1. ଆହୁରି ତୁମ୍ଭେ ଦଶ ଯବନିକା ଦ୍ଵାରା ଆବାସ ପ୍ରସ୍ତୁତ କରିବ; ସେହି ସବୁ ଯବନିକା ଶୁଭ୍ର କ୍ଷୋମ ଓ ନୀଳ ଓ ଧୂମ୍ର ଓ ସିନ୍ଦୂରଣବର୍ଣ୍ଣ ସୂତ୍ରରେ ନିର୍ମିତ ହେବ, ତହିଁରେ ଶିଳ୍ପିତ କିରୂବମାନଙ୍କର ଆକୃତି ରହିବ।
|
4. ଆଉ ଯୋଡ଼ ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳ ସୂତ୍ରର ଘୁଣ୍ତିଘରା କରିବ ଓ ଯୋଡ଼ ସ୍ଥାନରେ ଦ୍ଵିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କରିବ ।
|
5. ଅର୍ଥାତ୍, ପ୍ରଥମ ଯବନିକାର ଧଡ଼ିରେ ପଚାଶ ଘୁଣ୍ତିଘରା କରିବ ଓ ଯୋଡ଼ସ୍ଥାନର ଦ୍ଵିତୀୟ ଯବନିକାର ଧଡ଼ିରେ ପଚାଶ ଘୁଣ୍ତିଘରା କରିବ; ସେହି ଦୁଇ ଘୁଣ୍ତିଘରା-ଶ୍ରେଣୀ ପରସ୍ପର ସମ୍ମୁଖୀନ ରହିବ ।
|
9. ଏଉତ୍ତାରେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ ଛଅ ଯବନିକା ପୃଥକ ରଖିବ, ପୁଣି ଏମାନଙ୍କ ମଧ୍ୟରୁ ଷଷ୍ଠ ଯବନିକା ଦୋହରା କରି ତମ୍ଵୁ ସମ୍ମୁଖରେ ରଖିବ ।
|
10. ଆଉ ଯୋଡ଼ ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଚାଶ ଘୁଣ୍ତିଘରା କରିବ ଓ ଦ୍ଵିତୀୟ ଯବନିକାର ଯୋଡ଼ସ୍ଥାନ ଧଡ଼ିରେ ପଚାଶ ଘୁଣ୍ତିଘରା କରିବ ।
|
11. ଆଉ ପିତ୍ତଳର ପଚାଶ ଘୁଣ୍ତି କରି ସେହି ଘୁଣ୍ତିଘରାରେ ପ୍ରବେଶ କରାଇ ତମ୍ଵୁ ଯୋଡ଼ିବ; ତହିଁରେ ତାହା ଏକ ତମ୍ଵୁ ହେବ ।
|
12. ସେହି ତମ୍ଵୁ ଯବନିକାର ଅତିରିକ୍ତ ଅଂଶ, ଅର୍ଥାତ୍, ଯେଉଁ ଅର୍ଦ୍ଧ ଯବନିକା ଅତିରିକ୍ତ ଥିବ, ତାହା ଆବାସର ପଶ୍ଚାତ୍ ପାର୍ଶ୍ଵରେ ଓହଳି ରହିବ ।
|
13. ଆଉ ତମ୍ଵୁ ଯବନିକାର ଦୀର୍ଘତାର ଯେଉଁ ଅଂଶ ଏପାର୍ଶ୍ଵରେ ଏକ ହସ୍ତ ଓ ସେପାର୍ଶ୍ଵରେ ଏକ ହସ୍ତ ଅତିରିକ୍ତ ରହିବ, ତାହା ଆବାସର ଏପାର୍ଶ୍ଵ-ସେପାର୍ଶ୍ଵରେ ଆଚ୍ଛାଦନାର୍ଥେ ଝୁଲିବ ।
|
19. ପୁଣି ସେହି କୋଡ଼ିଏ ପଟା ତଳେ ଚାଳିଶ ରୂପାର ଚୁଙ୍ଗୀ କରିବ; ଏକ ପଟା ତଳେ ତହିଁର ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ମଧ୍ୟ ସେମାନଙ୍କ ଦୁଇ ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ହେବ ।
|
