ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ରାଜାବଳୀ
1. ଭବିଷ୍ୟଦ୍ବକ୍ତାମାନଙ୍କ ପୁତ୍ରଗଣର ଭାର୍ଯ୍ୟାମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀ ଇଲୀଶାୟଙ୍କ ନିକଟରେ କ୍ରନ୍ଦନ କରି କହିଲା, ଆପଣଙ୍କ ଦାସ ମୋʼ ସ୍ଵାମୀ ମରିଅଛନ୍ତି; ପୁଣି ଆପଣଙ୍କ ଦାସ ଯେ ସଦାପ୍ରଭୁଙ୍କୁ ଭୟ କରୁଥିଲେ, ଏହା ଆପଣ ଜାଣନ୍ତି; ଏବେ ମହାଜନ ମୋହର ଦୁଇ ସନ୍ତାନଙ୍କୁ ଆପଣାର ଦାସ କରିବା ନିମନ୍ତେ ନେବାକୁ ଆସିଅଛି ।
2. ତହିଁରେ ଇଲୀଶାୟ ତାହାକୁ କହିଲେ, ମୁଁ ତୁମ୍ଭ ପାଇଁ କଅଣ କରିବି? ମୋତେ କୁହ; ଘରେ ତୁମ୍ଭର କଅଣ ଅଛି? ଏଥିରେ ସେ କହିଲା, ଏକ ପାତ୍ର ତୈଳ ଛଡ଼ା ଗୃହରେ ଆପଣଙ୍କ ଦାସୀର ଆଉ କିଛି ନାହିଁ ।
3. ତହୁଁ ସେ କହିଲେ, ଯାଅ, ବାହାରୁ ଆପଣାର ସମସ୍ତ ପ୍ରତିବାସୀଠାରୁ ପାତ୍ର, ଅର୍ଥାତ୍, ଶୂନ୍ୟ ପାତ୍ର ଉଧାର କରି ଆଣ; ଅଳ୍ପ ଉଧାର ନ କର ।
4. ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ଵାର ବନ୍ଦ କରି ସେସବୁ ପାତ୍ରରେ ତୈଳ ଅଜାଡ଼; ଆଉ ଯେଉଁ ପାତ୍ର ପୂର୍ଣ୍ଣ ହୁଏ, ତାହା ଅଲଗା କରି ରଖ ।
5. ତହୁଁ ସେ ସ୍ତ୍ରୀ ତାଙ୍କ ନିକଟରୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ଵାର ବନ୍ଦ କଲା; ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ, ସେ ଅଜାଡ଼ିଲା ।
6. ତହୁଁ ପାତ୍ରସବୁ ପୂର୍ଣ୍ଣ ହୁଅନ୍ତେ, ସେ ଆପଣା ପୁତ୍ରକୁ କହିଲା, ଆଉ ଗୋଟିଏ ପାତ୍ର ମୋʼ କତିକି ଆଣ । ଏଥିରେ ସେ ତାହାକୁ କହିଲା, ଆଉ ପାତ୍ର ନାହିଁ । ତହିଁରେ ତୈଳ ବନ୍ଦ ହେଲା ।
7. ତେବେ ସେ ସ୍ତ୍ରୀ ଆସି ପରମେଶ୍ଵରଙ୍କ ଲୋକଙ୍କୁ ତାହା ଜଣାଇଲା । ଏଥିରେ ସେ କହିଲେ, ଯାଅ, ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର, ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଦିନାତିପାତ କର ।
8. ଅନନ୍ତର ଦିନକରେ ଇଲୀଶାୟ ଶୁନେମକୁ ଗଲେ, ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା; ଆଉ ସେ ଇଲୀଶାୟଙ୍କୁ ଅନ୍ନଭୋଜନ ନିମନ୍ତେ ବଳାଇଲା । ଏଉତ୍ତାରେ ଇଲୀଶାୟ ଯେତେ ଥର ସେହି ପଥ ଦେଇ ଗଲେ, ସେତେ ଥର ଅନ୍ନଭୋଜନ ନିମନ୍ତେ ସେଠାକୁ ଗଲେ ।
9. ଅନନ୍ତର ସେ ସ୍ତ୍ରୀ ଆପଣା ସ୍ଵାମୀକୁ କହିଲା, ଦେଖ, ମୁଁ ବୋଧ କରୁଅଛି, ଏହି ଯେ ଲୋକ ନିତ୍ୟ ଆମ୍ଭମାନଙ୍କ ନିକଟ ଦେଇ ଗତାୟାତ କରୁଅଛନ୍ତି, ସେ ପରମେଶ୍ଵରଙ୍କର ଏକ ପବିତ୍ର ଲୋକ ।
10. ମୁଁ ବିନୟ କରୁଅଛି, ଆମ୍ଭେମାନେ ପ୍ରାଚୀର ଉପରେ ଗୋଟିଏ ସାନ କୋଠରି ନିର୍ମାଣ କରୁ ଓ ତହିଁରେ ତାଙ୍କ ପାଇଁ ଗୋଟିଏ ଖଟ ଓ ମେଜ ଓ ଆସନ ଓ ଦୀପରୁଖା ରଖୁ; ତହୁଁ ସେ ଆମ୍ଭମାନଙ୍କ ନିକଟକୁ ଆସିବା ବେଳେ ସେଠାରେ ରହିବେ ।
