ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଯିହିଜିକଲ
1. ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
2. ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମ ଆଡ଼େ ଆପଣା ମୁଖ ରଖ, ପବିତ୍ର ସ୍ଥାନସମୂହର ଆଡ଼େ ଆପଣା ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିରୁଦ୍ଧରେ ଭବିଷ୍ୟଦ୍-ବାକ୍ୟ ପ୍ରଚାର କର,
3. ଆଉ, ଇସ୍ରାଏଲ ଦେଶକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ଆପଣା ଖଡ଼୍‍ଗ କୋଷରୁ ବାହାର କରି ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ଉଚ୍ଛିନ୍ନ କରିବା ।
4. ଆମ୍ଭେ ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ଉଚ୍ଛିନ୍ନ କରିବା, ଏଥିପାଇଁ ଆମ୍ଭର ଖଡ଼୍‍ଗ କୋଷରୁ ବାହାରି ଦକ୍ଷିଣଠାରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରାଣୀର ବିରୁଦ୍ଧରେ ଯିବ;
5. ତହିଁରେ ସମସ୍ତ ପ୍ରାଣୀ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା ଖଡ଼୍‍ଗ କୋଷରୁ ବାହାର କରିଅଛୁ; ତାହା ଆଉ ଫେରିବ ନାହିଁ ।
6. ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦୀର୍ଘ ନିଃଶ୍ଵାସ ଛାଡ଼; ତୁମ୍ଭେ ଆପଣା କଟୀ ଭାଙ୍ଗି ମନସ୍ତାପପୂର୍ବକ ସେମାନଙ୍କ ସାକ୍ଷାତରେ ଦୀର୍ଘ ନିଃଶ୍ଵାସ ଛାଡ଼ିବ ।
7. ଆଉ, ତୁମ୍ଭେ କିହେତୁ ଦୀର୍ଘ ନିଃଶ୍ଵାସ ଛାଡ଼ୁଅଛ? ଏ କଥା ଯେବେ ସେମାନେ ତୁମ୍ଭକୁ ପଚାରିବେ, ତେବେ ତୁମ୍ଭେ କହିବ, ସମ୍ଵାଦ ସକାଶେ, କାରଣ ତାହା ଆସୁଅଛି; ତହିଁରେ ପ୍ରତ୍ୟେକ ହୃଦୟ ତରଳି ଯିବ ଓ ସକଳ ହସ୍ତ ଦୁର୍ବଳ ହେବ, ପ୍ରତ୍ୟେକ ମନ କ୍ଳା; ହେବ ଓ ସମସ୍ତ ଆଣ୍ଠୁ ଜଳ ପରି ହେବ; ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
8. ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
9. ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି; କୁହ, ଖଡ଼୍‍ଗ, ଖଡ଼୍‍ଗ, ତାହା ଶାଣିତ ଓ ମଧ୍ୟ ମାର୍ଜ୍ଜିତ ହୋଇଅଛି;
10. ହତ୍ୟା କରିବା ନିମନ୍ତେ ତାହା ଶାଣିତ ହୋଇଅଛି, ବିଜୁଳି ପରି ହେବା ପାଇଁ ତାହା ମାର୍ଜିତ ହୋଇଅଛି; ତେବେ ଆମ୍ଭେମାନେ କି ଆମୋଦ ପ୍ରମୋଦ କରିବା? ଆମ୍ଭ ପୁତ୍ରର ରାଜଦଣ୍ତ ଯାବତୀୟ କାଷ୍ଠକୁ ତୁଚ୍ଛ କରେ ।
