1. [QS]ଆମ୍ଭେ ଯେତେବେଳେ ଇସ୍ରାଏଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, [QE][QS]ସେତେବେଳେ ଇଫ୍ରୟିମର ଅଧର୍ମ ଓ ଶମରୀୟାର ଦୁଷ୍ଟତା ପ୍ରକାଶିତ ହୁଅଇ; [QE][QS]କାରଣ ସେମାନେ ଅସତ୍ୟତାର ବ୍ୟବହାର କରନ୍ତି [QE][QS]ଓ ଚୋର ଭିତରେ ପ୍ରବେଶ କରେ, ଆଉ ଡକାୟତ ଦଳ ବାହାରେ ଲୁଟ କରନ୍ତି। [QE]
2. [QS]ପୁଣି, ଆମ୍ଭେ ଯେ ସେମାନଙ୍କର ସମସ୍ତ ଦୁଷ୍ଟତା ସ୍ମରଣ କରୁ, [QE][QS]ଏହା ସେମାନେ ଆପଣାମାନଙ୍କ ଅନ୍ତଃକରଣରେ ବିବେଚନା କରନ୍ତି ନାହିଁ; [QE][QS]ଏବେ ସେମାନଙ୍କର ନିଜ କାର୍ଯ୍ୟସବୁ ସେମାନଙ୍କୁ ଘେରି ଅଛି; [QE][QS]ସେହି ସବୁ ଆମ୍ଭ ସମ୍ମୁଖରେ ଅଛି। [QE]
3. [QS]ସେମାନେ ଆପଣାମାନଙ୍କର ଦୁଷ୍ଟତା ଦ୍ୱାରା ରାଜାକୁ [QE][QS]ଓ ଆପଣାମାନଙ୍କ ମିଥ୍ୟା ଦ୍ୱାରା ଅଧିପତିମାନଙ୍କୁ ଆନନ୍ଦିତ କରନ୍ତି। [QE]
4. [QS]ସେମାନେ ସମସ୍ତେ ବ୍ୟଭିଚାରୀ; [QE][QS]ସେମାନେ ରୁଟି ପ୍ରସ୍ତୁତକାରୀ ଦ୍ୱାରା ଉତ୍ତପ୍ତ ତନ୍ଦୁର ସ୍ୱରୂପ; [QE][QS]ମଇଦା ଦଳିବା ସମୟଠାରୁ ତହିଁରେ ତାଡ଼ି ମିଶ୍ରିତ ନ ହେବା ପର୍ଯ୍ୟନ୍ତ [QE][QS]ସେ ଅଗ୍ନି ପ୍ରଜ୍ୱଳିତ କରିବାରୁ ନିବୃତ୍ତ ହୁଏ। [QE]
5. [QS]ଆମ୍ଭମାନଙ୍କ ରାଜାଙ୍କ ଦିନରେ ଅଧିପତିମାନେ [QE][QS]ଦ୍ରାକ୍ଷାରସର ଉତ୍ତାପରେ ଆପଣାମାନଙ୍କୁ ପୀଡ଼ିତ କଲେ; [QE][QS]ସେ ନିନ୍ଦକମାନଙ୍କ ସଙ୍ଗେ ଆପଣା ହସ୍ତ ବଢ଼ାଇଲା। [QE]
6. [QS]କାରଣ ସେମାନେ ଛକି ବସି ଆପଣା ଆପଣା ଅନ୍ତଃକରଣ ତନ୍ଦୁର ପରି ପ୍ରସ୍ତୁତ କରିଅଛନ୍ତି; [QE][QS]ସେମାନଙ୍କର କ୍ରୋଧ ରାତ୍ରିସାରା କୁହୁଳୁ ଥାଏ; [QE][QS]ପ୍ରାତଃକାଳରେ ତାହା ପ୍ରଜ୍ୱଳିତ ଅଗ୍ନି ପରି ଜ୍ୱଳଇ। [QE]
7. [QS]ସେମାନେ ସମସ୍ତେ ତନ୍ଦୁର ପରି ଉତ୍ତପ୍ତ ଅଟନ୍ତି [QE][QS]ଓ ଆପଣାମାନଙ୍କର ବିଚାରକର୍ତ୍ତୃଗଣକୁ ଗ୍ରାସ କରନ୍ତି; [QE][QS]ସେମାନଙ୍କର ସମସ୍ତ ରାଜାଗଣ ପତିତ ହୋଇଅଛନ୍ତି; [QE][QS]ସେମାନଙ୍କ ମଧ୍ୟରେ କେହି ଆମ୍ଭ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। [QE]
8. [QS]ଗୋଷ୍ଠୀଗଣ ମଧ୍ୟରେ ଇଫ୍ରୟିମ ଆପେ ମିଶ୍ରିତ ହୁଅଇ; [QE][QS]ଇଫ୍ରୟିମ ଓଲଟା ହୋଇ ନ ଥିବା ପିଠା ତୁଲ୍ୟ। [QE]
9. [QS]ବିଦେଶୀମାନେ ତାହାର ବଳ ଗ୍ରାସ କରିଅଛନ୍ତି, ଆଉ ସେ ତାହା ଜାଣେ ନାହିଁ; [QE][QS]ହଁ, ତାହାର ମସ୍ତକରେ, ଏଠାରେ ସେଠାରେ ପକ୍ୱ କେଶ ଅଛି, ମାତ୍ର ସେ ତାହା ଜାଣେ ନାହିଁ। [QE]