11. ଦିନକରେ ଇଲୀଶାୟ ସେଠାକୁ ଆସିଲେ, ଆଉ ସେହି କୋଠରିକି ଯାଇ ଶୟନ କଲେ ।
12. ପୁଣି ସେ ଆପଣା ଦାସ ଗିହେଜୀକି କହିଲେ, ଏହି ଶୁନେମୀୟାକୁ ଡାକ । ତହୁଁ ସେ ତାହାକୁ ଡାକନ୍ତେ, ସେ ସ୍ତ୍ରୀ ତାଙ୍କ ସମ୍ମୁଖରେ ଠିଆ ହେଲା ।
13. ଏଥିରେ ଇଲୀଶାୟ ଗିହେଜୀକି କହିଲେ, ତାକୁ କୁହ, ଦେଖ, ତୁମ୍ଭେ ଏସମସ୍ତ ଚିନ୍ତାରେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ; ତୁମ୍ଭ ପାଇଁ କଅଣ କରାଯିବ? ରାଜା ଅବା ସେନାପତି ନିକଟରେ ତୁମ୍ଭ ପକ୍ଷରେ କୁହାଯିବାର କି ତୁମ୍ଭର ଇଚ୍ଛା? ତହୁଁ ସେ ଉତ୍ତର କଲା, ମୁଁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି ।
14. ପୁଣି ଇଲୀଶାୟ କହିଲେ, ତେବେ ତାହା ପାଇଁ କʼଣ କରାଯିବ? ତହିଁରେ ଗିହେଜୀ ଉତ୍ତର କଲା, ତାହାର ପୁତ୍ର ନାହିଁ ଓ ତାହାର ସ୍ଵାମୀ ବୃଦ୍ଧ ।
15. ତେବେ ଇଲୀଶାୟ କହିଲେ, ତାକୁ ଡାକ । ଏଣୁ ସେ ତାକୁ ଡାକନ୍ତେ, ସେ ଦ୍ଵାରରେ ଠିଆ ହେଲା ।
16. ତହୁଁ ଇଲୀଶାୟ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ତୁମ୍ଭେ ପୁତ୍ରକୁ କୋଳ କରିବ । ଏଥିରେ ସେ ସ୍ତ୍ରୀ କହିଲା, ନା, ହେ ମୋର ପ୍ରଭୋ, ହେ ପରମେଶ୍ଵରଙ୍କ ଲୋକ, ଆପଣା ଦାସୀକୁ ଆପଣ ମିଥ୍ୟା ନ କହନ୍ତୁ ।
17. ଏଥି ଉତ୍ତାରେ ଇଲୀଶାୟଙ୍କର ବାକ୍ୟାନୁସାରେ ସେହି ସ୍ତ୍ରୀ ଗର୍ଭଧାରଣ କରି ଉକ୍ତ ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଏକ ପୁତ୍ର ପ୍ରସବ କଲା ।
18. ପୁଣି ବାଳକ ବଢ଼ିଲା ଉତ୍ତାରେ ଦିନକରେ ସେ ଶସ୍ୟଚ୍ଛେଦକମାନଙ୍କ ନିକଟରେ ଆପଣା ପିତା କତିକି ଗଲା ।
19. ଆଉ ସେ ଆପଣା ପିତାକୁ କହିଲା, ମୋʼ ମୁଣ୍ତ, ମୋʼ ମୁଣ୍ତ । ତହୁଁ ପିତା ଆପଣା ଦାସକୁ କହିଲା, ତାହାର ମାତା କତିକି ତାହାକୁ ଉଠାଇ ନେଇଯାଅ ।
20. ଆଉ ସେ ତାହାକୁ ଉଠାଇ ନେଇ ତାହାର ମାତା ନିକଟକୁ ଆଣନ୍ତେ, ବାଳକ ମଧ୍ୟାହ୍ନ ପର୍ଯ୍ୟନ୍ତ ତାହାର କୋଳରେ ବସି ମରିଗଲା ।
21. ଏଥିରେ ମାତା ଉପରକୁ ଯାଇ ପରମେଶ୍ଵରଙ୍କ ଲୋକଙ୍କ ଖଟରେ ତାହାକୁ ଶୁଆଇ ଦ୍ଵାର ବନ୍ଦ କରି ବାହାରି ଆସିଲା ।
22. ପୁଣି ସେ ଆପଣା ସ୍ଵାମୀକି ଡାକି କହିଲା, ମୁଁ ବିନୟ କରୁଅଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗର୍ଦ୍ଦଭରୁ ଗୋଟିଏ ମୋʼ କତିକି ପଠାଇଦିଅ, ମୁଁ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ଦୌଡ଼ିଯାଇ ଫେରି ଆସିବି ।
23. ତହିଁରେ ସେ କହିଲା, ତୁମ୍ଭେ କାହିଁକି ତାଙ୍କ ନିକଟକୁ ଆଜି ଯିବ? ଏ ତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ । ଏଥିରେ ସେ କହିଲା, ଭଲ ହେବ ।