11. ପୁଣି, ହାତରେ ଧରାଯିବା ନିମନ୍ତେ ତାହା ମାର୍ଜିତ ହେବା ପାଇଁ ଦିଆଯାଇଅଛି; ହନ୍ତାର ହସ୍ତରେ ଦେବା ନିମନ୍ତେ ଖଡ଼୍‍ଗ ଶାଣିତ ଓ ମାର୍ଜିତ ହୋଇଅଛି ।
12. ହେ ମନୁଷ୍ୟ-ସନ୍ତାନ, କ୍ରନ୍ଦନ ଓ ହାହାକାର କର; କାରଣ ତାହା ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ, ଇସ୍ରାଏଲର ସମସ୍ତ ଅଧିପତିଗଣର ବିରୁଦ୍ଧରେ ଉପସ୍ଥିତ ହୋଇଅଛି; ସେମାନେ ଆମ୍ଭ ଲୋକମାନଙ୍କ ସହିତ ଖଡ଼୍‍ଗରେ ସମର୍ପିତ ହୋଇଅଛନ୍ତି, ଏଣୁ ତୁମ୍ଭେ ଆପଣା ଊରୁଦେଶରେ ଆଘାତ କର ।
13. କାରଣ ପରୀକ୍ଷା ଗୋଟିଏ ଅଛି, ପୁଣି ସେହି ତୁଚ୍ଛକାରୀ ରାଜଦଣ୍ତ ଯେବେ ଆଉ ନ ରହେ, ତେବେ ତହିଁରେ ହିଁ କି? ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
14. ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ଓ ତୁମ୍ଭ ଦୁଇ ହସ୍ତ ଏକତ୍ର ମାର; ସେହି ଖଡ଼୍‍ଗ, ଆହତ ଲୋକମାନଙ୍କର ଖଡ଼୍‍ଗ ଦୁଇଗୁଣ, ତିନିଗୁଣ ହେଉ; ତାହା ଆହତ ମହତ ଲୋକର ଖଡ଼୍‍ଗ, ତାହା ସେମାନଙ୍କ ଭିତର କୋଠରିରେ ପ୍ରବେଶ କରେ ।
15. ସେମାନଙ୍କର ଅନ୍ତଃକରଣ ଯେପରି ତରଳି ଯାଏ ଓ ସେମାନଙ୍କର ବିସ୍ତର ବିଘ୍ନ ଜନ୍ମେ, ଏଥିପାଇଁ ଆମ୍ଭେ ସେମାନଙ୍କର ସକଳ ନଗର-ଦ୍ଵାର ବିରୁଦ୍ଧରେ ଖଡ଼୍‍ଗର ଅଗ୍ରଭାଗ ରଖିଅଛୁ; ଆଃ! ତାହା ବିଜୁଳି ତୁଲ୍ୟ ନିର୍ମିତ, ହତ୍ୟା କରିବା ନିମନ୍ତେ ତାହା ତୀକ୍ଷ୍ଣ କରାଯାଇଅଛି ।
16. ତୁମ୍ଭେ ଆପଣାକୁ ଏକତ୍ର କର, ଡାହାଣକୁ ଯାଅ, ଆପଣାକୁ ସଜାଇ ବାମ ଆଡ଼େ ଯାଅ; ଯେକୌଣସି ଆଡ଼େ ତୁମ୍ଭର ମୁଖ ରଖାଯାଇଅଛି (ଆପଣାକୁ ପ୍ରସ୍ତୁତ କର) ।
17. ଆମ୍ଭେ ମଧ୍ୟ ଆପଣାର ଦୁଇ ହସ୍ତ ଏକତ୍ର ମାରିବା ଓ ଆମ୍ଭେ ଆପଣା କୋପକୁ ତୃପ୍ତ କରାଇବା; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ।
18. ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
19. ହେ ମନୁଷ୍ୟ-ସନ୍ତାନ, ବାବିଲ ରାଜାର ଖଡ଼୍‍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇ ପଥ ନିରୂପଣ କର; ସେ ଦୁଇ ପଥ ଏକ ଦେଶରୁ ଆସିବ; ଆଉ, ତୁମ୍ଭେ ଏକ ସ୍ଥାନ ଚିହ୍ନିତ କର, ନଗରଗାମୀ ପଥ-ମୁଣ୍ତରେ ଚିହ୍ନିତ କର ।
20. ଅମ୍ମୋନ ସନ୍ତାନଗଣର ରବ୍ବାକୁ ଓ ପ୍ରାଚୀର-ବେଷ୍ଟିତ ଯିରୂଶାଲମସ୍ଥ ଯିହୁଦାକୁ ଖଡ଼୍‍ଗ ଆସିବା ନିମନ୍ତେ ତୁମ୍ଭେ ପଥ ପ୍ରସ୍ତୁତ କର ।
