ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯାତ୍ରା ପୁସ୍ତକ
1. ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ, ସେମାନେ ସୀନୟ ପ୍ରାନ୍ତରରେ ଉପସ୍ଥିତ ହେଲେ।
2. ସେମାନେ ରଫୀଦୀମଠାରୁଯାତ୍ରା କରି ସୀନୟ ପ୍ରାନ୍ତରରେ ଉପସ୍ଥିତ ହୁଅନ୍ତେ, ସେହି ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; ଇସ୍ରାଏଲ ସେହି ସ୍ଥାନରେ ପର୍ବତ ସମ୍ମୁଖରେ ଛାଉଣି ସ୍ଥାପନ କଲେ ।
3. ଅନନ୍ତର ମୋଶା ପରମେଶ୍ଵରଙ୍କ ନିକଟକୁ ଆରୋହଣ କରନ୍ତେ, ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, ତୁମ୍ଭେ ଯାକୁବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ-ସନ୍ତାନଗଣକୁ ଏହା ଜଣାଅ ।
4. ଆମ୍ଭେ ମିସ୍ରୀୟମାନଙ୍କ ପ୍ରତି ଯାହା କଲୁ ଓ ତୁମ୍ଭମାନଙ୍କୁ କିରୂପେ ଉତ୍କୋଶ ପକ୍ଷୀର ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମ୍ଭେମାନେ ଦେଖିଅଛ ।
5. ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର ।
6. ପୁଣି ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶଓ ଏକ ପବିତ୍ର ଗୋଷ୍ଠୀ ହେବନ୍ତଏହିସବୁ କଥା ତୁମ୍ଭେ ଇସ୍ରାଏଲ-ସନ୍ତାନମାନଙ୍କୁ କୁହ ।
7. ତହୁଁ ମୋଶା ଆସି ଲୋକମାନଙ୍କର ପ୍ରାଚୀନବର୍ଗଙ୍କୁ ଡକାଇ ସଦାପ୍ରଭୁଙ୍କ ଦ୍ଵାରା ଆଦିଷ୍ଟ ଏହି ସବୁ କଥା ସେମାନଙ୍କ ଅଗ୍ରତେ ପ୍ରସ୍ତାବ କଲେ ।
8. ତହିଁରେ ସମସ୍ତ ଲୋକ ଏକ ସଙ୍ଗରେ ଅଙ୍ଗୀକାର କରି କହିଲେ, ସଦାପ୍ରଭୁ ଯେଉଁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ କରିବା। ସେତେବେଳେ ମୋଶା ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କ କଥା ଜଣାଇଲେ ।
9. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିଲା ବେଳେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ପ୍ରତ୍ୟୟ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ । ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ ।
10. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କ ନିକଟକୁ ଯାଇ ଆଜି ଓ କାଲି ସେମାନଙ୍କୁ ପବିତ୍ର କର, ପୁଣି ସେମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତୁ
11. ଓ ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ; କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବେ ।
12. ଏହେତୁ ତୁମ୍ଭେ ଲୋକମାନଙ୍କ ଚତୁର୍ଦ୍ଦିଗରେ ସୀମା ନିରୂପଣ କରି ଏହି କଥା କୁହ, ତୁମ୍ଭେମାନେ ପର୍ବତାରୋହଣ ଓ ତହିଁର ସୀମା ସ୍ପର୍ଶ କରିବାକୁ ସାବଧାନ ହୁଅ; ଯେକେହି ପର୍ବତ ସ୍ପର୍ଶ କରିବ, ସେ ଅବଶ୍ୟ ହତ ହେବ ।
13. କାହାର ହାତ ତାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ପ୍ରସ୍ତରାଘାତରେ ହତ ହେବ, କିମ୍ଵା ବାଣ ଦ୍ଵାରା ବିଦ୍ଧ ହେବ; ପଶୁ ହେଉ କି ମନୁଷ୍ୟ ହେଉ, କଦାପି ବଞ୍ଚିବ ନାହିଁ; ତୂରୀର ଦୀର୍ଘଧ୍ଵନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ ।
14. ଅନନ୍ତର ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କୁ ପବିତ୍ର କଲେ, ପୁଣି ସେମାନେ ଆପଣା ଆପଣା ବସ୍ତ୍ରସବୁ ଧୌତ କଲେ ।
15. ତହୁଁ ସେ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ତୃତୀୟ ଦିନ ନିମନ୍ତେ ପ୍ରସ୍ତୁତ ହୁଅ; ଆପଣା ଆପଣା ଭାର୍ଯ୍ୟା ନିକଟକୁ ଯାଅ ନାହିଁ ।
16. ଅନନ୍ତର ତୃତୀୟ ଦିନର ପ୍ରଭାତ ହୁଅନ୍ତେ, ମେଘ ଗର୍ଜ୍ଜନ ଓ ବିଜୁଳିଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚସ୍ଵରରେ ତୂରୀଧ୍ଵନି ହେବାକୁ ଲାଗିଲା; ତହିଁରେ ଛାଉଣିସ୍ଥିତ ସମସ୍ତ ଲୋକ କମ୍ପାନ୍ଵିତ ହେଲେ ।
17. ତହୁଁ ପରମେଶ୍ଵରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ଆଣିଲେ, ତହିଁରେ ସେମାନେ ପର୍ବତର ତଳେ ଛିଡ଼ା ହେଲେ ।
18. ସେତେବେଳେ ସୀନୟ ପର୍ବତ ଧୂମମୟ ଥିଲା, କାରଣ ସଦାପ୍ରଭୁ ଅଗ୍ନି ବାହନରେ ତହିଁ ଉପରେ ଅବରୋହଣ କଲେ; ତହିଁରେ ଭାଟୀର ଧୂମ ପରି ତହିଁରୁ ଧୂମ ଉଠିଲା, ପୁଣି ସମୁଦାୟ ପର୍ବତ ଅତିଶୟ କମ୍ପିଲା ।
19. ପୁଣି ତୂରୀଶଦ୍ଦ କ୍ରମଶଃ ଅତିଶୟ ଉଚ୍ଚ ହୁଅନ୍ତେ, ମୋଶା କଥା କହିଲେ, ତହିଁରେ ପରମେଶ୍ଵର ଏକ ରବ ଦ୍ଵାରା ତାଙ୍କୁ ଉତ୍ତର ଦେଲେ ।
20. ଅନନ୍ତର ସଦାପ୍ରଭୁ ସୀନୟ ପର୍ବତ ଉପରେ, ଅର୍ଥାତ୍, ପର୍ବତ ଶୃଙ୍ଗରେ ଅବରୋହଣ କଲା ଉତ୍ତାରେ ମୋଶାଙ୍କୁ ସେହି ପର୍ବତ ଶୃଙ୍ଗକୁ ଡ଼ାକିଲେ; ତହିଁରେ ମୋଶା ଆରୋହଣ କଲେ ।
21. ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଓହ୍ଲାଇ ଯାଇ ଲୋକମାନଙ୍କୁ ଦୃଢ଼ ଆଦେଶ କର, ନୋହିଲେ ସଦାପ୍ରଭୁଙ୍କୁ ଦେଖିବା ପାଇଁସୀମା ଲଙ୍ଘନ କଲେ, ସେମାନଙ୍କ ମଧ୍ୟରୁ ଅନେକେ ବିନଷ୍ଟ ହେବେ ।
22. ଆଉ ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥାʼନ୍ତି, ସେମାନେ ହିଁ ଆପଣାମାନଙ୍କୁ ପବିତ୍ର କରନ୍ତୁ, ନୋହିଲେ ସେ ସେମାନଙ୍କୁ ଆକ୍ରମଣ କରିବେ ।
23. ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, ଲୋକମାନେ ସୀନୟ ପର୍ବତରେ ଆରୋହଣ କରି ପାରନ୍ତି ନାହିଁ; କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଅଛ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।
24. ତେବେ ସଦାପ୍ରଭୁ ତାଙ୍କୁ କହିଲେ, ଯାଅ, ଓହ୍ଲାଅ; ପୁଣି ତୁମ୍ଭେ ହାରୋଣଙ୍କୁ ସଙ୍ଗରେ ନେଇ ଆରୋହଣ କରିବ; ମାତ୍ର ଯାଜକଗଣ ଓ ଲୋକମାନଙ୍କ ଉପରେ ସଦାପ୍ରଭୁ ଯେପରି ଆକ୍ରମଣ ନ କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ଛାମୁକୁ ଆସିବା ପାଇଁ ସୀମା ଅତିକ୍ରମ ନ କରନ୍ତୁ ।
25. ତହୁଁ ମୋଶା ଲୋକମାନଙ୍କ ନିକଟକୁ ଓହ୍ଲାଇ ଯାଇ ସେମାନଙ୍କୁ ସେହି ପ୍ରକାର ଆଜ୍ଞା ଦେଲେ ।

