର ଅଧର୍ମ ସ୍ୱୀକାର କରୁଅଛୁ; କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। |
21. ତୁମ୍ଭେ ଆପଣା ନାମ ସକାଶୁ ଆମ୍ଭମାନଙ୍କୁ ଘୃଣା କର ନାହିଁ;
ଆପଣା ଗୌରବ ସିଂହାସନର ଅପମାନ କର ନାହିଁ; ସ୍ମରଣ କର, ଆମ୍ଭମାନଙ୍କ ସହିତ ତୁମ୍ଭର କୃତ ନିୟମ ଭଗ୍ନ କର ନାହିଁ। |
22. ଅନ୍ୟ ଦେଶୀୟମାନଙ୍କର ଅସାର ଦେବତାଗଣ ମଧ୍ୟରେ ଯେ ବୃଷ୍ଟି କରାଇପାରେ,
ଏପରି କି କେହି ଅଛି ? ଅଥବା ଆକାଶମଣ୍ଡଳ କି ବୃଷ୍ଟିଦାନ କରି ପାରେ ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ କି ସେହି ବୃଷ୍ଟିଦାତା ନୁହଁ ? ଏନିମନ୍ତେ ଆମ୍ଭେମାନେ ତୁମ୍ଭ ଅପେକ୍ଷାରେ ରହିବା; କାରଣ ତୁମ୍ଭେ ଏହିସବୁର ଉତ୍ପାଦନ କରିଅଛ। PE |