ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ନିହିମିୟା
1. ପ୍ରାଚୀର ନିର୍ମିତ ହୁଅନ୍ତେ, ମୁଁ କବାଟସବୁ ଝୁଲାଇଲି, ପୁଣି ଦ୍ଵାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ ।
2. ତହୁଁ ମୁଁ ଆପଣା ଭ୍ରାତା ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନୀୟକୁ ଯିରୂଶାଲମ ଉପରେ ନିଯୁକ୍ତ କଲି; କାରଣ ହନାନୀୟ ବିଶ୍ଵସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ଵରଙ୍କୁ ଭୟ କଲା ।
3. ଆଉ, ମୁଁ ସେମାନଙ୍କୁ କହିଲି, ସୂର୍ଯ୍ୟ ପ୍ରଚଣ୍ତ ନୋହିବା ପର୍ଯ୍ୟନ୍ତ ଯିରୂଶାଲମର ଦ୍ଵାରସବୁ ଫିଟା ନ ଯାଉ; ଲୋକମାନେ ପ୍ରହରୀକର୍ମରେ ଠିଆ ହେବା ବେଳେ ଦ୍ଵାରସବୁ ବନ୍ଦ କରନ୍ତୁ, ଆଉ ତୁମ୍ଭେମାନେ ତହିଁରେ ଅର୍ଗଳ ଦିଅ; ପୁଣି, ତୁମ୍ଭେମାନେ ଯିରୂଶାଲମ-ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର, ସେମାନେ ପ୍ରତ୍ୟେକେ ଆପଣା ଆପଣା ପହରାରେ ଓ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ରହନ୍ତୁ ।
4. ନଗର ପ୍ରଶସ୍ତ ଓ ବୃହତ ଥିଲା; ମାତ୍ର ତହିଁ ମଧ୍ୟରେ ଅଳ୍ପ ଲୋକ ଥିଲେ ଓ ଗୃହ ସବୁ ନିର୍ମିତ ହୋଇ ନ ଥିଲା ।
5. ଏଉତ୍ତାରେ ବଂଶାବଳୀକ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋହର ପରମେଶ୍ଵର ମୋʼ ମନରେ ପ୍ରବୃତ୍ତି ଦେଲେ । ଆଉ, ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ-ପୁସ୍ତକ ପାଇଲି, ତହିଁରେ ଏହା ଲେଖା ଥିବାର ଦେଖିଲି, ଯଥା,
6. ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ, ବାବିଲର ରାଜା ନବୁଖଦ୍ନିତ୍ସର ଏମାନଙ୍କୁ ନେଇଯାଇଥିଲା;
7. ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମୀୟା, ଅସରୀୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲଶନ୍, ମିସ୍ପର, ବିଗ୍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ । ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା,
8. ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ ।
9. ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ ।
10. ଆରହର ସନ୍ତାନ ଛଅ ଶହ ବାଆନ ଜଣ ।
11. ଯେଶୂୟ ଓ ଯୋୟାବର ସନ୍ତାନଗଣ ମଧ୍ୟରୁ ପହତ୍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ଅଠର ଜଣ ।
12. ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ ।
13. ସତ୍ତୂର ସନ୍ତାନ ଆଠ ଶହ ପଞ୍ଚଚାଳିଶ ଜଣ ।
14. ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ ।
15. ବିନ୍ନୁୟିର ସନ୍ତାନ ଛଅ ଶହ ଅଠଚାଳିଶ ଜଣ ।
16. ବେବୟର ସନ୍ତାନ ଛଅ ଶହ ଅଠାଇଶ ଜଣ ।
17. ଅସ୍ଗଦର ସନ୍ତାନ ଦୁଇ ହଜାର ତିନି ଶହ ବାଇଶ ଜଣ ।
18. ଅଦୋନୀକାମର ସନ୍ତାନ ଛଅ ଶହ ସତଷଠି ଜଣ ।
19. ବିଗ୍ବୟର ସନ୍ତାନ ଦୁଇ ହଜାର ସତଷଠି ଜଣ ।
