1. ଅନନ୍ତର ଶିମୀୟୋନର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ- ସନ୍ତାନମାନଙ୍କ ବଂଶ ପାଇଁ ଦ୍ଵିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା ।
2. ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେରଶେବା ବା ଶେବା ଓ ମୋଲାଦା
3. ଓ ହତ୍ସରଶୀୟାଲ ଓ ବାଲା ଓ ଏତ୍ସମ୍
4. ଓ ଇଲତୋଲଦ୍ ଓ ବଥୁଲ ଓ ହର୍ମା
5. ଓ ସିକ୍ଲଗ୍ ଓ ବୈଥ୍-ମର୍କାବୋତ୍ ଓ ହତ୍ସର-ସୂଷୀମ୍
6. ଓ ବୈଥ୍ଲବାୟୋତ୍ ଓ ଶାରୁହନ୍; ଗ୍ରାମ ସମେତ ଏହି ତେର ନଗର ।
7. ଐନ୍ ଓ ରିମ୍ମୋନ୍ ଓ ଏଥର ଓ ଆଶନ୍; ଗ୍ରାମ ସମେତ ଏହି ଚାରି ନଗର
8. ଓ ବାଲତ୍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ । ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା ।
9. ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା-ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା-ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ ।
10. ଅନନ୍ତର ସବୂଲୂନ୍-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା ।
11. ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା ।
12. ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତରେ ବାହାରି ଯାଫୀୟକୁ ଉଠିଗଲା ।
13. ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗାତ୍-ହେଫର ଦେଇ ଏତ୍କାତ୍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋଣକୁ ଗଲା ।
14. ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା ।
15. ପୁଣି କଟତ୍ ଓ ନହଲୋଲ ଓ ଶିମ୍ରୋଣ ଓ ଯିଦାଲା ଓ ବୈଥ୍ଲେହିମ; ଗ୍ରାମ ସମେତ ଏହି ବାର ନଗର ।
16. ଗ୍ରାମ ସମେତ ଏସବୁ ନଗର ସବୂଲୂନ୍-ସନ୍ତାନ-ମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା ।
17. ଅନନ୍ତର ଇଷାଖରର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା ।
18. ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ସୁନେମ
19. ଓ ହଫାରୟିମ୍ ଓ ଶୀୟୋନ ଓ ଅନହରତ୍
20. ଓ ରାବ୍ବୀତ୍ ଓ କିଶୀୟୋନ୍ ଓ ଏବସ
21. ଓ ରେମତ୍ ଓ ଐନ୍-ଗନ୍ନୀମ୍ ଓ ଐନ୍-ହଦ୍ଦା ଓ ବୈଥ୍-ପତ୍ସେସ ପର୍ଯ୍ୟନ୍ତ ଗଲା ।
22. ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍ ଓ ବୈଥ୍ଶେମଶ୍ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରା; ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର ।
23. ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା ।
24. ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା ।
25. ଆଉ ସେମାନଙ୍କର ସୀମା ହିଲକତ୍ ଓ ହଲୀ ଓ ବେଟନ ଓ ଅକ୍ଷଫ
26. ଓ ଅଲମେଲକ୍ ଓ ଅମୀୟାଦ୍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍ନତ ପର୍ଯ୍ୟନ୍ତ ଗଲା ।
27. ପୁଣି ସୂର୍ଯ୍ୟୋଦୟ ଦିଗରେ ବୈଥ୍-ଦାଗୁନ୍ ଆଡ଼େ ବୁଲି ବୈଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନ୍ସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ
28. ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;
29. ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀରବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକ୍ଷୀବ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରା; ଥିଲା ।
30. ମଧ୍ୟ ଉମ୍ମା ଓ ଅଫେକ୍ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା ।
31. ଆପଣା ଆପଣା ବଂଶାନୁସାରେ ଆଶେର-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା ।
32. ଅନନ୍ତର ନପ୍ତାଲିର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା ।
33. ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍, ସାନନ୍ନୀମ ନିକଟସ୍ଥ ଆଲୋନଠାରୁ ଅଦାମୀ ନେକ୍ବ ଓ ଯବ୍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରା; ଥିଲା ।
34. ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନୋତ୍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ୍ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା ।
35. ପୁଣି ସବୀମ ଓ ସେର ଓ ହମ୍ମତ୍, ରକ୍କତ୍ ଓ କିନ୍ନେରତ୍
36. ଓ ଆଦାମା ଓ ରାମା ଓ ହାତ୍ସୋର
37. ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାତ୍ସୋର ଯିହୋ.୨୦:୭
38. ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବୈଥଂନାତ୍ ଓ ବୈଥ୍ଶେମଶ୍; ଏହିସବୁ ପ୍ରାଚୀରବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣାଇଶ ନଗର ।
39. ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନ-ମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ।
40. ଏଉତ୍ତାରେ ଦାନ୍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା ।
41. ସେମାନଙ୍କ ଅଧିକାରର ସୀମା ସରୀୟ ଓ ଇଷ୍ଟାୟୋଲ ଓ ଇରଶେମଶ୍ ଯିହୋ.୧୫:୩୩
42. ଓ ଶାଲବୀମ୍ ଓ ଅୟାଲୋନ୍ ଓ ଯିତ୍ଲା
43. ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ
44. ଓ ଇଲତ୍କୀ ଓ ଗିବୋଥୋନ ଓ ବାଲତ୍
45. ଓ ଯିହୂଦ୍ ଓ ବନେବରକ୍ ଓ ଗାଥ-ରିମ୍ମୋନ୍
46. ଓ ମେୟକୋନ୍ ଓ ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ ।
47. ମାତ୍ର ଦାନ୍-ସନ୍ତାନଗଣର ସୀମା ସେହିସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ଼୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ ।
48. ଆପଣା ଆପଣା ବଂଶାନୁସାରେ ଦାନ୍ ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,
49. ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ ।
50. ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ ପର୍ବତମୟ ଦେଶରେ ତିମ୍ନାତ୍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ ।
51. ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ଵୁଦ୍ଵାର ନିକଟରେ ଗୁଲିବାଣ୍ଟ ଦ୍ଵାରା ଏହିସବୁ ଅଧିକାର ବାଣ୍ଟି ଦେଲେ । ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ ।