ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆଦି ପୁସ୍ତକ
1. ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ଵାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢ଼ାଲ ଓ ମହାପୁରସ୍କାରସ୍ଵରୂପ ।
2. ତହିଁରେ ଅବ୍ରାମ ଉତ୍ତର କଲେ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କଅଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି ଦମ୍ମେସକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ ।
3. ପୁଣି ଅବ୍ରାମ କହିଲେ, ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ ।
4. ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ ।
5. ଅନନ୍ତର ସେ ତାଙ୍କୁ ବାହାରକୁ ଆଣି କହିଲେ, ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯେବେ ତାରାସମୂହ ଗଣିପାର, ତେବେ ଗଣି କୁହ । ସେ ଆହୁରି କହିଲେ, ଏହି ପ୍ରକାର ତୁମ୍ଭର ବଂଶ ହେବ। ।
6. ସେତେବେଳେ ସେ ସଦାପ୍ରଭୁଙ୍କଠାରେ ବିଶ୍ଵାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ ।
7. ଅନନ୍ତର ସେ ତାଙ୍କୁ କହିଲେ, ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ ।
8. ତହୁଁ ସେ କହିଲେ, ହେ ପ୍ରଭୋ, ସଦାପ୍ରଭୋ, ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା କିରୂପେ ଜାଣିବି?
9. ସେ କହିଲେ, ତୁମ୍ଭେ ତିନି ବର୍ଷର ଗୋଟିଏ ଗାଭୀ ଓ ତିନି ବର୍ଷର ଗୋଟିଏ ଛାଗୀ ଓ ତିନି ବର୍ଷର ଗୋଟିଏ ମେଷ ଓ ଗୋଟିଏ ଘୁଘୁ ଓ ଗୋଟିଏ କପୋତ ଛୁଆ ଆମ୍ଭ ନିକଟକୁ ଆଣ ।
10. ତହିଁରେ ସେ ସେହି ସବୁ ତାହାଙ୍କ ନିକଟକୁ ଆଣି ଦୁଇ ଖଣ୍ତ କରି ଖଣ୍ତକ ଆଗରେ ଅନ୍ୟ ଖଣ୍ତ ରଖିଲେ; ମାତ୍ର ପକ୍ଷୀମାନଙ୍କୁ ଦୁଇ ଖଣ୍ତ କଲେ ନାହିଁ ।
11. ଅନନ୍ତର ହିଂସ୍ରକ ପକ୍ଷୀଗଣ ସେହି ମୃତ ଶବମାନଙ୍କ ଉପରେ ପଡ଼ନ୍ତେ, ଅବ୍ରାମ ସେମାନଙ୍କୁ ଅଡ଼ାଇ ଦେଲେ ।
12. ପୁଣି ସୂର୍ଯ୍ୟାସ୍ତ ସମୟରେ ଅବ୍ରାମ ଅତି ନିଦ୍ରିତ ହୋଇ ଘୋର ଅନ୍ଧକାରରେ ଭୟଗ୍ରସ୍ତ ହେଲେ ।
13. ସେତେବେଳେ ସେ ଅବ୍ରାମଙ୍କୁ କହିଲେ, ତୁମ୍ଭର ସନ୍ତାନଗଣ ଚାରିଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ;
14. ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ ।
15. ମାତ୍ର ତୁମ୍ଭେ କୁଶଳରେ ଆପଣା ପୂର୍ବପୁରୁଷମାନଙ୍କ ନିକଟକୁ ଯିବ ଓ ଉତ୍ତମ ବୃଦ୍ଧାବସ୍ଥାରେ କବରପ୍ରାପ୍ତ ହେବ ।
16. ପୁଣି ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଏହି ଦେଶକୁ ବାହୁଡ଼ି ଆସିବେ; ଯେହେତୁ ଇମୋରୀୟ ଲୋକମାନଙ୍କର ପାପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ।
17. ଆଉ ଯହୁଁ ସୂର୍ଯ୍ୟ ଅସ୍ତଗତ ଓ ଅନ୍ଧକାର ହେଲା, ଦେଖ, ସଧୂମ ଚୁଲ୍ଲୀ ଓ ପ୍ରଜ୍ଜଳିତ ଦିହୁଡ଼ି ସେହି ଦୁଇ ଖଣ୍ତ ଶ୍ରେଣୀର ମଧ୍ୟ ଦେଇ ଚାଲିଗଲା ।
18. ପୁଣି ସେହିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ନିୟମ ସ୍ଥିର କରି କହିଲେ, ଆମ୍ଭେ ଏହି ମିସରୀୟ ନଦୀଠାରୁ ଫରାତ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ,
19. ଅର୍ଥାତ୍, କେନୀୟମାନଙ୍କର ଓ କନଜୀୟମାନଙ୍କର ଓ କଦ୍ମୋନୀୟମାନଙ୍କର
20. ଓ ହିତ୍ତୀୟମାନଙ୍କର ଓ ପିରିଜୀୟମାନଙ୍କର ଓ ରଫାୟୀୟମାନଙ୍କର
21. ଓ ଇମୋରୀୟମାନଙ୍କର ଓ କିଣାନୀୟମାନଙ୍କର ଓ ଗିର୍ଗାଶୀୟମାନଙ୍କର ଓ ଯିବୁଷୀୟମାନଙ୍କର ଦେଶ ଦେଲୁ ।
Total 50 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 15 / 50