20. ଆଦୀନର ସନ୍ତାନ ଛଅ ଶହ ପଞ୍ଚାବନ ଜଣ ।
21. ହିଜକୀୟର ବଂଶଜାତ ଆଟରର ସନ୍ତାନ ଅଠାନବେ ଜଣ ।
22. ହଶୂମର ସନ୍ତାନ ତିନି ଶହ ଅଠାଇଶ ଜଣ ।
23. ବେତ୍ସୟର ସନ୍ତାନ ତିନି ଶହ ଚବିଶ ଜଣ ।
24. ହାରୀଫର ସନ୍ତାନ ଏକ ଶହ ବାର ଜଣ ।
25. ଗିବିୟୋନର ସନ୍ତାନ ପଞ୍ଚାନବେ ଜଣ ।
26. ବୈଥ୍ଲେହମ୍ ଓ ନଟୋଫାର ଲୋକ ଏକ ଶହ ଅଠାଅଶୀ ଜଣ ।
27. ଅନାଥୋତର ଲୋକ ଏକ ଶହ ଅଠାଇଶ ଜଣ ।
28. ବେଥ୍-ଅସ୍ମାବତର ଲୋକ ବୟାଳିଶ ଜଣ ।
29. କିରୀୟତ୍-ଯିୟାରୀମର, କଫୀରାର ଓ ବେରୋତର ଲୋକ ସାତଣଶହ ତେୟାଳିଶ ଜଣ ।
30. ରାମା ଓ ଗେବାର ଲୋକ ଛଅ ଶହ ଏକୋଇଶ ଜଣ ।
31. ମିକ୍ମସର ଲୋକ ଏକ ଶହ ବାଇଶ ଜଣ ।
32. ବୈଥେଲ୍ ଓ ଅୟର ଲୋକ ଏକ ଶହ ତେଇଶ ଜଣ ।
33. ଅନ୍ୟ ନବୋର ଲୋକ ବାଆନ ଜଣ ।
34. ଅନ୍ୟ ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ ।
35. ହାରୀମର ସନ୍ତାନ ତିନି ଶହ କୋଡ଼ିଏ ଜଣ ।
36. ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ ।
37. ଲୋଦ୍, ହାଦୀଦ୍ ଓ ଓନୋର ସନ୍ତାନ ସାତ ଶହ ଏକୋଇଶ ଜଣ ।
38. ସନାୟାର ସନ୍ତାନ ତିନି ହଜାର ନଅ ଶହ ତିରିଶ ଜଣ ।
39. ଯାଜକମାନଙ୍କର ସଂଖ୍ୟା; ଯେଶୂୟ ବଂଶୀୟ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ ।
40. ଇମ୍ମେରର ସନ୍ତାନ ଏକ ହଜାର ବାଆନ ଜଣ ।
41. ପଶ୍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ ।
42. ହାରିମର ସନ୍ତାନ ଏକ ହଜାର ସତର ଜଣ ।
43. ଲେବୀୟମାନଙ୍କର ସଂଖ୍ୟା; ହେଦବାର ସନ୍ତାନ-ମାନଙ୍କ ମଧ୍ୟରୁ ଯେଶୂୟର, କଦ୍ମୀୟେଲର ସନ୍ତାନ ଚଉସ୍ତରି ଜଣ ।
44. ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠଚାଳିଶ ଜଣ ।
45. ଦ୍ଵାରପାଳମାନଙ୍କ ସଂଖ୍ୟା; ଶଲ୍ଲୁମର ସନ୍ତାନ, ଆଟରର ସନ୍ତାନ, ଟଲମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ ଏକ ଶହ ଅଠତିରିଶ ଜଣ ।
46. ନଥୀନୀୟମାନଙ୍କ ସଂଖ୍ୟା; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;
47. କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;
48. ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଶଲ୍ମୟର ସନ୍ତାନଗଣ;
49. ହାନନର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ;
50. ରାୟାର ସନ୍ତାନଗଣ, ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ;
51. ଗସମର ସନ୍ତାନଗଣ, ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ;
52. ବେଷୟର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫୁଷୀମର ସନ୍ତାନଗଣ;
53. ବକ୍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;
54. ବସ୍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;
55. ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;
56. ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ ।
57. ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା; ସୋଟୟର ସନ୍ତାନଗଣ, ସୋଫେରତର ସନ୍ତାନଗଣ, ପରିଦାର ସନ୍ତାନଗଣ;
58. ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;
59. ଶଫଟୀୟର ସନ୍ତାନଗଣ, ହଟୀଲାର ସନ୍ତାନଗଣ, ପୋଖେରତ୍-ହତ୍ସବାୟିମର ସନ୍ତାନଗଣ, ଆମୋନର ସନ୍ତାନଗଣ ।
60. ସମୁଦାୟ ନଥୀନୀୟ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା ତିନି ଶହ ବୟାନବେ ଜଣ ।
61. ପୁଣି, ତେଲମେଲହ, ତେଲହର୍ଶା, କଋବ୍, ଅଦ୍ଦନ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ; ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
62. ଦଲାୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅଣଶହ ବୟାଳିଶ ଜଣ ।
63. ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକୋସର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା ।
64. ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ଵେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ ।
65. ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ ।
66. ଆଉ, ଏକତ୍ରୀକୃତ ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ ।
67. ଏହା ଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ; ଆହୁରି, ସେମାନଙ୍କର ଦୁଇ ଶହ ପଞ୍ଚଚାଳିଶ ଜଣ ଗାୟକ ଗାୟିକା ଥିଲେ ।
68. ସେମାନଙ୍କର ସାତ ଶହ ଛତିଶ ଅଶ୍ଵ; ଦୁଇ ଶହ ପଞ୍ଚଚାଳିଶ ଖଚର;
69. ଚାରି ଶହ ପଞ୍ଚତିରିଶ ଉଷ୍ଟ୍ର; ଛଅ ହଜାର ସାତ ଶହ କୋଡ଼ିଏ ଗର୍ଦ୍ଦଭ ଥିଲେ ।
70. ପୁଣି, ପିତୃବଂଶୀୟ ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ । ଶାସନକର୍ତ୍ତା ଭଣ୍ତାରରେ ଡାରିକ୍ ନାମକ ଏକ ହଜାର ସ୍ଵର୍ଣ୍ଣମୁଦ୍ରା, ପଚାଶ କୁଣ୍ତ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା ।
71. ଆଉ, ପିତୃବଂଶୀୟ କେତେକ ପ୍ରଧାନ ଲୋକ କର୍ମର ଭଣ୍ତାରରେ ଡାରିକ୍ ନାମକ କୋଡ଼ିଏ ହଜାର ସ୍ଵର୍ଣ୍ଣମୁଦ୍ରା ଓ ଦୁଇ ହଜାର ଦୁଇ ଶହ ପାଉଣ୍ତ ରୂପା ଦେଲେ ।
72. ଅନ୍ୟ ଲୋକ ସମସ୍ତେ ଡାରିକ୍ ନାମକ କୋଡ଼ିଏ ହଜାର ସ୍ଵର୍ଣ୍ଣମୁଦ୍ରା ଓ ଦୁଇ ହଜାର ପାଉଣ୍ତ ରୂପା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ ।
73. ଏଉତ୍ତାରେ ଯାଜକମାନେ ଓ ଲେବୀୟମାନେ ଓ ଦ୍ଵାରପାଳମାନେ ଓ ଗାୟକମାନେ, ଆଉ ଲୋକମାନଙ୍କ ମଧ୍ୟରୁ କେତେକ ଓ ନଥୀନୀୟମାନେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ । ଏଉତ୍ତାରେ ସପ୍ତମ ମାସ ଉପସ୍ଥିତ ହେଲା, ଆଉ ଇସ୍ରାଏଲ-ସନ୍ତାନଗଣ ଆପଣା ନଗରରେ ଥିଲେ ।

Notes

No Verse Added

Total 13 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 7 / 13
