1. ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରାଣ ଭାଙ୍ଗିଲେ, ସେତେବେଳେ ସ୍ଵର୍ଗରେ ପ୍ରାୟ ଅର୍ଦ୍ଧ ଘଟିକା ପର୍ଯ୍ୟନ୍ତ ନୀରବତା ବିରାଜିତ ହେଲା ।
|
3. ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପାଚୀ ଥିଲା, ପୁଣି ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଯୋଗ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା ।
|
5. ପରେ ସେହି ଦୂତ ଧୂପାଚୀ ଘେନି ବେଦିର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ । ସେଥିରେ ବଜ୍ରଧ୍ଵନୀ, ବିଭିନ୍ନ ସ୍ଵର, ବିଦ୍ୟୁତ୍ ଓ ଭୂମିକମ୍ପ ହେଲା ।
|
7. ପ୍ରଥମ ଦୂତ ତୂରୀଧ୍ଵନୀ କରନ୍ତେ ରକ୍ତମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତୃତୀୟାଂଶ ପୁଣି ସମସ୍ତ ହରିଦ୍ବର୍ଣ୍ଣ ତୃଣ ଦଗ୍ଧ ହେଲା ।
|
8. ଦ୍ଵିତୀୟ ଦୂତ ତୂରୀଧ୍ଵନୀ କରନ୍ତେ ଯେପରି ଅଗ୍ନି ପ୍ରଜ୍ଵଳିତ ଗୋଟିଏ ପ୍ରକାଣ୍ତ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା; ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହୋଇଗଲା,
|
10. ତୃତୀୟ ଦୂତ ତୂରୀଧ୍ଵନୀ କରନ୍ତେ ଅଗ୍ନିଶିଖା ପରି ପ୍ରଜ୍ଵଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ସ୍ଖଳିତ ହୋଇ ନଦୀସମୂହର ତୃତୀୟାଂଶ ଓ ନିର୍ଝରଗୁଡ଼ିକ ଉପରେ ପତିତ ହେଲା;
|
11. ସେହି ନକ୍ଷତ୍ରର ନାମ ନାଗଦଅଣା । ସେଥିରେ ଜଳର ତୃତୀୟାଂଶ ନାଗଦଅଣା ହେଲା, ଆଉ ଅନେକ ଲୋକ ସେହି ଜଳ ହେତୁ ମଲେ, କାରଣ ତାହା ତିକ୍ତ କରାଯାଇଥିଲା ।
|
12. ଚତୁର୍ଥ ଦୂତ ତୂରୀଧ୍ଵନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ତଦ୍ରୂପ ହେଲା ।
|
13. ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଶ ପକ୍ଷୀ ଉଚ୍ଚ ସ୍ଵରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ଵନୀ କରିବାକୁ ଯାଉଅଛନ୍ତି ।
|