ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଗୀତସଂହିତା
1. ଆସଫର ଗୀତ । ପରମେଶ୍ଵର ଇସ୍ରାଏଲ ପ୍ରତି, ନିର୍ମଳାନ୍ତଃ- କରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ଵରୂପ ଅଟନ୍ତି ।
2. ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା; ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା ।
3. କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ଵିତ ହେଲି ।
4. ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ; ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ ।
5. ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ; କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ ।
6. ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ଵରୂପ ହୁଏ; ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ ।
7. ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ; ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି ।
8. ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି; ସେମାନେ ଦମ୍ଭ କଥା କହନ୍ତି ।
9. ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି ଓ ସେମାନଙ୍କ ଜିହ୍ଵା ପୃଥିବୀରେ ଭ୍ରମଣ କରେ ।
10. ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି; ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ଵାରା ନିଗିଡ଼ାଯାଏ ।
11. ଆଉ, ସେମାନେ କହନ୍ତି, ପରମେଶ୍ଵର କିପରି ଜାଣିବେ? ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି?
12. ଦେଖ, ଏମାନେ ଦୁଷ୍ଟଲୋକ; ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି ।
13. ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି;
14. କାରଣ ମୁଁ ଦିନଯାକ ଆଘାତ ଓ ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି ।
15. ଏରୂପ କହିବି ବୋଲି ଯେବେ ମୁଁ କହିଥାʼନ୍ତି; ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ଵାସଘାତକତା କରିଥାʼନ୍ତି ।
16. ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ ମୋʼ ପ୍ରତି ତାହା ଅତି କଷ୍ଟକର ହେଲା;
17. ଶେଷରେ ମୁଁ ପରମେଶ୍ଵରଙ୍କ ଧର୍ମଧାମକୁ ଗଲି ଓ ସେମାନଙ୍କର ଶେଷଫଳ ବିବେଚନା କଲି ।
18. ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ; ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ ।
19. ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତିଣ! ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି ।
20. ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ଵପ୍ନ, ସେପରି, ହେ ପ୍ରଭୋ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକି ତୁଚ୍ଛଜ୍ଞାନ କରିବ ।
21. ମୋହର ହୃଦୟ ଦୁଃଖିତ ହୋଇଥିଲା ଓ ମୋହର ମର୍ମ ବିଦ୍ଧ ହୋଇଥିଲା ।
22. ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ, ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି ।
23. ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ ।
24. ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ ।
25. ସ୍ଵର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି? ଓ ଭୂମଣ୍ତଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ ।
26. ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; ମାତ୍ର ପରମେଶ୍ଵର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ଵରୂପ ଅଟନ୍ତି ।
27. କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ; ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ ।
28. ମାତ୍ର ପରମେଶ୍ଵରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ; ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ଵରୂପ କରିଅଛି ।

ରେକର୍ଡଗୁଡିକ

Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 73 / 150
1 ଆସଫର ଗୀତ । ପରମେଶ୍ଵର ଇସ୍ରାଏଲ ପ୍ରତି, ନିର୍ମଳାନ୍ତଃ- କରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ଵରୂପ ଅଟନ୍ତି ।
2 ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା; ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା । 3 କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ଵିତ ହେଲି । 4 ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ; ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ । 5 ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ; କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ । 6 ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ଵରୂପ ହୁଏ; ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ । 7 ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ; ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି । 8 ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି; ସେମାନେ ଦମ୍ଭ କଥା କହନ୍ତି । 9 ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି ଓ ସେମାନଙ୍କ ଜିହ୍ଵା ପୃଥିବୀରେ ଭ୍ରମଣ କରେ । 10 ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି; ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ଵାରା ନିଗିଡ଼ାଯାଏ । 11 ଆଉ, ସେମାନେ କହନ୍ତି, ପରମେଶ୍ଵର କିପରି ଜାଣିବେ? ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି? 12 ଦେଖ, ଏମାନେ ଦୁଷ୍ଟଲୋକ; ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି । 13 ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି; 14 କାରଣ ମୁଁ ଦିନଯାକ ଆଘାତ ଓ ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି । 15 ଏରୂପ କହିବି ବୋଲି ଯେବେ ମୁଁ କହିଥାʼନ୍ତି; ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ଵାସଘାତକତା କରିଥାʼନ୍ତି । 16 ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ ମୋʼ ପ୍ରତି ତାହା ଅତି କଷ୍ଟକର ହେଲା; 17 ଶେଷରେ ମୁଁ ପରମେଶ୍ଵରଙ୍କ ଧର୍ମଧାମକୁ ଗଲି ଓ ସେମାନଙ୍କର ଶେଷଫଳ ବିବେଚନା କଲି । 18 ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ; ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ । 19 ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତିଣ! ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି । 20 ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ଵପ୍ନ, ସେପରି, ହେ ପ୍ରଭୋ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକି ତୁଚ୍ଛଜ୍ଞାନ କରିବ । 21 ମୋହର ହୃଦୟ ଦୁଃଖିତ ହୋଇଥିଲା ଓ ମୋହର ମର୍ମ ବିଦ୍ଧ ହୋଇଥିଲା । 22 ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ, ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି । 23 ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ । 24 ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ । 25 ସ୍ଵର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି? ଓ ଭୂମଣ୍ତଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ । 26 ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; ମାତ୍ର ପରମେଶ୍ଵର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ଵରୂପ ଅଟନ୍ତି । 27 କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ; ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ । 28 ମାତ୍ର ପରମେଶ୍ଵରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ; ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ଵରୂପ କରିଅଛି ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 73 / 150
×

Alert

×

Oriya Letters Keypad References