ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଲୂକଲିଖିତ ସୁସମାଚାର
1. ଥରେ ସେ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ; ସେ ପ୍ରାର୍ଥନା ସମାପ୍ତ କରନ୍ତେ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଉନ୍ତୁ ।
2. ଏଥିରେ ସେ ସେମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ ।
3. ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ ।
4. ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧୀକି କ୍ଷମା କରୁ । ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ ।
5. ଆଉ, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ କହିବ, ହେ ବନ୍ଧୁ, ମୋତେ ତିନୋଟି ରୋଟୀ ଉଧାର ଦିଅ,
6. କାରଣ ମୋହର ଜଣେ ପଥିକ ବନ୍ଧୁ ମୋʼ ନିକଟକୁ ଆସିଅଛନ୍ତି, ତାହାଙ୍କୁ ପରିବେଷଣ କରିବା ପାଇଁ ମୋʼ ପାଖରେ କିଛି ନାହିଁ,
7. ଆଉ ସେ ଭିତରୁ ଏପରି ଉତ୍ତର ଦେବ, ମୋତେ କଷ୍ଟ ଦିଅ ନାହିଁ; ଦ୍ଵାର ବନ୍ଦ ହେଲାଣି, ଆଉ ମୋର ପିଲାମାନେ ମୋʼ ସାଙ୍ଗରେ ଶୋଇଅଛନ୍ତି; ମୁଁ ଉଠି ତୁମ୍ଭକୁ ଦେଇ ପାରିବି ନାହିଁ ।
8. ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁ ଥର ମାଗିବାରୁ ସେ ଉଠି, ତାହାର ଯେତେ ପ୍ରୟୋଜନ, ତାହାକୁ ସେତେ ଦେବ ।
9. ମୁଁ ମଧ୍ୟ ତୁମ୍ଭମମାନଙ୍କୁ କହୁଅଛି, ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ଵାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ ।
10. କାରଣ ଯେକେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ଵାରରେ ମାରେ, ତାହା ନିମନ୍ତେ ଫିଟାଇଦିଆଯିବ ।
11. ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ?
12. କିମ୍ଵା ଅଣ୍ତା ମାଗିଲେ ସେ ତାହାକୁ ବିଛା ଦେବ?
13. ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ଵର୍ଗରୁ ଦାନ କରନ୍ତି, ସେ ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ!
14. ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା । ଭୂତ ବାହାରିଗଲା ଉତ୍ତାରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚମତ୍କୃତ ହେଲେ ।
15. କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବାଆଲ୍ଜିବୂଲ୍ର ସାହାଯ୍ୟରେ ଭୂତ ଛଡ଼ାଏ ।
16. ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ ।
17. କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇଯାଏ, ପୁଣି ଗୃହ ଗୃହ ଉପରେ ପଡ଼େ ।
18. ଆଉ, ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ? ମୁଁ ବାଆଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ ।
19. କିନ୍ତୁ ମୁଁ ଯେବେ ବାଆଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ ।
20. କିନ୍ତୁ ମୁଁ ଯଦି ଈଶ୍ଵରଙ୍କ ପରାକ୍ରମ ଦ୍ଵାରା।। ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି ।
21. ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ;
22. କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ରରେ ତାହାର ନିର୍ଭର ଥିଲା, ସେହିସବୁ ସେ ହରଣ କରିନିଏ, ପୁଣି ତାହାର ଲୁଟଦ୍ରବ୍ୟ ବାଣ୍ଟିନିଏ ।
23. ଯେ ମୋହର ସପକ୍ଷ ନୁହେଁ, ସେ ମୋର ବିପକ୍ଷ; ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ ।
24. ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ଉତ୍ତାରେ ଜଳଶୂନ୍ୟ ସ୍ଥାନସବୁ ଭ୍ରମଣ କରି ବିଶ୍ରାମ ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି, ମୋର ସେହି ଘରକୁ ବାହୁଡ଼ିଯିବି;
25. ପୁଣି, ସେ ଆସି ତାହା ମାର୍ଜ୍ଜିତ ଓ ସୁଶୋଭିତ ଦେଖେ ।
26. ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତଟା ଆତ୍ମା ସାଙ୍ଗରେ ଘେନି ଆସେ, ପୁଣି ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ ।
27. ସେ ଏହିସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରୁ ଜଣେ ସ୍ତ୍ରୀଲୋକ ଉଚ୍ଚ ସ୍ଵରରେ କହିଲା, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ ।
28. ମାତ୍ର ସେ କହିଲେ, ନା, ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ବରଞ୍ଚ ସେହିମାନେ ଧନ୍ୟ ।
29. ଲୋକସମୂହ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକତ୍ରିତ ହେଉଥିବା ସମୟରେ ସେ କହିବାକୁ ଲାଗିଲେ, ଏହି ବର୍ତ୍ତମାନ ପୁରୁଷ ଦୁଷ୍ଟ ଅଟେ; ଏମାନେ ଚିହ୍ନ ଅନ୍ଵେଷଣ କରନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ ।
