ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଶାଇୟ
1. {ମିସର ଓ କୂଶ ଦେଶ ପ୍ରତି ଏକ ଚିହ୍ନ} [PS] ଅଶୂରର ରାଜା ସର୍ଗୋନର ପ୍ରେରିତ ତର୍ତ୍ତାନ ସେନାଧ୍ୟକ୍ଷ ଯେଉଁ ବର୍ଷ ଅସ୍‍ଦୋଦକୁ ଆସି ତାହା ପ୍ରତିକୂଳରେ ଯୁଦ୍ଧ କରି ହସ୍ତଗତ କଲା;
2. ସେହି ସମୟରେ ଆମୋସର ପୁତ୍ର ଯିଶାଇୟ ଦ୍ୱାରା ସଦାପ୍ରଭୁ ଏହି କଥା କହିଲେ, “ଯାଅ, ତୁମ୍ଭ କଟିଦେଶରୁ ଚଟବସ୍ତ୍ର ଫିଟାଅ ଓ ତୁମ୍ଭ ପାଦରୁ ପାଦୁକା କାଢ଼,” ତହିଁରେ ସେ ତାହା କରି ବିବସ୍ତ୍ର ଓ ଶୂନ୍ୟପଦ ହୋଇ ଭ୍ରମଣ କଲା।
3. ତେବେ ସଦାପ୍ରଭୁ କହିଲେ, “ଆମ୍ଭର ଦାସ ଯିଶାଇୟ ମିସର ଓ କୂଶ ଦେଶ ପ୍ରତି ଏକ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ୱରୂପ ହେବା ପାଇଁ ଯେପରି ତିନି ବର୍ଷ ବିବସ୍ତ୍ର ଓ ଶୂନ୍ୟପଦ ହୋଇ ଭ୍ରମଣ କରିଅଛି;
4. ସେହିପରି ଅଶୂରର ରାଜା ମିସ୍ରୀୟମାନଙ୍କ ଲଜ୍ଜାର ନିମନ୍ତେ ଆବାଳବୃଦ୍ଧ ମିସ୍ରୀୟ ବନ୍ଦୀ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର, ଶୂନ୍ୟପଦ ଓ ଅନାବୃତ କଟି କରି ଘେନିଯିବ।
5. ତହିଁରେ ଲୋକମାନେ ଆପଣାମାନଙ୍କର ବିଶ୍ୱାସଭୂମି କୂଶ ଓ ଆପଣାମାନଙ୍କର ଦର୍ପ ସ୍ୱରୂପ ମିସର ସକାଶୁ ନିରାଶ ଓ ଲଜ୍ଜିତ ହେବେ।
6. ପୁଣି, ସେହି ଦିନ ଏହି ସମୁଦ୍ର ଅଞ୍ଚଳସ୍ଥ ନିବାସୀମାନେ କହିବେ, ଦେଖ, ଅଶୂରର ରାଜାଠାରୁ ଉଦ୍ଧାର ପାଇବା ପାଇଁ ସାହାଯ୍ୟ ନିମନ୍ତେ ଯେଉଁଠାକୁ ପଳାଇଲୁ, ଆମ୍ଭମାନଙ୍କର ସେହି ବିଶ୍ୱାସଭୂମି ଏହି ପ୍ରକାର; ତେବେ ଆମ୍ଭେମାନେ ଅବା କିପରି ବଞ୍ଚିବା ? [PE]

Notes

No Verse Added

Total 66 Chapters, Current Chapter 20 of Total Chapters 66
ଯିଶାଇୟ 20:8
1. {ମିସର କୂଶ ଦେଶ ପ୍ରତି ଏକ ଚିହ୍ନ} PS ଅଶୂରର ରାଜା ସର୍ଗୋନର ପ୍ରେରିତ ତର୍ତ୍ତାନ ସେନାଧ୍ୟକ୍ଷ ଯେଉଁ ବର୍ଷ ଅସ୍‍ଦୋଦକୁ ଆସି ତାହା ପ୍ରତିକୂଳରେ ଯୁଦ୍ଧ କରି ହସ୍ତଗତ କଲା;
2. ସେହି ସମୟରେ ଆମୋସର ପୁତ୍ର ଯିଶାଇୟ ଦ୍ୱାରା ସଦାପ୍ରଭୁ ଏହି କଥା କହିଲେ, “ଯାଅ, ତୁମ୍ଭ କଟିଦେଶରୁ ଚଟବସ୍ତ୍ର ଫିଟାଅ ତୁମ୍ଭ ପାଦରୁ ପାଦୁକା କାଢ଼,” ତହିଁରେ ସେ ତାହା କରି ବିବସ୍ତ୍ର ଶୂନ୍ୟପଦ ହୋଇ ଭ୍ରମଣ କଲା।
3. ତେବେ ସଦାପ୍ରଭୁ କହିଲେ, “ଆମ୍ଭର ଦାସ ଯିଶାଇୟ ମିସର କୂଶ ଦେଶ ପ୍ରତି ଏକ ଚିହ୍ନ ଅଦ୍ଭୁତ ଲକ୍ଷଣ ସ୍ୱରୂପ ହେବା ପାଇଁ ଯେପରି ତିନି ବର୍ଷ ବିବସ୍ତ୍ର ଶୂନ୍ୟପଦ ହୋଇ ଭ୍ରମଣ କରିଅଛି;
4. ସେହିପରି ଅଶୂରର ରାଜା ମିସ୍ରୀୟମାନଙ୍କ ଲଜ୍ଜାର ନିମନ୍ତେ ଆବାଳବୃଦ୍ଧ ମିସ୍ରୀୟ ବନ୍ଦୀ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର, ଶୂନ୍ୟପଦ ଅନାବୃତ କଟି କରି ଘେନିଯିବ।
5. ତହିଁରେ ଲୋକମାନେ ଆପଣାମାନଙ୍କର ବିଶ୍ୱାସଭୂମି କୂଶ ଆପଣାମାନଙ୍କର ଦର୍ପ ସ୍ୱରୂପ ମିସର ସକାଶୁ ନିରାଶ ଲଜ୍ଜିତ ହେବେ।
6. ପୁଣି, ସେହି ଦିନ ଏହି ସମୁଦ୍ର ଅଞ୍ଚଳସ୍ଥ ନିବାସୀମାନେ କହିବେ, ଦେଖ, ଅଶୂରର ରାଜାଠାରୁ ଉଦ୍ଧାର ପାଇବା ପାଇଁ ସାହାଯ୍ୟ ନିମନ୍ତେ ଯେଉଁଠାକୁ ପଳାଇଲୁ, ଆମ୍ଭମାନଙ୍କର ସେହି ବିଶ୍ୱାସଭୂମି ଏହି ପ୍ରକାର; ତେବେ ଆମ୍ଭେମାନେ ଅବା କିପରି ବଞ୍ଚିବା ? PE
Total 66 Chapters, Current Chapter 20 of Total Chapters 66
×

Alert

×

oriya Letters Keypad References