1. ଲେବୀର ପୁତ୍ର ଗେର୍ଶୋମ୍, କହାତ୍ ଓ ମରାରି ।
2. କହାତର ପୁତ୍ର ଅମ୍ରାମ୍, ଯିଷ୍ହର୍ ଓ ହିବ୍ରୋଣ୍ ଓ ଉଷୀୟେଲ୍ ।
3. ଅମ୍ରାମ୍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ । ପୁଣି ହାରୋଣର ପୁତ୍ର ନାଦବ୍ ଓ ଅବୀହୂ, ଇଲୀୟାସର ଓ ଈଥାମର ।
4. ଇଲୀୟାସର ପୀନହସ୍କୁ ଜାତ କଲା, ପୀନହସ୍ ଅବିଶୂୟକୁ ଜାତ କଲା;
5. ପୁଣି ଅବିଶୂୟ ବୁକ୍କିକି ଜାତ କଲା ଓ ବୁକ୍କି ଉଷିକି ଜାତ କଲା;
6. ଆଉ ଉଷି ସରହୀୟକୁ ଜାତ କଲା ଓ ସରହୀୟ ମରାୟୋତ୍କୁ ଜାତ କଲା;
7. ମରାୟୋତ୍ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା ।
8. ଆଉ ଅହୀଟୂବ୍ ସାଦୋକକୁ ଜାତ କଲା, ସାଦୋକ୍ ଅହୀମାସ୍କୁ ଜାତ କଲା;
9. ଅହୀମାସ୍ ଅସରୀୟକୁ ଜାତ କଲା, ଅସରୀୟ ଯୋହାନନ୍କୁ ଜାତ କଲା;
10. ଆଉ ଯୋହାନନ୍ ଅସରୀୟକୁ ଜାତ କଲା, ଏହି ଅସରୀୟ ଯିରୂଶାଲମରେ ଶଲୋମନ ନିର୍ମିତ ମନ୍ଦିରରେ ଯାଜକକର୍ମ କଲା ।
11. ଅସରୀୟ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା;
12. ପୁଣି ଅହୀଟୂବ୍ ସାଦୋକକୁ ଜାତ କଲା ଓ ସାଦୋକ୍ ଶଲ୍ଲୁମ୍କୁ ଜାତ କଲା;
13. ଶଲ୍ଲୁମ୍ ହିଲ୍କୀୟକୁ ଜାତ କଲା ଓ ହିଲ୍କୀୟ ଅସରୀୟକୁ ଜାତ କଲା;
14. ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋସାଦକ୍କୁ ଜାତ କଲା ।
15. ପୁଣି ସଦାପ୍ରଭୁ ନବୂଖଦ୍ନିତ୍ସରର ହସ୍ତ ଦ୍ଵାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋସାଦକ୍ ବନ୍ଦୀ ହୋଇ ଗଲା ।
16. ଲେବୀର ପୁତ୍ର ଗେର୍ଶୋମ୍, କହାତ୍ ଓ ମରାରି ।
17. ଗେର୍ଶୋମର ପୁତ୍ରମାନଙ୍କ ନାମ ଲିବ୍ନି ଓ ଶିମୀୟି ।
18. କହାତ୍ର ପୁତ୍ର ଅମ୍ରାମ୍ ଓ ଯିଷ୍ହର୍ ଓ ହିବ୍ରୋଣ ଓ ଉଷୀୟେଲ ।
19. ମରାରିର ପୁତ୍ର ମହଲି ଓ ମୂଶି; ଆଉ ଆପଣା ଆପଣା ପିତୃବଂଶାନୁସାରେ ଏସମସ୍ତେ ଲେବୀୟ ଗୋଷ୍ଠୀ ।
20. ଗେର୍ଶୋମ୍ର (ସନ୍ତାନ); ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଯହତ୍, ତାହାର ପୁତ୍ର ସିମ୍ମ;
21. ତାହାର ପୁତ୍ର ଯୋୟାହ, ତାହାର ପୁତ୍ର ଇଦ୍ଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଯୀୟତ୍ରୟ ।
22. କହାତ୍ର ସନ୍ତାନ; ତାହାର ପୁତ୍ର ଅମ୍ମୀନାଦବ୍, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସୀର;
23. ତାହାର ପୁତ୍ର ଇଲ୍କାନା, ତାହାର ପୁତ୍ର ଅବୀୟାସପ୍, ତାହାର ପୁତ୍ର ଅସୀର;
24. ତାହାର ପୁତ୍ର ତହତ୍, ତାହାର ପୁତ୍ର ଊରୀୟେଲ, ତାହାର ପୁତ୍ର ଉଷୀୟ, ତାହାର ପୁତ୍ର ଶୌଲ୍ ।
25. ଇଲ୍କାନାର ସନ୍ତାନ ଅମାସୟ ଓ ଅହୀମୋତ୍ ।
