1. {#1ଯିହୁଦା ଓ ଇସ୍ରାଏଲର ମିଥ୍ୟା ଅନୁତାପ } [QS]ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଯାଉ; [QE][QS]କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ; [QE][QS]ସେ ପ୍ରହାର କରିଅଛନ୍ତି ଓ ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ। [QE]
2. [QS]ଦୁଇ ଦିନ ଉତ୍ତାରେ ସେ ଆମ୍ଭମାନଙ୍କୁ ସଂଜୀବିତ କରିବେ; [QE][QS]ତୃତୀୟ ଦିନରେ ଆମ୍ଭମାନଙ୍କୁ ଉଠାଇବେ ଓ ଆମ୍ଭେମାନେ ତାହାଙ୍କ ଛାମୁରେ ବଞ୍ଚିବୁ। [QE]
3. [QS]ପୁଣି, ଆମ୍ଭେମାନେ ଜ୍ଞାତ ହେଉ, [QE][QS]ସଦାପ୍ରଭୁଙ୍କୁ ଜାଣିବା ନିମନ୍ତେ ତାହାଙ୍କ ପଶ୍ଚାତ୍ଗମନ କରୁ; [QE][QS]ତାହାଙ୍କର ଉଦୟ ପ୍ରତ୍ୟୁଷ ତୁଲ୍ୟ ନିଶ୍ଚିତ; [QE][QS]ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟି ତୁଲ୍ୟ, [QE][QS]ଭୂମି ସେଚନକାରୀ ଶେଷ ବୃଷ୍ଟି ତୁଲ୍ୟ ଆସିବେ। [QE]
4. [QS]ହେ ଇଫ୍ରୟିମ, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା ? [QE][QS]ହେ ଯିହୁଦା, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା ? [QE][QS]କାରଣ ତୁମ୍ଭମାନଙ୍କର ଧର୍ମ ପ୍ରାତଃ କାଳୀନ ମେଘ ତୁଲ୍ୟ [QE][QS]ଓ ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ। [QE]
5. [QS]ଏଥିପାଇଁ ଆମ୍ଭେ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ସେମାନଙ୍କୁ ଚ୍ଛେଦନ କରିଅଛୁ; [QE][QS]ଆମ୍ଭେ ଆପଣା ମୁଖ ନିର୍ଗତ ବାକ୍ୟ ଦ୍ୱାରା ସେମାନଙ୍କୁ ବଧ କରିଅଛୁ [QE][QS]ଓ ତୁମ୍ଭର ଦଣ୍ଡାଜ୍ଞାସକଳ ନିର୍ଗତ ହେବା ଦୀପ୍ତି ତୁଲ୍ୟ ଅଟେ। [QE]
6. [QS]କାରଣ ବଳିଦାନ ନୁହେଁ, ମାତ୍ର ଦୟା [QE][QS]ଓ ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାଞ୍ଛା କରୁ। [QE]
7. [QS]ମାତ୍ର ଆଦମର ତୁଲ୍ୟ ସେମାନେ ନିୟମ ଲଙ୍ଘନ କରିଅଛନ୍ତି; [QE][QS]ସେହି ସ୍ଥାନରେ ସେମାନେ ଆମ୍ଭ ବିରୁଦ୍ଧରେ ବିଶ୍ୱାସ ଘାତକତା କରିଅଛନ୍ତି। [QE]
8. [QS]ଗିଲୀୟଦ ଅଧର୍ମାଚାରୀମାନଙ୍କ ନଗର, ତାହା ରକ୍ତରେ ଦାଗଯୁକ୍ତ ହୋଇଅଛି। [QE]
9. [QS]ପୁଣି, ଡକାୟତ ଦଳ ଯେପରି ମନୁଷ୍ୟର ଅପେକ୍ଷାରେ ଥାଆନ୍ତି, [QE][QS]ସେପରି ଯାଜକ ଦଳ ଶିଖିମ ଆଡ଼େ ଯିବା ପଥରେ ନରହତ୍ୟା କରନ୍ତି; [QE][QS]ହଁ, ସେମାନେ ଭ୍ରଷ୍ଟାଚରଣ କରିଅଛନ୍ତି। [QE]
10. [QS]ଆମ୍ଭେ ଇସ୍ରାଏଲ ବଂଶ ମଧ୍ୟରେ ଅତି ଭୟଙ୍କର ଏକ ବିଷୟ ଦେଖିଅଛୁ, [QE][QS]ସେହି ସ୍ଥାନରେ ଇଫ୍ରୟିମ ମଧ୍ୟରେ ବେଶ୍ୟାବୃତ୍ତି ଦେଖାଯାଏ, ଇସ୍ରାଏଲ ଅଶୁଚି ହୋଇଅଛି। [QE]
11. [QS]ଆହୁରି ହେ ଯିହୁଦା, [QE][QS]ଆମ୍ଭେ ଯେତେବେଳେ ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବା, [QE][QS]ସେତେବେଳେ ତୁମ୍ଭ ପାଇଁ (ଦଣ୍ଡରୂପ) ଶସ୍ୟଚ୍ଛେଦନ ସମୟ ନିରୂପିତ ଅଛି। [QE]