24. ତହୁଁ ସେ ଗର୍ଦ୍ଦଭ ସଜାଇ ଆପଣା ଦାସକୁ କହିଲା, ଅଡ଼ାଇ ଚାଲ; ମୋʼ ଆଜ୍ଞା ବିନା ଚଳାଇବାରେ ଢିଲା ନ କର ।
25. ଏହିରୂପେ ସେ ଯାଇ କର୍ମିଲ ପର୍ବତରେ ପରମେଶ୍ଵରଙ୍କ ଲୋକଙ୍କ ନିକଟରେ ପହୁଞ୍ଚିଲା । ତହିଁରେ ପରମେଶ୍ଵରଙ୍କ ଲୋକ ଦୂରରୁ ତାହାକୁ ଦେଖି ଆପଣା ଦାସ ଗିହେଜୀକି କହିଲେ, ଦେଖ, ହେଇଟି ଶୁନେମୀୟା;
26. ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ଭେଟି ପଚାର, ତୁମ୍ଭର ମଙ୍ଗଳ? ତୁମ୍ଭ ସ୍ଵାମୀର ମଙ୍ଗଳ? ବାଳକର ମଙ୍ଗଳ? ତହୁଁ ସେ ଉତ୍ତର କଲା, ମଙ୍ଗଳ ।
27. ଏଉତ୍ତାରେ ସେ ପର୍ବତରେ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ଆସି ତାଙ୍କ ଚରଣ ଧରି ରହିଲା । ତହିଁରେ ଗିହେଜୀ ତାହାକୁ ଛଡ଼ାଇ ଦେବା ପାଇଁ ନିକଟକୁ ଆସିଲା; ମାତ୍ର ପରମେଶ୍ଵରଙ୍କ ଲୋକ କହିଲେ, ତାହାକୁ ଛାଡ଼ିଦିଅ; କାରଣ ତାହାର ଅନ୍ତରରେ ତାହାର ପ୍ରାଣ ଶୋକାକୁଳ ହୋଇଅଛି; ମାତ୍ର ସଦାପ୍ରଭୁ ମୋʼଠାରୁ ତାହା ଗୋପନ କରି ତାହା ମୋତେ ଜଣାଇ ନାହାନ୍ତି ।
28. ଏଥିରେ ସେ ସ୍ତ୍ରୀ କହିଲା, ମୋʼ ପ୍ରଭୁଙ୍କୁ ମୁଁ କʼଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ମୋତେ ପ୍ରତାରଣା ନ କର?
29. ତହୁଁ ଇଲୀଶାୟ ଗିହେଜୀକି କହିଲେ, ଆପଣା ଅଣ୍ଟା ବାନ୍ଧ ଓ ଆପଣା ହସ୍ତରେ ମୋହର ଯଷ୍ଟି ନେଇ ଆପଣା ବାଟେ ଚାଲିଯାଅ; ତୁମ୍ଭେ କୌଣସି ଲୋକକୁ ଭେଟିଲେ, ତାହାକୁ ନମସ୍କାର ନ କର; ଆଉ କେହି ତୁମ୍ଭକୁ ନମସ୍କାର କଲେ, ତାହାକୁ ଫେରି ଉତ୍ତର ନ ଦିଅ; ପୁଣି ମୋʼ ଯଷ୍ଟି ସେହି ବାଳକର ମୁଖ ଉପରେ ରଖିଦିଅ ।
30. ଏଥିରେ ବାଳକର ମାତା କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ । ତେଣୁ ଇଲୀଶାୟ ଉଠି ତାହାର ପଛେ ପଛେ ଗଲେ ।
31. ଏଥି ମଧ୍ୟରେ ଗିହେଜୀ ସେମାନଙ୍କ ଆଗେ ଯାଇ ବାଳକର ମୁଖ ଉପରେ ଯଷ୍ଟି ରଖିଲା; ମାତ୍ର କୌଣସି ରବ କି ଶ୍ରବଣ ହେଲା ନାହିଁ । ଏହେତୁ ଗିହେଜୀ ଇଲୀଶାୟଙ୍କୁ ଭେଟିବା ପାଇଁ ଫେରି ଆସି ତାଙ୍କୁ ଜଣାଇ କହିଲା, ବାଳକ ଜାଗି ନାହିଁ ।
32. ତହୁଁ ଇଲୀଶାୟ ସେ ଗୃହକୁ ଆସନ୍ତେ, ଦେଖ, ବାଳକ ମରି ତାଙ୍କର ଶଯ୍ୟାରେ ଶୋଇଅଛି ।
33. ଏହେତୁ ସେ ଭିତରକୁ ଯାଇ ଆପେ ଓ ବାଳକ ଉଭୟେ ରହି ଦ୍ଵାର ବନ୍ଦ କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ।
34. ଆଉ ସେ ଉପରକୁ ଯାଇ ବାଳକ ଉପରେ ଶୟନ କଲେ ଓ ତାହା ମୁଖ ଉପରେ ଆପଣା ମୁଖ ଓ ତାହା ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହା ହସ୍ତ ଉପରେ ଆପଣା ହସ୍ତ ରଖିଲେ; ଏରୂପେ ସେ ଆପଣାକୁ ବାଳକ ଉପରେ ଲମ୍ଵମାନ କଲେ; ତହିଁରେ ବାଳକର ଶରୀର ଉଷ୍ଣ ହେବାକୁ ଲାଗିଲା ।
