ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଯିରିମିୟ
1. ସଦାପ୍ରଭୁ କହନ୍ତି, ସେ ସମୟରେ ଆମ୍ଭେ ଇସ୍ରାଏଲର ସମୁଦାୟ ଗୋଷ୍ଠୀର ପରମେଶ୍ଵର ହେବା ଓ ସେମାନେ ଆମ୍ଭର ଲୋକ ହେବେ ।
2. ସଦାପ୍ରଭୁ ଏହି କଥା କହନ୍ତି, ଖଡ଼୍‍ଗରୁ ରକ୍ଷାପ୍ରାପ୍ତ ଲୋକମାନେ ପ୍ରାନ୍ତରରେ ଅନୁଗ୍ରହ ପ୍ରାପ୍ତ ହେଲେ, ଅର୍ଥାତ୍, ଆମ୍ଭେ ତାହାକୁ ବିଶ୍ରାମ ଦେବା ପାଇଁ ଗମନ କଲା ବେଳେ ଇସ୍ରାଏଲ ତାହା ପ୍ରାପ୍ତ ହେଲା ।
3. ସଦାପ୍ରଭୁ ପୁରାତନ କାଳରେ ମୋତେ ଦର୍ଶନ ଦେଇ କହିଲେ, ହଁ, ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ, ଏହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ, ।
4. ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା ଓ ତୁମ୍ଭେ ଗଢ଼ାଯିବ; ତୁମ୍ଭେ ପୁନର୍ବାର ଆପଣା ତବଲରେ ବିଭୂଷିତା ହେବ ଓ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ ।
5. ତୁମ୍ଭେ ପୁନର୍ବାର ଶମରୀୟାର ପର୍ବତରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ, ରୋପଣକାରୀମାନେ ରୋପଣ କରି ତହିଁର ଫଳ ଭୋଗ କରିବେ ।
6. କାରଣ ଯେଉଁ ଦିନରେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ଉଠ, ଆମ୍ଭେମାନେ ସିୟୋନକୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଛାମୁକୁ ଯାଉ, ଏପରି ଦିନ ଆସିବ ।
7. କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର ଓ ଗୋଷ୍ଠୀବର୍ଗର ଅଗ୍ରଗଣ୍ୟ ନିମନ୍ତେ ଜୟଧ୍ଵନି କରନ୍ତ ତୁମ୍ଭେମାନେ ପ୍ରଚାର କରି, ପ୍ରଶଂସା କରି କୁହ, ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକ ଇସ୍ରାଏଲର ଅବଶିଷ୍ଟାଂଶକୁ ପରିତ୍ରାଣ କର ।
8. ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀକି ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏସ୍ଥାନକୁ ଆସିବେ ।
9. ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ଵାରା ଆନୀତ ହେବେ, ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା, ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ; କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ ।
10. ହେ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ଦୂରସ୍ଥ ଦ୍ଵୀପସମୂହରେ ତାହା ପ୍ରଚାର କରି କୁହ, ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ, ଆଉ ପାଳକ ଯେପରି ଆପଣା ପଲ ରକ୍ଷା କରେ, ସେପରି ସେ ତାହାକୁ ରକ୍ଷା କରିବେ ।
11. କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି ଓ ତାହା ଅପେକ୍ଷା ବଳବାନର ହସ୍ତରୁ ତାହାକୁ ମୁକ୍ତ କରିଅଛନ୍ତି ।
12. ପୁଣି, ସେମାନେ ଆସି ସିୟୋନର ଶୃଙ୍ଗରେ ଗାନ କରିବେ ଓ ସ୍ରୋତ ତୁଲ୍ୟ ସଦାପ୍ରଭୁଙ୍କ ଉତ୍ତମତାର ନିକଟକୁ, ଶସ୍ୟ ଓ ଦ୍ରାକ୍ଷାରସ, ତୈଳ ଓ ପଲର ମେଷବତ୍ସ ଓ ଗୋପଲର ଗୋବତ୍ସ ନିକଟକୁ ବହି ଆସିବେ ଓ ସେମାନଙ୍କର ପ୍ରାଣ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ; ପୁଣି, ସେମାନେ ଆଉ କିଛି ଶୋକ କରିବେ ନାହିଁ ।
13. ସେତେବେଳେ କୁମାରୀଗଣ ନୃତ୍ୟରେ, ପୁଣି, ଯୁବା ଓ ବୃଦ୍ଧମାନେ ଏକତ୍ର ଆନନ୍ଦ କରିବେ, କାରଣ ଆମ୍ଭେ ସେମାନଙ୍କ ଶୋକକୁ ଆନନ୍ଦରେ ପରିଣତ କରିବା, ଆମ୍ଭେ ସେମାନଙ୍କୁ ସାନ୍ତ୍ଵନା କରିବା ଓ ସେମାନଙ୍କ ଦୁଃଖରୁ ସେମାନଙ୍କୁ ଆନନ୍ଦିତ କରିବା ।
14. ଆଉ, ଆମ୍ଭେ ପୁଷ୍ଟିକର ଦ୍ରବ୍ୟରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା ଓ ଆମ୍ଭର ଲୋକମାନେ ଆମ୍ଭର ଉତ୍ତମତାରେ ପରିତୃପ୍ତ ହେବେ, ଏହା ସଦାପ୍ରଭୁ କହନ୍ତି ।
15. ସଦାପ୍ରଭୁ ଏହି କଥା କହନ୍ତି, ରାମାରେ ହାହାକାର ଓ ତୀବ୍ର ରୋଦନର ଶଦ୍ଦ ଶୁଣାଯାଏ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଅଛି; ସେ ଆପଣା ସନ୍ତାନଗଣର ବିଷୟରେ ପ୍ରବୋଧ-କଥା ମାନୁ ନାହିଁ, କାରଣ ସେମାନେ ନାହାନ୍ତି ।
16. ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ କ୍ରନ୍ଦନର ଶଦ୍ଦ ଓ ଚକ୍ଷୁର ଲୋତକ ନିବୃତ୍ତ କର; କାରଣ ତୁମ୍ଭ କର୍ମର ପୁରସ୍କାର ଦତ୍ତ ହେବ, ଏହା ସଦାପ୍ରଭୁ କହନ୍ତି; ଆଉ, ସେମାନେ ଶତ୍ରୁର ଦେଶରୁ ଫେରି ଆସିବେ ।
17. ସଦାପ୍ରଭୁ କହନ୍ତି, ତୁମ୍ଭର ଅନ୍ତିମ କାଳ ବିଷୟରେ ପ୍ରତ୍ୟାଶା ଅଛି; ଆଉ, ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣାମାନଙ୍କର ସୀମାକୁ ଆସିବେ ।
18. ଆମ୍ଭେ ନିଶ୍ଚୟ ଇଫ୍ରୟିମକୁ ଆପଣା ବିଷୟରେ ବିଳାପ କରି ଏହି ପ୍ରକାର କହିବା ଶୁଣିଅଛୁ, ମୁଁ ଅମଣା ବାଛୁରି ପରି ବୋଲି ତୁମ୍ଭେ ମୋତେ ଶାସ୍ତି ଦେଇଅଛ ଓ ମୁଁ ଶାସ୍ତି ଭୋଗ କରିଅଛି; ତୁମ୍ଭେ ମୋତେ ଫେରାଅ, ତହିଁରେ ମୁଁ ଫେରିବି; କାରଣ ତୁମ୍ଭେ ସଦାପ୍ରଭୁ ମୋହର ପରମେଶ୍ଵର ।
19. ମୁଁ ଫେରିଲା ଉତ୍ତାରେ ନିତା; ଅନୁତାପ କଲି ଓ ଶିକ୍ଷା ପାଇଲା ଉତ୍ତାରେ ଆପଣା ଊରୁ ଦେଶରେ ଆଘାତ କଲି; ମୁଁ ଆପଣା ଯୌବନ କାଳରେ ଅପମାନ ଭୋଗ କରିବାରୁ ଲଜ୍ଜିତ ଓ ବ୍ୟାକୁଳ ହେଲି ।
