ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ; ଯାକୁବର ପରମେଶ୍ଵରଙ୍କ ନାମ ତୁମ୍ଭକୁ ଉଚ୍ଚରେ ସ୍ଥାପନ କରୁ;
2. ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ, ସିୟୋନଠାରୁ ତୁମ୍ଭକୁ ବଳବାନ କରନ୍ତୁ;
3. ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ, ପୁଣି ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ; [ସେଲା
4. ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ ଓ ତୁମ୍ଭର ମନ୍ତ୍ରଣାସବୁ ସିଦ୍ଧ କରନ୍ତୁ ।
5. ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ଵନି କରିବୁ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମରେ ଆମ୍ଭେମାନେ ଧ୍ଵଜା ସ୍ଥାପନ କରିବୁ; ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ ।
6. ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତକୁ ଉଦ୍ଧାର କରନ୍ତି, ସେ ଆପଣା ଦକ୍ଷିଣ ହସ୍ତର ତ୍ରାଣଶକ୍ତିରେ ନିଜ ପବିତ୍ର ସ୍ଵର୍ଗରୁ ତାହାକୁ ଉତ୍ତର ଦେବେ ।
7. କେହି କେହି ରଥରେ ଓ କେହି କେହି ଅଶ୍ଵରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମ କୀର୍ତ୍ତନ କରିବା ।
8. ସେମାନେ ନତ ହୋଇ ପତିତ ହୋଇଅଛନ୍ତି; ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ ।
9. ହେ ସଦାପ୍ରଭୋ, ପରିତ୍ରାଣ କର; ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ ।

Notes

No Verse Added

Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 20 / 150
ଗୀତସଂହିତା 20:77
1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ । ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ; ଯାକୁବର ପରମେଶ୍ଵରଙ୍କ ନାମ ତୁମ୍ଭକୁ ଉଚ୍ଚରେ ସ୍ଥାପନ କରୁ; 2 ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ, ସିୟୋନଠାରୁ ତୁମ୍ଭକୁ ବଳବାନ କରନ୍ତୁ; 3 ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ, ପୁଣି ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ; [ସେଲା 4 ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ ଓ ତୁମ୍ଭର ମନ୍ତ୍ରଣାସବୁ ସିଦ୍ଧ କରନ୍ତୁ । 5 ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ଵନି କରିବୁ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମରେ ଆମ୍ଭେମାନେ ଧ୍ଵଜା ସ୍ଥାପନ କରିବୁ; ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ । 6 ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତକୁ ଉଦ୍ଧାର କରନ୍ତି, ସେ ଆପଣା ଦକ୍ଷିଣ ହସ୍ତର ତ୍ରାଣଶକ୍ତିରେ ନିଜ ପବିତ୍ର ସ୍ଵର୍ଗରୁ ତାହାକୁ ଉତ୍ତର ଦେବେ । 7 କେହି କେହି ରଥରେ ଓ କେହି କେହି ଅଶ୍ଵରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମ କୀର୍ତ୍ତନ କରିବା । 8 ସେମାନେ ନତ ହୋଇ ପତିତ ହୋଇଅଛନ୍ତି; ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ । 9 ହେ ସଦାପ୍ରଭୋ, ପରିତ୍ରାଣ କର; ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 20 / 150
Common Bible Languages
West Indian Languages
×

Alert

×

oriya Letters Keypad References