Notes

No Verse Added

Total 40 Chapters, Current Chapter 19 of Total Chapters 40
ଯାତ୍ରା ପୁସ୍ତକ 19
1. ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ, ସେମାନେ ସୀନୟ ପ୍ରାନ୍ତରରେ ଉପସ୍ଥିତ ହେଲେ।
2. ସେମାନେ ରଫୀଦୀମଠାରୁଯାତ୍ରା କରି ସୀନୟ ପ୍ରାନ୍ତରରେ ଉପସ୍ଥିତ ହୁଅନ୍ତେ, ସେହି ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; ଇସ୍ରାଏଲ ସେହି ସ୍ଥାନରେ ପର୍ବତ ସମ୍ମୁଖରେ ଛାଉଣି ସ୍ଥାପନ କଲେ
3. ଅନନ୍ତର ମୋଶା ପରମେଶ୍ଵରଙ୍କ ନିକଟକୁ ଆରୋହଣ କରନ୍ତେ, ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, ତୁମ୍ଭେ ଯାକୁବ ବଂଶକୁ ଏହି କଥା କୁହ ଇସ୍ରାଏଲ-ସନ୍ତାନଗଣକୁ ଏହା ଜଣାଅ
4. ଆମ୍ଭେ ମିସ୍ରୀୟମାନଙ୍କ ପ୍ରତି ଯାହା କଲୁ ତୁମ୍ଭମାନଙ୍କୁ କିରୂପେ ଉତ୍କୋଶ ପକ୍ଷୀର ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମ୍ଭେମାନେ ଦେଖିଅଛ
5. ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର
6. ପୁଣି ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶଓ ଏକ ପବିତ୍ର ଗୋଷ୍ଠୀ ହେବନ୍ତଏହିସବୁ କଥା ତୁମ୍ଭେ ଇସ୍ରାଏଲ-ସନ୍ତାନମାନଙ୍କୁ କୁହ
7. ତହୁଁ ମୋଶା ଆସି ଲୋକମାନଙ୍କର ପ୍ରାଚୀନବର୍ଗଙ୍କୁ ଡକାଇ ସଦାପ୍ରଭୁଙ୍କ ଦ୍ଵାରା ଆଦିଷ୍ଟ ଏହି ସବୁ କଥା ସେମାନଙ୍କ ଅଗ୍ରତେ ପ୍ରସ୍ତାବ କଲେ
8. ତହିଁରେ ସମସ୍ତ ଲୋକ ଏକ ସଙ୍ଗରେ ଅଙ୍ଗୀକାର କରି କହିଲେ, ସଦାପ୍ରଭୁ ଯେଉଁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ କରିବା। ସେତେବେଳେ ମୋଶା ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କ କଥା ଜଣାଇଲେ
9. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିଲା ବେଳେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ପ୍ରତ୍ୟୟ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ
10. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କ ନିକଟକୁ ଯାଇ ଆଜି କାଲି ସେମାନଙ୍କୁ ପବିତ୍ର କର, ପୁଣି ସେମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତୁ
11. ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ; କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବେ
12. ଏହେତୁ ତୁମ୍ଭେ ଲୋକମାନଙ୍କ ଚତୁର୍ଦ୍ଦିଗରେ ସୀମା ନିରୂପଣ କରି ଏହି କଥା କୁହ, ତୁମ୍ଭେମାନେ ପର୍ବତାରୋହଣ ତହିଁର ସୀମା ସ୍ପର୍ଶ କରିବାକୁ ସାବଧାନ ହୁଅ; ଯେକେହି ପର୍ବତ ସ୍ପର୍ଶ କରିବ, ସେ ଅବଶ୍ୟ ହତ ହେବ
13. କାହାର ହାତ ତାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ପ୍ରସ୍ତରାଘାତରେ ହତ ହେବ, କିମ୍ଵା ବାଣ ଦ୍ଵାରା ବିଦ୍ଧ ହେବ; ପଶୁ ହେଉ କି ମନୁଷ୍ୟ ହେଉ, କଦାପି ବଞ୍ଚିବ ନାହିଁ; ତୂରୀର ଦୀର୍ଘଧ୍ଵନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ
14. ଅନନ୍ତର ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କୁ ପବିତ୍ର କଲେ, ପୁଣି ସେମାନେ ଆପଣା ଆପଣା ବସ୍ତ୍ରସବୁ ଧୌତ କଲେ
15. ତହୁଁ ସେ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ତୃତୀୟ ଦିନ ନିମନ୍ତେ ପ୍ରସ୍ତୁତ ହୁଅ; ଆପଣା ଆପଣା ଭାର୍ଯ୍ୟା ନିକଟକୁ ଯାଅ ନାହିଁ
16. ଅନନ୍ତର ତୃତୀୟ ଦିନର ପ୍ରଭାତ ହୁଅନ୍ତେ, ମେଘ ଗର୍ଜ୍ଜନ ବିଜୁଳିଓ ପର୍ବତ ଉପରେ ନିବିଡ଼ ମେଘ ଅତିଶୟ ଉଚ୍ଚସ୍ଵରରେ ତୂରୀଧ୍ଵନି ହେବାକୁ ଲାଗିଲା; ତହିଁରେ ଛାଉଣିସ୍ଥିତ ସମସ୍ତ ଲୋକ କମ୍ପାନ୍ଵିତ ହେଲେ
17. ତହୁଁ ପରମେଶ୍ଵରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ଆଣିଲେ, ତହିଁରେ ସେମାନେ ପର୍ବତର ତଳେ ଛିଡ଼ା ହେଲେ
18. ସେତେବେଳେ ସୀନୟ ପର୍ବତ ଧୂମମୟ ଥିଲା, କାରଣ ସଦାପ୍ରଭୁ ଅଗ୍ନି ବାହନରେ ତହିଁ ଉପରେ ଅବରୋହଣ କଲେ; ତହିଁରେ ଭାଟୀର ଧୂମ ପରି ତହିଁରୁ ଧୂମ ଉଠିଲା, ପୁଣି ସମୁଦାୟ ପର୍ବତ ଅତିଶୟ କମ୍ପିଲା
19. ପୁଣି ତୂରୀଶଦ୍ଦ କ୍ରମଶଃ ଅତିଶୟ ଉଚ୍ଚ ହୁଅନ୍ତେ, ମୋଶା କଥା କହିଲେ, ତହିଁରେ ପରମେଶ୍ଵର ଏକ ରବ ଦ୍ଵାରା ତାଙ୍କୁ ଉତ୍ତର ଦେଲେ
20. ଅନନ୍ତର ସଦାପ୍ରଭୁ ସୀନୟ ପର୍ବତ ଉପରେ, ଅର୍ଥାତ୍, ପର୍ବତ ଶୃଙ୍ଗରେ ଅବରୋହଣ କଲା ଉତ୍ତାରେ ମୋଶାଙ୍କୁ ସେହି ପର୍ବତ ଶୃଙ୍ଗକୁ ଡ଼ାକିଲେ; ତହିଁରେ ମୋଶା ଆରୋହଣ କଲେ
21. ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଓହ୍ଲାଇ ଯାଇ ଲୋକମାନଙ୍କୁ ଦୃଢ଼ ଆଦେଶ କର, ନୋହିଲେ ସଦାପ୍ରଭୁଙ୍କୁ ଦେଖିବା ପାଇଁସୀମା ଲଙ୍ଘନ କଲେ, ସେମାନଙ୍କ ମଧ୍ୟରୁ ଅନେକେ ବିନଷ୍ଟ ହେବେ
22. ଆଉ ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥାʼନ୍ତି, ସେମାନେ ହିଁ ଆପଣାମାନଙ୍କୁ ପବିତ୍ର କରନ୍ତୁ, ନୋହିଲେ ସେ ସେମାନଙ୍କୁ ଆକ୍ରମଣ କରିବେ
23. ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, ଲୋକମାନେ ସୀନୟ ପର୍ବତରେ ଆରୋହଣ କରି ପାରନ୍ତି ନାହିଁ; କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଅଛ, ପର୍ବତର ସୀମା ନିରୂପଣ କର ତାହା ପବିତ୍ର କର।
24. ତେବେ ସଦାପ୍ରଭୁ ତାଙ୍କୁ କହିଲେ, ଯାଅ, ଓହ୍ଲାଅ; ପୁଣି ତୁମ୍ଭେ ହାରୋଣଙ୍କୁ ସଙ୍ଗରେ ନେଇ ଆରୋହଣ କରିବ; ମାତ୍ର ଯାଜକଗଣ ଲୋକମାନଙ୍କ ଉପରେ ସଦାପ୍ରଭୁ ଯେପରି ଆକ୍ରମଣ କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ଛାମୁକୁ ଆସିବା ପାଇଁ ସୀମା ଅତିକ୍ରମ କରନ୍ତୁ
25. ତହୁଁ ମୋଶା ଲୋକମାନଙ୍କ ନିକଟକୁ ଓହ୍ଲାଇ ଯାଇ ସେମାନଙ୍କୁ ସେହି ପ୍ରକାର ଆଜ୍ଞା ଦେଲେ
Total 40 Chapters, Current Chapter 19 of Total Chapters 40
×

Alert

×

oriya Letters Keypad References