35. ଏଥିରେ ଇଲୀଶାୟ ଫେରି ଗୃହ ମଧ୍ୟରେ ଏଣେ ତେଣେ ଥରେ ବୁଲିଲେ; ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ଵମାନ କଲେ; ତହିଁରେ ବାଳକ ସାତ ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା ।
36. ଏଥିରେ ସେ ଗିହେଜୀକି ଡାକି କହିଲେ, ସେହି ଶୁନେମୀୟାକୁ ଡାକ । ତହୁଁ ସେ ତାହାକୁ ଡାକିଲା । ଆଉ ସେ ତାଙ୍କ କତିକି ଆସନ୍ତେ, ସେ କହିଲେ, ତୁମ୍ଭ ପୁତ୍ରକୁ ନିଅ ।
37. ସେତେବେଳେ ସେ ସ୍ତ୍ରୀ ଭିତରକୁ ଯାଇ ତାଙ୍କର ଚରଣରେ ଭୂମିଷ୍ଠ ପ୍ରଣାମ କଲା ଓ ଆପଣା ପୁତ୍ରକୁ ନେଇ ବାହାରକୁ ଗଲା ।
38. ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍‍କୁ ଆସିଲେ; ସେସମୟରେ ଦେଶରେ ଦୁର୍ଭିକ୍ଷ ଥିଲା; ପୁଣି ଭବିଷ୍ୟଦ୍-ବକ୍ତାଗଣର ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ସମୟରେ ସେ ଆପଣା ଦାସକୁ କହିଲେ, ଏକ ବଡ଼ ହଣ୍ତା ବସାଇ ଭବିଷ୍ୟଦ୍ବକ୍ତାଗଣର ପୁତ୍ରମାନଙ୍କ ନିମନ୍ତେ ବ୍ୟଞ୍ଜନ ପାକ କର ।
39. ତହୁଁ ଜଣେ ଶାକ ସଂଗ୍ରହ କରିବା ପାଇଁ କ୍ଷେତ୍ରକୁ ଯାଇ ବନ୍ୟ ଲତା ପାଇ ତହିଁର ଫଳରେ ଅଣ୍ଟି ପୂର୍ଣ୍ଣ କରି ଆସି ତାହା ଖଣ୍ତ ଖଣ୍ତ କାଟି ବ୍ୟଞ୍ଜନ-ହଣ୍ତାରେ ପକାଇଲା; କାରଣ ସେମାନେ ତାହା ଚିହ୍ନିଲେ ନାହିଁ ।
40. ତହୁଁ ସେମାନେ ଲୋକମାନଙ୍କର ଭୋଜନ ନିମନ୍ତେ ତାହା ଢାଳିଲେ । ପୁଣି ଲୋକମାନେ ସେହି ବ୍ୟଞ୍ଜନ ଭୋଜନ କରୁ କରୁ ଡାକ ପକାଇ କହିଲେ, ହେ ପରମେଶ୍ଵରଙ୍କ ଲୋକ, ହଣ୍ତାରେ ମୃତ୍ୟୁ ଅଛି । ଆଉ ସେମାନେ ତହିଁରୁ ଭୋଜନ କରି ପାରିଲେ ନାହିଁ ।
41. ମାତ୍ର ସେ କହିଲେ, ତେବେ ମଇଦା ଆଣ । ଆଉ ସେ ତାହା ହଣ୍ତାରେ ପକାଇ କହିଲେ, ଲୋକମାନଙ୍କ ନିମନ୍ତେ ତାହା ଢାଳ, ସେମାନେ ଭୋଜନ କରନ୍ତୁ । ତହୁଁ ହଣ୍ତାରେ କିଛି ମନ୍ଦ ରହିଲା ନାହିଁ ।
42. ଅନନ୍ତର ବାଲ୍-ଶାଲିଶାରୁ ଜଣେ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳର ରୋଟୀ, ଅର୍ଥାତ୍, କୋଡ଼ିଏ ଯବ ରୋଟୀ ଓ ନୂତନ ଶସ୍ୟର ଶିଷା ଆପଣା ଝୁଲିରେ ନେଇ ଆସିଲା । ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ ।
43. ତହୁଁ ତାଙ୍କ ଦାସ କହିଲା, କʼଣ, ଶହେ ଲୋକଙ୍କ ଆଗରେ ଏହା ରଖିବି? ମାତ୍ର ସେ କହିଲେ, ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ସେମାନେ ଭୋଜନ କରିବେ ଓ ତହିଁରୁ ଉଚ୍ଛିଷ୍ଟ ରଖିବେ ।
44. ତହୁଁ ସେ ତାହା ଲୋକମାନଙ୍କ ଆଗରେ ରଖନ୍ତେ, ସେମାନେ ଭୋଜନ କଲେ ଓ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନେ ଉଚ୍ଛିଷ୍ଟ ରଖିଲେ ।
Total 25 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 4 / 25