21. କାରଣ ବାବିଲ ରାଜା ମନ୍ତ୍ର ପାଠ କରିବା ନିମନ୍ତେ ଦୁଇ ପଥର ସଙ୍ଗମ ସ୍ଥାନରେ, ଅର୍ଥାତ୍, ଦୁଇ ପଥର ମୁଣ୍ତରେ ଠିଆ ହେଲା; ସେ ତୀରସବୁ ଏଣେତେଣେ ହଲାଇଲା, ସେ ଠାକୁରମାନଙ୍କୁ ମନ୍ତ୍ରଣା ପଚାରିଲା, ସେ ଯକୃତ୍ ନିରୀକ୍ଷଣ କଲା ।
22. ତାହାର ଦକ୍ଷିଣ ହସ୍ତରେ ଯିରୂଶାଲମ ନାମରେ, ଅର୍ଥାତ୍, ସେସ୍ଥାନରେ ପ୍ରାଚୀରଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବଧଆଜ୍ଞା ଦେବାକୁ, ଉଚ୍ଚସ୍ଵରରେ ସିଂହନାଦ କରିବାକୁ, ନଗରର ଦ୍ଵାରସମୂହର ବିରୁଦ୍ଧରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବନ୍ଧ ବାନ୍ଧିବାକୁ ଓ ଦୁର୍ଗ ନିର୍ମାଣ କରିବାକୁ ଯିରୂଶାଲମର ନାମରେ ମନ୍ତ୍ର ଉଠିଲା ।
23. ମାତ୍ର ସେମାନଙ୍କ ପ୍ରତି, ଅର୍ଥାତ୍, ଯେଉଁମାନେ ଥରରୁଥର ସେମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେମାନଙ୍କ ଦୃଷ୍ଟିରେ ତାହା ମିଥ୍ୟା ବୋଧ ହେବ; ତଥାପି ସେମାନେ ଯେପରି ଧରାଯିବେ, ଏଥିପାଇଁ ସେ ସେମାନଙ୍କର ଅଧର୍ମ ସ୍ମରଣରେ ଆଣିବେ ।
24. ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନଙ୍କର ଆଜ୍ଞାଲଘଂନସବୁ ଅନାବୃତ ହେବାରେ ତୁମ୍ଭେମାନେ ଆପଣାମାନଙ୍କର ଅଧର୍ମ ସ୍ମରଣ କରାଇଅଛ, ଏଥିପାଇଁ ତୁମ୍ଭମାନଙ୍କର ସକଳ କ୍ରିୟାରେ ତୁମ୍ଭମାନଙ୍କର ପାପ ପ୍ରକାଶ ପାଏ; ତୁମ୍ଭେମାନେ ସ୍ମରଣକୁ ଆସିବାରୁ ତୁମ୍ଭେମାନେ ହସ୍ତରେ ଧରାଯିବ ।
25. ପୁଣି, ହେ ଆହତ ଦୁଷ୍ଟଇସ୍ରାଏଲୀୟ ଅଧିପତି, ଅନ୍ତିମ ଅପରାଧ ସମୟରେ ତୁମ୍ଭର ଦିନ ଉପସ୍ଥିତ ହୋଇଅଛି;
26. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ସେପରି ଆଉ ରହିବ ନାହିଁ; ଯାହା ନୀଚ, ତାହାକୁ ଉଚ୍ଚ କର ଓ ଯାହା ଉଚ୍ଚ, ତାହାକୁ ନୀଚ କର ।
27. ଆମ୍ଭେ ତାହା ଓଲଟାଇ ପକାଇବା, ଓଲଟାଇ ପକାଇବା, ଓଲଟାଇ ପକାଇବା; ଯେ ଅଧିକାରୀ ଅଟନ୍ତି, ସେ ନ ଆସିବା ପର୍ଯ୍ୟନ୍ତ ଏହା ମଧ୍ୟ ଆଉ ରହିବ ନାହିଁ, ତହୁଁ ଆମ୍ଭେ ତାହାଙ୍କୁ ଏହା ଦେବା ।
28. ପୁଣି ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଅମ୍ମୋନ-ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି; ତୁମ୍ଭେ କୁହ, ଅନ୍ତିମ ଅଧର୍ମ ସମୟରେ ଯେଉଁମାନଙ୍କର ଦିନ ଉପସ୍ଥିତ ହୋଇଅଛି, ଏପରି ଆହତ ଦୁଷ୍ଟ ଲୋକମାନଙ୍କର ଗ୍ରୀବା ଉପରେ ତୁମ୍ଭକୁ ଥୋଇବା ନିମନ୍ତେ ଲୋକମାନେ ତୁମ୍ଭ ପାଇଁ ଅସାର ଦର୍ଶନ ପାଇଲେ ହେଁଇ ଓ ତୁମ୍ଭ ନିକଟରେ ମିଥ୍ୟା ମନ୍ତ୍ର ପାଠ କଲେ ହେଁ,