20. ଇଫ୍ରୟିମ କି ଆମ୍ଭର ପ୍ରିୟ ପୁତ୍ର? ସେ କି ଆନନ୍ଦ-ଦାୟୀ ବାଳକ? କାରଣ ଆମ୍ଭେ ଯେତେ ଥର ତାହା ବିରୁଦ୍ଧରେ କଥା କହୁ, ସେତେ ଥର ଆଗ୍ରହରେ ଆମ୍ଭେ ତାହାକୁ ସ୍ମରଣ କରୁ; ଏଥିପାଇଁ ତାହା ନିମନ୍ତେ ଆମ୍ଭର ଅନ୍ତର ବ୍ୟାକୁଳ ହୁଏ; ଆମ୍ଭେ ଅବଶ୍ୟ ତାହାକୁ ଦୟା କରିବା, ଏହା ସଦାପ୍ରଭୁ କହନ୍ତି ।
21. ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥଚିହ୍ନ ରଖ ଓ ପଥପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର; ତୁମ୍ଭେ ଯେଉଁ ପଥରେ ଗମନ କରିଥିଲ, ସେହି ରାଜ ପଥରେ ମନୋନିବେଶ କର; ହେ ଇସ୍ରାଏଲ କୁମାରୀ, ଫେରି ଆସ, ତୁମ୍ଭର ଏହିସବୁ ନଗରକୁ ଫେରି ଆସ ।
22. ହେ ବିପଥଗାମିନୀ କନ୍ୟେ, ତୁମ୍ଭେ କେତେ କାଳ ଏଣେତେଣେ ଭ୍ରମଣ କରିବ? କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି, ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ ।
23. ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି: ଆମ୍ଭେ ଯେଉଁ ସମୟରେ ସେମାନଙ୍କର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା, ସେସମୟରେ ଯିହୁଦା ଦେଶରେ ଓ ତହିଁର ନଗରସକଳରେ ସେମାନେ ପୁନର୍ବାର ଏହି କଥା ବ୍ୟବହାର କରିବେ, “ହେ ଧର୍ମନିବାସ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ।”
24. ପୁଣି, ଯିହୁଦା ଓ ତହିଁର ନଗରସକଳ, ଆଉ କୃଷକ ଓ ପଲ ନେଇ ଭ୍ରମଣକାରୀମାନେ ତହିଁ ମଧ୍ୟରେ ଏକତ୍ର ବାସ କରିବେ ।
25. କାରଣ ଆମ୍ଭେ କ୍ଳା; ପ୍ରାଣକୁ ପରିତୃପ୍ତ କରିଅଛୁ, ପ୍ରତ୍ୟେକ ଦୁଃଖିତ ପ୍ରାଣକୁ ପରିପୂର୍ଣ୍ଣ କରିଅଛୁ ।
26. ଏଥିରେ ମୁଁ ଜାଗ୍ରତ ହୋଇ ଦେଖିଲି ଓ ମୋର ନିଦ୍ରା ମୋʼ ପ୍ରତି ସୁଖଦାୟକ ଥିଲା ।
27. ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ-ବଂଶ ଓ ଯିହୁଦା-ବଂଶ ମଧ୍ୟରେ ମନୁଷ୍ୟ ଓ ପଶୁରୂପ ବୀଜ ବପନ କରିବା, ଏପରି ସମୟ ଆସୁଛି ।
28. ଆଉ, ଆମ୍ଭେ ଯେପରି ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ ଓ ବିନାଶ କରିବାକୁ ଓ କ୍ଳେଶ ଦେବାକୁ ଜଗି ରହିଲୁ; ସେପରି ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା ପାଇଁଜଗି ରହିବା, ଏହା ସଦାପ୍ରଭୁ କହନ୍ତି ।
29. ପିତୃଗଣ ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ଆଉ ସନ୍ତାନଗଣର ଦା; ଖଟା ହୋଇଅଛି, ଏପରି କଥା ସେସମୟରେ ଆଉ କୁହା ଯିବ ନାହିଁ ।