26. ଇଲ୍କାନା; ଇଲ୍କାନାର ସନ୍ତାନ; ତାହାର ପୁତ୍ର ସୋଫୀ, ତାହାର ପୁତ୍ର ନହାତ୍;
27. ତାହାର ପୁତ୍ର ଇଲୀୟାବ୍, ତାହାର ପୁତ୍ର ଯିରୋହମ୍, ତାହାର ପୁତ୍ର ଇଲ୍କାନା ।
28. ଶାମୁୟେଲଙ୍କର ସନ୍ତାନ; ପ୍ରଥମଜାତ ଯୋୟେଲ ଓ ଦ୍ଵିତୀୟ ଅବୀୟ ।
29. ମରାରିର ସନ୍ତାନ ମହଲି, ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଶିମୀୟି, ତାହାର ପୁତ୍ର ଉଷଃ;
30. ତାହାର ପୁତ୍ର ଶିମୀୟ, ତାହାର ପୁତ୍ର ହଗୀୟ, ତାହାର ପୁତ୍ର ଅସାୟ ।
31. (ନିୟମ) ସିନ୍ଦୁକ ବିଶ୍ରାମ-ସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ-ସେବାରେ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ।
32. ପୁଣି ଶଲୋମନ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ-ତମ୍ଵୁରୂପ ଆବାସ ସମ୍ମୁଖରେ ଗାନ ଦ୍ଵାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ଵ ସ୍ଵ ପଦରେ ସେବା କଲେ ।
33. ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା, କହାତୀୟ ସନ୍ତାନଗଣ ମଧ୍ୟରେ ହେମନ୍ ଗାୟକ, ସେ ଯୋୟେଲର ପୁତ୍ର, ସେ ଶାମୁୟେଲଙ୍କର ପୁତ୍ର;
34. ସେ ଇଲ୍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲର ପୁତ୍ର, ସେ ତୋହର ପୁତ୍ର;
35. ସେ ସୂଫର ପୁତ୍ର, ସେ ଇଲ୍କାନାର ପୁତ୍ର, ସେ ମାହତର ପୁତ୍ର, ସେ ଅମାସୟର ପୁତ୍ର;
36. ସେ ଇଲ୍କାନାର ପୁତ୍ର, ସେ ଯୋୟେଲର ପୁତ୍ର, ସେ ଅସରୀୟର ପୁତ୍ର, ସେ ସଫନୀୟର ପୁତ୍ର;
37. ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର;
38. ସେ ଯିଷ୍ହରିର ପୁତ୍ର, ସେ କହାତ୍ର ପୁତ୍ର, ସେ ଲେବୀର ପୁତ୍ର, ସେ ଇସ୍ରାଏଲର ପୁତ୍ର ।
39. ହେମନର ଭ୍ରାତା ଆସଫ୍ ତାହାର ଦକ୍ଷିଣରେ ଠିଆ ହେଲା, ସେହି ଆସଫ୍ ବେରିଖୀୟର ପୁତ୍ର, ସେ ଶିମୀୟର ପୁତ୍ରନ୍ତଣ ଦ୍ଵି.ବଂ.୫:୧୨
40. ସେ ମୀଖାୟେଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲ୍କୀୟର ପୁତ୍ର;
41. ସେ ଇତ୍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟାର ପୁତ୍ର;
42. ସେ ଏଥନର ପୁତ୍ର, ସେ ସିମ୍ମର ପୁତ୍ର, ସେ ଶିମୀୟର ପୁତ୍ର ।
43. ସେ ଯହତ୍ର ପୁତ୍ର, ସେ ଗେର୍ଶୋମ୍ର ପୁତ୍ର, ସେ ଲେବୀର ପୁତ୍ର ।
44. ବାମଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍ କୀଶିର ପୁତ୍ର, ସେ ଅବ୍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର;
45. ସେ ହଶବୀୟର ପୁତ୍ର, ସେ ଅମତ୍ସୀୟର ପୁତ୍ର, ସେ ହିଲ୍କୀୟର ପୁତ୍ର;
