ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ
1. ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
2. ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଆଉ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ହାହାକାର କରି କୁହ, ହାୟ ହାୟ, ସେଦିନ!
3. କାରଣ ସେଦିନ ନିକଟବର୍ତ୍ତୀ, ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସେଦିନ ମେଘାଚ୍ଛନ୍ନ ଦିନ; ତାହା ଅନ୍ୟ ଦେଶୀୟମାନଙ୍କର କାଳ ହେବ ।
4. ପୁଣି, ମିସର ବିରୁଦ୍ଧରେ ଖଡ଼୍‍ଗ ଆସିବ ଓ ମିସର ଦେଶରେ ହତ ଲୋକମାନେ ପତିତ ହେଲେ କୂଶ ମଧ୍ୟରେ ଯାତନା ହେବ; ଆଉ, ସେମାନେ ତାହାର ଲୋକାରଣ୍ୟକୁ ଘେନିଯିବେ ଓ ତାହାର ଭିତ୍ତିମୂଳସକଳ ଭଗ୍ନ ହେବ ।
5. କୂଶ୍ ଓ ପୂଟ୍ ଓ ଲୁଦ୍, ଆଉ ମିଶ୍ରିତ ଲୋକ ସମସ୍ତେ, ପୁଣି କୂବ୍ ଓ ମିତ୍ରଦେଶୀୟ ଲୋକ ସମସ୍ତେ ସେମାନଙ୍କ ସଙ୍ଗେ ଖଡ଼୍‍ଗରେ ପତିତ ହେବେ ।
6. ସଦାପ୍ରଭୁ ଏହି କଥା କହନ୍ତି, ମିସରର ସହାୟକାରୀ-ମାନେ ପତିତ ହେବେ ଓ ତାହାର ପରାକ୍ରମର ଗର୍ବ ଖର୍ବ ହେବ; ସିବେନୀ ଦୁର୍ଗଠାରୁ ଲୋକ ସମସ୍ତେ ତହିଁ ମଧ୍ୟରେ ଖଡ଼୍‍ଗ ଦ୍ଵାରା ପତିତ ହେବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
7. ପୁଣି, ସେମାନେ ଧ୍ଵଂସିତ ନଗରସମୂହ ମଧ୍ୟରେ ଧ୍ଵଂସିତ ହେବେ ଓ ତାହାର ନଗରସକଳ ଉତ୍ସନ୍ନ ନଗରସମୂହର ମଧ୍ୟରେ ଥିବ ।
8. ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇଲା ଉତ୍ତାରେ ଓ ତାହାର ସହାୟକାରୀ ସମସ୍ତେ ବିନଷ୍ଟ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।
9. ସେଦିନ ନିଶ୍ଚି; କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଦୂତମାନେ ଆମ୍ଭ ସମ୍ମୁଖରୁ ଜାହାଜରେ ଯିବେ; ପୁଣି, ମିସରର ଦିନରେ ଯେପରି ହୋଇଥିଲା, ସେପରି ସେମାନଙ୍କର ଯାତନା ହେବ; କାରଣ ଦେଖ, ତାହା ଆସୁଅଛି ।
10. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ମଧ୍ୟ ବାବିଲରେ ରାଜା ନବୁଖଦ୍ନିତ୍ସର ହସ୍ତ ଦ୍ଵାରା ମିସରର ଲୋକାରଣ୍ୟ ଶେଷ କରିବା ।
11. ସେ ଓ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ତାହାର ଲୋକମାନେ ତାହା ସଙ୍ଗେ ଦେଶ ବିନାଶାର୍ଥେ ଅଣାଯିବେ; ଆଉ, ସେମାନେ ମିସରର ବିରୁଦ୍ଧରେ ଆପଣା ଆପଣା ଖଡ଼୍‍ଗ ନିଷ୍କୋଷ କରି ହତ ଲୋକରେ ଦେଶ ପୂର୍ଣ୍ଣ କରିବେ ।
12. ପୁଣି, ଆମ୍ଭେ ସ୍ରୋତସମୂହ ଶୁଷ୍କ କରିବା ଓ ମନ୍ଦ ଲୋକମାନଙ୍କ ହସ୍ତରେ ଦେଶ ବିକ୍ରୟ କରିବା; ଆଉ, ଆମ୍ଭେ ବିଦେଶୀମାନଙ୍କ ହସ୍ତ ଦ୍ଵାରା ଦେଶ ଓ ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ଵଂସ କରିବା; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ।
13. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦେବତାଗଣକୁ ହିଁ ବିନାଶ କରିବା ଓ ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା, ପୁଣି ମିସର ଦେଶରୁ ଆଉ ଅଧିପତି ଉତ୍ପନ୍ନ ନୋହିବ ଓ ଆମ୍ଭେ ମିସର ଦେଶରେ ଭୟ ଜନ୍ମାଇବା ।
14. ପୁଣି, ଆମ୍ଭେ ପଥ୍ରୋଷକୁ ଧ୍ଵଂସ କରିବା ଓ ସୋୟନରେ ଅଗ୍ନି ଲଗାଇବା, ଆଉ ନୋ-ନଗରରେ ଦଣ୍ତାଜ୍ଞା ସଫଳ କରିବା ।