1 2 3 4 5 6 7 8 9 10 11 12 13
ନିହିମିୟା 7:53
1 ପ୍ରାଚୀର ନିର୍ମିତ ହୁଅନ୍ତେ, ମୁଁ କବାଟସବୁ ଝୁଲାଇଲି, ପୁଣି ଦ୍ଵାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ । 2 ତହୁଁ ମୁଁ ଆପଣା ଭ୍ରାତା ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନୀୟକୁ ଯିରୂଶାଲମ ଉପରେ ନିଯୁକ୍ତ କଲି; କାରଣ ହନାନୀୟ ବିଶ୍ଵସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ଵରଙ୍କୁ ଭୟ କଲା । 3 ଆଉ, ମୁଁ ସେମାନଙ୍କୁ କହିଲି, ସୂର୍ଯ୍ୟ ପ୍ରଚଣ୍ତ ନୋହିବା ପର୍ଯ୍ୟନ୍ତ ଯିରୂଶାଲମର ଦ୍ଵାରସବୁ ଫିଟା ନ ଯାଉ; ଲୋକମାନେ ପ୍ରହରୀକର୍ମରେ ଠିଆ ହେବା ବେଳେ ଦ୍ଵାରସବୁ ବନ୍ଦ କରନ୍ତୁ, ଆଉ ତୁମ୍ଭେମାନେ ତହିଁରେ ଅର୍ଗଳ ଦିଅ; ପୁଣି, ତୁମ୍ଭେମାନେ ଯିରୂଶାଲମ-ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର, ସେମାନେ ପ୍ରତ୍ୟେକେ ଆପଣା ଆପଣା ପହରାରେ ଓ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ରହନ୍ତୁ । 4 ନଗର ପ୍ରଶସ୍ତ ଓ ବୃହତ ଥିଲା; ମାତ୍ର ତହିଁ ମଧ୍ୟରେ ଅଳ୍ପ ଲୋକ ଥିଲେ ଓ ଗୃହ ସବୁ ନିର୍ମିତ ହୋଇ ନ ଥିଲା । 5 ଏଉତ୍ତାରେ ବଂଶାବଳୀକ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋହର ପରମେଶ୍ଵର ମୋʼ ମନରେ ପ୍ରବୃତ୍ତି ଦେଲେ । ଆଉ, ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ-ପୁସ୍ତକ ପାଇଲି, ତହିଁରେ ଏହା ଲେଖା ଥିବାର ଦେଖିଲି, ଯଥା, 6 ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ, ବାବିଲର ରାଜା ନବୁଖଦ୍ନିତ୍ସର ଏମାନଙ୍କୁ ନେଇଯାଇଥିଲା; 7 ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମୀୟା, ଅସରୀୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲଶନ୍, ମିସ୍ପର, ବିଗ୍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ । ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା, 8 ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ । 9 ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ । 10 ଆରହର ସନ୍ତାନ ଛଅ ଶହ ବାଆନ ଜଣ । 11 ଯେଶୂୟ ଓ ଯୋୟାବର ସନ୍ତାନଗଣ ମଧ୍ୟରୁ ପହତ୍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ଅଠର ଜଣ । 12 ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ । 13 ସତ୍ତୂର ସନ୍ତାନ ଆଠ ଶହ ପଞ୍ଚଚାଳିଶ ଜଣ । 14 ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ । 15 ବିନ୍ନୁୟିର ସନ୍ତାନ ଛଅ ଶହ ଅଠଚାଳିଶ ଜଣ । 16 ବେବୟର ସନ୍ତାନ ଛଅ ଶହ ଅଠାଇଶ ଜଣ । 17 ଅସ୍ଗଦର ସନ୍ତାନ ଦୁଇ ହଜାର ତିନି ଶହ ବାଇଶ ଜଣ । 18 ଅଦୋନୀକାମର ସନ୍ତାନ ଛଅ ଶହ ସତଷଠି ଜଣ । 19 ବିଗ୍ବୟର ସନ୍ତାନ ଦୁଇ ହଜାର ସତଷଠି ଜଣ । 20 ଆଦୀନର ସନ୍ତାନ ଛଅ ଶହ ପଞ୍ଚାବନ ଜଣ । 