ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହୋଶୂୟ
1. ଅନନ୍ତର ହାତ୍ସୋରର ରାଜା ଯାବୀନ୍ ସେହି ବିଷୟ ଶୁଣନ୍ତେ, ସେ ମାଦୋନର ରାଜା ଯୋବବ୍ ଓ ଶିମ୍ରୋଣର ରାଜା ଓ ଅକ୍ଷଫର ରାଜା ନିକଟକୁ,
2. ପୁଣି ଉତ୍ତର ଦେଶୀୟ ପର୍ବତରେ ଓ କିନ୍ନେରତର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜଗଣ ନିକଟକୁ,
3. ଅର୍ଥାତ୍, ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟ-ମାନଙ୍କ ଓ ହିତ୍ତୀୟମାନଙ୍କ ଓ ପିରିଷୀୟ-ମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ଲୋକ ପଠାଇଲେ ।
4. ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ଵ ଓ ରଥ ସଙ୍ଗେ ନେଇ ବାହାର ହେଲେ ।
5. ପୁଣି ଏ ସମସ୍ତ ରାଜା ଏକତ୍ର ମିଳିଲେ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ଆସି ମେରୋମ୍ ନାମକ ଜଳାଶୟ ନିକଟରେ ଏକତ୍ର ଛାଉଣି ସ୍ଥାପନ କଲେ ।
6. ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ସେମାନଙ୍କ ସମ୍ମୁଖରେ ଭୀତ ନ ହୁଅ; କାରଣ କାଲି ଏହି ସମୟରେ ଆମ୍ଭେ ସେସମସ୍ତଙ୍କୁ ଇସ୍ରାଏଲ ସମ୍ମୁଖରେ ହତ କରି ସମର୍ପଣ କରିବା; ତୁମ୍ଭେ ସେମାନଙ୍କ ଅଶ୍ଵଗଣର ପାଦଶିରା କାଟିବ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କରିବ ।
7. ପୁଣି ଯିହୋଶୂୟ ଓ ସମସ୍ତ ଯୋଦ୍ଧା ମେରୋମ୍ ଜଳାଶୟ ନିକଟରେ ଅକସ୍ମାତ୍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ ।
8. ତହିଁରେ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ୍ ଓ ମିଷ୍ରଫୋତ୍-ମୟିମ୍ ପର୍ଯ୍ୟନ୍ତ, ଆଉ ପୂର୍ବ ଦିଗରେ ମିସ୍ପିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ, ପୁଣି ସେମାନଙ୍କର କେହି ଅବଶିଷ୍ଟ ନ ରହିବାଯାଏ ସେମାନଙ୍କୁ ସଂହାର କଲେ ।
9. ଆଉ ଯିହୋଶୂୟ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ସେମାନଙ୍କ ଅଶ୍ଵଗଣର ପାଦଶିରା କାଟି ପକାଇଲେ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କଲେ ।
10. ସେହି ସମୟରେ ଯିହୋଶୂୟ ଫେରି ଆସି ହାତ୍ସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ଼୍‍ଗରେ ଆଘାତ କଲେ; ପୂର୍ବକାଳରେ ହାତ୍ସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା ।
11. ଆଉ ଲୋକମାନେ ତହିଁର ନିବାସୀ ସମସ୍ତ ପ୍ରାଣୀଙ୍କୁ ଖଡ଼୍‍ଗଧାରରେ ଆଘାତ କରି ବର୍ଜିତ ରୂପେ ବିନାଶ କଲେ; ନିଃଶ୍ଵାସପ୍ରଶ୍ଵାସଧାରୀ କେହି ଅବଶିଷ୍ଟ ରହିଲା ନାହିଁ ଓ ସେ ହାତ୍ସୋରକୁ ଅଗ୍ନିରେ ଦଗ୍ଧ କଲେ ।
12. ପୁଣି ଯିହୋଶୂୟ ସେହି ରାଜଗଣର ସମସ୍ତ ନଗର ଓ ସେସବୁର ରାଜାମାନଙ୍କୁ ହସ୍ତଗତ କଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଆଜ୍ଞାନୁସାରେ ଖଡ଼୍‍ଗଧାରରେ ସେମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ ।