15. ପୁଣି, ଆମ୍ଭେ ମିସରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ଢାଳି ଦେବା ଓ ଆମ୍ଭେ ନୋ-ନଗରର ଲୋକାରଣ୍ୟକୁ ଉଚ୍ଛିନ୍ନ କରିବା ।
16. ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇବା; ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ; ଆଉ, ଦିବସ ସମୟରେ ନୋଫର ବିପକ୍ଷମାନେ ଉତ୍ପାତ କରିବେ ।
17. ଆବେନ ଓ ପୀବେଶତର ଯୁବାମାନେ ଖଡ଼୍‍ଗରେ ପତିତ ହେବେ ଓ ନଗରସବୁ ବନ୍ଦୀତ୍ଵ ସ୍ଥାନକୁ ଯିବେ ।
18. ଆମ୍ଭେ ଯେତେବେଳେ ତଫନହେଷରେ ମିସରର ଯୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ସେତେବେଳେ ସେଠାରେ ଦିବସ ଆପେ ଅପସରି ଯିବ; ଆଉ, ସେ ନିଜେ ମେଘାଚ୍ଛନ୍ନ ହେବ ଓ ତାହାର କନ୍ୟାଗଣ ବନ୍ଦୀତ୍ଵ ସ୍ଥାନକୁ ଯିବେ ।
19. ଏହିରୂପେ ଆମ୍ଭେ ମିସରରେ ଦଣ୍ତାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।
20. ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସ, ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
21. ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ମିସରର ରାଜା ଫାରୋର ବାହୁ ଭାଙ୍ଗିଅଛୁ; ଆଉ ଦେଖ, ଖଡ଼୍‍ଗ ଧରିବା ନିମନ୍ତେ ତାହା ଯେପରି ସବଳ ହେବ, ଏଥିପାଇଁ ସ୍ଵାସ୍ଥ୍ୟଜନକ ଔଷଧ ଦେଇ ପଟି ଲଗାଇ ତାହା ବନ୍ଧାଯାଇ ନାହିଁ ।
22. ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ମିସରର ରାଜା ଫାରୋର ପ୍ରତିକୂଳ ଅଟୁ, ଆଉ ତାହାର ବଳବାନ ଓ ଭଗ୍ନ, ଉଭୟ ବାହୁ ଭାଙ୍ଗି ପକାଇବା ଓ ଆମ୍ଭେ ତାହାର ହସ୍ତରୁ ଖଡ଼୍‍ଗ ଖସାଇ ପକାଇବା ।
23. ପୁଣି, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ମିସ୍ରୀୟ-ମାନଙ୍କୁ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା ।
24. ଆଉ, ଆମ୍ଭେ ବାବିଲ ରାଜାର ବାହୁଦ୍ଵୟ ସବଳ କରିବା ଓ ତାହା ହସ୍ତରେ ଆମ୍ଭର ଖଡ଼୍‍ଗ ଦେବା; ମାତ୍ର ଆମ୍ଭେ ଫାରୋର ବାହୁଦ୍ଵୟ ଭାଙ୍ଗି ପକାଇବା, ତହିଁରେ ସେ ପ୍ରାଣନାଶକ କ୍ଷତପ୍ରାପ୍ତ ଲୋକର କାତରୋକ୍ତି ତୁଲ୍ୟ କାତରୋକ୍ତି ତାହା ସାକ୍ଷାତରେ କରିବ ।
25. ପୁଣି, ଆମ୍ଭେ ବାବିଲ ରାଜାର ବାହୁଦ୍ଵୟ ଟେକି ଧରିବା ଓ ଫାରୋର ବାହୁଦ୍ଵୟ ତଳକୁ ଓହଳି ପଡ଼ିବ; ଆଉ, ଆମ୍ଭେ ଯେତେବେଳେ ବାବିଲ ରାଜାର ହସ୍ତରେ ଆମ୍ଭର ଖଡ଼୍‍ଗ ଦେବା ଓ ସେ ମିସର ଦେଶ ବିରୁଦ୍ଧରେ ତାହା ବିସ୍ତାର କରିବ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।
26. ପୁଣି, ଆମ୍ଭେ ମିସ୍ରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବାନ୍ତ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।

Notes

No Verse Added

Total 48 Chapters, Current Chapter 30 of Total Chapters 48
ଯିହିଜିକଲ 30
1. ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
2. ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଆଉ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ହାହାକାର କରି କୁହ, ହାୟ ହାୟ, ସେଦିନ!