29. ଖଡ଼୍‍ଗ, ଖଡ଼୍‍ଗ ନିଷ୍କୋଷ ହୋଇଅଛି, ହତ୍ୟା ଓ ଗ୍ରାସ କରିବା ନିମନ୍ତେ ତାହା ଯେପରି ବିଦ୍ୟୁତ୍ ପରି ହେବ, ଏଥିପାଇଁ ତାହା ମାର୍ଜ୍ଜିତ ହୋଇଅଛି ।
30. ତାକୁ ପୁନର୍ବାର ତାହାର କୋଷକୁ ଫେରାଇ ଆଣ । ତୁମ୍ଭେ ଯେଉଁ ସ୍ଥାନରେ ସୃଷ୍ଟ ହୋଇଥିଲ ଓ ଯେଉଁ ଦେଶରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ଆମ୍ଭେ ତୁମ୍ଭର ବିଚାର କରିବା ।
31. ଆଉ, ଆମ୍ଭେ ତୁମ୍ଭ ଉପରେ ଆପଣା କ୍ରୋଧ ଢାଳିବା; ଆମ୍ଭେ ତୁମ୍ଭ ଉପରେ ଆପଣା କୋପରୂପ ଅଗ୍ନି ଫୁଙ୍କିବା; ପୁଣି, ଆମ୍ଭେ ପଶୁବତ୍ ଓ ବିନାଶ କରିବାକୁ ନିପୁଣ ଲୋକମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା ।
32. ତୁମ୍ଭେ ଅଗ୍ନି ପାଇଁ ଜାଳ ସ୍ଵରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ (ପତିତ) ହେବ; ତୁମ୍ଭେ ଆଉ ସ୍ମୃତି ପଥରେ ଆସିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ।
Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 21 / 48
1 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, 2 ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମ ଆଡ଼େ ଆପଣା ମୁଖ ରଖ, ପବିତ୍ର ସ୍ଥାନସମୂହର ଆଡ଼େ ଆପଣା ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିରୁଦ୍ଧରେ ଭବିଷ୍ୟଦ୍-ବାକ୍ୟ ପ୍ରଚାର କର, 3 ଆଉ, ଇସ୍ରାଏଲ ଦେଶକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ଆପଣା ଖଡ଼୍‍ଗ କୋଷରୁ ବାହାର କରି ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ଉଚ୍ଛିନ୍ନ କରିବା । 4 ଆମ୍ଭେ ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ଉଚ୍ଛିନ୍ନ କରିବା, ଏଥିପାଇଁ ଆମ୍ଭର ଖଡ଼୍‍ଗ କୋଷରୁ ବାହାରି ଦକ୍ଷିଣଠାରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରାଣୀର ବିରୁଦ୍ଧରେ ଯିବ; 5 ତହିଁରେ ସମସ୍ତ ପ୍ରାଣୀ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା ଖଡ଼୍‍ଗ କୋଷରୁ ବାହାର କରିଅଛୁ; ତାହା ଆଉ ଫେରିବ ନାହିଁ । 