46. ସେ ଅମସିର ପୁତ୍ର, ସେ ବାନିର ପୁତ୍ର, ସେ ଶେମରର ପୁତ୍ର;
47. ସେ ମହଲିର ପୁତ୍ର, ସେ ମୂଶିର ପୁତ୍ର, ସେ ମରାରିର ପୁତ୍ର, ସେ ଲେବୀର ପୁତ୍ର ।
48. ସେମାନଙ୍କ ଭ୍ରାତୃଗଣ ଲେବୀୟମାନେ ପରମେଶ୍ଵରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ ।
49. ମାତ୍ର ହାରୋଣ ଓ ତାଙ୍କର ପୁତ୍ରଗଣ ପରମେଶ୍ଵରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ କରିବା ନିମନ୍ତେ ହୋମାର୍ଥକ ବେଦି ଉପରେ ଓ ଧୂପାର୍ଥକ ବେଦି ଉପରେ ଉତ୍ସର୍ଗ କଲେ ।
50. ହାରୋଣଙ୍କର ସନ୍ତାନଗଣ; ହାରୋଣଙ୍କର ପୁତ୍ର ଇଲୀୟାସର, ତାହାର ପୁତ୍ର ପିନହସ୍, ତାହାର ପୁତ୍ର ଅବୀଶୂୟ ପ୍ର.ବଂ.୬:୪-୮
51. ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ;
52. ତାହାର ପୁତ୍ର ମରାୟୋତ୍, ତାହାର ପୁତ୍ର ଅମରୀୟ, ତାହାର ପୁତ୍ର ଅହୀଟୂବ୍;
53. ତାହାର ପୁତ୍ର ସାଦୋକ୍, ତାହାର ପୁତ୍ର ଅହୀମାସ୍ ।
54. ଆଉ ସେମାନଙ୍କ ସ୍ଵ ସ୍ଵ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି-ସ୍ଥାନ । ଯଥା, ହାରୋଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା,
55. ଏହେତୁ ସେମାନଙ୍କୁ ଯିହୁଦା ଦେଶସ୍ଥ ହିବ୍ରୋଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା ।
56. ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବ୍ଙ୍କୁ ଦିଆଗଲା ।
57. ପୁଣି ହାରୋଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ-ନଗରସବୁ, ହିବ୍ରୋଣ; ଲିବ୍ନା, ତହିଁର ତଳିଭୂମି ଓ ଯତ୍ତୀର ଓ ଇଷ୍ଟିମୋୟ, ତହିଁର ତଳିଭୂମି;
58. ହିଲେନ୍, ତହିଁର ତଳିଭୂମି, ଦବୀର୍, ତହିଁର ତଳିଭୂମି;
59. ଆଶନ୍, ତହିଁର ତଳିଭୂମି ଓ ବୈଥ୍ଶେମଶ୍, ତହିଁର ତଳିଭୂମି;
60. ପୁଣି ବିନ୍ୟାମୀନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ୍, ତହିଁର ତଳିଭୂମି ଓ ଅନାଥୋତ୍, ତହିଁର ତଳିଭୂମି ଦିଆଗଲା । ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା ।
61. ପୁଣି କହାତ୍ର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ଵାରା ବଂଶୀୟ ଗୋଷ୍ଠୀଠାରୁ, ଅର୍ଦ୍ଧବଂଶ, ଅର୍ଥାତ୍, ମନଃଶିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା।
62. ଆଉ ଗେର୍ଶୋମ୍ର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ବଂଶଠାରୁ ଓ ଆଶେର୍-ବଂଶଠାରୁ ଓ ନପ୍ତାଲି-ବଂଶଠାରୁ ଓ ବାଶନସ୍ଥ ମନଃଶି-ବଂଶଠାରୁ ତେର ନଗର ଦିଆଗଲା ।
