ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ବଂଶାବଳୀ
1. {ରୁବେନ୍‍ଙ୍କ ବଂଶଧର } [PS]ଇସ୍ରାଏଲର ପ୍ରଥମଜାତ ରୁବେନ୍‍ର ସନ୍ତାନଗଣର କଥା, ରୁବେନ୍‍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା[* ଅର୍ଥାତ୍ ସେ ତାଙ୍କ ପିତାର ଉପପତ୍ନି ସହ ଶାରୀରିକ ସମ୍ପର୍କ ରଖିଥିବା ସକାଶୁ ] ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ।
2. କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା;
3. ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ ଓ ପଲ୍ଲୂ, ହିଷ୍ରୋଣ ଓ କର୍ମି।
4. ଯୋୟେଲର ସନ୍ତାନଗଣ; ତାହାର ପୁତ୍ର ଶମୟୀୟ, ତାହାର ପୁତ୍ର ଗୋଗ୍‍, ତାହାର ପୁତ୍ର ଶିମୀୟି;
5. ତାହାର ପୁତ୍ର ମୀଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ୍‍;
6. ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍‍-ପିଲ୍‍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା।
7. ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ୍‍ ଓ ଜିଖରୀୟ
8. ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍‍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍‍-ମୀୟୋନ୍‍ ପର୍ଯ୍ୟନ୍ତ ବାସ କଲା।
9. ପୁଣି, ପୂର୍ବଦିଗରେ ସେ ଫରାତ୍‍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ।
10. ପୁଣି, ଶାଉଲଙ୍କର ସମୟରେ ସେମାନେ ହାଗରୀୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ବୁରେ ଗିଲୀୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ। [PE]
11. {ଗାଦ୍‍ଙ୍କ ବଂଶଧର } [PS]ପୁଣି, ଗାଦ୍‍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲଖା ପର୍ଯ୍ୟନ୍ତ ବାଶନ ଦେଶରେ ବାସ କଲେ।
12. ଯୋୟେଲ ପ୍ରଧାନ ଓ ଶାଫମ୍‍ ଦ୍ୱିତୀୟ, ଆଉ ଯାନୟ ଓ ଶାଫଟ୍‍ ବାଶନରେ ରହିଲେ;
13. ପୁଣି, ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ, ମଶୁଲ୍ଲମ୍‍, ଶେବଃ, ଯୋରୟ, ଯାକନ୍‍, ସୀୟ ଓ ଏବର, ସାତ ଜଣ।
14. ବୂଷ୍‍ର ପୁତ୍ର ଯହଦୋ, ଯହଦୋର ପୁତ୍ର ଯିହିଶୟ, ଯିହିଶୟର ପୁତ୍ର ମୀଖାୟେଲ, ମୀଖାୟେଲର ପୁତ୍ର ଗିଲୀୟଦ, ଗିଲୀୟଦର ପୁତ୍ର ଯାରୋହ, ଯାରୋହର ପୁତ୍ର ହୁରି; ହୁରିର ପୁତ୍ର ଅବୀହୟିଲ, ସେମାନେ ସେହି ଅବୀହୟିଲର ସନ୍ତାନ ଥିଲେ।
15. ଗୂନିର ପୌତ୍ର ଅବ୍‍ଦୀୟେଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା।
16. ସେମାନେ ଗିଲୀୟଦରେ, ବାଶନରେ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ଶାରୋଣର ସମସ୍ତ ତଳିଭୂମିରେ ବାସ କଲେ।
17. ଯିହୁଦାର ରାଜା ଯୋଥମ୍‍ଙ୍କର ସମୟରେ ଓ ଇସ୍ରାଏଲର ରାଜା ଯାରବୀୟାମ୍‍ଙ୍କ ସମୟରେ ଏସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା।
18. ରୁବେନ୍‍ର ସନ୍ତାନଗଣ, ପୁଣି, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଢାଲ, ଖଡ୍ଗ ଧରିବାକୁ, ଧନୁ ମାରିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ ଚୌରାଳିଶ ହଜାର ସାତ ଶହ ଷାଠିଏ ଜଣ ବିକ୍ରମୀ ପୁରୁଷ ଯୁଦ୍ଧଯାତ୍ରା କରିବାକୁ ସମର୍ଥ ଥିଲେ।
19. ସେମାନେ ହାଗରୀୟମାନଙ୍କ ସହିତ, ଯିଟୁର, ନାଫୀଶ୍‍ ଓ ନୋଦବ୍‍ ସହିତ ଯୁଦ୍ଧ କଲେ।
20. ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ।
21. ଆଉ ସେମାନେ ସେମାନଙ୍କ ପଶୁ, ଅର୍ଥାତ୍‍, ସେମାନଙ୍କ ଉଷ୍ଟ୍ର ମଧ୍ୟରୁ ପଚାଶ ହଜାର, ମେଷ ମଧ୍ୟରୁ ଅଢ଼ାଇ ଲକ୍ଷ, ଗର୍ଦ୍ଦଭ ମଧ୍ୟରୁ ଦୁଇ ହଜାର ଓ ମନୁଷ୍ୟ ମଧ୍ୟରୁ ଏକ ଲକ୍ଷ ନେଇ ଗଲେ।
22. କାରଣ ଯୁଦ୍ଧ ପରମେଶ୍ୱରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ। ପୁଣି, ସେମାନେ ବନ୍ଦୀତ୍ୱ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ। [PE]
23. {#1ମନଃଶିଙ୍କ ଅର୍ଦ୍ଧ ବଂଶ } [PS]ଆଉ ମନଃଶିର ଅର୍ଦ୍ଧ ବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନଠାରୁ ବାଲ୍‍-ହର୍ମୋନ୍‍, ସନୀର୍‍ ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ।
24. ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍‍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍‍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ।
25. ଏଥିଉତ୍ତାରେ ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ।[† ବ୍ୟଭିଚାର କଲେ। ଅର୍ଥାତ୍ ଅବିଶ୍ବସ୍ତ ହେଲେ ]
26. ତହିଁରେ ଇସ୍ରାଏଲର ପରମେଶ୍ୱର ଅଶୂରର ରାଜା ପୂଲ୍‍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍‍-ପିଲ୍‍ନେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍‍, ରୁବେନୀୟ, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶୀୟ ଲୋକଙ୍କୁ ହଲହ, ହାବୋର, ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି। [PE]