30. ମାତ୍ର ପ୍ରତ୍ୟେକ ଲୋକ ନିଜ ଅଧର୍ମ ସକାଶୁ ମରିବ, ଆଉ ଯେଉଁ ଜନ ଅମ୍ଳ ଦ୍ରାକ୍ଷାଫଳ ଖାଏ, ତାହାରି ଦା; ଖଟା ହେବ ।
31. ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ-ବଂଶ ଓ ଯିହୁଦା-ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି;
32. ମିସର ଦେଶରୁ ସେମାନଙ୍କର ପିତୃପୁରୁଷଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ଵାମୀ ହେଲେ ହେଁ ସେମାନେଣଆମ୍ଭର ସେହି ନିୟମ ଲଙ୍ଘନ କଲେ ।
33. ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ-ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା ଓ ସେମାନେ ଆମ୍ଭର ଲୋକ ହେବେ;
34. ପୁଣି, ତୁମ୍ଭେମାନେ ପରମେଶ୍ଵରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।
35. ଦିବସରେ ଜ୍ୟୋତିଃ ଦେବା ପାଇଁ ଯେ ସୂର୍ଯ୍ୟ ପ୍ରଦାନ କରନ୍ତି ଓ ରାତ୍ରିରେ ଜ୍ୟୋତିଃ ଦେବା ପାଇଁ ଯେ ଚନ୍ଦ୍ରର ଓ ନକ୍ଷତ୍ରଗଣର ବିଧାନାଦି ସ୍ଥାପନ କରନ୍ତି, ଯେ ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗସମୂହକୁ ଗର୍ଜନ କରାନ୍ତି, ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ ସେହି ସଦାପ୍ରଭୁ ଏହି କଥା କହନ୍ତି:
36. ଯେବେ ଏହି ସକଳ ବିଧାନ ଆମ୍ଭ ସମ୍ମୁଖରୁ ବିଚଳିତ ହୁଏ, ତେବେ ଇସ୍ରାଏଲ-ବଂଶ ହିଁ ଆମ୍ଭ ସମ୍ମୁଖରେ ସଦାକାଳ ଏକ ଗୋଷ୍ଠୀ ହୋଇ ରହିବା ପାଇଁ ନିବୃତ୍ତ ହେବେ, ଏହା ପ୍ରଭୁ କହନ୍ତି ।
37. ସଦାପ୍ରଭୁ ଏହି କଥା କହନ୍ତି: ଯେବେ ଊର୍ଦ୍ଧ୍ଵସ୍ଥ ଆକାଶମଣ୍ତଳ ପରିମିତ ହୋଇ ପାରେ ଓ ଅଧଃସ୍ଥ ପୃଥିବୀର ମୂଳ ଅନୁସନ୍ଧାନ କରାଯାଇ ପାରେ, ତେବେ ଆମ୍ଭେ ମଧ୍ୟ ଇସ୍ରାଏଲ-ବଂଶର କୃତ ସକଳ କ୍ରିୟା ସକାଶୁ ସେମାନଙ୍କୁ ଦୂର କରି ଦେବା, ଏହା ସଦାପ୍ରଭୁ କହନ୍ତି ।
38. ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ନଗର ହନନେଲର ଦୁର୍ଗଠାରୁ କୋଣ-ଦ୍ଵାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ଏପରି ସମୟ ଆସୁଅଛି ।
39. ଆଉ, ସେଠାରୁ ପରିମାଣ-ରଜ୍ଜୁ ଗାରେବ୍ ଉପପର୍ବତ ପର୍ଯ୍ୟନ୍ତ ସଳଖ ଯିବ ଓ ବୁଲି ଗୋୟା ପର୍ଯ୍ୟନ୍ତ ଯିବ ।
40. ପୁଣି, ଶବ ଓ ଭସ୍ମର ସମୁଦାୟ ଉପତ୍ୟକା ଓ କିଦ୍ରୋଣ ସ୍ରୋତ ପର୍ଯ୍ୟନ୍ତ ସକଳ କ୍ଷେତ୍ର, ପୂର୍ବଦିଗସ୍ଥ ଅଶ୍ଵଦ୍ଵାରର କୋଣ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ସଦା କାଳ ପର୍ଯ୍ୟନ୍ତ ଆଉ ଉତ୍ପାଟିତ କିଅବା ନିପାତିତ ନୋହିବ ।
Total 52 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 31 / 52