6 ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦୀର୍ଘ ନିଃଶ୍ଵାସ ଛାଡ଼; ତୁମ୍ଭେ ଆପଣା କଟୀ ଭାଙ୍ଗି ମନସ୍ତାପପୂର୍ବକ ସେମାନଙ୍କ ସାକ୍ଷାତରେ ଦୀର୍ଘ ନିଃଶ୍ଵାସ ଛାଡ଼ିବ । 7 ଆଉ, ତୁମ୍ଭେ କିହେତୁ ଦୀର୍ଘ ନିଃଶ୍ଵାସ ଛାଡ଼ୁଅଛ? ଏ କଥା ଯେବେ ସେମାନେ ତୁମ୍ଭକୁ ପଚାରିବେ, ତେବେ ତୁମ୍ଭେ କହିବ, ସମ୍ଵାଦ ସକାଶେ, କାରଣ ତାହା ଆସୁଅଛି; ତହିଁରେ ପ୍ରତ୍ୟେକ ହୃଦୟ ତରଳି ଯିବ ଓ ସକଳ ହସ୍ତ ଦୁର୍ବଳ ହେବ, ପ୍ରତ୍ୟେକ ମନ କ୍ଳା; ହେବ ଓ ସମସ୍ତ ଆଣ୍ଠୁ ଜଳ ପରି ହେବ; ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି । 8 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, 9 ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି; କୁହ, ଖଡ଼୍‍ଗ, ଖଡ଼୍‍ଗ, ତାହା ଶାଣିତ ଓ ମଧ୍ୟ ମାର୍ଜ୍ଜିତ ହୋଇଅଛି; 10 ହତ୍ୟା କରିବା ନିମନ୍ତେ ତାହା ଶାଣିତ ହୋଇଅଛି, ବିଜୁଳି ପରି ହେବା ପାଇଁ ତାହା ମାର୍ଜିତ ହୋଇଅଛି; ତେବେ ଆମ୍ଭେମାନେ କି ଆମୋଦ ପ୍ରମୋଦ କରିବା? ଆମ୍ଭ ପୁତ୍ରର ରାଜଦଣ୍ତ ଯାବତୀୟ କାଷ୍ଠକୁ ତୁଚ୍ଛ କରେ । 11 ପୁଣି, ହାତରେ ଧରାଯିବା ନିମନ୍ତେ ତାହା ମାର୍ଜିତ ହେବା ପାଇଁ ଦିଆଯାଇଅଛି; ହନ୍ତାର ହସ୍ତରେ ଦେବା ନିମନ୍ତେ ଖଡ଼୍‍ଗ ଶାଣିତ ଓ ମାର୍ଜିତ ହୋଇଅଛି । 12 ହେ ମନୁଷ୍ୟ-ସନ୍ତାନ, କ୍ରନ୍ଦନ ଓ ହାହାକାର କର; କାରଣ ତାହା ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ, ଇସ୍ରାଏଲର ସମସ୍ତ ଅଧିପତିଗଣର ବିରୁଦ୍ଧରେ ଉପସ୍ଥିତ ହୋଇଅଛି; ସେମାନେ ଆମ୍ଭ ଲୋକମାନଙ୍କ ସହିତ ଖଡ଼୍‍ଗରେ ସମର୍ପିତ ହୋଇଅଛନ୍ତି, ଏଣୁ ତୁମ୍ଭେ ଆପଣା ଊରୁଦେଶରେ ଆଘାତ କର । 13 କାରଣ ପରୀକ୍ଷା ଗୋଟିଏ ଅଛି, ପୁଣି ସେହି ତୁଚ୍ଛକାରୀ ରାଜଦଣ୍ତ ଯେବେ ଆଉ ନ ରହେ, ତେବେ ତହିଁରେ ହିଁ କି? ଏହା ପ୍ରଭୁ ସଦାପ୍ରଭୁ କହନ୍ତି । 14 ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ଓ ତୁମ୍ଭ ଦୁଇ ହସ୍ତ ଏକତ୍ର ମାର; ସେହି ଖଡ଼୍‍ଗ, ଆହତ ଲୋକମାନଙ୍କର ଖଡ଼୍‍ଗ ଦୁଇଗୁଣ, ତିନିଗୁଣ ହେଉ; ତାହା ଆହତ ମହତ ଲୋକର ଖଡ଼୍‍ଗ, ତାହା ସେମାନଙ୍କ ଭିତର କୋଠରିରେ ପ୍ରବେଶ କରେ । 