Notes

No Verse Added

Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 5 / 29
ପ୍ରଥମ ବଂଶାବଳୀ 5:65
1 {ରୁବେନ୍‍ଙ୍କ ବଂଶଧର } ଇସ୍ରାଏଲର ପ୍ରଥମଜାତ ରୁବେନ୍‍ର ସନ୍ତାନଗଣର କଥା, ରୁବେନ୍‍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା* ଅର୍ଥାତ୍ ସେ ତାଙ୍କ ପିତାର ଉପପତ୍ନି ସହ ଶାରୀରିକ ସମ୍ପର୍କ ରଖିଥିବା ସକାଶୁ ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ। 2 କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା; 3 ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ ଓ ପଲ୍ଲୂ, ହିଷ୍ରୋଣ ଓ କର୍ମି। 4 ଯୋୟେଲର ସନ୍ତାନଗଣ; ତାହାର ପୁତ୍ର ଶମୟୀୟ, ତାହାର ପୁତ୍ର ଗୋଗ୍‍, ତାହାର ପୁତ୍ର ଶିମୀୟି; 5 ତାହାର ପୁତ୍ର ମୀଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ୍‍; 6 ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍‍-ପିଲ୍‍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା। 7 ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ୍‍ ଓ ଜିଖରୀୟ 8 ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍‍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍‍-ମୀୟୋନ୍‍ ପର୍ଯ୍ୟନ୍ତ ବାସ କଲା। 9 ପୁଣି, ପୂର୍ବଦିଗରେ ସେ ଫରାତ୍‍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ। 10 ପୁଣି, ଶାଉଲଙ୍କର ସମୟରେ ସେମାନେ ହାଗରୀୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ବୁରେ ଗିଲୀୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ। 11 {ଗାଦ୍‍ଙ୍କ ବଂଶଧର } ପୁଣି, ଗାଦ୍‍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲଖା ପର୍ଯ୍ୟନ୍ତ ବାଶନ ଦେଶରେ ବାସ କଲେ। 12 ଯୋୟେଲ ପ୍ରଧାନ ଓ ଶାଫମ୍‍ ଦ୍ୱିତୀୟ, ଆଉ ଯାନୟ ଓ ଶାଫଟ୍‍ ବାଶନରେ ରହିଲେ; 13 ପୁଣି, ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ, ମଶୁଲ୍ଲମ୍‍, ଶେବଃ, ଯୋରୟ, ଯାକନ୍‍, ସୀୟ ଓ ଏବର, ସାତ ଜଣ। 14 ବୂଷ୍‍ର ପୁତ୍ର ଯହଦୋ, ଯହଦୋର ପୁତ୍ର ଯିହିଶୟ, ଯିହିଶୟର ପୁତ୍ର ମୀଖାୟେଲ, ମୀଖାୟେଲର ପୁତ୍ର ଗିଲୀୟଦ, ଗିଲୀୟଦର ପୁତ୍ର ଯାରୋହ, ଯାରୋହର ପୁତ୍ର ହୁରି; ହୁରିର ପୁତ୍ର ଅବୀହୟିଲ, ସେମାନେ ସେହି ଅବୀହୟିଲର ସନ୍ତାନ ଥିଲେ। 15 ଗୂନିର ପୌତ୍ର ଅବ୍‍ଦୀୟେଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା। 