1 ସଦାପ୍ରଭୁ କହନ୍ତି, ସେ ସମୟରେ ଆମ୍ଭେ ଇସ୍ରାଏଲର ସମୁଦାୟ ଗୋଷ୍ଠୀର ପରମେଶ୍ଵର ହେବା ଓ ସେମାନେ ଆମ୍ଭର ଲୋକ ହେବେ । 2 ସଦାପ୍ରଭୁ ଏହି କଥା କହନ୍ତି, ଖଡ଼୍‍ଗରୁ ରକ୍ଷାପ୍ରାପ୍ତ ଲୋକମାନେ ପ୍ରାନ୍ତରରେ ଅନୁଗ୍ରହ ପ୍ରାପ୍ତ ହେଲେ, ଅର୍ଥାତ୍, ଆମ୍ଭେ ତାହାକୁ ବିଶ୍ରାମ ଦେବା ପାଇଁ ଗମନ କଲା ବେଳେ ଇସ୍ରାଏଲ ତାହା ପ୍ରାପ୍ତ ହେଲା । 3 ସଦାପ୍ରଭୁ ପୁରାତନ କାଳରେ ମୋତେ ଦର୍ଶନ ଦେଇ କହିଲେ, ହଁ, ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ, ଏହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ, । 4 ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା ଓ ତୁମ୍ଭେ ଗଢ଼ାଯିବ; ତୁମ୍ଭେ ପୁନର୍ବାର ଆପଣା ତବଲରେ ବିଭୂଷିତା ହେବ ଓ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ । 5 ତୁମ୍ଭେ ପୁନର୍ବାର ଶମରୀୟାର ପର୍ବତରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ, ରୋପଣକାରୀମାନେ ରୋପଣ କରି ତହିଁର ଫଳ ଭୋଗ କରିବେ । 6 କାରଣ ଯେଉଁ ଦିନରେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ଉଠ, ଆମ୍ଭେମାନେ ସିୟୋନକୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଛାମୁକୁ ଯାଉ, ଏପରି ଦିନ ଆସିବ । 7 କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର ଓ ଗୋଷ୍ଠୀବର୍ଗର ଅଗ୍ରଗଣ୍ୟ ନିମନ୍ତେ ଜୟଧ୍ଵନି କରନ୍ତ ତୁମ୍ଭେମାନେ ପ୍ରଚାର କରି, ପ୍ରଶଂସା କରି କୁହ, ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକ ଇସ୍ରାଏଲର ଅବଶିଷ୍ଟାଂଶକୁ ପରିତ୍ରାଣ କର । 8 ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀକି ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏସ୍ଥାନକୁ ଆସିବେ । 9 ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ଵାରା ଆନୀତ ହେବେ, ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା, ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ; କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ । 10 ହେ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ଦୂରସ୍ଥ ଦ୍ଵୀପସମୂହରେ ତାହା ପ୍ରଚାର କରି କୁହ, ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ, ଆଉ ପାଳକ ଯେପରି ଆପଣା ପଲ ରକ୍ଷା କରେ, ସେପରି ସେ ତାହାକୁ ରକ୍ଷା କରିବେ । 