ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ବଂଶାବଳୀ
1. ଯିହୁଦାର ସନ୍ତାନଗଣ; ପେରସ୍, ହିଷ୍ରୋଣ ଓ କର୍ମି ଓ ହୂର ଓ ଶୋବଲ ।
2. ପୁଣି ଶୋବଲର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି ଯହତ୍ ଅହୂମୟ ଓ ଲହଦକୁ ଜାତ କଲା । ଏମାନେ ସରିୟୀୟ ଗୋଷ୍ଠୀ ।
3. ଐଟମ୍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍ବଶ; ଏମାନଙ୍କ ଭଗିନୀର ନାମ ହତ୍ସଲିଲ୍-ପୋନୀ ଥିଲା ।
4. ଆଉ ଗଦୋରର ପିତା ପନୂୟେଲ ଓ ହୂଶର ପିତା ଏସର; ଏମାନେ ବୈଥ୍ଲେହମ୍ର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ ।
5. ପୁଣି ତକୋୟର ପିତା ଅସ୍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ ।
6. ନାରା ତାହାର ଔରସରେ ଅହୁଷମକୁ ଓ ହେଫରକୁ ଓ ତୈମିନିକି ଓ ଅହସ୍ତରିକି ପ୍ରସବ କଲା । ଏମାନେ ନାରାର ସନ୍ତାନ ।
7. ଆଉ ହିଲାର ସନ୍ତାନ ସେରତ୍, ଯିତ୍ସୋହର ଓ ଇତ୍ନନ୍ ।
8. ପୁଣି ହକ୍କୋସ୍ ଆନୂବକୁ ଓ ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲର ଗୋଷ୍ଠୀକି ଜାତ କଲା ।
9. ପୁଣି ଯାବେଷ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍ ରଖିଥିଲା, କାରଣ ସେ କହିଥିଲା, ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ ।
10. ମାତ୍ର ଏହି ଯାବେଷ୍ ଇସ୍ରାଏଲର ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତା; ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର । ତହିଁରେ ପରମେଶ୍ଵର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ ।
11. ଶୂହର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍ର ପିତା ।
12. ଇଷ୍ଟୋନ୍ ବୈଥ୍ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା । ଏମାନେ ରେକାର ଲୋକ ।
13. କନସର ପୁତ୍ର ଅନିୀୟେଲ ଓ ସରାୟ; ଅନିୀୟେଲର ପୁତ୍ରମାନେ; ହଥତ୍ ।
14. ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ।
15. ଆଉ ଯିଫୁନ୍ନିର ପୁତ୍ର କାଲେବ୍ଙ୍କରସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ ।
16. ଯିହଲିଲେର ପୁତ୍ରଗଣ; ସୀଫ୍ ଓ ସୀଫା ଓ ତୀରୀୟ ଓ ଅସାରେଲ ।
17. ଆଉ, ଏଜ୍ରାର ପୁତ୍ରଗଣ; ଯେଥର୍ ଓ ମେରଦ୍ ଓ ଏଫର୍ ଓ ଯାଲୋନ୍; (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା ।
18. ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ ଓ ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା । ମାତ୍ର ସେମାନେ ଫାରୋର କନ୍ୟା ବିଥୀୟାର ସନ୍ତାନ ଥିଲେ, ମେରଦ୍ ତାହାକୁ ବିବାହ କରିଥିଲା ।
19. ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାତୀୟ ଇଷ୍ଟିମୋୟ ।
20. ଆଉ, ଶିମୋନର ସନ୍ତାନ ଅମ୍ନୋନ ଓ ରିଣ୍ଣ, ବିନ୍ହାନନ୍ ଓ ତୀଲୋନ୍ । ଆଉ ଯିଶୟିର ସନ୍ତାନ ସୋହେତ୍ ଓ ବିନ୍-ସୋହେତ୍ ।
21. ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର୍ ଓ ମାରେଶାର ପିତା ଲାଦା, ଆଉ ଅସବେୟର ବଂଶ-ଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;
