ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଗୀତସଂହିତା
1. ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ । ହେ ସଦାପ୍ରଭୋ ମୋʼ ପରମେଶ୍ଵର, ମୁଁ ତୁମ୍ଭଠାରେ ଶରଣ ନେଉଅଛି; ମୋʼ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର;
2. ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି ଖଣ୍ତ ଖଣ୍ତ କରିବ, ଉଦ୍ଧାର କରିବାକୁ କେହି ନ ଥିବ ।
3. ହେ ସଦାପ୍ରଭୋ ମୋହର ପରମେଶ୍ଵର, ଯେବେ ମୁଁ ଏହା କରିଥାଏ, ଯେବେ ମୋʼ ହସ୍ତରେ ଅଧର୍ମ ଥାଏ;
4. ଯେବେ ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ; (ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି; )
5. ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; ଆହୁରି, ସେ ମୋʼ ଜୀବନକୁ ଭୂମିରେ ଦଳି ପକାଉ, ପୁଣି ମୋʼ ଗୌରବକୁ ଧୂଳିସାତ୍ କରୁ । [ସେଲା
6. ହେ ସଦାପ୍ରଭୋ, ଆପଣା କ୍ରୋଧରେ ଉଠ, ମୋʼ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋʼ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ବିଚାରର ଆଜ୍ଞା କରିଅଛ ।
7. ଗୋଷ୍ଠୀୟମାନଙ୍କ ମଣ୍ତଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ; ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ଵକୁ ପ୍ରତ୍ୟାଗମନ କର ।
8. ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି; ହେ ସଦାପ୍ରଭୋ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର ।
9. ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର; କାରଣ ଧର୍ମମୟ ପରମେଶ୍ଵର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି ।
10. ପରମେଶ୍ଵରଙ୍କଠାରେ ମୋହର ଢାଲ ଅଛି, ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି ।
11. ପରମେଶ୍ଵର ଧର୍ମମୟ ବିଚାରକର୍ତ୍ତା, ହଁ, ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ଵର ।
12. ଯେବେ କୌଣସି ମନୁଷ୍ୟ ନ ଫେରିବ, ତେବେ ସେ ଆପଣା ଖଡ଼୍‍ଗ ଶାଣିତ କରିବେ; ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି ।
13. ସେ ମଧ୍ୟ ତାହା ପାଇଁ ମୃତ୍ୟୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି; ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି ।
14. ଦେଖ, ସେ ଅଧର୍ମରୂପ ପ୍ରସବ-ବେଦନାରେ ଆକ୍ରା; ହେଉଅଛି; ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା ।
15. ସେ କୂପ ଖୋଳି ଗଭୀର କରିଅଛି, ପୁଣି ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛ ।
16. ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ତରେ ପଡ଼ିବ ।
17. ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 7 / 150
1 ଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ । ହେ ସଦାପ୍ରଭୋ ମୋʼ ପରମେଶ୍ଵର, ମୁଁ ତୁମ୍ଭଠାରେ ଶରଣ ନେଉଅଛି; ମୋʼ ପଛେ ଗୋଡ଼ାଇବା ସମସ୍ତ ଲୋକଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର; 2 ନୋହିଲେ ସେ ସିଂହ ପରି ମୋର ପ୍ରାଣ ବିଦୀର୍ଣ୍ଣ କରି ଖଣ୍ତ ଖଣ୍ତ କରିବ, ଉଦ୍ଧାର କରିବାକୁ କେହି ନ ଥିବ । 3 ହେ ସଦାପ୍ରଭୋ ମୋହର ପରମେଶ୍ଵର, ଯେବେ ମୁଁ ଏହା କରିଥାଏ, ଯେବେ ମୋʼ ହସ୍ତରେ ଅଧର୍ମ ଥାଏ; 4 ଯେବେ ମୁଁ ଆପଣା ସଙ୍ଗେ ମିଳନରେ ଥିବା ଲୋକର ମନ୍ଦ କରିଥାଏ; (ମାତ୍ର ଯେ ଅକାରଣରେ ମୋହର ବିପକ୍ଷ, ମୁଁ ତାହାକୁ ଉଦ୍ଧାର କରିଅଛି; ) 5 ତେବେ ଶତ୍ରୁ ମୋହର ପ୍ରାଣ ପଛେ ଦୌଡ଼ି ତାହାକୁ ଧରୁ; ଆହୁରି, ସେ ମୋʼ ଜୀବନକୁ ଭୂମିରେ ଦଳି ପକାଉ, ପୁଣି ମୋʼ ଗୌରବକୁ ଧୂଳିସାତ୍ କରୁ । [ସେଲା 6 ହେ ସଦାପ୍ରଭୋ, ଆପଣା କ୍ରୋଧରେ ଉଠ, ମୋʼ ବିପକ୍ଷଗଣର କୋପ ପ୍ରତିକୂଳରେ ଆପଣାକୁ ଉଠାଅ ଓ ମୋʼ ପକ୍ଷରେ ଜାଗ୍ରତ ହୁଅ; ତୁମ୍ଭେ ବିଚାରର ଆଜ୍ଞା କରିଅଛ । 7 ଗୋଷ୍ଠୀୟମାନଙ୍କ ମଣ୍ତଳୀ ତୁମ୍ଭଙ୍କୁ ବେଷ୍ଟନ କରନ୍ତୁ; ଆଉ, ତୁମ୍ଭେ ସେମାନଙ୍କ ଉପରେ ଊର୍ଦ୍ଧ୍ଵକୁ ପ୍ରତ୍ୟାଗମନ କର । 8 ସଦାପ୍ରଭୁ ଗୋଷ୍ଠୀୟମାନଙ୍କ ପ୍ରତି ବିଚାର ସାଧନ କରନ୍ତି; ହେ ସଦାପ୍ରଭୋ, ମୋହର ଧର୍ମ ଓ ମୋହର ଆନ୍ତରିକ ସରଳତାନୁସାରେ ମୋହର ବିଚାର କର । 9 ଆହା, ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର; କାରଣ ଧର୍ମମୟ ପରମେଶ୍ଵର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି । 10 ପରମେଶ୍ଵରଙ୍କଠାରେ ମୋହର ଢାଲ ଅଛି, ସେ ସରଳମାନଙ୍କୁ ପରିତ୍ରାଣ କରନ୍ତି । 11 ପରମେଶ୍ଵର ଧର୍ମମୟ ବିଚାରକର୍ତ୍ତା, ହଁ, ସେ ପ୍ରତିଦିନ ଦୁଷ୍ଟଙ୍କ ପାଇଁ କ୍ରୋଧକାରୀ ପରମେଶ୍ଵର । 12 ଯେବେ କୌଣସି ମନୁଷ୍ୟ ନ ଫେରିବ, ତେବେ ସେ ଆପଣା ଖଡ଼୍‍ଗ ଶାଣିତ କରିବେ; ସେ ଆପଣା ଧନୁ ନୁଆଁଇ ପ୍ରସ୍ତୁତ କରିଅଛନ୍ତି । 13 ସେ ମଧ୍ୟ ତାହା ପାଇଁ ମୃତ୍ୟୁର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଅଛନ୍ତି; ସେ ଆପଣା ତୀରସବୁ ଅଗ୍ନିର ତୀର କରିଅଛନ୍ତି । 14 ଦେଖ, ସେ ଅଧର୍ମରୂପ ପ୍ରସବ-ବେଦନାରେ ଆକ୍ରା; ହେଉଅଛି; ହଁ, ସେ ଅନିଷ୍ଟ ଗର୍ଭରେ ଧାରଣ କରି ମିଥ୍ୟା ପ୍ରସବ କଲା । 15 ସେ କୂପ ଖୋଳି ଗଭୀର କରିଅଛି, ପୁଣି ସେ ଆପଣା ଚୋରାଗର୍ତ୍ତରେ ପଡ଼ିଅଛ । 16 ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ତରେ ପଡ଼ିବ । 17 ମୁଁ ସଦାପ୍ରଭୁଙ୍କର ଧାର୍ମିକତାନୁସାରେ ତାହାଙ୍କର ଧନ୍ୟବାଦ କରିବି ଓ ସର୍ବୋପରିସ୍ଥ ସଦାପ୍ରଭୁଙ୍କ ନାମରେ ପ୍ରଶଂସା ଗାନ କରିବି ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 7 / 150
×

Alert

×

Oriya Letters Keypad References