ଓଡିଆ ବାଇବଲ |

ଭାରତୀୟ ସଂଶୋଧିତ ସଂସ୍କରଣ (ISV)
ଯିଶାଇୟ
1. {#1ସିୟୋନର ଭବିଷ୍ୟତ ପରିତ୍ରାଣ } [PS]ଯେପର୍ଯ୍ୟନ୍ତ ସିୟୋନର ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ପ୍ରକଟ ନ ହୁଏ, ସେପର୍ଯ୍ୟନ୍ତ ଆମ୍ଭେ ତାହା ନିମନ୍ତେ ନୀରବ ହେବା ନାହିଁ ଓ ଯିରୂଶାଲମ ନିମନ୍ତେ ବିଶ୍ରାମ କରିବା ନାହିଁ।
2. ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ସକଳ ରାଜା ତୁମ୍ଭର ପ୍ରତାପ ଦେଖିବେ; ଆଉ, ତୁମ୍ଭେ ସଦାପ୍ରଭୁଙ୍କ ମୁଖ ଦ୍ୱାରା ଏକ ନୂତନ ନାମରେ ଖ୍ୟାତ ହେବ।
3. ଆହୁରି, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭ ପରମେଶ୍ୱରଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ।
4. ତୁମ୍ଭେ “ପରିତ୍ୟକ୍ତା” ବୋଲି ଆଉ ନାମ ପାଇବ ନାହିଁ, କିଅବା ତୁମ୍ଭର ଦେଶ “ଅନାଥା” ବୋଲି ଆଉ ଡକାଯିବ ନାହିଁ; ମାତ୍ର “ତୁମ୍ଭେ ହିପ୍‍ସୀବା (ସନ୍ତୋଷଜନିକା) ଓ ତୁମ୍ଭର ଦେଶ ବୀୟଲା (ବିବାହିତା)” ନାମରେ ଖ୍ୟାତ ହେବ; କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତା ହେବ।
5. ଯୁବାଲୋକ ଯେପରି କୁମାରୀକୁ ବିବାହ କରେ, ସେହିପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ; ପୁଣି ବର ଯେପରି କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।
6. ହେ ଯିରୂଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ ଦିନ କି ରାତି କଦାପି ନୀରବ ହେବେ ନାହିଁ।
7. ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ।
8. ସଦାପ୍ରଭୁ ଆପଣାର ଡାହାଣ ହସ୍ତ ଓ ବଳବାନ ବାହୁ ଦ୍ୱାରା ଶପଥ କରିଅଛନ୍ତି, “ନିଶ୍ଚୟ ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭ ଶତ୍ରୁଗଣର ଖାଦ୍ୟ ନିମନ୍ତେ ଆଉ ଦେବା ନାହିଁ ଓ ଯହିଁ ନିମନ୍ତେ ତୁମ୍ଭେ ପରିଶ୍ରମ କରିଅଛ, ତୁମ୍ଭର ସେହି ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
9. ମାତ୍ର ଯେଉଁମାନେ ତାହା ସଞ୍ଚୟ କରିଅଛନ୍ତି, ସେମାନେ ତାହା ଭୋଜନ କରି ସଦାପ୍ରଭୁଙ୍କର ପ୍ରଶଂସା କରିବେ ଓ ଯେଉଁମାନେ ତାହା ସଂଗ୍ରହ କରିଅଛନ୍ତି, ସେମାନେ ଆମ୍ଭ ପବିତ୍ର ସ୍ଥାନର ପ୍ରାଙ୍ଗଣ ମଧ୍ୟରେ ତାହା ପାନ କରିବେ।”
10. ତୁମ୍ଭେମାନେ ଅଗ୍ରସର ହୁଅ, ନଗର ଦ୍ୱାର ମଧ୍ୟ ଦେଇ ଅଗ୍ରସର ହୁଅ; ଲୋକମାନଙ୍କର ପଥ ପ୍ରସ୍ତୁତ କର; ଉଚ୍ଚ କର, ରାଜପଥ ଉଚ୍ଚ କର; ପ୍ରସ୍ତରସବୁ ବାହାର କରି ସଂଗ୍ରହ କର; ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ୱଜା ଉଠାଅ।
11. ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି, ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।”
12. ପୁଣି, ଲୋକମାନେ ସେମାନଙ୍କୁ “ପବିତ୍ର ଲୋକ,” “ସଦାପ୍ରଭୁଙ୍କର ମୁକ୍ତ ବୋଲି ଡାକିବେ,” ଆଉ, ତୁମ୍ଭେ “ଅନ୍ୱେଷିତା,” “ଅପରିତ୍ୟକ୍ତା ନଗରୀ” ବୋଲି ଖ୍ୟାତ ହେବ। [PE]

ରେକର୍ଡଗୁଡିକ

Total 66 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 62 / 66
ସିୟୋନର ଭବିଷ୍ୟତ ପରିତ୍ରାଣ 1 ଯେପର୍ଯ୍ୟନ୍ତ ସିୟୋନର ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ପ୍ରକଟ ନ ହୁଏ, ସେପର୍ଯ୍ୟନ୍ତ ଆମ୍ଭେ ତାହା ନିମନ୍ତେ ନୀରବ ହେବା ନାହିଁ ଓ ଯିରୂଶାଲମ ନିମନ୍ତେ ବିଶ୍ରାମ କରିବା ନାହିଁ। 2 ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ସକଳ ରାଜା ତୁମ୍ଭର ପ୍ରତାପ ଦେଖିବେ; ଆଉ, ତୁମ୍ଭେ ସଦାପ୍ରଭୁଙ୍କ ମୁଖ ଦ୍ୱାରା ଏକ ନୂତନ ନାମରେ ଖ୍ୟାତ ହେବ। 3 ଆହୁରି, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭ ପରମେଶ୍ୱରଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ। 4 ତୁମ୍ଭେ “ପରିତ୍ୟକ୍ତା” ବୋଲି ଆଉ ନାମ ପାଇବ ନାହିଁ, କିଅବା ତୁମ୍ଭର ଦେଶ “ଅନାଥା” ବୋଲି ଆଉ ଡକାଯିବ ନାହିଁ; ମାତ୍ର “ତୁମ୍ଭେ ହିପ୍‍ସୀବା (ସନ୍ତୋଷଜନିକା) ଓ ତୁମ୍ଭର ଦେଶ ବୀୟଲା (ବିବାହିତା)” ନାମରେ ଖ୍ୟାତ ହେବ; କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତା ହେବ। 5 ଯୁବାଲୋକ ଯେପରି କୁମାରୀକୁ ବିବାହ କରେ, ସେହିପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ; ପୁଣି ବର ଯେପରି କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ। 6 ହେ ଯିରୂଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ ଦିନ କି ରାତି କଦାପି ନୀରବ ହେବେ ନାହିଁ। 7 ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ। 8 ସଦାପ୍ରଭୁ ଆପଣାର ଡାହାଣ ହସ୍ତ ଓ ବଳବାନ ବାହୁ ଦ୍ୱାରା ଶପଥ କରିଅଛନ୍ତି, “ନିଶ୍ଚୟ ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭ ଶତ୍ରୁଗଣର ଖାଦ୍ୟ ନିମନ୍ତେ ଆଉ ଦେବା ନାହିଁ ଓ ଯହିଁ ନିମନ୍ତେ ତୁମ୍ଭେ ପରିଶ୍ରମ କରିଅଛ, ତୁମ୍ଭର ସେହି ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ। 9 ମାତ୍ର ଯେଉଁମାନେ ତାହା ସଞ୍ଚୟ କରିଅଛନ୍ତି, ସେମାନେ ତାହା ଭୋଜନ କରି ସଦାପ୍ରଭୁଙ୍କର ପ୍ରଶଂସା କରିବେ ଓ ଯେଉଁମାନେ ତାହା ସଂଗ୍ରହ କରିଅଛନ୍ତି, ସେମାନେ ଆମ୍ଭ ପବିତ୍ର ସ୍ଥାନର ପ୍ରାଙ୍ଗଣ ମଧ୍ୟରେ ତାହା ପାନ କରିବେ।” 10 ତୁମ୍ଭେମାନେ ଅଗ୍ରସର ହୁଅ, ନଗର ଦ୍ୱାର ମଧ୍ୟ ଦେଇ ଅଗ୍ରସର ହୁଅ; ଲୋକମାନଙ୍କର ପଥ ପ୍ରସ୍ତୁତ କର; ଉଚ୍ଚ କର, ରାଜପଥ ଉଚ୍ଚ କର; ପ୍ରସ୍ତରସବୁ ବାହାର କରି ସଂଗ୍ରହ କର; ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ୱଜା ଉଠାଅ। 11 ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି, ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।” 12 ପୁଣି, ଲୋକମାନେ ସେମାନଙ୍କୁ “ପବିତ୍ର ଲୋକ,” “ସଦାପ୍ରଭୁଙ୍କର ମୁକ୍ତ ବୋଲି ଡାକିବେ,” ଆଉ, ତୁମ୍ଭେ “ଅନ୍ୱେଷିତା,” “ଅପରିତ୍ୟକ୍ତା ନଗରୀ” ବୋଲି ଖ୍ୟାତ ହେବ।
Total 66 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 62 / 66
×

Alert

×

Oriya Letters Keypad References