1. {ନିର୍ବାସିତଙ୍କ ପ୍ରତ୍ୟାବର୍ତ୍ତନ} PS ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ; ବାବିଲର ରାଜା ନବୂଖଦ୍ନିତ୍ସର ଏମାନଙ୍କୁ ବାବିଲକୁ ନେଇ ଯାଇଥିଲେ।
|
2. ଏମାନେ ଯିରୁବ୍ବାବିଲ୍, ଯେଶୂୟ, ନିହିମୀୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ବିଲ୍ଶନ୍, ମିସ୍ପର, ବିଗ୍ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। PEPS ଇସ୍ରାଏଲ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହି, ଯଥା, PEPS
|
25. କିରୀୟଥ୍-ଯିୟାରୀମ୍ * କିରୀୟଥ୍-ଯିୟାରୀମ୍ କିମ୍ବା କିରୀୟତ୍-ୟାରିମ୍ ଓ କଫୀରା ଓ ବେରୋତର ସନ୍ତାନ ସାତ ଶହ ତେୟାଳିଶ ଜଣ।
|
42. ଦ୍ୱାରପାଳମାନଙ୍କ ସନ୍ତାନଗଣର ସଂଖ୍ୟା; ଶଲ୍ଲୁମ୍ର ସନ୍ତାନ, ଆଟେରର ସନ୍ତାନ, ଟଲ୍ମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ, ସର୍ବସୁଦ୍ଧା ଏକ ଶହ ଅଣଚାଳିଶ ଜଣ। PEPS
|
59. ପୁଣି ତେଲ୍-ମେଲହ, ତେଲ୍-ହର୍ଶା, କଋବ୍, ଅଦ୍ଦନ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
|
61. ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ହବାୟର ସନ୍ତାନଗଣ, ହକ୍କୋସ୍ର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା।
|
62. ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ।
|
63. ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍ ଓ ତୁମ୍ମୀମ୍ଧାରୀ କୌଣସି ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ। PEPS
|
65. ଏହା ଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ। ଆହୁରି, ସେମାନଙ୍କର ଦୁଇ ଶହ ଗାୟକ ଗାୟିକା ଥିଲେ।
|
68. ଏଥିଉତ୍ତାରେ ପିତୃବଂଶୀୟ କେତେକ ପ୍ରଧାନ ଲୋକ ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହରେ ଉପସ୍ଥିତ ହୁଅନ୍ତେ, ପରମେଶ୍ୱରଙ୍କର ସେହି ଗୃହ ସ୍ୱସ୍ଥାନରେ ସ୍ଥାପନ କରିବା ପାଇଁ ସ୍ଵେଚ୍ଛାପୂର୍ବକ ଦାନ କଲେ।
|
69. ସେମାନେ ଆପଣା ଆପଣା ଶକ୍ତି ଅନୁସାରେ ସେହି କର୍ମର ଭଣ୍ଡାରରେ ଏକଷଠି ହଜାର ଡ୍ରାକ୍ମା † ଗ୍ରୀସ୍ଦେଶୀୟ ମୁଦ୍ରା ଯାହାର ଓଜନ ପ୍ରାୟ 500 କିଲୋ ସ୍ୱର୍ଣ୍ଣମୁଦ୍ରା ଓ ପାଞ୍ଚ ହଜାର ପାଉଣ୍ଡ ରୂପା ‡ ପ୍ରାୟ 2,800 କିଲୋ ରୂପା ଓ ଯାଜକମାନଙ୍କ ନିମନ୍ତେ ଏକ ଶହ ବସ୍ତ୍ର ଦେଲେ।
|
70. ପୁଣି, ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ। PE
|