63. ମରାରିର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ଵାରା ରୁବେନ୍-ବଂଶଠାରୁ ଓ ଗାଦ୍-ବଂଶଠାରୁ ଓ ସବୂଲୂନ-ବଂଶଠାରୁ ବାର ନଗର ଦିଆଗଲା ।
64. ପୁଣି ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ ।
65. ସେମାନେ ଗୁଲିବାଣ୍ଟ ଦ୍ଵାରା ନାମରେ ଉଲ୍ଲିଖିତ ଏହି ନଗରସବୁ ଯିହୁଦା-ସନ୍ତାନଗଣର ବଂଶଠାରୁ ଓ ଶିମୀୟୋନ୍-ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମୀନ୍-ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ ।
66. ପୁଣି କହାତ୍ ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରୟିମ-ବଂଶଠାରୁ ସ୍ଵ ସ୍ଵ ସୀମାସ୍ଥ ନଗର ପାଇଲେ ।
67. ଆଉ ସେମାନେ ସେମାନଙ୍କୁ ଆଶ୍ରୟ-ନଗରମାନ ଦେଲେ, ଇଫ୍ରୟିମର ପର୍ବତମୟ ଦେଶରେ ତଳିଭୂମି ସହିତ ଶିଖିମ୍; ତଳିଭୂମି ସହିତ ଗେଷର୍;
68. ତଳିଭୂମି ସହିତ ଯକମୀୟାମ୍ ଓ ତଳିଭୂମି ସହିତ ବୈଥୋରୋଣ;
69. ତଳିଭୂମି ସହିତ ଅୟାଲୋନ୍ ଓ ତଳିଭୂମି ସହିତ ଗାତ୍ରିମ୍ମୋନ୍;
70. ପୁଣି ମନଃଶିର ଅର୍ଦ୍ଧବଂଶଠାରୁ ତଳିଭୂମି ସହିତ ଆନେର୍ ଓ ତଳିଭୂମି ସହିତ ବିଲୀୟମ୍, ଏହିସବୁ ନଗର କହାତ୍-ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକି ଦେଲେ ।
71. ଗେର୍ଶୋମ୍ର ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାଶନସ୍ଥ ଗୋଲନ୍ ଓ ତଳିଭୂମି ସହିତ ଅଷ୍ଟାରୋତ୍;
72. ଆଉ ଇଷାଖରଠାରୁ ତଳିଭୂମି ସହିତ କାଦେଶ୍, ତଳିଭୂମି ସହିତ ଦାବରତ୍
73. ଓ ତଳିଭୂମି ସହିତ ରାମୋତ୍ ଓ ତଳିଭୂମି ସହିତ ଆନେମ୍;
74. ଆଉ ଆଶେର୍-ବଂଶଠାରୁ ତଳିଭୂମି ସହିତ ମଶାଲ୍ ଓ ତଳିଭୂମି ସହିତ ଅବ୍ଦୋନ୍
75. ଓ ତଳିଭୂମି ସହିତ ହୁକ୍କୋକ୍ ଓ ତଳିଭୂମି ସହିତ ରହୋବ୍;
76. ଆଉ ନପ୍ତାଲି-ବଂଶଠାରୁ ତଳିଭୂମି ସହିତ ଗାଲିଲୀସ୍ଥ କେଦଶ୍ ଓ ତଳିଭୂମି ସହିତ ହମ୍ମୋନ ଓ ତଳିଭୂମି ସହିତ କିରୀୟାଥୟିମ ଦିଆଗଲା ।
77. ମରାରି-ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୂଲୂନ-ବଂଶଠାରୁ ତଳିଭୂମି ସହିତ ରିମ୍ମୋନ୍, ତଳିଭୂମି ସହିତ ତାବୋର୍ ଦିଆଗଲା ।
78. ଆଉ ଯର୍ଦ୍ଦନର ସେପାରି ଯିରୀହୋ ନିକଟରେ ଯର୍ଦ୍ଦନର ପୂର୍ବଦିଗରେ ରୁବେନ୍-ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍ସର୍ ଓ ତଳିଭୂମି ସହିତ ଯହସ୍
79. ଓ ତଳିଭୂମି ସହିତ କଦେମୋତ୍ ଓ ତଳିଭୂମି ସହିତ ମେଫାତ୍;
80. ଆଉ ଗାଦ୍ ବଂଶଠାରୁ ତଳିଭୂମି ସହିତ ଗିଲୀୟଦସ୍ଥ ରାମୋତ୍, ତଳିଭୂମି ସହିତ ମହନୟିମ୍
81. ଓ ତଳିଭୂମି ସହିତ ହିଷ୍ବୋନ୍ ଓ ତଳିଭୂମି ସହିତ ଯାସେର୍ ଦିଆଗଲା ।