ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
1. ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି ।
2. ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ଵାମୀ, ମିତଭୋଗୀ, ସୁବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ,
3. ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ,
4. ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ ।
5. (କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ଵରଙ୍କ ମଣ୍ତଳୀର ତତ୍ତ୍ଵ ନେବ?)
6. ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ସଦୃଶ ଦଣ୍ତଗ୍ରସ୍ତ ହେବେ ।
7. ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ ।
8. ସେହି ପ୍ରକାରେ ସେବକମାନଙ୍କର, ଶୁଦ୍ଧ ବିବେକରେ ବିଶ୍ଵାସର ନିଗୂଢ଼ ତତ୍ତ୍ଵ ଅବଲମ୍ଵନ କରି ଗମ୍ଭୀର, ଛଳନାବାକ୍ୟରହିତ,
9. ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ;
10. ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି ନିର୍ଦ୍ଦୋଷ ଦେଖାଗଲେ, ସେବକ ପଦରେ ନିଯୁକ୍ତ ହେଉନ୍ତୁ ।
11. ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ ।
12. ସେବକମାନେ ଏକ ଏକ ସ୍ତ୍ରୀର ସ୍ଵାମୀ ହେଉନ୍ତୁ, ପୁଣି ଆପଣା ଆପଣା ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ ।
13. କାରଣ ଯେଉଁମାନେ ଉତ୍ତମ ରୂପେ ସେବକ-କର୍ମ କରିଅଛନ୍ତି, ସେମାନେ ଆପଣା ଆପଣା ନିମନ୍ତେ ସୁଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସମୂଳକ ବିପୁଳ ସାହସ ଲାଭ କରିବେ ।
14. ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି;
15. ମାତ୍ର ଯେବେ ମୋହର ବିଳମ୍ଵ ହୁଏ, ତେବେ ଈଶ୍ଵରଙ୍କ ଗୃହରେ, ଅର୍ଥାତ୍, ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ଵରୂପ ଜୀବିତ ଈଶ୍ଵରଙ୍କ ମଣ୍ତଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜ୍ଞାତ ହୁଅ, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି ।
16. ଈଶ୍ଵରପରାୟଣତାର ନିଗୂଢ଼ ତତ୍ତ୍ଵ ଯେ ମହତ୍, ଏହା ସମସ୍ତେ ସ୍ଵୀକାର କରନ୍ତି । ତାହା ଏହି, ସେ ଦେହବ; ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ଵାରା ଦେଖାଗଲେ,, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେଜ, ଗୌରବରେ ଗୃହୀତ ହେଲେ ।।
Total 6 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 3 / 6
1 2 3 4 5 6
1 ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି । 2 ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ଵାମୀ, ମିତଭୋଗୀ, ସୁବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ, 3 ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, 4 ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ । 5 (କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ଵରଙ୍କ ମଣ୍ତଳୀର ତତ୍ତ୍ଵ ନେବ?) 6 ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ସଦୃଶ ଦଣ୍ତଗ୍ରସ୍ତ ହେବେ । 7 ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ । 8 ସେହି ପ୍ରକାରେ ସେବକମାନଙ୍କର, ଶୁଦ୍ଧ ବିବେକରେ ବିଶ୍ଵାସର ନିଗୂଢ଼ ତତ୍ତ୍ଵ ଅବଲମ୍ଵନ କରି ଗମ୍ଭୀର, ଛଳନାବାକ୍ୟରହିତ, 9 ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ; 10 ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି ନିର୍ଦ୍ଦୋଷ ଦେଖାଗଲେ, ସେବକ ପଦରେ ନିଯୁକ୍ତ ହେଉନ୍ତୁ । 11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ । 12 ସେବକମାନେ ଏକ ଏକ ସ୍ତ୍ରୀର ସ୍ଵାମୀ ହେଉନ୍ତୁ, ପୁଣି ଆପଣା ଆପଣା ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ । 13 କାରଣ ଯେଉଁମାନେ ଉତ୍ତମ ରୂପେ ସେବକ-କର୍ମ କରିଅଛନ୍ତି, ସେମାନେ ଆପଣା ଆପଣା ନିମନ୍ତେ ସୁଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସମୂଳକ ବିପୁଳ ସାହସ ଲାଭ କରିବେ । 14 ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି; 15 ମାତ୍ର ଯେବେ ମୋହର ବିଳମ୍ଵ ହୁଏ, ତେବେ ଈଶ୍ଵରଙ୍କ ଗୃହରେ, ଅର୍ଥାତ୍, ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ଵରୂପ ଜୀବିତ ଈଶ୍ଵରଙ୍କ ମଣ୍ତଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜ୍ଞାତ ହୁଅ, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି । 16 ଈଶ୍ଵରପରାୟଣତାର ନିଗୂଢ଼ ତତ୍ତ୍ଵ ଯେ ମହତ୍, ଏହା ସମସ୍ତେ ସ୍ଵୀକାର କରନ୍ତି । ତାହା ଏହି, ସେ ଦେହବ; ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ଵାରା ଦେଖାଗଲେ,, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେଜ, ଗୌରବରେ ଗୃହୀତ ହେଲେ ।।
Total 6 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 3 / 6
1 2 3 4 5 6
×

Alert

×

Oriya Letters Keypad References