1 ଭବିଷ୍ୟଦ୍ବକ୍ତାମାନଙ୍କ ପୁତ୍ରଗଣର ଭାର୍ଯ୍ୟାମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀ ଇଲୀଶାୟଙ୍କ ନିକଟରେ କ୍ରନ୍ଦନ କରି କହିଲା, ଆପଣଙ୍କ ଦାସ ମୋʼ ସ୍ଵାମୀ ମରିଅଛନ୍ତି; ପୁଣି ଆପଣଙ୍କ ଦାସ ଯେ ସଦାପ୍ରଭୁଙ୍କୁ ଭୟ କରୁଥିଲେ, ଏହା ଆପଣ ଜାଣନ୍ତି; ଏବେ ମହାଜନ ମୋହର ଦୁଇ ସନ୍ତାନଙ୍କୁ ଆପଣାର ଦାସ କରିବା ନିମନ୍ତେ ନେବାକୁ ଆସିଅଛି । 2 ତହିଁରେ ଇଲୀଶାୟ ତାହାକୁ କହିଲେ, ମୁଁ ତୁମ୍ଭ ପାଇଁ କଅଣ କରିବି? ମୋତେ କୁହ; ଘରେ ତୁମ୍ଭର କଅଣ ଅଛି? ଏଥିରେ ସେ କହିଲା, ଏକ ପାତ୍ର ତୈଳ ଛଡ଼ା ଗୃହରେ ଆପଣଙ୍କ ଦାସୀର ଆଉ କିଛି ନାହିଁ । 3 ତହୁଁ ସେ କହିଲେ, ଯାଅ, ବାହାରୁ ଆପଣାର ସମସ୍ତ ପ୍ରତିବାସୀଠାରୁ ପାତ୍ର, ଅର୍ଥାତ୍, ଶୂନ୍ୟ ପାତ୍ର ଉଧାର କରି ଆଣ; ଅଳ୍ପ ଉଧାର ନ କର । 4 ପୁଣି ତୁମ୍ଭେ ଗୃହ ଭିତରକୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ଵାର ବନ୍ଦ କରି ସେସବୁ ପାତ୍ରରେ ତୈଳ ଅଜାଡ଼; ଆଉ ଯେଉଁ ପାତ୍ର ପୂର୍ଣ୍ଣ ହୁଏ, ତାହା ଅଲଗା କରି ରଖ । 5 ତହୁଁ ସେ ସ୍ତ୍ରୀ ତାଙ୍କ ନିକଟରୁ ଯାଇ ଆପଣାର ଓ ଆପଣା ପୁତ୍ରମାନଙ୍କ ପଛେ ଦ୍ଵାର ବନ୍ଦ କଲା; ସେମାନେ ତାହା ନିକଟକୁ ପାତ୍ର ଆଣନ୍ତେ, ସେ ଅଜାଡ଼ିଲା । 6 ତହୁଁ ପାତ୍ରସବୁ ପୂର୍ଣ୍ଣ ହୁଅନ୍ତେ, ସେ ଆପଣା ପୁତ୍ରକୁ କହିଲା, ଆଉ ଗୋଟିଏ ପାତ୍ର ମୋʼ କତିକି ଆଣ । ଏଥିରେ ସେ ତାହାକୁ କହିଲା, ଆଉ ପାତ୍ର ନାହିଁ । ତହିଁରେ ତୈଳ ବନ୍ଦ ହେଲା । 7 ତେବେ ସେ ସ୍ତ୍ରୀ ଆସି ପରମେଶ୍ଵରଙ୍କ ଲୋକଙ୍କୁ ତାହା ଜଣାଇଲା । ଏଥିରେ ସେ କହିଲେ, ଯାଅ, ତୈଳ ବିକ୍ରୟ କରି ଆପଣା ଋଣ ପରିଶୋଧ କର, ପୁଣି ଅବଶିଷ୍ଟରେ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଦିନାତିପାତ କର । 8 ଅନନ୍ତର ଦିନକରେ ଇଲୀଶାୟ ଶୁନେମକୁ ଗଲେ, ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା; ଆଉ ସେ ଇଲୀଶାୟଙ୍କୁ ଅନ୍ନଭୋଜନ ନିମନ୍ତେ ବଳାଇଲା । ଏଉତ୍ତାରେ ଇଲୀଶାୟ ଯେତେ ଥର ସେହି ପଥ ଦେଇ ଗଲେ, ସେତେ ଥର ଅନ୍ନଭୋଜନ ନିମନ୍ତେ ସେଠାକୁ ଗଲେ । 9 ଅନନ୍ତର ସେ ସ୍ତ୍ରୀ ଆପଣା ସ୍ଵାମୀକୁ କହିଲା, ଦେଖ, ମୁଁ ବୋଧ କରୁଅଛି, ଏହି ଯେ ଲୋକ ନିତ୍ୟ ଆମ୍ଭମାନଙ୍କ ନିକଟ ଦେଇ ଗତାୟାତ କରୁଅଛନ୍ତି, ସେ ପରମେଶ୍ଵରଙ୍କର ଏକ ପବିତ୍ର ଲୋକ । 10 ମୁଁ ବିନୟ କରୁଅଛି, ଆମ୍ଭେମାନେ ପ୍ରାଚୀର ଉପରେ ଗୋଟିଏ ସାନ କୋଠରି ନିର୍ମାଣ କରୁ ଓ ତହିଁରେ ତାଙ୍କ ପାଇଁ ଗୋଟିଏ ଖଟ ଓ ମେଜ ଓ ଆସନ ଓ ଦୀପରୁଖା ରଖୁ; ତହୁଁ ସେ ଆମ୍ଭମାନଙ୍କ ନିକଟକୁ ଆସିବା ବେଳେ ସେଠାରେ ରହିବେ । 