30. କାରଣ ଯୂନସ ଯେପରି ନୀନିବୀୟମାନଙ୍କ ପ୍ରତି ଚିହ୍ନସ୍ଵରୂପ ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ବର୍ତ୍ତମାନ ପୁରୁଷ ପ୍ରତି ହେବେ ।
31. ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷର ଲୋକଙ୍କ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
32. ନୀନିବୀର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
33. କେହି ଦୀପ ଜାଳି ଗୁପ୍ତ କୋଠରିରେ କିମ୍ଵା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି ।
34. ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ । ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ ।
35. ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଅନ୍ଧକାର ନ ହୁଏ ।
36. ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ଉଜ୍ଜ୍ଵଳ ତେଜରେ ତୁମ୍ଭକୁ ଆଲୋକ ଦିଏ, ସେପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ ।
37. ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ ।
38. କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ସ୍ନାନ କରି ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ ।
39. ସେଥିରେ ପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳୀର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତର ଲୁଣ୍ଠନକର୍ମ ଓ ଦୁଷ୍ଟତାରେ ପରିପୂର୍ଣ୍ଣ ।
40. ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ?
41. ବରଞ୍ଚ ଭିତରେ ଯାହା ଯାହା ଅଛି, ସେହିସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ ।
42. କିନ୍ତୁ ହାୟ, ଦଣ୍ତର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟ ବିଚାର ଓ ଈଶ୍ଵରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହିସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ ।
43. ହାୟ, ଦଣ୍ତର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ ।
44. ହାୟ, ତୁମ୍ଭେମାନେ ଦଣ୍ତର ପାତ୍ର, କାରଣ ତୁମ୍ଭେମାନେ ଅଦୃଶ୍ୟ ସମାଧି ତୁଲ୍ୟ; ତାହା ଉପରେ ଗତାୟାତକାରୀ ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ ।
45. ଏଥିରେ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଏହା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି ।
46. ସେ କହିଲେ, ହାୟ, ବ୍ୟବସ୍ଥାଶାସ୍ତ୍ରଜ୍ଞ ଯେ ତୁମ୍ଭେମାନେ ତୁମ୍ଭେମାନେ ସୁଦ୍ଧା ଦଣ୍ତର ପାତ୍ର, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ ଏବଂ ନିଜେ ଗୋଟିଏ ଆଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ ।
47. ହାୟ, ତୁମ୍ଭେମାନେ ଦଣ୍ତର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃପୁରୁଷମାନେ ସେମାନଙ୍କୁ ବଧ କରିଥିଲେ ।
48. ଅତଏବ, ତୁମ୍ଭମାନଙ୍କ ପିତୃପୁରୁଷଙ୍କ କର୍ମ ସମ୍ଵନ୍ଧରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର ସମାଧିସ୍ତମ୍ଭ ନିର୍ମାଣ କରୁଥାଅ ।
49. ତେଣୁ ଈଶ୍ଵର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପ୍ରେରଣ କରିବୁ; ସେମାନଙ୍କ ମଧ୍ୟରୁ କାହାକାହାକୁ ସେମାନେ ବଧ କରିବେ ଓ କାହାକାହାକୁ ତାଡ଼ନା କରିବେ,
50. ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ଯଜ୍ଞବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟ-ସ୍ଥଳରେ ହତ ହେଲେ, ତାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ପତ୍ତନାବଧି ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି,
51. ସେସବୁର ପରିଶୋଧ ଏହି ବର୍ତ୍ତମାନ ପୁରୁଷଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷଠାରୁ ନିଆଯିବ ।
52. ହାୟ, ଦଣ୍ତର ପାତ୍ର ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର କଞ୍ଚି ହରଣ କଲ; ତୁମ୍ଭେମାନେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ବାଧା ଦେଲ ।
53. ଆଉ, ସେ ସେଠାରୁ ବାହାରିଗଲା ଉତ୍ତାରେ ଶାସ୍ତ୍ରୀ ଓ ଫାରୂଶୀମାନେ ଅତିଶୟ ଈର୍ଷାନ୍ଵିତ ହୋଇ
54. ତାହାଙ୍କ ମୁଖର କୌଣସି କଥା ଧରିବା ନିମନ୍ତେ ଫାନ୍ଦ ପାତି ତାହାଙ୍କୁ ଅନେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ ।

Notes

No Verse Added

Total 24 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 11 / 24
