ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ଦାଉଦଙ୍କର ଗୀତ । ସଦାପ୍ରଭୁ ମୋʼ ପ୍ରଭୁଙ୍କୁ କହନ୍ତି, ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ ।
2. ସଦାପ୍ରଭୁ ସିୟୋନଠାରୁ ତୁମ୍ଭ ପରାକ୍ରମ-ଦଣ୍ତ ପ୍ରେରଣ କରିବେ; ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ଵ କର ।
3. ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ଲୋକମାନେ ସ୍ଵେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି; ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର ଯୁବକଗଣ ଶିଶିର ତୁଲ୍ୟ ଉତ୍ପନ୍ନ ।
4. ସଦାପ୍ରଭୁ ଶପଥ କରିଅଛନ୍ତି ଓ ଅନ୍ୟଥା କରିବେ ନାହିଁ, ମଲ୍‍କୀଷେଦକଙ୍କ ରୀତି ଅନୁସାରେ ତୁମ୍ଭେ ଅନନ୍ତ-କାଳୀନ ଯାଜକ ଅଟ ।
5. ତୁମ୍ଭ ଦକ୍ଷିଣରେ ସ୍ଥିତ ପ୍ରଭୁ ଆପଣା କୋପର ଦିନରେ ରାଜଗଣକୁ ଚୂର୍ଣ୍ଣ କରିବେ ।
6. ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ, ସେ ଶବରେ ସ୍ଥାନସବୁ ପୂର୍ଣ୍ଣ କରିବେ; ସେ ଅନେକ ଦେଶରେ ମସ୍ତକ ଚୂର୍ଣ୍ଣ କରିବେ ।
7. ସେ ପଥ ମଧ୍ୟରେ ସ୍ରୋତଜଳ ପାନ କରିବେ; ଏହେତୁ ସେ ଆପଣା ମସ୍ତକ ଉଠାଇବେ ।

Notes

No Verse Added

Total 150 Chapters, Current Chapter 110 of Total Chapters 150
ଗୀତସଂହିତା 110
1. ଦାଉଦଙ୍କର ଗୀତ ସଦାପ୍ରଭୁ ମୋʼ ପ୍ରଭୁଙ୍କୁ କହନ୍ତି, ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ
2. ସଦାପ୍ରଭୁ ସିୟୋନଠାରୁ ତୁମ୍ଭ ପରାକ୍ରମ-ଦଣ୍ତ ପ୍ରେରଣ କରିବେ; ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ଵ କର
3. ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ଲୋକମାନେ ସ୍ଵେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି; ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର ଯୁବକଗଣ ଶିଶିର ତୁଲ୍ୟ ଉତ୍ପନ୍ନ
4. ସଦାପ୍ରଭୁ ଶପଥ କରିଅଛନ୍ତି ଅନ୍ୟଥା କରିବେ ନାହିଁ, ମଲ୍‍କୀଷେଦକଙ୍କ ରୀତି ଅନୁସାରେ ତୁମ୍ଭେ ଅନନ୍ତ-କାଳୀନ ଯାଜକ ଅଟ
5. ତୁମ୍ଭ ଦକ୍ଷିଣରେ ସ୍ଥିତ ପ୍ରଭୁ ଆପଣା କୋପର ଦିନରେ ରାଜଗଣକୁ ଚୂର୍ଣ୍ଣ କରିବେ
6. ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ, ସେ ଶବରେ ସ୍ଥାନସବୁ ପୂର୍ଣ୍ଣ କରିବେ; ସେ ଅନେକ ଦେଶରେ ମସ୍ତକ ଚୂର୍ଣ୍ଣ କରିବେ
7. ସେ ପଥ ମଧ୍ୟରେ ସ୍ରୋତଜଳ ପାନ କରିବେ; ଏହେତୁ ସେ ଆପଣା ମସ୍ତକ ଉଠାଇବେ
Total 150 Chapters, Current Chapter 110 of Total Chapters 150
×

Alert

×

oriya Letters Keypad References