2. ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ତୁମ୍ଭେମାନେ ଆମ୍ଭର ତୁଷ୍ଟିଜନକ ଆଘ୍ରାଣାର୍ଥେ ଆମ୍ଭର ଉପହାର, ଅର୍ଥାତ୍, ଆମ୍ଭ ଉଦ୍ଦେଶ୍ୟରେ ଅଗ୍ନିକୃତ ନାନା ନୈବେଦ୍ୟାର୍ଥକ ଆମ୍ଭର ଯେଉଁ ଭକ୍ଷ୍ୟ, ତାହା ତହିଁର ନିରୂପିତ ସମୟରେ ଉତ୍ସର୍ଗ କରିବାକୁ ମନୋଯୋଗ କରିବ ।
|
3. ପୁଣି ତୁମ୍ଭେ ସେମାନଙ୍କୁ କହିବ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ତାହା ଏହି; ପ୍ରତି ଦିନ ନିତ୍ୟ ହୋମ ନିମନ୍ତେ ଏକବର୍ଷୀୟ ନିଖୁ; ଦୁଇ ମେଷବତ୍ସ ।
|
6. ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା ।
|
7. ପୁଣି ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନ୍ର ଚତୁର୍ଥାଂଶ ପେୟ-ନୈବେଦ୍ୟ ହେବ । ତୁମ୍ଭେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ରୂପେ ମଦ୍ୟ ଢାଳିବ ।
|
8. ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବ; ଯେପରି ପ୍ରାତଃକାଳର ଭକ୍ଷ୍ୟ-ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ, ସେପରି ତୁମ୍ଭେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପେ ଉତ୍ସର୍ଗ କରିବ ।
|
9. ଆଉ ବିଶ୍ରାମଦିନରେ ଏକବର୍ଷୀୟ ନିଖୁ; ଦୁଇ ମେଷବତ୍ସ ଓ ତୈଳମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ;
|
11. ଆଉ ପ୍ରତି ମାସର ଆରମ୍ଭରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ସାତ ନିଖୁ; ମେଷବତ୍ସ ଉତ୍ସର୍ଗ କରିବ ।
|
12. ପୁଣି ଏକ ଗୋବତ୍ସ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଆଉ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ;
|
13. ପୁଣି ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଐଫାର ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ହେବ; ତହିଁରେ ସେହି ହୋମବଳି ତୁଷ୍ଟିଜନକ ଆଘ୍ରାଣର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ ।
|
14. ଆଉ ଏକ ଗୋବତ୍ସ ନିମନ୍ତେ ଏକ ହିନର ଅର୍ଦ୍ଧେକ ଓ ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ-ନୈବେଦ୍ୟ ହେବ; ଏହା ବର୍ଷର ପ୍ରତି ମାସର ଅମାବାସ୍ୟାରେ କର୍ତ୍ତବ୍ୟ ମାସିକ ହୋମ ହେବ ।
|
15. ପୁଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରାଯିବ ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ଛଡ଼ା ତାହା ହେବ ।
|
19. ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ ଓ ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ, ଏହିସବୁ ନିଖୁ; ପଶୁ;
|
24. ତୁମ୍ଭେମାନେ ଏହି ବିଧି ଅନୁସାରେ ସାତ ଦିନ ଯାଏ ପ୍ରତି ଦିନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଭକ୍ଷ୍ୟ ରୂପ ଉପହାର ଉତ୍ସର୍ଗ କରିବ; ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ଛଡ଼ା ତାହା ଉତ୍ସର୍ଗିତ ହେବ ।
|
26. ଆହୁରି ପ୍ରଥମ-ପକ୍ଵ ଫଳର ଦିନରେ, ଅର୍ଥାତ୍, ଯେତେବେଳେ ତୁମ୍ଭେମାନେ ଆପଣାମାନଙ୍କ ଉତ୍ସବ-ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ-ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ ।
|
27. ମାତ୍ର ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ଦୁଇ ପୁଂଗୋବତ୍ସ, ଏକ ମେଷ, ଏକବର୍ଷୀୟ ସାତ ମେଷବତ୍ସ;
|
31. ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ-ନୈବେଦ୍ୟ ଛଡ଼ା ଏହି ସମସ୍ତ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ, ଏହିସବୁ ନିଖୁ; ହେବ ।
|