15 ସେମାନଙ୍କର ଅନ୍ତଃକରଣ ଯେପରି ତରଳି ଯାଏ ଓ ସେମାନଙ୍କର ବିସ୍ତର ବିଘ୍ନ ଜନ୍ମେ, ଏଥିପାଇଁ ଆମ୍ଭେ ସେମାନଙ୍କର ସକଳ ନଗର-ଦ୍ଵାର ବିରୁଦ୍ଧରେ ଖଡ଼୍‍ଗର ଅଗ୍ରଭାଗ ରଖିଅଛୁ; ଆଃ! ତାହା ବିଜୁଳି ତୁଲ୍ୟ ନିର୍ମିତ, ହତ୍ୟା କରିବା ନିମନ୍ତେ ତାହା ତୀକ୍ଷ୍ଣ କରାଯାଇଅଛି । 16 ତୁମ୍ଭେ ଆପଣାକୁ ଏକତ୍ର କର, ଡାହାଣକୁ ଯାଅ, ଆପଣାକୁ ସଜାଇ ବାମ ଆଡ଼େ ଯାଅ; ଯେକୌଣସି ଆଡ଼େ ତୁମ୍ଭର ମୁଖ ରଖାଯାଇଅଛି (ଆପଣାକୁ ପ୍ରସ୍ତୁତ କର) । 17 ଆମ୍ଭେ ମଧ୍ୟ ଆପଣାର ଦୁଇ ହସ୍ତ ଏକତ୍ର ମାରିବା ଓ ଆମ୍ଭେ ଆପଣା କୋପକୁ ତୃପ୍ତ କରାଇବା; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ । 18 ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, 19 ହେ ମନୁଷ୍ୟ-ସନ୍ତାନ, ବାବିଲ ରାଜାର ଖଡ଼୍‍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇ ପଥ ନିରୂପଣ କର; ସେ ଦୁଇ ପଥ ଏକ ଦେଶରୁ ଆସିବ; ଆଉ, ତୁମ୍ଭେ ଏକ ସ୍ଥାନ ଚିହ୍ନିତ କର, ନଗରଗାମୀ ପଥ-ମୁଣ୍ତରେ ଚିହ୍ନିତ କର । 20 ଅମ୍ମୋନ ସନ୍ତାନଗଣର ରବ୍ବାକୁ ଓ ପ୍ରାଚୀର-ବେଷ୍ଟିତ ଯିରୂଶାଲମସ୍ଥ ଯିହୁଦାକୁ ଖଡ଼୍‍ଗ ଆସିବା ନିମନ୍ତେ ତୁମ୍ଭେ ପଥ ପ୍ରସ୍ତୁତ କର । 21 କାରଣ ବାବିଲ ରାଜା ମନ୍ତ୍ର ପାଠ କରିବା ନିମନ୍ତେ ଦୁଇ ପଥର ସଙ୍ଗମ ସ୍ଥାନରେ, ଅର୍ଥାତ୍, ଦୁଇ ପଥର ମୁଣ୍ତରେ ଠିଆ ହେଲା; ସେ ତୀରସବୁ ଏଣେତେଣେ ହଲାଇଲା, ସେ ଠାକୁରମାନଙ୍କୁ ମନ୍ତ୍ରଣା ପଚାରିଲା, ସେ ଯକୃତ୍ ନିରୀକ୍ଷଣ କଲା । 22 ତାହାର ଦକ୍ଷିଣ ହସ୍ତରେ ଯିରୂଶାଲମ ନାମରେ, ଅର୍ଥାତ୍, ସେସ୍ଥାନରେ ପ୍ରାଚୀରଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବଧଆଜ୍ଞା ଦେବାକୁ, ଉଚ୍ଚସ୍ଵରରେ ସିଂହନାଦ କରିବାକୁ, ନଗରର ଦ୍ଵାରସମୂହର ବିରୁଦ୍ଧରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବନ୍ଧ ବାନ୍ଧିବାକୁ ଓ ଦୁର୍ଗ ନିର୍ମାଣ କରିବାକୁ ଯିରୂଶାଲମର ନାମରେ ମନ୍ତ୍ର ଉଠିଲା ।
23 ମାତ୍ର ସେମାନଙ୍କ ପ୍ରତି, ଅର୍ଥାତ୍, ଯେଉଁମାନେ ଥରରୁଥର ସେମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେମାନଙ୍କ ଦୃଷ୍ଟିରେ ତାହା ମିଥ୍ୟା ବୋଧ ହେବ; ତଥାପି ସେମାନେ ଯେପରି ଧରାଯିବେ, ଏଥିପାଇଁ ସେ ସେମାନଙ୍କର ଅଧର୍ମ ସ୍ମରଣରେ ଆଣିବେ ।