22. ପୁଣି, ଯୋକୀମ୍ ଓ କୋଷେବାର ଲୋକମାନେ ଓ ଯୋୟାଶ୍ ଓ ସାରଫ୍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍ । ଏ ଅତି ପୁରାତନ କଥା ।
23. ଏମାନେ କୁମ୍ଭକାର ଓ ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ ।
24. ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍, ଯାରୀବ୍, ସେରହ, ଶୌଲ୍;
25. ତାହାର ପୁତ୍ର ଶଲ୍ଲୁମ୍, ତାହାର ପୁତ୍ର ମିବ୍ସମ୍, ତାହାର ପୁତ୍ର ମିସ୍ମ ।
26. ପୁଣି, ମିସ୍ମର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍କୁର୍, ତାହାର ପୁତ୍ର ଶିମୟି ।
27. ଆଉ, ଶିମୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ ।
28. ଆଉ, ସେମାନେ ବେର୍ଶେବାରେ ଓ ମୋଲାଦାରେ ଓ ହତ୍ସରଶୁୟାଲ୍ରେ
29. ଓ ବିଲାରେ ଓ ଏତ୍ସମରେ ଓ ତୋଲଦରେ
30. ଓ ବଥୂୟେଲରେ ଓ ହର୍ମାରେ ଓ ସିକ୍ଲଗ୍ରେ
31. ଓ ବୈଥ୍ମର୍କାବୋଦରେ ଓ ହତ୍ସର୍-ସୂଷୀମ୍ରେ ଓ ବୈଥ୍ବିରୀରେ ଓ ସାରୟିମ୍ରେ ବାସ କଲେ । ଦାଉଦଙ୍କର ରାଜତ୍ଵ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା ।
32. ଆଉ, ଗ୍ରାମସୁଦ୍ଧା ଐଟମ୍ ଓ ଐନ୍, ରିମ୍ମୋନ୍ ଓ ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର;
33. ପୁଣି ବାଲ୍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା । ଏହିସବୁ ସେମାନଙ୍କର ନିବାସସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି ।
34. ଆଉ, ମଶୋବବ୍ ଓ ଯମ୍ଭେକ ଓ ଅମତ୍ସୀୟର ପୁତ୍ର ଯୋଶ
35. ଓ ଯୋୟେଲ୍, ପୁଣି ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବୀୟର ପୁତ୍ର ଯେହୂ;
36. ଇଲୀୟୋ-ଐନୟ ଓ ଯାକୋବା ଓ ଯିଶୋହାୟ ଓ ଅସାୟ ଓ ଅଦୀୟେଲ ଓ ଯିଶୀମିୟେଲ ଓ ବନାୟ;
37. ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମୀୟିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫୀୟିର ପୁତ୍ର ସୀଷଃ;
38. ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ ।
39. ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ଵେଷଣ କରିବାକୁ ଗଦୋରର ପ୍ରବେଶ-ସ୍ଥାନ, ଅର୍ଥାତ୍, ଉପତ୍ୟକାର ପୂର୍ବ ପାର୍ଶ୍ଵ ପର୍ଯ୍ୟନ୍ତ ଗଲେ ।
40. ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶା; ଓ ନିର୍ବିରୋଧ ଥିଲା; କାରଣ ହାମ୍ବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ ।
41. ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ଵୁ ଓ ସେଠାରେ ପ୍ରାପ୍ତ ମିୟନୀୟ-ମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ, (ତାହା ଅଦ୍ୟାପି ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା ।
42. ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଯିଶୟିର ସନ୍ତାନ ପ୍ଳଟିୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର୍ ପର୍ବତକୁ ଗଲେ ।
43. ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି ।

Notes

No Verse Added

Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 4 / 29
