2. ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ତ ପବନର ଶଦ୍ଦ ତୁଲ୍ୟ ଗୋଟିଏ ଶଦ୍ଦ ଅକସ୍ମାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ସର୍ବତ୍ର ବ୍ୟାପିଗଲା,
|
3. ଆଉ ଅଗ୍ନିସାଦୃଶ୍ୟ ଜିହ୍ଵାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା ।
|
4. ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ ।
|
5. ଏହି ସମୟରେ ଆକାଶର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ ଆଗତ ହୋଇ ଯିରୂଶାଲମରେ ବାସ କରୁଥିବା ଭକ୍ତ ଯିହୁଦୀମାନେ ସେ ପାଖରେ ଥିଲେ;
|
6. ଆଉ, ସେହି ଶଦ୍ଦ ହୁଅନ୍ତେ, ବହୁ ଜନତା ଏକତ୍ର ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ହତବୁଦ୍ଧି ହେଲେ ।
|
7. ପୁଣି, ସେମାନେ ଆଚମ୍ଵିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଅଛନ୍ତି, ସେମାନେ କଅଣ ଗାଲିଲୀୟ ନୁହନ୍ତି?
|
10. ଫ୍ରୁଗିଆ ଓ ପଂଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳନିବାସୀ ଏବଂ ରୋମରୁ ଆଗତ ଯିହୁଦୀ ଓ ଯିହୁଦୀଧର୍ମାବଲମ୍ଵୀ ପ୍ରବାସୀ,
|
11. ପୁଣି କ୍ରୀତୀୟ ଓ ଆରବୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭେମାନେ ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ଵରଙ୍କ ମହତ୍ ମହତ୍ କର୍ମର କଥା କହିବା ଶୁଣୁଅଛୁ ।
|
14. କିନ୍ତୁ ପିତର ଏକାଦଶଙ୍କ ସହିତ ଠିଆ ହୋଇ ଉଚ୍ଚସ୍ଵରରେ ସେମାନଙ୍କ ନିକଟରେ ବକ୍ତୃତା କରି କହିଲେ, ହେ ଯିହୁଦୀ ଲୋକେ ଓ ଯିରୂଶାଲମ ନିବାସୀସମସ୍ତେ, ଆପଣମାନେ ଏହା ଜ୍ଞାତ ହେଉନ୍ତୁ ଓ ମୋହର କଥାରେ କର୍ଣ୍ଣପାତ କରନ୍ତୁ ।
|
15. କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି, ଏମାନେ ସେପରି ମାତାଲ୍ ନୁହନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର ।
|
17. ଈଶ୍ଵର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କର ପୁତ୍ରକନ୍ୟାମାନେ ଭାବବାଣୀ କହିବେ ⇧, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ଵପ୍ନ ଦେଖିବେ ।
|
18. ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ ।
|
19. ଆମ୍ଭେ ଊର୍ଦ୍ଧ୍ଵସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା ।
|
22. ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ । ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ଵାରା ଆପଣମାନଙ୍କ ନିକଟରେ ଈଶ୍ଵରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ଵାରା ଈଶ୍ଵର ଯେ ଆପଣମାନଙ୍କ ମଧ୍ୟରେ ଏହିସମସ୍ତ କର୍ମ କରିଅଛନ୍ତି, ଏହା ଆପଣମାନେ ନିଜେ ନିଜେ ଜାଣନ୍ତି;
|
23. ସେହି ବ୍ୟକ୍ତି ଈଶ୍ଵରଙ୍କ ନିରୂପିତ ସଂକଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ଵାରା କ୍ରୁଶାରୋପଣ କରି ବଧ କରିଥିଲେ;
|
24. କିନ୍ତୁ ଈଶ୍ଵର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାଙ୍କୁ ଉଠାଇ ଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ଵାରା ଆବଦ୍ଧ ରହିବେ, ତାହା ଅସମ୍ଭବ ।
|
25. ଦାଉଦ ତ ତାହାଙ୍କ ବିଷୟରେ କହନ୍ତି, ‘ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ଵରେ ଅଛନ୍ତି ।
|
27. କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ଭକ୍ତକୁ କ୍ଷୟ ପାଇବାକୁ ଦେବ ନାହିଁ ।
|
29. ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହି ପାରେ, ଯେ, ସେ ମଲେ, ପୁଣି ସମାଧିପ୍ରାପ୍ତ ହେଲେ, ଆଉ ତାହାଙ୍କ ସମାଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି ।
|
30. ତଥାପି ସେ ଭାବବାଦୀ ହେବାରୁ ଏବଂ ତାଙ୍କ ଔରସଜାତ ଜଣେ ବ୍ୟକ୍ତିଙ୍କି ଈଶ୍ଵର ଯେ ତାଙ୍କ ସିଂହାସନରେ ବସାଇବାକୁ ତାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ,
|
31. ଏହା ଜାଣିବାରୁ ସେ ଭବିଷ୍ୟଦ୍ ଦର୍ଶନ ଦ୍ଵାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ ।
|
33. ଅତଏବ, ସେ ଈଶ୍ଵରଙ୍କ ଦକ୍ଷିଣ ହସ୍ତ ଦ୍ଵାରା ଉନ୍ନତ ଓ ପିତାଙ୍କଠାରୁ ପ୍ରତିଜ୍ଞାତ ପବିତ୍ର ଆତ୍ମା ପ୍ରାପ୍ତ ହୋଇ, ଏହି ଯାହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି, ତାହା ସେ ବୃଷ୍ଟି କରିଅଛନ୍ତି ।
|
35. ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ ।
|
36. ଅତଏବ, ସମସ୍ତ ଇସ୍ରାଏଲକୁଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ଵର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି ।
|
37. ଏହି କଥା ଶୁଣି ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ, ଆମ୍ଭେମାନେ କଅଣ କରିବା?
|
38. ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପକ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ ।
|
39. କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ଵର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ।
|
40. ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ଵାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷାପ୍ରାପ୍ତ ହେଉନ୍ତୁ ।
|
41. ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହିଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ତଳୀ ସହିତ ସଂଯୁକ୍ତ ହେଲେ ।
|
42. ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୋଟୀ ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟଚିତ୍ତ ହୋଇ ରହିଲେ ।
|
43. ଆଉ, ଲୋକସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ଵାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା ।
|
44. ମାତ୍ର ଯେଉଁମାନେ ବିଶ୍ଵାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ,
|
45. ପୁଣି ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ, ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ ।
|
46. ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୋଟୀ ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ଵରଙ୍କ ପ୍ରଶଂସା କରୁଥିଲେ ପ୍ରେରିତ. ୧:୧୪ ଲୂକ. ୨୪:୫୩
|
47. ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ । ପୁଣି, ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ତଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ ।
|