ଲୂକଲିଖିତ ସୁସମାଚାର 11
1 ଥରେ ସେ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ; ସେ ପ୍ରାର୍ଥନା ସମାପ୍ତ କରନ୍ତେ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଉନ୍ତୁ । 2 ଏଥିରେ ସେ ସେମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ । 3 ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ । 4 ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧୀକି କ୍ଷମା କରୁ । ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ । 5 ଆଉ, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ କହିବ, ହେ ବନ୍ଧୁ, ମୋତେ ତିନୋଟି ରୋଟୀ ଉଧାର ଦିଅ, 6 କାରଣ ମୋହର ଜଣେ ପଥିକ ବନ୍ଧୁ ମୋʼ ନିକଟକୁ ଆସିଅଛନ୍ତି, ତାହାଙ୍କୁ ପରିବେଷଣ କରିବା ପାଇଁ ମୋʼ ପାଖରେ କିଛି ନାହିଁ, 7 ଆଉ ସେ ଭିତରୁ ଏପରି ଉତ୍ତର ଦେବ, ମୋତେ କଷ୍ଟ ଦିଅ ନାହିଁ; ଦ୍ଵାର ବନ୍ଦ ହେଲାଣି, ଆଉ ମୋର ପିଲାମାନେ ମୋʼ ସାଙ୍ଗରେ ଶୋଇଅଛନ୍ତି; ମୁଁ ଉଠି ତୁମ୍ଭକୁ ଦେଇ ପାରିବି ନାହିଁ । 8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁ ଥର ମାଗିବାରୁ ସେ ଉଠି, ତାହାର ଯେତେ ପ୍ରୟୋଜନ, ତାହାକୁ ସେତେ ଦେବ । 9 ମୁଁ ମଧ୍ୟ ତୁମ୍ଭମମାନଙ୍କୁ କହୁଅଛି, ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ଵାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ । 10 କାରଣ ଯେକେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ଵାରରେ ମାରେ, ତାହା ନିମନ୍ତେ ଫିଟାଇଦିଆଯିବ । 11 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ? 12 କିମ୍ଵା ଅଣ୍ତା ମାଗିଲେ ସେ ତାହାକୁ ବିଛା ଦେବ? 13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ଵର୍ଗରୁ ଦାନ କରନ୍ତି, ସେ ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ! 14 ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା । ଭୂତ ବାହାରିଗଲା ଉତ୍ତାରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚମତ୍କୃତ ହେଲେ । 15 କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବାଆଲ୍ଜିବୂଲ୍ର ସାହାଯ୍ୟରେ ଭୂତ ଛଡ଼ାଏ । 16 ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ । 17 କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇଯାଏ, ପୁଣି ଗୃହ ଗୃହ ଉପରେ ପଡ଼େ । 18 ଆଉ, ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ? ମୁଁ ବାଆଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ । 19 କିନ୍ତୁ ମୁଁ ଯେବେ ବାଆଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ । 20 କିନ୍ତୁ ମୁଁ ଯଦି ଈଶ୍ଵରଙ୍କ ପରାକ୍ରମ ଦ୍ଵାରା।। ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି । 21 ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ; 22 କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ରରେ ତାହାର ନିର୍ଭର ଥିଲା, ସେହିସବୁ ସେ ହରଣ କରିନିଏ, ପୁଣି ତାହାର ଲୁଟଦ୍ରବ୍ୟ ବାଣ୍ଟିନିଏ । 23 ଯେ ମୋହର ସପକ୍ଷ ନୁହେଁ, ସେ ମୋର ବିପକ୍ଷ; ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ । 24 ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ଉତ୍ତାରେ ଜଳଶୂନ୍ୟ ସ୍ଥାନସବୁ ଭ୍ରମଣ କରି ବିଶ୍ରାମ ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି, ମୋର ସେହି ଘରକୁ ବାହୁଡ଼ିଯିବି; 25 ପୁଣି, ସେ ଆସି ତାହା ମାର୍ଜ୍ଜିତ ଓ ସୁଶୋଭିତ ଦେଖେ । 26 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତଟା ଆତ୍ମା ସାଙ୍ଗରେ ଘେନି ଆସେ, ପୁଣି ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ । 27 ସେ ଏହିସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରୁ ଜଣେ ସ୍ତ୍ରୀଲୋକ ଉଚ୍ଚ ସ୍ଵରରେ କହିଲା, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ । 28 ମାତ୍ର ସେ କହିଲେ, ନା, ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ବରଞ୍ଚ ସେହିମାନେ ଧନ୍ୟ । 29 ଲୋକସମୂହ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକତ୍ରିତ ହେଉଥିବା ସମୟରେ ସେ କହିବାକୁ ଲାଗିଲେ, ଏହି ବର୍ତ୍ତମାନ ପୁରୁଷ ଦୁଷ୍ଟ ଅଟେ; ଏମାନେ ଚିହ୍ନ ଅନ୍ଵେଷଣ କରନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ । 30 କାରଣ ଯୂନସ ଯେପରି ନୀନିବୀୟମାନଙ୍କ ପ୍ରତି ଚିହ୍ନସ୍ଵରୂପ ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ବର୍ତ୍ତମାନ ପୁରୁଷ ପ୍ରତି ହେବେ । 31 ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷର ଲୋକଙ୍କ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି । 32 ନୀନିବୀର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି । 33 କେହି ଦୀପ ଜାଳି ଗୁପ୍ତ କୋଠରିରେ କିମ୍ଵା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି । 34 ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ । ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ । 35 ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଅନ୍ଧକାର ନ ହୁଏ । 36 ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ଉଜ୍ଜ୍ଵଳ ତେଜରେ ତୁମ୍ଭକୁ ଆଲୋକ ଦିଏ, ସେପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ । 37 ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ । 38 କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ସ୍ନାନ କରି ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ । 39 ସେଥିରେ ପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳୀର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତର ଲୁଣ୍ଠନକର୍ମ ଓ ଦୁଷ୍ଟତାରେ ପରିପୂର୍ଣ୍ଣ । 40 ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ? 41 ବରଞ୍ଚ ଭିତରେ ଯାହା ଯାହା ଅଛି, ସେହିସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ । 42 କିନ୍ତୁ ହାୟ, ଦଣ୍ତର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟ ବିଚାର ଓ ଈଶ୍ଵରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହିସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ । 43 ହାୟ, ଦଣ୍ତର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ । 44 ହାୟ, ତୁମ୍ଭେମାନେ ଦଣ୍ତର ପାତ୍ର, କାରଣ ତୁମ୍ଭେମାନେ ଅଦୃଶ୍ୟ ସମାଧି ତୁଲ୍ୟ; ତାହା ଉପରେ ଗତାୟାତକାରୀ ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ । 45 ଏଥିରେ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଏହା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି । 46 ସେ କହିଲେ, ହାୟ, ବ୍ୟବସ୍ଥାଶାସ୍ତ୍ରଜ୍ଞ ଯେ ତୁମ୍ଭେମାନେ ତୁମ୍ଭେମାନେ ସୁଦ୍ଧା ଦଣ୍ତର ପାତ୍ର, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ ଏବଂ ନିଜେ ଗୋଟିଏ ଆଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ । 47 ହାୟ, ତୁମ୍ଭେମାନେ ଦଣ୍ତର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃପୁରୁଷମାନେ ସେମାନଙ୍କୁ ବଧ କରିଥିଲେ । 48 ଅତଏବ, ତୁମ୍ଭମାନଙ୍କ ପିତୃପୁରୁଷଙ୍କ କର୍ମ ସମ୍ଵନ୍ଧରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର ସମାଧିସ୍ତମ୍ଭ ନିର୍ମାଣ କରୁଥାଅ । 49 ତେଣୁ ଈଶ୍ଵର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପ୍ରେରଣ କରିବୁ; ସେମାନଙ୍କ ମଧ୍ୟରୁ କାହାକାହାକୁ ସେମାନେ ବଧ କରିବେ ଓ କାହାକାହାକୁ ତାଡ଼ନା କରିବେ, 50 ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ଯଜ୍ଞବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟ-ସ୍ଥଳରେ ହତ ହେଲେ, ତାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ପତ୍ତନାବଧି ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି, 51 ସେସବୁର ପରିଶୋଧ ଏହି ବର୍ତ୍ତମାନ ପୁରୁଷଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷଠାରୁ ନିଆଯିବ । 52 ହାୟ, ଦଣ୍ତର ପାତ୍ର ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର କଞ୍ଚି ହରଣ କଲ; ତୁମ୍ଭେମାନେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ବାଧା ଦେଲ । 53 ଆଉ, ସେ ସେଠାରୁ ବାହାରିଗଲା ଉତ୍ତାରେ ଶାସ୍ତ୍ରୀ ଓ ଫାରୂଶୀମାନେ ଅତିଶୟ ଈର୍ଷାନ୍ଵିତ ହୋଇ 54 ତାହାଙ୍କ ମୁଖର କୌଣସି କଥା ଧରିବା ନିମନ୍ତେ ଫାନ୍ଦ ପାତି ତାହାଙ୍କୁ ଅନେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ ।
Total 24 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 11 / 24
Common Bible Languages
West Indian Languages
×

Alert

×

oriya Letters Keypad References