1. {ଜ୍ଞାନୀର କର୍ତ୍ତବ୍ୟ} [PS] ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ, [QBR2] କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ। [QBR]
2. ସାତ ଜଣକୁ, ବରଞ୍ଚ ଆଠ ଜଣକୁ ଅଂଶ ବିତରଣ କର; [QBR2] କାରଣ ପୃଥିବୀରେ କି ବିପଦ ଘଟିବ, [QBR3] ତାହା ତୁମ୍ଭେ ଜାଣ ନାହିଁ। [QBR]
3. ମେଘମାଳ ବୃଷ୍ଟିରେ ପୂର୍ଣ୍ଣ ହେଲେ ପୃଥିବୀରେ ତାହା ଢାଳି ଦିଅନ୍ତି; [QBR2] ପୁଣି, ବୃକ୍ଷ ଯଦି ଦକ୍ଷିଣ କି ଉତ୍ତର ଦିଗରେ ପଡ଼େ, [QBR3] ତେବେ ଯେଉଁ ସ୍ଥାନରେ ପଡ଼େ, ସେହି ସ୍ଥାନରେ ରହିବ। [QBR]
4. ଯେଉଁ ଲୋକ ପବନକୁ ଅନାଏ, ସେ ବୁଣିବ ନାହିଁ [QBR2] ଓ ଯେଉଁ ଲୋକ ମେଘକୁ ଅନାଏ, ସେ କାଟିବ ନାହିଁ। [QBR]
5. ତୁମ୍ଭେ ଯେପରି ବାୟୁର ଗତି, [QBR2] ଅବା ଗର୍ଭବତୀର ଉଦରରେ ଅସ୍ଥି କିପରି ବଢ଼େ, ତାହା ଜାଣ ନାହିଁ, [QBR3] ସେପରି ସର୍ବସାଧକ ପରମେଶ୍ୱରଙ୍କ କର୍ମ ହିଁ ଜାଣ ନାହିଁ। [QBR]
6. ତୁମ୍ଭେ ପ୍ରଭାତରେ ବୀଜ ବୁଣ [QBR2] ଓ ସନ୍ଧ୍ୟା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ; [QBR] କାରଣ ଏହା ଅବା ତାହା ସିଦ୍ଧ ହେବ, [QBR2] ଅବା ଉଭୟ ସମାନ ଉତ୍ତମ ହେବ, [QBR3] ଏହା ତୁମ୍ଭେ ଜାଣ ନାହିଁ। [QBR]
7. ପ୍ରକୃତରେ ଆଲୁଅ ସୁଖଦାୟକ, [QBR2] ପୁଣି ଚକ୍ଷୁ ପକ୍ଷରେ ସୂର୍ଯ୍ୟ ଦର୍ଶନ ତୁଷ୍ଟିକର। [QBR]
8. ହଁ, ଯଦି ମନୁଷ୍ୟ ଅନେକ ବର୍ଷ ବଞ୍ଚେ, [QBR2] ତେବେ ସେହି ସବୁରେ ସେ ଆନନ୍ଦ କରୁ; [QBR] ମାତ୍ର ଅନ୍ଧକାରର ଦିନସବୁ ସେ ମନେ ରଖୁ, [QBR2] କାରଣ ସେହି ଦିନସବୁ ଅନେକ ହେବ। [QBR3] ଯାହା ଯାହା ଘଟେ, ସବୁ ଅସାର।
9. {ଯୁବ ସଂପ୍ରଦାୟକୁ ପରାମର୍ଶ} [PS] ହେ ଯୁବା ଲୋକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର [QBR2] ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ, [QBR] ପୁଣି ଆପଣା ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଚାଲ; [QBR2] ମାତ୍ର ପରମେଶ୍ୱର ଏହିସବୁ ବିଷୟ ଧରି ତୁମ୍ଭକୁ ବିଚାରରେ ଆଣିବେ, [QBR3] ଏହା ତୁମ୍ଭେ ଜ୍ଞାତ ହୁଅ। [QBR]
10. ଏହେତୁ ଆପଣା ହୃଦୟରୁ ବିରକ୍ତି ଦୂର କର [QBR2] ଓ ଆପଣା ଶରୀରରୁ ଦୁଃଖ ଦୂର କର; [QBR3] କାରଣ ଯୌବନ ଓ ଜୀବନର ଉତ୍ତମାଂଶ ଅସାର। [PE]