3. କାରଣ ସେଦିନ ନିକଟବର୍ତ୍ତୀ, ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ, ସେଦିନ ମେଘାଚ୍ଛନ୍ନ ଦିନ; ତାହା ଅନ୍ୟ ଦେଶୀୟମାନଙ୍କର କାଳ ହେବ
4. ପୁଣି, ମିସର ବିରୁଦ୍ଧରେ ଖଡ଼୍‍ଗ ଆସିବ ମିସର ଦେଶରେ ହତ ଲୋକମାନେ ପତିତ ହେଲେ କୂଶ ମଧ୍ୟରେ ଯାତନା ହେବ; ଆଉ, ସେମାନେ ତାହାର ଲୋକାରଣ୍ୟକୁ ଘେନିଯିବେ ତାହାର ଭିତ୍ତିମୂଳସକଳ ଭଗ୍ନ ହେବ
5. କୂଶ୍ ପୂଟ୍ ଲୁଦ୍, ଆଉ ମିଶ୍ରିତ ଲୋକ ସମସ୍ତେ, ପୁଣି କୂବ୍ ମିତ୍ରଦେଶୀୟ ଲୋକ ସମସ୍ତେ ସେମାନଙ୍କ ସଙ୍ଗେ ଖଡ଼୍‍ଗରେ ପତିତ ହେବେ
6. ସଦାପ୍ରଭୁ ଏହି କଥା କହନ୍ତି, ମିସରର ସହାୟକାରୀ-ମାନେ ପତିତ ହେବେ ତାହାର ପରାକ୍ରମର ଗର୍ବ ଖର୍ବ ହେବ; ସିବେନୀ ଦୁର୍ଗଠାରୁ ଲୋକ ସମସ୍ତେ ତହିଁ ମଧ୍ୟରେ ଖଡ଼୍‍ଗ ଦ୍ଵାରା ପତିତ ହେବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି
7. ପୁଣି, ସେମାନେ ଧ୍ଵଂସିତ ନଗରସମୂହ ମଧ୍ୟରେ ଧ୍ଵଂସିତ ହେବେ ତାହାର ନଗରସକଳ ଉତ୍ସନ୍ନ ନଗରସମୂହର ମଧ୍ୟରେ ଥିବ
8. ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇଲା ଉତ୍ତାରେ ତାହାର ସହାୟକାରୀ ସମସ୍ତେ ବିନଷ୍ଟ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ
9. ସେଦିନ ନିଶ୍ଚି; କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଦୂତମାନେ ଆମ୍ଭ ସମ୍ମୁଖରୁ ଜାହାଜରେ ଯିବେ; ପୁଣି, ମିସରର ଦିନରେ ଯେପରି ହୋଇଥିଲା, ସେପରି ସେମାନଙ୍କର ଯାତନା ହେବ; କାରଣ ଦେଖ, ତାହା ଆସୁଅଛି
10. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ମଧ୍ୟ ବାବିଲରେ ରାଜା ନବୁଖଦ୍ନିତ୍ସର ହସ୍ତ ଦ୍ଵାରା ମିସରର ଲୋକାରଣ୍ୟ ଶେଷ କରିବା
11. ସେ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ତାହାର ଲୋକମାନେ ତାହା ସଙ୍ଗେ ଦେଶ ବିନାଶାର୍ଥେ ଅଣାଯିବେ; ଆଉ, ସେମାନେ ମିସରର ବିରୁଦ୍ଧରେ ଆପଣା ଆପଣା ଖଡ଼୍‍ଗ ନିଷ୍କୋଷ କରି ହତ ଲୋକରେ ଦେଶ ପୂର୍ଣ୍ଣ କରିବେ
12. ପୁଣି, ଆମ୍ଭେ ସ୍ରୋତସମୂହ ଶୁଷ୍କ କରିବା ମନ୍ଦ ଲୋକମାନଙ୍କ ହସ୍ତରେ ଦେଶ ବିକ୍ରୟ କରିବା; ଆଉ, ଆମ୍ଭେ ବିଦେଶୀମାନଙ୍କ ହସ୍ତ ଦ୍ଵାରା ଦେଶ ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ଵଂସ କରିବା; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ
13. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦେବତାଗଣକୁ ହିଁ ବିନାଶ କରିବା ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା, ପୁଣି ମିସର ଦେଶରୁ ଆଉ ଅଧିପତି ଉତ୍ପନ୍ନ ନୋହିବ ଆମ୍ଭେ ମିସର ଦେଶରେ ଭୟ ଜନ୍ମାଇବା
14. ପୁଣି, ଆମ୍ଭେ ପଥ୍ରୋଷକୁ ଧ୍ଵଂସ କରିବା ସୋୟନରେ ଅଗ୍ନି ଲଗାଇବା, ଆଉ ନୋ-ନଗରରେ ଦଣ୍ତାଜ୍ଞା ସଫଳ କରିବା