21 ହିଜକୀୟର ବଂଶଜାତ ଆଟରର ସନ୍ତାନ ଅଠାନବେ ଜଣ । 22 ହଶୂମର ସନ୍ତାନ ତିନି ଶହ ଅଠାଇଶ ଜଣ । 23 ବେତ୍ସୟର ସନ୍ତାନ ତିନି ଶହ ଚବିଶ ଜଣ । 24 ହାରୀଫର ସନ୍ତାନ ଏକ ଶହ ବାର ଜଣ । 25 ଗିବିୟୋନର ସନ୍ତାନ ପଞ୍ଚାନବେ ଜଣ । 26 ବୈଥ୍ଲେହମ୍ ଓ ନଟୋଫାର ଲୋକ ଏକ ଶହ ଅଠାଅଶୀ ଜଣ । 27 ଅନାଥୋତର ଲୋକ ଏକ ଶହ ଅଠାଇଶ ଜଣ । 28 ବେଥ୍-ଅସ୍ମାବତର ଲୋକ ବୟାଳିଶ ଜଣ । 29 କିରୀୟତ୍-ଯିୟାରୀମର, କଫୀରାର ଓ ବେରୋତର ଲୋକ ସାତଣଶହ ତେୟାଳିଶ ଜଣ । 30 ରାମା ଓ ଗେବାର ଲୋକ ଛଅ ଶହ ଏକୋଇଶ ଜଣ । 31 ମିକ୍ମସର ଲୋକ ଏକ ଶହ ବାଇଶ ଜଣ । 32 ବୈଥେଲ୍ ଓ ଅୟର ଲୋକ ଏକ ଶହ ତେଇଶ ଜଣ । 33 ଅନ୍ୟ ନବୋର ଲୋକ ବାଆନ ଜଣ । 34 ଅନ୍ୟ ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ । 35 ହାରୀମର ସନ୍ତାନ ତିନି ଶହ କୋଡ଼ିଏ ଜଣ । 36 ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ । 37 ଲୋଦ୍, ହାଦୀଦ୍ ଓ ଓନୋର ସନ୍ତାନ ସାତ ଶହ ଏକୋଇଶ ଜଣ । 38 ସନାୟାର ସନ୍ତାନ ତିନି ହଜାର ନଅ ଶହ ତିରିଶ ଜଣ । 39 ଯାଜକମାନଙ୍କର ସଂଖ୍ୟା; ଯେଶୂୟ ବଂଶୀୟ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ । 40 ଇମ୍ମେରର ସନ୍ତାନ ଏକ ହଜାର ବାଆନ ଜଣ । 41 ପଶ୍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ । 42 ହାରିମର ସନ୍ତାନ ଏକ ହଜାର ସତର ଜଣ । 43 ଲେବୀୟମାନଙ୍କର ସଂଖ୍ୟା; ହେଦବାର ସନ୍ତାନ-ମାନଙ୍କ ମଧ୍ୟରୁ ଯେଶୂୟର, କଦ୍ମୀୟେଲର ସନ୍ତାନ ଚଉସ୍ତରି ଜଣ । 44 ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠଚାଳିଶ ଜଣ । 45 ଦ୍ଵାରପାଳମାନଙ୍କ ସଂଖ୍ୟା; ଶଲ୍ଲୁମର ସନ୍ତାନ, ଆଟରର ସନ୍ତାନ, ଟଲମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ ଏକ ଶହ ଅଠତିରିଶ ଜଣ । 46 ନଥୀନୀୟମାନଙ୍କ ସଂଖ୍ୟା; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ; 47 କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ; 48 ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଶଲ୍ମୟର ସନ୍ତାନଗଣ; 49 ହାନନର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ; 50 ରାୟାର ସନ୍ତାନଗଣ, ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ; 51 ଗସମର ସନ୍ତାନଗଣ, ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ; 52 ବେଷୟର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫୁଷୀମର ସନ୍ତାନଗଣ; 53 ବକ୍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ; 54 ବସ୍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ; 55 ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ; 56 ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ । 57 ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା; ସୋଟୟର ସନ୍ତାନଗଣ, ସୋଫେରତର ସନ୍ତାନଗଣ, ପରିଦାର ସନ୍ତାନଗଣ; 58 ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ; 59 ଶଫଟୀୟର ସନ୍ତାନଗଣ, ହଟୀଲାର ସନ୍ତାନଗଣ, ପୋଖେରତ୍-ହତ୍ସବାୟିମର ସନ୍ତାନଗଣ, ଆମୋନର ସନ୍ତାନଗଣ । 60 ସମୁଦାୟ ନଥୀନୀୟ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା ତିନି ଶହ ବୟାନବେ ଜଣ । 61 ପୁଣି, ତେଲମେଲହ, ତେଲହର୍ଶା, କଋବ୍, ଅଦ୍ଦନ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ; ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା, 62 ଦଲାୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅଣଶହ ବୟାଳିଶ ଜଣ । 63 ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକୋସର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା । 64 ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ଵେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ । 65 ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ । 66 ଆଉ, ଏକତ୍ରୀକୃତ ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ । 67 ଏହା ଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ; ଆହୁରି, ସେମାନଙ୍କର ଦୁଇ ଶହ ପଞ୍ଚଚାଳିଶ ଜଣ ଗାୟକ ଗାୟିକା ଥିଲେ । 68 ସେମାନଙ୍କର ସାତ ଶହ ଛତିଶ ଅଶ୍ଵ; ଦୁଇ ଶହ ପଞ୍ଚଚାଳିଶ ଖଚର; 69 ଚାରି ଶହ ପଞ୍ଚତିରିଶ ଉଷ୍ଟ୍ର; ଛଅ ହଜାର ସାତ ଶହ କୋଡ଼ିଏ ଗର୍ଦ୍ଦଭ ଥିଲେ । 70 ପୁଣି, ପିତୃବଂଶୀୟ ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ । ଶାସନକର୍ତ୍ତା ଭଣ୍ତାରରେ ଡାରିକ୍ ନାମକ ଏକ ହଜାର ସ୍ଵର୍ଣ୍ଣମୁଦ୍ରା, ପଚାଶ କୁଣ୍ତ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା । 71 ଆଉ, ପିତୃବଂଶୀୟ କେତେକ ପ୍ରଧାନ ଲୋକ କର୍ମର ଭଣ୍ତାରରେ ଡାରିକ୍ ନାମକ କୋଡ଼ିଏ ହଜାର ସ୍ଵର୍ଣ୍ଣମୁଦ୍ରା ଓ ଦୁଇ ହଜାର ଦୁଇ ଶହ ପାଉଣ୍ତ ରୂପା ଦେଲେ । 72 ଅନ୍ୟ ଲୋକ ସମସ୍ତେ ଡାରିକ୍ ନାମକ କୋଡ଼ିଏ ହଜାର ସ୍ଵର୍ଣ୍ଣମୁଦ୍ରା ଓ ଦୁଇ ହଜାର ପାଉଣ୍ତ ରୂପା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ । 73 ଏଉତ୍ତାରେ ଯାଜକମାନେ ଓ ଲେବୀୟମାନେ ଓ ଦ୍ଵାରପାଳମାନେ ଓ ଗାୟକମାନେ, ଆଉ ଲୋକମାନଙ୍କ ମଧ୍ୟରୁ କେତେକ ଓ ନଥୀନୀୟମାନେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ । ଏଉତ୍ତାରେ ସପ୍ତମ ମାସ ଉପସ୍ଥିତ ହେଲା, ଆଉ ଇସ୍ରାଏଲ-ସନ୍ତାନଗଣ ଆପଣା ନଗରରେ ଥିଲେ ।
Total 13 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 7 / 13
1 2 3 4 5 6 7 8 9 10 11 12 13
Common Bible Languages
West Indian Languages
×

Alert

×

oriya Letters Keypad References