24. ପୁଣି ତହିଁ ତଳେ ଯୋଡ଼ ହେବ ଓ ସେହି ରୂପେ ତହିଁ ମୁଣ୍ତରେ ପ୍ରଥମ କଡ଼ା ନିକଟରେ ଯୋଡ଼ା ହେବ; ଏହିରୂପେ ଦୁଇରେ ହେବ; ତାହାସବୁ ଦୁଇ କୋଣ ନିମନ୍ତେ ହେବ ।
|
25. ତହିଁରେ ତହିଁର ପଟା ଆଠ ଖଣ୍ତ ହେବ ଓ ତହିଁର ଷୋଳ ରୂପା ଚୁଙ୍ଗୀ ହେବ; ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଚୁଙ୍ଗୀ ହେବ ।
|
26. ଆଉ ତୁମ୍ଭେ ଶିଟୀମ୍ କାଷ୍ଠର ଅର୍ଗଳ ପ୍ରସ୍ତୁତ କରିବ; ଆବାସର ଏକପାର୍ଶ୍ଵସ୍ଥ ପଟାରେ ପାଞ୍ଚ ଅର୍ଗଳ ଓ ଅନ୍ୟପାର୍ଶ୍ଵସ୍ଥ ପଟାରେ ପାଞ୍ଚ ଅର୍ଗଳ
|
29. ଆଉ ସେହି ସବୁ ପଟା ସୁବର୍ଣ୍ଣରେ ମଡ଼ାଇବ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣ କଡ଼ା କରିବ, ପୁଣି ଅର୍ଗଳସକଳ ସୁବର୍ଣ୍ଣରେ ମଡ଼ାଇବ ।
|
31. ଆଉ ତୁମ୍ଭେ ନୀଳ ବର୍ଣ୍ଣ ଓ ଧୂମ୍ର ବର୍ଣ୍ଣ ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକ ବିଚ୍ଛେଦବସ୍ତ୍ର ପ୍ରସ୍ତୁତ କରିବ; ତାହା ନିପୁଣ ଶିଳ୍ପାକାରର କର୍ମରେ କିରୂବଗଣର ଆକୃତିବିଶିଷ୍ଟ କରାଯିବ ।
|
32. ତୁମ୍ଭେ ତାହା ସୁବର୍ଣ୍ଣରେ ମଡ଼ାଇ ଶିଟୀମ୍ କାଷ୍ଠର ଚାରି ସ୍ତମ୍ଭ ଉପରେ ଟଙ୍ଗାଇବ; ପୁଣି ରୂପାର ଚାରି ଚୁଙ୍ଗୀ ଉପରେ ସେମାନଙ୍କ ସ୍ଵର୍ଣ୍ଣର ଆଙ୍କଡ଼ାସବୁ ବସାଇବ ।
|
33. ପୁଣି ଘୁଣ୍ତିସବୁର ତଳେ ବିଚ୍ଛେଦବସ୍ତ୍ର ଟଙ୍ଗାଇ ସେହି ବିଚ୍ଛେଦବସ୍ତ୍ର ମଧ୍ୟକୁ ସାକ୍ଷ୍ୟରୂପ ସିନ୍ଦୁକ ଆଣିବ; ତହିଁରେ ସେହି ବିଚ୍ଛେଦବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ ।
|
35. ବିଚ୍ଛେଦବସ୍ତ୍ରର ବାହାରେ ମେଜ ରଖିବ ଓ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ଦିଗରେ ଦୀପବୃକ୍ଷ ରଖିବ ଓ ଉତ୍ତର ଦିଗରେ ମେଜ ରଖିବ ।
|
36. ପୁଣି ଆବାସର ଦ୍ଵାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନବସ୍ତ୍ର ପ୍ରସ୍ତୁତ କରିବ।
|
37. ସେହି ଆଚ୍ଛାଦନବସ୍ତ୍ର ନିମନ୍ତେ ପାଞ୍ଚଗୋଟି ଶିଟୀମ୍ କାଷ୍ଠର ସ୍ତମ୍ଭ ନିର୍ମାଣ କରି ସ୍ଵର୍ଣ୍ଣ ମଡ଼ାଇବ, ପୁଣି ସ୍ଵର୍ଣ୍ଣରେ ତହିଁର ଆଙ୍କଡ଼ା କରିବ ଓ ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ ।
|