15. ପୁଣି, ଆମ୍ଭେ ମିସରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ଢାଳି ଦେବା ଆମ୍ଭେ ନୋ-ନଗରର ଲୋକାରଣ୍ୟକୁ ଉଚ୍ଛିନ୍ନ କରିବା
16. ଆଉ, ଆମ୍ଭେ ମିସରରେ ଅଗ୍ନି ଲଗାଇବା; ସୀନ ମହାଯାତନାଗ୍ରସ୍ତ ହେବ ନୋ-ନଗର ଭଗ୍ନ ହେବ; ଆଉ, ଦିବସ ସମୟରେ ନୋଫର ବିପକ୍ଷମାନେ ଉତ୍ପାତ କରିବେ
17. ଆବେନ ପୀବେଶତର ଯୁବାମାନେ ଖଡ଼୍‍ଗରେ ପତିତ ହେବେ ନଗରସବୁ ବନ୍ଦୀତ୍ଵ ସ୍ଥାନକୁ ଯିବେ
18. ଆମ୍ଭେ ଯେତେବେଳେ ତଫନହେଷରେ ମିସରର ଯୁଆଳିସବୁ ଭାଙ୍ଗିବା ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ସେତେବେଳେ ସେଠାରେ ଦିବସ ଆପେ ଅପସରି ଯିବ; ଆଉ, ସେ ନିଜେ ମେଘାଚ୍ଛନ୍ନ ହେବ ତାହାର କନ୍ୟାଗଣ ବନ୍ଦୀତ୍ଵ ସ୍ଥାନକୁ ଯିବେ
19. ଏହିରୂପେ ଆମ୍ଭେ ମିସରରେ ଦଣ୍ତାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ
20. ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସ, ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
21. ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ମିସରର ରାଜା ଫାରୋର ବାହୁ ଭାଙ୍ଗିଅଛୁ; ଆଉ ଦେଖ, ଖଡ଼୍‍ଗ ଧରିବା ନିମନ୍ତେ ତାହା ଯେପରି ସବଳ ହେବ, ଏଥିପାଇଁ ସ୍ଵାସ୍ଥ୍ୟଜନକ ଔଷଧ ଦେଇ ପଟି ଲଗାଇ ତାହା ବନ୍ଧାଯାଇ ନାହିଁ
22. ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ମିସରର ରାଜା ଫାରୋର ପ୍ରତିକୂଳ ଅଟୁ, ଆଉ ତାହାର ବଳବାନ ଭଗ୍ନ, ଉଭୟ ବାହୁ ଭାଙ୍ଗି ପକାଇବା ଆମ୍ଭେ ତାହାର ହସ୍ତରୁ ଖଡ଼୍‍ଗ ଖସାଇ ପକାଇବା
23. ପୁଣି, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ମିସ୍ରୀୟ-ମାନଙ୍କୁ ଛିନ୍ନଭିନ୍ନ କରିବା ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା
24. ଆଉ, ଆମ୍ଭେ ବାବିଲ ରାଜାର ବାହୁଦ୍ଵୟ ସବଳ କରିବା ତାହା ହସ୍ତରେ ଆମ୍ଭର ଖଡ଼୍‍ଗ ଦେବା; ମାତ୍ର ଆମ୍ଭେ ଫାରୋର ବାହୁଦ୍ଵୟ ଭାଙ୍ଗି ପକାଇବା, ତହିଁରେ ସେ ପ୍ରାଣନାଶକ କ୍ଷତପ୍ରାପ୍ତ ଲୋକର କାତରୋକ୍ତି ତୁଲ୍ୟ କାତରୋକ୍ତି ତାହା ସାକ୍ଷାତରେ କରିବ
25. ପୁଣି, ଆମ୍ଭେ ବାବିଲ ରାଜାର ବାହୁଦ୍ଵୟ ଟେକି ଧରିବା ଫାରୋର ବାହୁଦ୍ଵୟ ତଳକୁ ଓହଳି ପଡ଼ିବ; ଆଉ, ଆମ୍ଭେ ଯେତେବେଳେ ବାବିଲ ରାଜାର ହସ୍ତରେ ଆମ୍ଭର ଖଡ଼୍‍ଗ ଦେବା ସେ ମିସର ଦେଶ ବିରୁଦ୍ଧରେ ତାହା ବିସ୍ତାର କରିବ, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ
26. ପୁଣି, ଆମ୍ଭେ ମିସ୍ରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବାନ୍ତ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ
Total 48 Chapters, Current Chapter 30 of Total Chapters 48
×

Alert

×

oriya Letters Keypad References