10. [QS]ପୁଣି, ଇସ୍ରାଏଲର ଦର୍ପ ତାହାର ସାକ୍ଷାତରେ ସାକ୍ଷ୍ୟ ଦିଏ; [QE][QS]ତଥାପି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରି ନାହାନ୍ତି, [QE][QS]କିଅବା ଏହିସବୁ ଘଟିଲେ ମଧ୍ୟ ସେମାନେ ତାହାଙ୍କର ଅନ୍ଵେଷଣ କରି ନାହାନ୍ତି। [QE]
11. [QS]ପୁଣି, ଇଫ୍ରୟିମ ଅବୋଧ କପୋତର ତୁଲ୍ୟ ବୁଦ୍ଧିହୀନ; [QE][QS]ସେମାନେ ମିସରକୁ ନିବେଦନ କରନ୍ତି, ସେମାନେ ଅଶୂରକୁ ଯାଆନ୍ତି। [QE]
12. [QS]ଯେତେବେଳେ ସେମାନେ ଯିବେ, [QE][QS]ସେତେବେଳେ ଆମ୍ଭେ ସେମାନଙ୍କ ଉପରେ ଆପଣା ଜାଲ ପ୍ରସାର କରିବା; [QE][QS]ଆମ୍ଭେ ସେମାନଙ୍କୁ ଆକାଶର ପକ୍ଷୀଗଣ ପରି ତଳକୁ ଆଣିବା; [QE][QS]ସେମାନଙ୍କ ସମାଜ ଯେପରି ଶୁଣିଅଛନ୍ତି, ସେହିପରି ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। [QE]
13. [QS]ସେମାନେ ସନ୍ତାପର ପାତ୍ର ! [QE][QS]କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି; [QE][QS]ସେମାନଙ୍କର ସର୍ବନାଶ ଘଟିବ; [QE][QS]କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି; [QE][QS]ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ମଧ୍ୟ [QE][QS]ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି। [QE]
14. [QS]ପୁଣି, ସେମାନେ ଅନ୍ତଃକରଣ ସହିତ ଆମ୍ଭ ନିକଟରେ କ୍ରନ୍ଦନ କରି ନାହାନ୍ତି; [QE][QS]ମାତ୍ର ସେମାନେ ଆପଣା ଶଯ୍ୟାରେ ହାହାକାର କରନ୍ତି; [QE][QS]ସେମାନେ ଶସ୍ୟ ଓ ଦ୍ରାକ୍ଷାରସ ନିମନ୍ତେ ଆପଣାମାନଙ୍କୁ ଏକତ୍ର କରନ୍ତି, [QE][QS]ସେମାନେ ଆମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି। [QE]
15. [QS]ଆମ୍ଭେ ସେମାନଙ୍କ ବାହୁକୁ ଶିକ୍ଷା ଦେଇ ସବଳ କଲେ ମଧ୍ୟ [QE][QS]ସେମାନେ ଆମ୍ଭ ବିରୁଦ୍ଧରେ କୁକଳ୍ପନା କରନ୍ତି। [QE]
16. [QS]ସେମାନେ ଫେରି ଆସନ୍ତି ସତ୍ୟ, ମାତ୍ର ଊର୍ଦ୍ଧ୍ୱସ୍ଥଙ୍କ ପ୍ରତି ନୁହେଁ; [QE][QS]ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ; [QE][QS]ସେମାନଙ୍କ ଅଧିପତିମାନେ ଆପଣା ଆପଣା [QE][QS]ଜିହ୍ୱାର ପ୍ରଚଣ୍ଡତା ସକାଶୁ ଖଡ୍ଗ ଦ୍ୱାରା ପତିତ ହେବେ; [QE][QS]ଏହା ମିସର ଦେଶରେ ସେମାନଙ୍କ ପକ୍ଷରେ ଉପହାସର ବିଷୟ ହେବ। [QE]