13. ମାତ୍ର ଆପଣା ଆପଣା ଟିକର ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହାତ୍ସୋର ବିନୁ ଆଉ କୌଣସି ନଗର ଇସ୍ରାଏଲ ଦଗ୍ଧ କଲେ ନାହିଁ; ତାହା ଯିହୋଶୂୟ ଦଗ୍ଧ କଲେ ।
14. ଆଉ ଇସ୍ରାଏଲ-ସନ୍ତାନଗଣ ସେସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣକୁ ଆପଣାମାନଙ୍କ ନିମନ୍ତେ ଲୁଟ କରି ନେଲେ; ମାତ୍ର ନିଃଶେଷ ରୂପେ ବଧ କରିବା ଯାଏ ସେମାନେ ଖଡ଼୍‍ଗଧାରରେ ପ୍ରତ୍ୟେକ ମନୁଷ୍ୟକୁ ଆଘାତ କଲେ, ପୁଣି ସେମାନେ ନିଃଶ୍ଵାସପ୍ରଶ୍ଵାସଧାରୀ କାହାକୁ ଅବଶିଷ୍ଟ ରଖିଲେ ନାହିଁ ।
15. ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ ।
16. ଏହିରୂପେ ଯିହୋଶୂୟ ସେହିସବୁ ପ୍ରଦେଶ ଓ ସେଠାର ପର୍ବତମୟ ଦେଶ ଓ ସମସ୍ତ ଦକ୍ଷିଣାଞ୍ଚଳ ଓ ଗୋଶନର ସମସ୍ତ ପ୍ରଦେଶ ଓ ତଳଭୂମି ଓ ପଦାଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳଭୂମି;
17. ସେୟୀରଗାମୀ ହାଲକ୍ ପର୍ବତଠାରୁ ହର୍ମୋଣ ପର୍ବତର ନୀଚସ୍ଥ ଲିବାନୋନ୍ ସମସ୍ଥଳୀରେ ଥିବା ବାଲ୍ଗାଦ୍ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ; ପୁଣି ସେମାନଙ୍କର ସମସ୍ତ ରାଜାଙ୍କୁ ଧରି ଆଘାତପୂର୍ବକ ବଧ କଲେ ।
18. ଯିହୋଶୂୟ ସେହି ରାଜାମାନଙ୍କ ସଙ୍ଗେ ଅନେକ ଦିନ ଯୁଦ୍ଧ କଲେ ।
19. ଗିବିୟୋନ୍ ନିବାସୀ ହିବ୍ବୀୟ ଲୋକମାନଙ୍କ ଛଡ଼ା ଆଉ କୌଣସି ନଗରୀୟ ଲୋକମାନେ ଇସ୍ରାଏଲ-ସନ୍ତାନଗଣ ସଙ୍ଗରେ ସନ୍ଧି କଲେ ନାହିଁ; ସେମାନେ ଯୁଦ୍ଧ କରି ଅନ୍ୟ ସମସ୍ତ ହସ୍ତଗତ କଲେ ।
20. କାରଣ ସେମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଆସି ଯେପରି ବର୍ଜିତ ରୂପେ ବିନଷ୍ଟ ହୋଇ ଦୟା ନ ପାଇବେ, ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଉଚ୍ଛିନ୍ନ ହେବେ, ଏନିମନ୍ତେ ସେମାନଙ୍କ ହୃଦୟ କଠିନ କରିବାକୁ ସଦାପ୍ରଭୁଙ୍କର ମାନସ ଥିଲା ।
21. ଆଉ ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ଉଚ୍ଛିନ୍ନ କଲେ; ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ ।
22. ଇସ୍ରାଏଲ-ସନ୍ତାନଗଣର ଦେଶରେ ଅନାକୀୟ-ମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ, କେବଳ ଘସାରେ, ଗାଥ୍ ଓ ଅସ୍ଦୋଦରେ କେହି କେହି ରହିଲେ ।
23. ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯିହୋଶୂୟ ସେସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ । ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା ।

Notes

No Verse Added

Total 24 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 11 / 24