11 ଦିନକରେ ଇଲୀଶାୟ ସେଠାକୁ ଆସିଲେ, ଆଉ ସେହି କୋଠରିକି ଯାଇ ଶୟନ କଲେ । 12 ପୁଣି ସେ ଆପଣା ଦାସ ଗିହେଜୀକି କହିଲେ, ଏହି ଶୁନେମୀୟାକୁ ଡାକ । ତହୁଁ ସେ ତାହାକୁ ଡାକନ୍ତେ, ସେ ସ୍ତ୍ରୀ ତାଙ୍କ ସମ୍ମୁଖରେ ଠିଆ ହେଲା । 13 ଏଥିରେ ଇଲୀଶାୟ ଗିହେଜୀକି କହିଲେ, ତାକୁ କୁହ, ଦେଖ, ତୁମ୍ଭେ ଏସମସ୍ତ ଚିନ୍ତାରେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ; ତୁମ୍ଭ ପାଇଁ କଅଣ କରାଯିବ? ରାଜା ଅବା ସେନାପତି ନିକଟରେ ତୁମ୍ଭ ପକ୍ଷରେ କୁହାଯିବାର କି ତୁମ୍ଭର ଇଚ୍ଛା? ତହୁଁ ସେ ଉତ୍ତର କଲା, ମୁଁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି । 14 ପୁଣି ଇଲୀଶାୟ କହିଲେ, ତେବେ ତାହା ପାଇଁ କʼଣ କରାଯିବ? ତହିଁରେ ଗିହେଜୀ ଉତ୍ତର କଲା, ତାହାର ପୁତ୍ର ନାହିଁ ଓ ତାହାର ସ୍ଵାମୀ ବୃଦ୍ଧ । 15 ତେବେ ଇଲୀଶାୟ କହିଲେ, ତାକୁ ଡାକ । ଏଣୁ ସେ ତାକୁ ଡାକନ୍ତେ, ସେ ଦ୍ଵାରରେ ଠିଆ ହେଲା । 16 ତହୁଁ ଇଲୀଶାୟ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ତୁମ୍ଭେ ପୁତ୍ରକୁ କୋଳ କରିବ । ଏଥିରେ ସେ ସ୍ତ୍ରୀ କହିଲା, ନା, ହେ ମୋର ପ୍ରଭୋ, ହେ ପରମେଶ୍ଵରଙ୍କ ଲୋକ, ଆପଣା ଦାସୀକୁ ଆପଣ ମିଥ୍ୟା ନ କହନ୍ତୁ । 17 ଏଥି ଉତ୍ତାରେ ଇଲୀଶାୟଙ୍କର ବାକ୍ୟାନୁସାରେ ସେହି ସ୍ତ୍ରୀ ଗର୍ଭଧାରଣ କରି ଉକ୍ତ ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଏକ ପୁତ୍ର ପ୍ରସବ କଲା । 18 ପୁଣି ବାଳକ ବଢ଼ିଲା ଉତ୍ତାରେ ଦିନକରେ ସେ ଶସ୍ୟଚ୍ଛେଦକମାନଙ୍କ ନିକଟରେ ଆପଣା ପିତା କତିକି ଗଲା । 19 ଆଉ ସେ ଆପଣା ପିତାକୁ କହିଲା, ମୋʼ ମୁଣ୍ତ, ମୋʼ ମୁଣ୍ତ । ତହୁଁ ପିତା ଆପଣା ଦାସକୁ କହିଲା, ତାହାର ମାତା କତିକି ତାହାକୁ ଉଠାଇ ନେଇଯାଅ । 20 ଆଉ ସେ ତାହାକୁ ଉଠାଇ ନେଇ ତାହାର ମାତା ନିକଟକୁ ଆଣନ୍ତେ, ବାଳକ ମଧ୍ୟାହ୍ନ ପର୍ଯ୍ୟନ୍ତ ତାହାର କୋଳରେ ବସି ମରିଗଲା । 21 ଏଥିରେ ମାତା ଉପରକୁ ଯାଇ ପରମେଶ୍ଵରଙ୍କ ଲୋକଙ୍କ ଖଟରେ ତାହାକୁ ଶୁଆଇ ଦ୍ଵାର ବନ୍ଦ କରି ବାହାରି ଆସିଲା । 22 ପୁଣି ସେ ଆପଣା ସ୍ଵାମୀକି ଡାକି କହିଲା, ମୁଁ ବିନୟ କରୁଅଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗର୍ଦ୍ଦଭରୁ ଗୋଟିଏ ମୋʼ କତିକି ପଠାଇଦିଅ, ମୁଁ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ଦୌଡ଼ିଯାଇ ଫେରି ଆସିବି । 23 ତହିଁରେ ସେ କହିଲା, ତୁମ୍ଭେ କାହିଁକି ତାଙ୍କ ନିକଟକୁ ଆଜି ଯିବ? ଏ ତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ । ଏଥିରେ ସେ କହିଲା, ଭଲ ହେବ । 24 ତହୁଁ ସେ ଗର୍ଦ୍ଦଭ ସଜାଇ ଆପଣା ଦାସକୁ କହିଲା, ଅଡ଼ାଇ ଚାଲ; ମୋʼ ଆଜ୍ଞା ବିନା ଚଳାଇବାରେ ଢିଲା ନ କର । 