1 ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ଵାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢ଼ାଲ ଓ ମହାପୁରସ୍କାରସ୍ଵରୂପ । 2 ତହିଁରେ ଅବ୍ରାମ ଉତ୍ତର କଲେ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କଅଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି ଦମ୍ମେସକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ । 3 ପୁଣି ଅବ୍ରାମ କହିଲେ, ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ । 4 ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ । 5 ଅନନ୍ତର ସେ ତାଙ୍କୁ ବାହାରକୁ ଆଣି କହିଲେ, ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯେବେ ତାରାସମୂହ ଗଣିପାର, ତେବେ ଗଣି କୁହ । ସେ ଆହୁରି କହିଲେ, ଏହି ପ୍ରକାର ତୁମ୍ଭର ବଂଶ ହେବ। । 6 ସେତେବେଳେ ସେ ସଦାପ୍ରଭୁଙ୍କଠାରେ ବିଶ୍ଵାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ । 7 ଅନନ୍ତର ସେ ତାଙ୍କୁ କହିଲେ, ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ । 8 ତହୁଁ ସେ କହିଲେ, ହେ ପ୍ରଭୋ, ସଦାପ୍ରଭୋ, ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା କିରୂପେ ଜାଣିବି? 9 ସେ କହିଲେ, ତୁମ୍ଭେ ତିନି ବର୍ଷର ଗୋଟିଏ ଗାଭୀ ଓ ତିନି ବର୍ଷର ଗୋଟିଏ ଛାଗୀ ଓ ତିନି ବର୍ଷର ଗୋଟିଏ ମେଷ ଓ ଗୋଟିଏ ଘୁଘୁ ଓ ଗୋଟିଏ କପୋତ ଛୁଆ ଆମ୍ଭ ନିକଟକୁ ଆଣ । 10 ତହିଁରେ ସେ ସେହି ସବୁ ତାହାଙ୍କ ନିକଟକୁ ଆଣି ଦୁଇ ଖଣ୍ତ କରି ଖଣ୍ତକ ଆଗରେ ଅନ୍ୟ ଖଣ୍ତ ରଖିଲେ; ମାତ୍ର ପକ୍ଷୀମାନଙ୍କୁ ଦୁଇ ଖଣ୍ତ କଲେ ନାହିଁ । 11 ଅନନ୍ତର ହିଂସ୍ରକ ପକ୍ଷୀଗଣ ସେହି ମୃତ ଶବମାନଙ୍କ ଉପରେ ପଡ଼ନ୍ତେ, ଅବ୍ରାମ ସେମାନଙ୍କୁ ଅଡ଼ାଇ ଦେଲେ । 12 ପୁଣି ସୂର୍ଯ୍ୟାସ୍ତ ସମୟରେ ଅବ୍ରାମ ଅତି ନିଦ୍ରିତ ହୋଇ ଘୋର ଅନ୍ଧକାରରେ ଭୟଗ୍ରସ୍ତ ହେଲେ । 13 ସେତେବେଳେ ସେ ଅବ୍ରାମଙ୍କୁ କହିଲେ, ତୁମ୍ଭର ସନ୍ତାନଗଣ ଚାରିଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ; 14 ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ । 15 ମାତ୍ର ତୁମ୍ଭେ କୁଶଳରେ ଆପଣା ପୂର୍ବପୁରୁଷମାନଙ୍କ ନିକଟକୁ ଯିବ ଓ ଉତ୍ତମ ବୃଦ୍ଧାବସ୍ଥାରେ କବରପ୍ରାପ୍ତ ହେବ । 16 ପୁଣି ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଏହି ଦେଶକୁ ବାହୁଡ଼ି ଆସିବେ; ଯେହେତୁ ଇମୋରୀୟ ଲୋକମାନଙ୍କର ପାପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । 17 ଆଉ ଯହୁଁ ସୂର୍ଯ୍ୟ ଅସ୍ତଗତ ଓ ଅନ୍ଧକାର ହେଲା, ଦେଖ, ସଧୂମ ଚୁଲ୍ଲୀ ଓ ପ୍ରଜ୍ଜଳିତ ଦିହୁଡ଼ି ସେହି ଦୁଇ ଖଣ୍ତ ଶ୍ରେଣୀର ମଧ୍ୟ ଦେଇ ଚାଲିଗଲା । 18 ପୁଣି ସେହିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ନିୟମ ସ୍ଥିର କରି କହିଲେ, ଆମ୍ଭେ ଏହି ମିସରୀୟ ନଦୀଠାରୁ ଫରାତ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ, 19 ଅର୍ଥାତ୍, କେନୀୟମାନଙ୍କର ଓ କନଜୀୟମାନଙ୍କର ଓ କଦ୍ମୋନୀୟମାନଙ୍କର 20 ଓ ହିତ୍ତୀୟମାନଙ୍କର ଓ ପିରିଜୀୟମାନଙ୍କର ଓ ରଫାୟୀୟମାନଙ୍କର 21 ଓ ଇମୋରୀୟମାନଙ୍କର ଓ କିଣାନୀୟମାନଙ୍କର ଓ ଗିର୍ଗାଶୀୟମାନଙ୍କର ଓ ଯିବୁଷୀୟମାନଙ୍କର ଦେଶ ଦେଲୁ ।
Total 50 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 15 / 50
×

Alert

×

Oriya Letters Keypad References