ଯିହୋଶୂୟ 11:14
1 ଅନନ୍ତର ହାତ୍ସୋରର ରାଜା ଯାବୀନ୍ ସେହି ବିଷୟ ଶୁଣନ୍ତେ, ସେ ମାଦୋନର ରାଜା ଯୋବବ୍ ଓ ଶିମ୍ରୋଣର ରାଜା ଓ ଅକ୍ଷଫର ରାଜା ନିକଟକୁ, 2 ପୁଣି ଉତ୍ତର ଦେଶୀୟ ପର୍ବତରେ ଓ କିନ୍ନେରତର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜଗଣ ନିକଟକୁ, 3 ଅର୍ଥାତ୍, ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟ-ମାନଙ୍କ ଓ ହିତ୍ତୀୟମାନଙ୍କ ଓ ପିରିଷୀୟ-ମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ଲୋକ ପଠାଇଲେ । 4 ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ଵ ଓ ରଥ ସଙ୍ଗେ ନେଇ ବାହାର ହେଲେ । 5 ପୁଣି ଏ ସମସ୍ତ ରାଜା ଏକତ୍ର ମିଳିଲେ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ଆସି ମେରୋମ୍ ନାମକ ଜଳାଶୟ ନିକଟରେ ଏକତ୍ର ଛାଉଣି ସ୍ଥାପନ କଲେ । 6 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ସେମାନଙ୍କ ସମ୍ମୁଖରେ ଭୀତ ନ ହୁଅ; କାରଣ କାଲି ଏହି ସମୟରେ ଆମ୍ଭେ ସେସମସ୍ତଙ୍କୁ ଇସ୍ରାଏଲ ସମ୍ମୁଖରେ ହତ କରି ସମର୍ପଣ କରିବା; ତୁମ୍ଭେ ସେମାନଙ୍କ ଅଶ୍ଵଗଣର ପାଦଶିରା କାଟିବ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କରିବ । 7 ପୁଣି ଯିହୋଶୂୟ ଓ ସମସ୍ତ ଯୋଦ୍ଧା ମେରୋମ୍ ଜଳାଶୟ ନିକଟରେ ଅକସ୍ମାତ୍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ । 8 ତହିଁରେ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ୍ ଓ ମିଷ୍ରଫୋତ୍-ମୟିମ୍ ପର୍ଯ୍ୟନ୍ତ, ଆଉ ପୂର୍ବ ଦିଗରେ ମିସ୍ପିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ, ପୁଣି ସେମାନଙ୍କର କେହି ଅବଶିଷ୍ଟ ନ ରହିବାଯାଏ ସେମାନଙ୍କୁ ସଂହାର କଲେ । 9 ଆଉ ଯିହୋଶୂୟ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ସେମାନଙ୍କ ଅଶ୍ଵଗଣର ପାଦଶିରା କାଟି ପକାଇଲେ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କଲେ । 10 ସେହି ସମୟରେ ଯିହୋଶୂୟ ଫେରି ଆସି ହାତ୍ସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ଼୍‍ଗରେ ଆଘାତ କଲେ; ପୂର୍ବକାଳରେ ହାତ୍ସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା । 11 ଆଉ ଲୋକମାନେ ତହିଁର ନିବାସୀ ସମସ୍ତ ପ୍ରାଣୀଙ୍କୁ ଖଡ଼୍‍ଗଧାରରେ ଆଘାତ କରି ବର୍ଜିତ ରୂପେ ବିନାଶ କଲେ; ନିଃଶ୍ଵାସପ୍ରଶ୍ଵାସଧାରୀ କେହି ଅବଶିଷ୍ଟ ରହିଲା ନାହିଁ ଓ ସେ ହାତ୍ସୋରକୁ ଅଗ୍ନିରେ ଦଗ୍ଧ କଲେ । 12 ପୁଣି ଯିହୋଶୂୟ ସେହି ରାଜଗଣର ସମସ୍ତ ନଗର ଓ ସେସବୁର ରାଜାମାନଙ୍କୁ ହସ୍ତଗତ କଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଆଜ୍ଞାନୁସାରେ ଖଡ଼୍‍ଗଧାରରେ ସେମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ । 13 ମାତ୍ର ଆପଣା ଆପଣା ଟିକର ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହାତ୍ସୋର ବିନୁ ଆଉ କୌଣସି ନଗର ଇସ୍ରାଏଲ ଦଗ୍ଧ କଲେ ନାହିଁ; ତାହା ଯିହୋଶୂୟ ଦଗ୍ଧ କଲେ । 14 ଆଉ ଇସ୍ରାଏଲ-ସନ୍ତାନଗଣ ସେସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣକୁ ଆପଣାମାନଙ୍କ ନିମନ୍ତେ ଲୁଟ କରି ନେଲେ; ମାତ୍ର ନିଃଶେଷ ରୂପେ ବଧ କରିବା ଯାଏ ସେମାନେ ଖଡ଼୍‍ଗଧାରରେ ପ୍ରତ୍ୟେକ ମନୁଷ୍ୟକୁ ଆଘାତ କଲେ, ପୁଣି ସେମାନେ ନିଃଶ୍ଵାସପ୍ରଶ୍ଵାସଧାରୀ କାହାକୁ ଅବଶିଷ୍ଟ ରଖିଲେ ନାହିଁ । 15 ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ । 16 ଏହିରୂପେ ଯିହୋଶୂୟ ସେହିସବୁ ପ୍ରଦେଶ ଓ ସେଠାର ପର୍ବତମୟ ଦେଶ ଓ ସମସ୍ତ ଦକ୍ଷିଣାଞ୍ଚଳ ଓ ଗୋଶନର ସମସ୍ତ ପ୍ରଦେଶ ଓ ତଳଭୂମି ଓ ପଦାଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳଭୂମି; 17 ସେୟୀରଗାମୀ ହାଲକ୍ ପର୍ବତଠାରୁ ହର୍ମୋଣ ପର୍ବତର ନୀଚସ୍ଥ ଲିବାନୋନ୍ ସମସ୍ଥଳୀରେ ଥିବା ବାଲ୍ଗାଦ୍ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ; ପୁଣି ସେମାନଙ୍କର ସମସ୍ତ ରାଜାଙ୍କୁ ଧରି ଆଘାତପୂର୍ବକ ବଧ କଲେ । 18 ଯିହୋଶୂୟ ସେହି ରାଜାମାନଙ୍କ ସଙ୍ଗେ ଅନେକ ଦିନ ଯୁଦ୍ଧ କଲେ । 19 ଗିବିୟୋନ୍ ନିବାସୀ ହିବ୍ବୀୟ ଲୋକମାନଙ୍କ ଛଡ଼ା ଆଉ କୌଣସି ନଗରୀୟ ଲୋକମାନେ ଇସ୍ରାଏଲ-ସନ୍ତାନଗଣ ସଙ୍ଗରେ ସନ୍ଧି କଲେ ନାହିଁ; ସେମାନେ ଯୁଦ୍ଧ କରି ଅନ୍ୟ ସମସ୍ତ ହସ୍ତଗତ କଲେ । 20 କାରଣ ସେମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଆସି ଯେପରି ବର୍ଜିତ ରୂପେ ବିନଷ୍ଟ ହୋଇ ଦୟା ନ ପାଇବେ, ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଉଚ୍ଛିନ୍ନ ହେବେ, ଏନିମନ୍ତେ ସେମାନଙ୍କ ହୃଦୟ କଠିନ କରିବାକୁ ସଦାପ୍ରଭୁଙ୍କର ମାନସ ଥିଲା । 21 ଆଉ ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ଉଚ୍ଛିନ୍ନ କଲେ; ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ । 22 ଇସ୍ରାଏଲ-ସନ୍ତାନଗଣର ଦେଶରେ ଅନାକୀୟ-ମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ, କେବଳ ଘସାରେ, ଗାଥ୍ ଓ ଅସ୍ଦୋଦରେ କେହି କେହି ରହିଲେ । 23 ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯିହୋଶୂୟ ସେସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ । ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା ।
Total 24 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 11 / 24
Common Bible Languages
West Indian Languages
×

Alert

×

oriya Letters Keypad References