25 ଏହିରୂପେ ସେ ଯାଇ କର୍ମିଲ ପର୍ବତରେ ପରମେଶ୍ଵରଙ୍କ ଲୋକଙ୍କ ନିକଟରେ ପହୁଞ୍ଚିଲା । ତହିଁରେ ପରମେଶ୍ଵରଙ୍କ ଲୋକ ଦୂରରୁ ତାହାକୁ ଦେଖି ଆପଣା ଦାସ ଗିହେଜୀକି କହିଲେ, ଦେଖ, ହେଇଟି ଶୁନେମୀୟା; 26 ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ଭେଟି ପଚାର, ତୁମ୍ଭର ମଙ୍ଗଳ? ତୁମ୍ଭ ସ୍ଵାମୀର ମଙ୍ଗଳ? ବାଳକର ମଙ୍ଗଳ? ତହୁଁ ସେ ଉତ୍ତର କଲା, ମଙ୍ଗଳ । 27 ଏଉତ୍ତାରେ ସେ ପର୍ବତରେ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ଆସି ତାଙ୍କ ଚରଣ ଧରି ରହିଲା । ତହିଁରେ ଗିହେଜୀ ତାହାକୁ ଛଡ଼ାଇ ଦେବା ପାଇଁ ନିକଟକୁ ଆସିଲା; ମାତ୍ର ପରମେଶ୍ଵରଙ୍କ ଲୋକ କହିଲେ, ତାହାକୁ ଛାଡ଼ିଦିଅ; କାରଣ ତାହାର ଅନ୍ତରରେ ତାହାର ପ୍ରାଣ ଶୋକାକୁଳ ହୋଇଅଛି; ମାତ୍ର ସଦାପ୍ରଭୁ ମୋʼଠାରୁ ତାହା ଗୋପନ କରି ତାହା ମୋତେ ଜଣାଇ ନାହାନ୍ତି । 28 ଏଥିରେ ସେ ସ୍ତ୍ରୀ କହିଲା, ମୋʼ ପ୍ରଭୁଙ୍କୁ ମୁଁ କʼଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ମୋତେ ପ୍ରତାରଣା ନ କର? 29 ତହୁଁ ଇଲୀଶାୟ ଗିହେଜୀକି କହିଲେ, ଆପଣା ଅଣ୍ଟା ବାନ୍ଧ ଓ ଆପଣା ହସ୍ତରେ ମୋହର ଯଷ୍ଟି ନେଇ ଆପଣା ବାଟେ ଚାଲିଯାଅ; ତୁମ୍ଭେ କୌଣସି ଲୋକକୁ ଭେଟିଲେ, ତାହାକୁ ନମସ୍କାର ନ କର; ଆଉ କେହି ତୁମ୍ଭକୁ ନମସ୍କାର କଲେ, ତାହାକୁ ଫେରି ଉତ୍ତର ନ ଦିଅ; ପୁଣି ମୋʼ ଯଷ୍ଟି ସେହି ବାଳକର ମୁଖ ଉପରେ ରଖିଦିଅ । 30 ଏଥିରେ ବାଳକର ମାତା କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ । ତେଣୁ ଇଲୀଶାୟ ଉଠି ତାହାର ପଛେ ପଛେ ଗଲେ । 31 ଏଥି ମଧ୍ୟରେ ଗିହେଜୀ ସେମାନଙ୍କ ଆଗେ ଯାଇ ବାଳକର ମୁଖ ଉପରେ ଯଷ୍ଟି ରଖିଲା; ମାତ୍ର କୌଣସି ରବ କି ଶ୍ରବଣ ହେଲା ନାହିଁ । ଏହେତୁ ଗିହେଜୀ ଇଲୀଶାୟଙ୍କୁ ଭେଟିବା ପାଇଁ ଫେରି ଆସି ତାଙ୍କୁ ଜଣାଇ କହିଲା, ବାଳକ ଜାଗି ନାହିଁ । 32 ତହୁଁ ଇଲୀଶାୟ ସେ ଗୃହକୁ ଆସନ୍ତେ, ଦେଖ, ବାଳକ ମରି ତାଙ୍କର ଶଯ୍ୟାରେ ଶୋଇଅଛି । 33 ଏହେତୁ ସେ ଭିତରକୁ ଯାଇ ଆପେ ଓ ବାଳକ ଉଭୟେ ରହି ଦ୍ଵାର ବନ୍ଦ କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ । 34 ଆଉ ସେ ଉପରକୁ ଯାଇ ବାଳକ ଉପରେ ଶୟନ କଲେ ଓ ତାହା ମୁଖ ଉପରେ ଆପଣା ମୁଖ ଓ ତାହା ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହା ହସ୍ତ ଉପରେ ଆପଣା ହସ୍ତ ରଖିଲେ; ଏରୂପେ ସେ ଆପଣାକୁ ବାଳକ ଉପରେ ଲମ୍ଵମାନ କଲେ; ତହିଁରେ ବାଳକର ଶରୀର ଉଷ୍ଣ ହେବାକୁ ଲାଗିଲା । 