1. ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ତିରସ୍କାର କର ନାହିଁ, କିନ୍ତୁ ତାଙ୍କୁ ପିତୃତୁଲ୍ୟ ଜ୍ଞାନ କରି ବିନୟ କର; ଯୁବକମାନଙ୍କୁ ଭ୍ରାତୃତୁଲ୍ୟ,
|
4. କିନ୍ତୁ ଯେବେ କୌଣସି ବିଧବାର ପୁତ୍ରକନ୍ୟା ବା ପୌତ୍ରପୌତ୍ରୀ ଥାଆନ୍ତି, ତେବେ ସେମାନେ ପ୍ରଥମରେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ପ୍ରତ୍ୟୁପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ଵରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ ଅଟେ ।
|
5. ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ, ସେ ଈଶ୍ଵରଙ୍କ ଉପରେ ଭରସା ରଖି ଦିବାରାତ୍ର ନିବେଦନ ଓ ପ୍ରାର୍ଥନାରେ ପ୍ରବୃତ୍ତ ଥାଏ;
|
8. କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ତତ୍ତ୍ଵ ନ ନିଏ, ସେ ବିଶ୍ଵାସମତ ଅସ୍ଵୀକାର କରିଅଛି, ଆଉ ସେ ଅବିଶ୍ଵାସୀଠାରୁ ଅଧମ ଅଟେ, ।
|
10. ଆଉ, ଯେ ଏକ ସ୍ଵାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ସୁଖ୍ୟାତିପ୍ରାପ୍ତ, ଅର୍ଥାତ୍, ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦପ୍ରକ୍ଷାଳନ, ଦୁଃଖୀର ଦୁଃଖମୋଚନ କରିଥାଏ, ପୁଣି ସମସ୍ତ ସତ୍କର୍ମରେ ଉଦ୍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ ।
|
11. କିନ୍ତୁ ଯୁବତୀ ବିଧବାମାନଙ୍କୁ ଅଗ୍ରାହ୍ୟ କର, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;
|
13. ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଆଳସ୍ୟ-ପ୍ରିୟ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟପ୍ରିୟ ନୁହେଁ, ମାତ୍ର ଅସାର ଗଳ୍ପ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରନ୍ତି ।
|
14. ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦିଅନ୍ତୁ;
|
16. ଯଦି କୌଣସି ବିଶ୍ଵାସିନୀ ମହିଳାଙ୍କ ଗୃହରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ମୋଚନ କରନ୍ତୁ, ଆଉ ମଣ୍ତଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ତଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ମୋଚନ କରି ପାରେ ।
|
17. ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ତତ୍ତ୍ଵାବଧାନ କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହେଉନ୍ତୁ ।
|
18. କାରଣ ଶାସ୍ତ୍ର କହେ, “ବେଙ୍ଗଳା ବୁଲୁଥିବା ବଳଦର ମୁହଁରେ ତୁଣ୍ତି ଦିଅ ନାହିଁ” । ପୁଣି, କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ ।
|
21. ଈଶ୍ଵରଙ୍କ, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ଵାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର, ପୁଣି ପକ୍ଷପାତ ଭାବରେ କୌଣସି କାର୍ଯ୍ୟ କର ନାହିଁ ।
|
22. ଅକସ୍ମାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ଵା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ସାଧୁ କରି ରଖ ।
|
25. ସେହି ପ୍ରକାରେ ମଧ୍ୟ ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇ ପାରେ ନାହିଁ ।
|