11 କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି ଓ ତାହା ଅପେକ୍ଷା ବଳବାନର ହସ୍ତରୁ ତାହାକୁ ମୁକ୍ତ କରିଅଛନ୍ତି । 12 ପୁଣି, ସେମାନେ ଆସି ସିୟୋନର ଶୃଙ୍ଗରେ ଗାନ କରିବେ ଓ ସ୍ରୋତ ତୁଲ୍ୟ ସଦାପ୍ରଭୁଙ୍କ ଉତ୍ତମତାର ନିକଟକୁ, ଶସ୍ୟ ଓ ଦ୍ରାକ୍ଷାରସ, ତୈଳ ଓ ପଲର ମେଷବତ୍ସ ଓ ଗୋପଲର ଗୋବତ୍ସ ନିକଟକୁ ବହି ଆସିବେ ଓ ସେମାନଙ୍କର ପ୍ରାଣ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ; ପୁଣି, ସେମାନେ ଆଉ କିଛି ଶୋକ କରିବେ ନାହିଁ । 13 ସେତେବେଳେ କୁମାରୀଗଣ ନୃତ୍ୟରେ, ପୁଣି, ଯୁବା ଓ ବୃଦ୍ଧମାନେ ଏକତ୍ର ଆନନ୍ଦ କରିବେ, କାରଣ ଆମ୍ଭେ ସେମାନଙ୍କ ଶୋକକୁ ଆନନ୍ଦରେ ପରିଣତ କରିବା, ଆମ୍ଭେ ସେମାନଙ୍କୁ ସାନ୍ତ୍ଵନା କରିବା ଓ ସେମାନଙ୍କ ଦୁଃଖରୁ ସେମାନଙ୍କୁ ଆନନ୍ଦିତ କରିବା । 14 ଆଉ, ଆମ୍ଭେ ପୁଷ୍ଟିକର ଦ୍ରବ୍ୟରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା ଓ ଆମ୍ଭର ଲୋକମାନେ ଆମ୍ଭର ଉତ୍ତମତାରେ ପରିତୃପ୍ତ ହେବେ, ଏହା ସଦାପ୍ରଭୁ କହନ୍ତି । 15 ସଦାପ୍ରଭୁ ଏହି କଥା କହନ୍ତି, ରାମାରେ ହାହାକାର ଓ ତୀବ୍ର ରୋଦନର ଶଦ୍ଦ ଶୁଣାଯାଏ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଅଛି; ସେ ଆପଣା ସନ୍ତାନଗଣର ବିଷୟରେ ପ୍ରବୋଧ-କଥା ମାନୁ ନାହିଁ, କାରଣ ସେମାନେ ନାହାନ୍ତି । 16 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ କ୍ରନ୍ଦନର ଶଦ୍ଦ ଓ ଚକ୍ଷୁର ଲୋତକ ନିବୃତ୍ତ କର; କାରଣ ତୁମ୍ଭ କର୍ମର ପୁରସ୍କାର ଦତ୍ତ ହେବ, ଏହା ସଦାପ୍ରଭୁ କହନ୍ତି; ଆଉ, ସେମାନେ ଶତ୍ରୁର ଦେଶରୁ ଫେରି ଆସିବେ । 17 ସଦାପ୍ରଭୁ କହନ୍ତି, ତୁମ୍ଭର ଅନ୍ତିମ କାଳ ବିଷୟରେ ପ୍ରତ୍ୟାଶା ଅଛି; ଆଉ, ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣାମାନଙ୍କର ସୀମାକୁ ଆସିବେ । 18 ଆମ୍ଭେ ନିଶ୍ଚୟ ଇଫ୍ରୟିମକୁ ଆପଣା ବିଷୟରେ ବିଳାପ କରି ଏହି ପ୍ରକାର କହିବା ଶୁଣିଅଛୁ, ମୁଁ ଅମଣା ବାଛୁରି ପରି ବୋଲି ତୁମ୍ଭେ ମୋତେ ଶାସ୍ତି ଦେଇଅଛ ଓ ମୁଁ ଶାସ୍ତି ଭୋଗ କରିଅଛି; ତୁମ୍ଭେ ମୋତେ ଫେରାଅ, ତହିଁରେ ମୁଁ ଫେରିବି; କାରଣ ତୁମ୍ଭେ ସଦାପ୍ରଭୁ ମୋହର ପରମେଶ୍ଵର । 19 ମୁଁ ଫେରିଲା ଉତ୍ତାରେ ନିତା; ଅନୁତାପ କଲି ଓ ଶିକ୍ଷା ପାଇଲା ଉତ୍ତାରେ ଆପଣା ଊରୁ ଦେଶରେ ଆଘାତ କଲି; ମୁଁ ଆପଣା ଯୌବନ କାଳରେ ଅପମାନ ଭୋଗ କରିବାରୁ ଲଜ୍ଜିତ ଓ ବ୍ୟାକୁଳ ହେଲି । 