35 ଏଥିରେ ଇଲୀଶାୟ ଫେରି ଗୃହ ମଧ୍ୟରେ ଏଣେ ତେଣେ ଥରେ ବୁଲିଲେ; ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ଵମାନ କଲେ; ତହିଁରେ ବାଳକ ସାତ ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା । 36 ଏଥିରେ ସେ ଗିହେଜୀକି ଡାକି କହିଲେ, ସେହି ଶୁନେମୀୟାକୁ ଡାକ । ତହୁଁ ସେ ତାହାକୁ ଡାକିଲା । ଆଉ ସେ ତାଙ୍କ କତିକି ଆସନ୍ତେ, ସେ କହିଲେ, ତୁମ୍ଭ ପୁତ୍ରକୁ ନିଅ । 37 ସେତେବେଳେ ସେ ସ୍ତ୍ରୀ ଭିତରକୁ ଯାଇ ତାଙ୍କର ଚରଣରେ ଭୂମିଷ୍ଠ ପ୍ରଣାମ କଲା ଓ ଆପଣା ପୁତ୍ରକୁ ନେଇ ବାହାରକୁ ଗଲା । 38 ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍‍କୁ ଆସିଲେ; ସେସମୟରେ ଦେଶରେ ଦୁର୍ଭିକ୍ଷ ଥିଲା; ପୁଣି ଭବିଷ୍ୟଦ୍-ବକ୍ତାଗଣର ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ସମୟରେ ସେ ଆପଣା ଦାସକୁ କହିଲେ, ଏକ ବଡ଼ ହଣ୍ତା ବସାଇ ଭବିଷ୍ୟଦ୍ବକ୍ତାଗଣର ପୁତ୍ରମାନଙ୍କ ନିମନ୍ତେ ବ୍ୟଞ୍ଜନ ପାକ କର । 39 ତହୁଁ ଜଣେ ଶାକ ସଂଗ୍ରହ କରିବା ପାଇଁ କ୍ଷେତ୍ରକୁ ଯାଇ ବନ୍ୟ ଲତା ପାଇ ତହିଁର ଫଳରେ ଅଣ୍ଟି ପୂର୍ଣ୍ଣ କରି ଆସି ତାହା ଖଣ୍ତ ଖଣ୍ତ କାଟି ବ୍ୟଞ୍ଜନ-ହଣ୍ତାରେ ପକାଇଲା; କାରଣ ସେମାନେ ତାହା ଚିହ୍ନିଲେ ନାହିଁ । 40 ତହୁଁ ସେମାନେ ଲୋକମାନଙ୍କର ଭୋଜନ ନିମନ୍ତେ ତାହା ଢାଳିଲେ । ପୁଣି ଲୋକମାନେ ସେହି ବ୍ୟଞ୍ଜନ ଭୋଜନ କରୁ କରୁ ଡାକ ପକାଇ କହିଲେ, ହେ ପରମେଶ୍ଵରଙ୍କ ଲୋକ, ହଣ୍ତାରେ ମୃତ୍ୟୁ ଅଛି । ଆଉ ସେମାନେ ତହିଁରୁ ଭୋଜନ କରି ପାରିଲେ ନାହିଁ । 41 ମାତ୍ର ସେ କହିଲେ, ତେବେ ମଇଦା ଆଣ । ଆଉ ସେ ତାହା ହଣ୍ତାରେ ପକାଇ କହିଲେ, ଲୋକମାନଙ୍କ ନିମନ୍ତେ ତାହା ଢାଳ, ସେମାନେ ଭୋଜନ କରନ୍ତୁ । ତହୁଁ ହଣ୍ତାରେ କିଛି ମନ୍ଦ ରହିଲା ନାହିଁ । 42 ଅନନ୍ତର ବାଲ୍-ଶାଲିଶାରୁ ଜଣେ ପରମେଶ୍ଵରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳର ରୋଟୀ, ଅର୍ଥାତ୍, କୋଡ଼ିଏ ଯବ ରୋଟୀ ଓ ନୂତନ ଶସ୍ୟର ଶିଷା ଆପଣା ଝୁଲିରେ ନେଇ ଆସିଲା । ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ । 43 ତହୁଁ ତାଙ୍କ ଦାସ କହିଲା, କʼଣ, ଶହେ ଲୋକଙ୍କ ଆଗରେ ଏହା ରଖିବି? ମାତ୍ର ସେ କହିଲେ, ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ; କାରଣ ସଦାପ୍ରଭୁ ଏହା କହନ୍ତି, ସେମାନେ ଭୋଜନ କରିବେ ଓ ତହିଁରୁ ଉଚ୍ଛିଷ୍ଟ ରଖିବେ । 44 ତହୁଁ ସେ ତାହା ଲୋକମାନଙ୍କ ଆଗରେ ରଖନ୍ତେ, ସେମାନେ ଭୋଜନ କଲେ ଓ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନେ ଉଚ୍ଛିଷ୍ଟ ରଖିଲେ ।
Total 25 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 4 / 25
×

Alert

×

Oriya Letters Keypad References