ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ବଂଶାବଳୀ
1. ଅନନ୍ତର ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ; ଆଉ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍ ଓ ତହିଁର ଉପନଗରସକଳ ହରଣ କଲେ ।
2. ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ ।
3. ଆହୁରି ସୋବାର ରାଜା ହଦରେଷର ଫରାତ୍ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ୍ ପର୍ଯ୍ୟନ୍ତ ପରାସ୍ତ କଲେ ।
4. ପୁଣି ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ଵାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ଵସମସ୍ତର ଗୋଡ଼ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ଵ ରଖିଲେ;
5. ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ରାଜା ହଦରେଷରକୁ ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟ-ମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ ।
6. ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ । ଏହି ପ୍ରକାରେ ଦାଉଦ ଯେଉଁ ଆଡ଼େ ଗଲେ; ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ ।
7. ଆଉ ଦାଉଦ ହଦରେଷରର ଦାସମାନଙ୍କ ସୁବର୍ଣ୍ଣ ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ ।
8. ପୁଣି ଦାଉଦ ହଦରେଷରର ଅଧିକାରସ୍ଥ ଟିଭତ୍ ଓ କୂନ୍ ନଗରରୁ ବିସ୍ତର ପିତ୍ତଳ ଆଣିଲେ, ତଦ୍ଦ୍ଵାରା ଶଲୋମନ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଓ ଦୁଇ ସ୍ତମ୍ଭ ଓ ପିତ୍ତଳମୟ ପାତ୍ରସକଳ ନିର୍ମାଣ କଲେ ।
9. ଅନନ୍ତର ଦାଉଦ ସୋବାର ରାଜା ହଦରେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତ୍ର ରାଜା ତୟି ଶୁଣନ୍ତେ,
10. ଦାଉଦ ରାଜାଙ୍କର ମଙ୍ଗଳବାର୍ତ୍ତା ପଚାରିବା ପାଇଁ ଓ ହଦରେଷରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦୋରାମକୁ ତାଙ୍କ କତିକି ପଠାଇଲା; ଯେହେତୁ ହଦରେଷରର ତୟି ସଙ୍ଗେ ଯୁଦ୍ଧ ଥିଲା; ଆଉ ହଦୋରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା ।
11. ଦାଉଦ ରାଜା ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ; ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ ।
12. ଆହୁରି ସରୁୟାର ପୁତ୍ର ଅବୀଶୟ ଲବଣ-ଉପତ୍ୟକାରେ ଅଠର ହଜାର ଇଦୋମୀୟ ଲୋକଙ୍କୁ ବଧ କଲା ।
13. ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ । ପୁଣି ଦାଉଦ ଯେଉଁ ଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ ।
14. ଏହିରୂପେ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ଵ କଲେ ଓ ଆପଣାର ସମସ୍ତ ଲୋକଙ୍କ ପ୍ରତି ବିଚାର ଓ ନ୍ୟାୟ କଲେ ।
15. ପୁଣି ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଆଉ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ-ଲେଖକ ଥିଲା ।
16. ପୁଣି ଅହୀଟୂବର ପୁତ୍ର ସାଦୋକ ଓ ଅବୀୟାଥର ପୁତ୍ର ଅହୀମେଲକ୍ ଯାଜକ ଥିଲେନ୍ତଆଉ ଶାବ୍ଶା ଲେଖକ ଥିଲା ।
17. ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା; ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନ ଥିଲେ ।

Notes

No Verse Added

Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 18 / 29
ପ୍ରଥମ ବଂଶାବଳୀ 18
1 ଅନନ୍ତର ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ; ଆଉ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍ ଓ ତହିଁର ଉପନଗରସକଳ ହରଣ କଲେ । 2 ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ । 3 ଆହୁରି ସୋବାର ରାଜା ହଦରେଷର ଫରାତ୍ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ୍ ପର୍ଯ୍ୟନ୍ତ ପରାସ୍ତ କଲେ । 4 ପୁଣି ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ଵାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ଵସମସ୍ତର ଗୋଡ଼ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ଵ ରଖିଲେ; 5 ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ରାଜା ହଦରେଷରକୁ ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟ-ମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ । 6 ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ । ଏହି ପ୍ରକାରେ ଦାଉଦ ଯେଉଁ ଆଡ଼େ ଗଲେ; ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ । 7 ଆଉ ଦାଉଦ ହଦରେଷରର ଦାସମାନଙ୍କ ସୁବର୍ଣ୍ଣ ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ । 8 ପୁଣି ଦାଉଦ ହଦରେଷରର ଅଧିକାରସ୍ଥ ଟିଭତ୍ ଓ କୂନ୍ ନଗରରୁ ବିସ୍ତର ପିତ୍ତଳ ଆଣିଲେ, ତଦ୍ଦ୍ଵାରା ଶଲୋମନ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଓ ଦୁଇ ସ୍ତମ୍ଭ ଓ ପିତ୍ତଳମୟ ପାତ୍ରସକଳ ନିର୍ମାଣ କଲେ । 9 ଅନନ୍ତର ଦାଉଦ ସୋବାର ରାଜା ହଦରେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତ୍ର ରାଜା ତୟି ଶୁଣନ୍ତେ, 10 ଦାଉଦ ରାଜାଙ୍କର ମଙ୍ଗଳବାର୍ତ୍ତା ପଚାରିବା ପାଇଁ ଓ ହଦରେଷରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦୋରାମକୁ ତାଙ୍କ କତିକି ପଠାଇଲା; ଯେହେତୁ ହଦରେଷରର ତୟି ସଙ୍ଗେ ଯୁଦ୍ଧ ଥିଲା; ଆଉ ହଦୋରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା । 11 ଦାଉଦ ରାଜା ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ; ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ । 12 ଆହୁରି ସରୁୟାର ପୁତ୍ର ଅବୀଶୟ ଲବଣ-ଉପତ୍ୟକାରେ ଅଠର ହଜାର ଇଦୋମୀୟ ଲୋକଙ୍କୁ ବଧ କଲା । 13 ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ । ପୁଣି ଦାଉଦ ଯେଉଁ ଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ । 14 ଏହିରୂପେ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ଵ କଲେ ଓ ଆପଣାର ସମସ୍ତ ଲୋକଙ୍କ ପ୍ରତି ବିଚାର ଓ ନ୍ୟାୟ କଲେ । 15 ପୁଣି ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଆଉ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ-ଲେଖକ ଥିଲା । 16 ପୁଣି ଅହୀଟୂବର ପୁତ୍ର ସାଦୋକ ଓ ଅବୀୟାଥର ପୁତ୍ର ଅହୀମେଲକ୍ ଯାଜକ ଥିଲେନ୍ତଆଉ ଶାବ୍ଶା ଲେଖକ ଥିଲା । 17 ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା; ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନ ଥିଲେ ।
Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 18 / 29
Common Bible Languages
West Indian Languages
×

Alert

×

oriya Letters Keypad References