24 ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନଙ୍କର ଆଜ୍ଞାଲଘଂନସବୁ ଅନାବୃତ ହେବାରେ ତୁମ୍ଭେମାନେ ଆପଣାମାନଙ୍କର ଅଧର୍ମ ସ୍ମରଣ କରାଇଅଛ, ଏଥିପାଇଁ ତୁମ୍ଭମାନଙ୍କର ସକଳ କ୍ରିୟାରେ ତୁମ୍ଭମାନଙ୍କର ପାପ ପ୍ରକାଶ ପାଏ; ତୁମ୍ଭେମାନେ ସ୍ମରଣକୁ ଆସିବାରୁ ତୁମ୍ଭେମାନେ ହସ୍ତରେ ଧରାଯିବ । 25 ପୁଣି, ହେ ଆହତ ଦୁଷ୍ଟଇସ୍ରାଏଲୀୟ ଅଧିପତି, ଅନ୍ତିମ ଅପରାଧ ସମୟରେ ତୁମ୍ଭର ଦିନ ଉପସ୍ଥିତ ହୋଇଅଛି; 26 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ସେପରି ଆଉ ରହିବ ନାହିଁ; ଯାହା ନୀଚ, ତାହାକୁ ଉଚ୍ଚ କର ଓ ଯାହା ଉଚ୍ଚ, ତାହାକୁ ନୀଚ କର । 27 ଆମ୍ଭେ ତାହା ଓଲଟାଇ ପକାଇବା, ଓଲଟାଇ ପକାଇବା, ଓଲଟାଇ ପକାଇବା; ଯେ ଅଧିକାରୀ ଅଟନ୍ତି, ସେ ନ ଆସିବା ପର୍ଯ୍ୟନ୍ତ ଏହା ମଧ୍ୟ ଆଉ ରହିବ ନାହିଁ, ତହୁଁ ଆମ୍ଭେ ତାହାଙ୍କୁ ଏହା ଦେବା । 28 ପୁଣି ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଅମ୍ମୋନ-ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି; ତୁମ୍ଭେ କୁହ, ଅନ୍ତିମ ଅଧର୍ମ ସମୟରେ ଯେଉଁମାନଙ୍କର ଦିନ ଉପସ୍ଥିତ ହୋଇଅଛି, ଏପରି ଆହତ ଦୁଷ୍ଟ ଲୋକମାନଙ୍କର ଗ୍ରୀବା ଉପରେ ତୁମ୍ଭକୁ ଥୋଇବା ନିମନ୍ତେ ଲୋକମାନେ ତୁମ୍ଭ ପାଇଁ ଅସାର ଦର୍ଶନ ପାଇଲେ ହେଁଇ ଓ ତୁମ୍ଭ ନିକଟରେ ମିଥ୍ୟା ମନ୍ତ୍ର ପାଠ କଲେ ହେଁ, 29 ଖଡ଼୍‍ଗ, ଖଡ଼୍‍ଗ ନିଷ୍କୋଷ ହୋଇଅଛି, ହତ୍ୟା ଓ ଗ୍ରାସ କରିବା ନିମନ୍ତେ ତାହା ଯେପରି ବିଦ୍ୟୁତ୍ ପରି ହେବ, ଏଥିପାଇଁ ତାହା ମାର୍ଜ୍ଜିତ ହୋଇଅଛି । 30 ତାକୁ ପୁନର୍ବାର ତାହାର କୋଷକୁ ଫେରାଇ ଆଣ । ତୁମ୍ଭେ ଯେଉଁ ସ୍ଥାନରେ ସୃଷ୍ଟ ହୋଇଥିଲ ଓ ଯେଉଁ ଦେଶରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ଆମ୍ଭେ ତୁମ୍ଭର ବିଚାର କରିବା । 31 ଆଉ, ଆମ୍ଭେ ତୁମ୍ଭ ଉପରେ ଆପଣା କ୍ରୋଧ ଢାଳିବା; ଆମ୍ଭେ ତୁମ୍ଭ ଉପରେ ଆପଣା କୋପରୂପ ଅଗ୍ନି ଫୁଙ୍କିବା; ପୁଣି, ଆମ୍ଭେ ପଶୁବତ୍ ଓ ବିନାଶ କରିବାକୁ ନିପୁଣ ଲୋକମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା । 32 ତୁମ୍ଭେ ଅଗ୍ନି ପାଇଁ ଜାଳ ସ୍ଵରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ (ପତିତ) ହେବ; ତୁମ୍ଭେ ଆଉ ସ୍ମୃତି ପଥରେ ଆସିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ।
Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 21 / 48
×

Alert

×

Oriya Letters Keypad References