1. {ନୋହଙ୍କ ବଂଶାବଳୀ} PS ଶେମ, ହାମ, ଯେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ।
|
5. ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ।
|
9. ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍ ତୁଲ୍ୟ।”
|
19. ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।
|
21. ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା।
|
25. ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍।
|
32. ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ। PE
|