20 ଇଫ୍ରୟିମ କି ଆମ୍ଭର ପ୍ରିୟ ପୁତ୍ର? ସେ କି ଆନନ୍ଦ-ଦାୟୀ ବାଳକ? କାରଣ ଆମ୍ଭେ ଯେତେ ଥର ତାହା ବିରୁଦ୍ଧରେ କଥା କହୁ, ସେତେ ଥର ଆଗ୍ରହରେ ଆମ୍ଭେ ତାହାକୁ ସ୍ମରଣ କରୁ; ଏଥିପାଇଁ ତାହା ନିମନ୍ତେ ଆମ୍ଭର ଅନ୍ତର ବ୍ୟାକୁଳ ହୁଏ; ଆମ୍ଭେ ଅବଶ୍ୟ ତାହାକୁ ଦୟା କରିବା, ଏହା ସଦାପ୍ରଭୁ କହନ୍ତି । 21 ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥଚିହ୍ନ ରଖ ଓ ପଥପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର; ତୁମ୍ଭେ ଯେଉଁ ପଥରେ ଗମନ କରିଥିଲ, ସେହି ରାଜ ପଥରେ ମନୋନିବେଶ କର; ହେ ଇସ୍ରାଏଲ କୁମାରୀ, ଫେରି ଆସ, ତୁମ୍ଭର ଏହିସବୁ ନଗରକୁ ଫେରି ଆସ । 22 ହେ ବିପଥଗାମିନୀ କନ୍ୟେ, ତୁମ୍ଭେ କେତେ କାଳ ଏଣେତେଣେ ଭ୍ରମଣ କରିବ? କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି, ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ । 23 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି: ଆମ୍ଭେ ଯେଉଁ ସମୟରେ ସେମାନଙ୍କର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା, ସେସମୟରେ ଯିହୁଦା ଦେଶରେ ଓ ତହିଁର ନଗରସକଳରେ ସେମାନେ ପୁନର୍ବାର ଏହି କଥା ବ୍ୟବହାର କରିବେ, “ହେ ଧର୍ମନିବାସ, ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ।” 24 ପୁଣି, ଯିହୁଦା ଓ ତହିଁର ନଗରସକଳ, ଆଉ କୃଷକ ଓ ପଲ ନେଇ ଭ୍ରମଣକାରୀମାନେ ତହିଁ ମଧ୍ୟରେ ଏକତ୍ର ବାସ କରିବେ । 25 କାରଣ ଆମ୍ଭେ କ୍ଳା; ପ୍ରାଣକୁ ପରିତୃପ୍ତ କରିଅଛୁ, ପ୍ରତ୍ୟେକ ଦୁଃଖିତ ପ୍ରାଣକୁ ପରିପୂର୍ଣ୍ଣ କରିଅଛୁ । 26 ଏଥିରେ ମୁଁ ଜାଗ୍ରତ ହୋଇ ଦେଖିଲି ଓ ମୋର ନିଦ୍ରା ମୋʼ ପ୍ରତି ସୁଖଦାୟକ ଥିଲା । 27 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ-ବଂଶ ଓ ଯିହୁଦା-ବଂଶ ମଧ୍ୟରେ ମନୁଷ୍ୟ ଓ ପଶୁରୂପ ବୀଜ ବପନ କରିବା, ଏପରି ସମୟ ଆସୁଛି । 28 ଆଉ, ଆମ୍ଭେ ଯେପରି ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ ଓ ବିନାଶ କରିବାକୁ ଓ କ୍ଳେଶ ଦେବାକୁ ଜଗି ରହିଲୁ; ସେପରି ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା ପାଇଁଜଗି ରହିବା, ଏହା ସଦାପ୍ରଭୁ କହନ୍ତି । 29 ପିତୃଗଣ ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ଆଉ ସନ୍ତାନଗଣର ଦା; ଖଟା ହୋଇଅଛି, ଏପରି କଥା ସେସମୟରେ ଆଉ କୁହା ଯିବ ନାହିଁ । 30 ମାତ୍ର ପ୍ରତ୍ୟେକ ଲୋକ ନିଜ ଅଧର୍ମ ସକାଶୁ ମରିବ, ଆଉ ଯେଉଁ ଜନ ଅମ୍ଳ ଦ୍ରାକ୍ଷାଫଳ ଖାଏ, ତାହାରି ଦା; ଖଟା ହେବ । 