1. {ଦେବପୂଜକ ପ୍ରାଚୀନବର୍ଗଙ୍କ ବିଚାର} PS ଏଥିଉତ୍ତାରେ ଇସ୍ରାଏଲର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେକ ଜଣ ମୋ’ ନିକଟକୁ ଆସି ମୋ’ ସମ୍ମୁଖରେ ବସିଲେ।
|
3. “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଆପଣା ଆପଣା ଦେବତାକୁ ଆପଣା ଆପଣା ହୃଦୟକୁ ନେଇଅଛନ୍ତି ଓ ଆପଣାମାନଙ୍କର ଅଧର୍ମଜନକ ବିଘ୍ନ ଆପଣା ଆପଣା ସମ୍ମୁଖରେ ରଖିଅଛନ୍ତି; ଆମ୍ଭେ କି କୌଣସିମତେ ସେମାନଙ୍କୁ ଆମ୍ଭ ନିକଟରେ ଅନୁସନ୍ଧାନ କରିବାକୁ ଦେବା ?
|
4. ଏହେତୁ ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ବଂଶର ଯେଉଁ ପ୍ରତ୍ୟେକ ଲୋକ ଆପଣା ଦେବତାକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଭବିଷ୍ୟଦ୍ବକ୍ତା ନିକଟକୁ ଆସେ; ସେହି ଲୋକକୁ ଆମ୍ଭେ ସଦାପ୍ରଭୁ ତାହାର ଦେବତାଗଣର ବାହୁଲ୍ୟାନୁସାରେ ତଦ୍ବିଷୟରେ ଉତ୍ତର ଦେବା;
|
5. ଏହିରୂପେ ଆମ୍ଭେ ଇସ୍ରାଏଲ ବଂଶକୁ ସେମାନଙ୍କର ହୃଦୟରୂପ ଫାନ୍ଦରେ ଧରିବା, କାରଣ ସେମାନେ ସମସ୍ତେ ଆପଣା ଆପଣା ଦେବଗଣ ଦ୍ୱାରା ଆମ୍ଭଠାରୁ ବିମୁଖ ହୋଇଅଛନ୍ତି।
|
6. ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଫେର, ଆପଣା ଆପଣା ଦେବଗଣଠାରୁ ବିମୁଖ ହୁଅ, ତୁମ୍ଭମାନଙ୍କର ସମସ୍ତ ଘୃଣାଯୋଗ୍ୟ କ୍ରିୟାରୁ ଆପଣା ଆପଣା ମୁଖ ଫେରାଅ।
|
7. କାରଣ ଇସ୍ରାଏଲ ବଂଶର ଓ ଇସ୍ରାଏଲ ମଧ୍ୟରେ ପ୍ରବାସକାରୀଗଣର ଯେ ପ୍ରତ୍ୟେକ ଲୋକ ଆମ୍ଭଠାରୁ ଆପଣାକୁ ପୃଥକ୍ କରେ ଓ ଆପଣା ଦେବଗଣକୁ ଆପଣା ହୃଦୟକୁ ନିଏ ଓ ଆପଣାର ଅଧର୍ମଜନକ ବିଘ୍ନ ଆପଣା ସମ୍ମୁଖରେ ରଖେ, ଆଉ ଆପଣା ବିଷୟ ଆମ୍ଭ ନିକଟରେ ଅନୁସନ୍ଧାନ କରିବା ପାଇଁ ଭବିଷ୍ୟଦ୍ବକ୍ତା ନିକଟକୁ ଆସେ; ଆମ୍ଭେ ସଦାପ୍ରଭୁ ଆପେ ତାହାକୁ ଉତ୍ତର ଦେବା।
|
8. ପୁଣି, ଆମ୍ଭେ ସେ ଲୋକର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ଚିହ୍ନ ଓ ଦୃଷ୍ଟାନ୍ତର ନିମନ୍ତେ ବିସ୍ମୟାସ୍ପଦ କରିବା, ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
|