16 ସେମାନେ ଗିଲୀୟଦରେ, ବାଶନରେ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ଶାରୋଣର ସମସ୍ତ ତଳିଭୂମିରେ ବାସ କଲେ। 17 ଯିହୁଦାର ରାଜା ଯୋଥମ୍‍ଙ୍କର ସମୟରେ ଓ ଇସ୍ରାଏଲର ରାଜା ଯାରବୀୟାମ୍‍ଙ୍କ ସମୟରେ ଏସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା। 18 ରୁବେନ୍‍ର ସନ୍ତାନଗଣ, ପୁଣି, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଢାଲ, ଖଡ୍ଗ ଧରିବାକୁ, ଧନୁ ମାରିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ ଚୌରାଳିଶ ହଜାର ସାତ ଶହ ଷାଠିଏ ଜଣ ବିକ୍ରମୀ ପୁରୁଷ ଯୁଦ୍ଧଯାତ୍ରା କରିବାକୁ ସମର୍ଥ ଥିଲେ। 19 ସେମାନେ ହାଗରୀୟମାନଙ୍କ ସହିତ, ଯିଟୁର, ନାଫୀଶ୍‍ ଓ ନୋଦବ୍‍ ସହିତ ଯୁଦ୍ଧ କଲେ। 20 ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ। 21 ଆଉ ସେମାନେ ସେମାନଙ୍କ ପଶୁ, ଅର୍ଥାତ୍‍, ସେମାନଙ୍କ ଉଷ୍ଟ୍ର ମଧ୍ୟରୁ ପଚାଶ ହଜାର, ମେଷ ମଧ୍ୟରୁ ଅଢ଼ାଇ ଲକ୍ଷ, ଗର୍ଦ୍ଦଭ ମଧ୍ୟରୁ ଦୁଇ ହଜାର ଓ ମନୁଷ୍ୟ ମଧ୍ୟରୁ ଏକ ଲକ୍ଷ ନେଇ ଗଲେ। 22 କାରଣ ଯୁଦ୍ଧ ପରମେଶ୍ୱରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ। ପୁଣି, ସେମାନେ ବନ୍ଦୀତ୍ୱ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ। #1ମନଃଶିଙ୍କ ଅର୍ଦ୍ଧ ବଂଶ 23 ଆଉ ମନଃଶିର ଅର୍ଦ୍ଧ ବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନଠାରୁ ବାଲ୍‍-ହର୍ମୋନ୍‍, ସନୀର୍‍ ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ। 24 ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍‍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍‍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ। 25 ଏଥିଉତ୍ତାରେ ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ।[† ବ୍ୟଭିଚାର କଲେ। ଅର୍ଥାତ୍ ଅବିଶ୍ବସ୍ତ ହେଲେ ] 26 ତହିଁରେ ଇସ୍ରାଏଲର ପରମେଶ୍ୱର ଅଶୂରର ରାଜା ପୂଲ୍‍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍‍-ପିଲ୍‍ନେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍‍, ରୁବେନୀୟ, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶୀୟ ଲୋକଙ୍କୁ ହଲହ, ହାବୋର, ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।
Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 5 / 29
Common Bible Languages
West Indian Languages
×

Alert

×

oriya Letters Keypad References