31 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ-ବଂଶ ଓ ଯିହୁଦା-ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି; 32 ମିସର ଦେଶରୁ ସେମାନଙ୍କର ପିତୃପୁରୁଷଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ଵାମୀ ହେଲେ ହେଁ ସେମାନେଣଆମ୍ଭର ସେହି ନିୟମ ଲଙ୍ଘନ କଲେ । 33 ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ-ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା ଓ ସେମାନେ ଆମ୍ଭର ଲୋକ ହେବେ; 34 ପୁଣି, ତୁମ୍ଭେମାନେ ପରମେଶ୍ଵରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। 35 ଦିବସରେ ଜ୍ୟୋତିଃ ଦେବା ପାଇଁ ଯେ ସୂର୍ଯ୍ୟ ପ୍ରଦାନ କରନ୍ତି ଓ ରାତ୍ରିରେ ଜ୍ୟୋତିଃ ଦେବା ପାଇଁ ଯେ ଚନ୍ଦ୍ରର ଓ ନକ୍ଷତ୍ରଗଣର ବିଧାନାଦି ସ୍ଥାପନ କରନ୍ତି, ଯେ ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗସମୂହକୁ ଗର୍ଜନ କରାନ୍ତି, ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ ସେହି ସଦାପ୍ରଭୁ ଏହି କଥା କହନ୍ତି: 36 ଯେବେ ଏହି ସକଳ ବିଧାନ ଆମ୍ଭ ସମ୍ମୁଖରୁ ବିଚଳିତ ହୁଏ, ତେବେ ଇସ୍ରାଏଲ-ବଂଶ ହିଁ ଆମ୍ଭ ସମ୍ମୁଖରେ ସଦାକାଳ ଏକ ଗୋଷ୍ଠୀ ହୋଇ ରହିବା ପାଇଁ ନିବୃତ୍ତ ହେବେ, ଏହା ପ୍ରଭୁ କହନ୍ତି । 37 ସଦାପ୍ରଭୁ ଏହି କଥା କହନ୍ତି: ଯେବେ ଊର୍ଦ୍ଧ୍ଵସ୍ଥ ଆକାଶମଣ୍ତଳ ପରିମିତ ହୋଇ ପାରେ ଓ ଅଧଃସ୍ଥ ପୃଥିବୀର ମୂଳ ଅନୁସନ୍ଧାନ କରାଯାଇ ପାରେ, ତେବେ ଆମ୍ଭେ ମଧ୍ୟ ଇସ୍ରାଏଲ-ବଂଶର କୃତ ସକଳ କ୍ରିୟା ସକାଶୁ ସେମାନଙ୍କୁ ଦୂର କରି ଦେବା, ଏହା ସଦାପ୍ରଭୁ କହନ୍ତି । 38 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ନଗର ହନନେଲର ଦୁର୍ଗଠାରୁ କୋଣ-ଦ୍ଵାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ଏପରି ସମୟ ଆସୁଅଛି । 39 ଆଉ, ସେଠାରୁ ପରିମାଣ-ରଜ୍ଜୁ ଗାରେବ୍ ଉପପର୍ବତ ପର୍ଯ୍ୟନ୍ତ ସଳଖ ଯିବ ଓ ବୁଲି ଗୋୟା ପର୍ଯ୍ୟନ୍ତ ଯିବ । 40 ପୁଣି, ଶବ ଓ ଭସ୍ମର ସମୁଦାୟ ଉପତ୍ୟକା ଓ କିଦ୍ରୋଣ ସ୍ରୋତ ପର୍ଯ୍ୟନ୍ତ ସକଳ କ୍ଷେତ୍ର, ପୂର୍ବଦିଗସ୍ଥ ଅଶ୍ଵଦ୍ଵାରର କୋଣ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ସଦା କାଳ ପର୍ଯ୍ୟନ୍ତ ଆଉ ଉତ୍ପାଟିତ କିଅବା ନିପାତିତ ନୋହିବ ।
Total 52 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 31 / 52
×

Alert

×

Oriya Letters Keypad References