9. ଆଉ, ଭବିଷ୍ୟଦ୍ବକ୍ତା ଭ୍ରାନ୍ତ ହୋଇ ଯଦି କୌଣସି କଥା କହେ, ତେବେ ଆମ୍ଭେ ସଦାପ୍ରଭୁ ସେ ଭବିଷ୍ୟଦ୍ବକ୍ତାଙ୍କୁ ଭ୍ରାନ୍ତ କରାଇଅଛୁ, ଆମ୍ଭେ ତାହାର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଆମ୍ଭ ଇସ୍ରାଏଲ ଲୋକଙ୍କ ମଧ୍ୟରୁ ତାହାକୁ ବିନଷ୍ଟ କରିବା।
|
10. ପୁଣି, ସେମାନେ ଆପଣା ଆପଣା ଅଧର୍ମର ଭାର ବୋହିବେ; ଭବିଷ୍ୟଦ୍ବକ୍ତାର ଅଧର୍ମ ଓ ତାହାର ଅନ୍ୱେଷଣକାରୀର ଅଧର୍ମ ଏକ ସମାନ ହେବ;
|
11. ତହିଁରେ ଇସ୍ରାଏଲ ବଂଶ ଆମ୍ଭଠାରୁ ଆଉ ବିପଥଗାମୀ ହେବେ ନାହିଁ, କିଅବା ଆପଣାମାନଙ୍କର ସକଳ ଆଜ୍ଞା ଲଘଂନ ଦ୍ୱାରା ସେମାନେ ଆଉ ଆପଣାମାନଙ୍କୁ ଅଶୁଚି କରିବେ ନାହିଁ; ମାତ୍ର ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।” PS
|
13. “ହେ ମନୁଷ୍ୟ-ସନ୍ତାନ, କୌଣସି ଦେଶ ସତ୍ୟ-ଲଙ୍ଘନ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କଲେ, ଯେତେବେଳେ ଆମ୍ଭେ ତାହା ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରୁ, ତାହାର ଅନ୍ନରୂପ ଯଷ୍ଟି ଭାଙ୍ଗୁ ଓ ତହିଁ ମଧ୍ୟକୁ ଦୁର୍ଭିକ୍ଷ ପଠାଉ, ପୁଣି ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରୁ;
|
14. ସେତେବେଳେ ନୋହ, ଦାନିୟେଲ ଓ ଆୟୁବ, ଏହି ତିନି ବ୍ୟକ୍ତି ଯଦି ତହିଁ ମଧ୍ୟରେ ଥା’ନ୍ତେ, ତେବେ ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା ଆପଣା ପ୍ରାଣ ମାତ୍ର ରକ୍ଷା କରନ୍ତେ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
|
15. ଆମ୍ଭେ ଯଦି ଦେଶ ମଧ୍ୟରେ ହିଂସ୍ରକ ପଶୁଗଣକୁ ଗତାୟାତ କରାଉ, ଆଉ ସେମାନେ ତାହା ଏରୂପ ବିନଷ୍ଟ କରନ୍ତି ଯେ, ଦେଶ ଧ୍ୱଂସର ସ୍ଥାନ ହୁଏ ଓ ପଶୁମାନଙ୍କ ଭୟରେ କୌଣସି ମନୁଷ୍ୟ ତହିଁ ମଧ୍ୟରେ ଗତାୟାତ ନ କରେ;
|
16. ତେବେ ଏହି ତିନି ବ୍ୟକ୍ତି ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କି କନ୍ୟାଗଣକୁ ଉଦ୍ଧାର କରି ପାରିବେ ନାହିଁ; କେବଳ ସେମାନେ ଉଦ୍ଧାର ପାଇବେ, ମାତ୍ର ଦେଶ ଧ୍ୱଂସସ୍ଥାନ ହେବ।
|
17. ଅଥବା ଆମ୍ଭେ ଯଦି ସେହି ଦେଶ ବିରୁଦ୍ଧରେ ଖଡ୍ଗ ଆଣୁ, ଆଉ ଆଜ୍ଞା କରୁ, ହେ ଖଡ୍ଗ, ଦେଶ ମଧ୍ୟ ଦେଇ ଗମନ କର ଓ ଆମ୍ଭେ ମନୁଷ୍ୟ ଓ ପଶୁକୁ ତହିଁ ମଧ୍ୟରୁ ଉଚ୍ଛିନ୍ନ କରୁ,”
|
18. ତେବେ ଏହି ତିନି ବ୍ୟକ୍ତି ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାଗଣକୁ ଉଦ୍ଧାର କରି ପାରିବେ ନାହିଁ, ମାତ୍ର କେବଳ ନିଜେ ନିଜେ ଉଦ୍ଧାର ପ୍ରାପ୍ତ ହେବେ।”
|
19. ଅଥବା ଆମ୍ଭେ ଯଦି ସେହି ଦେଶକୁ ମହାମାରୀ ପଠାଉ, ଆଉ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା ପାଇଁ ତହିଁ ଉପରେ ଆମ୍ଭର କୋପ ଢାଳି ରକ୍ତ ବହାଉ;
|
20. ତେବେ ନୋହ, ଦାନିୟେଲ ଓ ଆୟୁବ ତହିଁ ମଧ୍ୟରେ ଥିଲେ ହେଁ ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ସେମାନେ ପୁତ୍ର କିମ୍ବା କନ୍ୟାକୁ ଉଦ୍ଧାର କରି ପାରିବେ ନାହିଁ; ସେମାନେ ଆପଣା ଆପଣା ଧାର୍ମିକତା ଦ୍ୱାରା କେବଳ ନିଜ ନିଜ ପ୍ରାଣ ଉଦ୍ଧାର କରିବେ।”
|
21. କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ଉଚ୍ଛିନ୍ନ କରିବା ପାଇଁ ଯେତେବେଳେ ଯିରୂଶାଲମ ବିରୁଦ୍ଧରେ ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରକ ପଶୁ ଓ ମହାମାରୀ, ଆମ୍ଭର ଏହି ଚାରି ମହାଦଣ୍ଡ ପଠାଇବା, ସେତେବେଳେ ଆଉ କେତେ ଅଧିକ ନ ଘଟିବ ?
|
22. ତଥାପି ଦେଖ, ତହିଁ ମଧ୍ୟରେ ପୁତ୍ର ଓ କନ୍ୟାଗଣ ଉଭୟର ଅବଶିଷ୍ଟାଂଶ ରହି ବାହାରେ ଅଣାଯିବେ; ଦେଖ, ସେମାନେ ତୁମ୍ଭମାନଙ୍କ ନିକଟକୁ ଆସିବେ ଓ ତୁମ୍ଭେମାନେ ସେମାନଙ୍କର ଆଚାର ବ୍ୟବହାର ଓ କ୍ରିୟାସକଳ ଦେଖିବ; ପୁଣି, ଆମ୍ଭେ ଯିରୂଶାଲମ ଉପରେ ଯେଉଁ ଅମଙ୍ଗଳ ଘଟାଇଅଛୁ, ତାହା ପ୍ରତି ଯେସକଳ ବର୍ତ୍ତାଇଅଛୁ, ତହିଁ ବିଷୟରେ ତୁମ୍ଭେମାନେ ସାନ୍ତ୍ୱନା ପାଇବ।
|
23. ଆଉ, ସେମାନେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବେ, ତୁମ୍ଭେମାନେ ସେମାନଙ୍କର ଆଚାର ବ୍ୟବହାର ଓ କ୍ରିୟା ଦେଖିଲେ ଜାଣିବ ଯେ, ଆମ୍ଭେ ତହିଁ ମଧ୍ୟରେ ଯାହା ଯାହା କରିଅଛୁ, ସେହି ସବୁ ଅକାରଣରେ କରି ନାହୁଁ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। PE
|