ପ୍ରଥମ ବଂଶାବଳୀ 4:53
1 ଯିହୁଦାର ସନ୍ତାନଗଣ; ପେରସ୍, ହିଷ୍ରୋଣ ଓ କର୍ମି ଓ ହୂର ଓ ଶୋବଲ । 2 ପୁଣି ଶୋବଲର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି ଯହତ୍ ଅହୂମୟ ଓ ଲହଦକୁ ଜାତ କଲା । ଏମାନେ ସରିୟୀୟ ଗୋଷ୍ଠୀ । 3 ଐଟମ୍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍ବଶ; ଏମାନଙ୍କ ଭଗିନୀର ନାମ ହତ୍ସଲିଲ୍-ପୋନୀ ଥିଲା । 4 ଆଉ ଗଦୋରର ପିତା ପନୂୟେଲ ଓ ହୂଶର ପିତା ଏସର; ଏମାନେ ବୈଥ୍ଲେହମ୍ର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ । 5 ପୁଣି ତକୋୟର ପିତା ଅସ୍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ । 6 ନାରା ତାହାର ଔରସରେ ଅହୁଷମକୁ ଓ ହେଫରକୁ ଓ ତୈମିନିକି ଓ ଅହସ୍ତରିକି ପ୍ରସବ କଲା । ଏମାନେ ନାରାର ସନ୍ତାନ । 7 ଆଉ ହିଲାର ସନ୍ତାନ ସେରତ୍, ଯିତ୍ସୋହର ଓ ଇତ୍ନନ୍ । 8 ପୁଣି ହକ୍କୋସ୍ ଆନୂବକୁ ଓ ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲର ଗୋଷ୍ଠୀକି ଜାତ କଲା । 9 ପୁଣି ଯାବେଷ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍ ରଖିଥିଲା, କାରଣ ସେ କହିଥିଲା, ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ । 10 ମାତ୍ର ଏହି ଯାବେଷ୍ ଇସ୍ରାଏଲର ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତା; ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର । ତହିଁରେ ପରମେଶ୍ଵର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ । 11 ଶୂହର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍ର ପିତା । 12 ଇଷ୍ଟୋନ୍ ବୈଥ୍ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା । ଏମାନେ ରେକାର ଲୋକ । 13 କନସର ପୁତ୍ର ଅନିୀୟେଲ ଓ ସରାୟ; ଅନିୀୟେଲର ପୁତ୍ରମାନେ; ହଥତ୍ । 14 ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ। 15 ଆଉ ଯିଫୁନ୍ନିର ପୁତ୍ର କାଲେବ୍ଙ୍କରସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ । 16 ଯିହଲିଲେର ପୁତ୍ରଗଣ; ସୀଫ୍ ଓ ସୀଫା ଓ ତୀରୀୟ ଓ ଅସାରେଲ । 17 ଆଉ, ଏଜ୍ରାର ପୁତ୍ରଗଣ; ଯେଥର୍ ଓ ମେରଦ୍ ଓ ଏଫର୍ ଓ ଯାଲୋନ୍; (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା । 18 ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ ଓ ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା । ମାତ୍ର ସେମାନେ ଫାରୋର କନ୍ୟା ବିଥୀୟାର ସନ୍ତାନ ଥିଲେ, ମେରଦ୍ ତାହାକୁ ବିବାହ କରିଥିଲା । 19 ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାତୀୟ ଇଷ୍ଟିମୋୟ । 20 ଆଉ, ଶିମୋନର ସନ୍ତାନ ଅମ୍ନୋନ ଓ ରିଣ୍ଣ, ବିନ୍ହାନନ୍ ଓ ତୀଲୋନ୍ । ଆଉ ଯିଶୟିର ସନ୍ତାନ ସୋହେତ୍ ଓ ବିନ୍-ସୋହେତ୍ । 21 ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର୍ ଓ ମାରେଶାର ପିତା ଲାଦା, ଆଉ ଅସବେୟର ବଂଶ-ଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ; 22 ପୁଣି, ଯୋକୀମ୍ ଓ କୋଷେବାର ଲୋକମାନେ ଓ ଯୋୟାଶ୍ ଓ ସାରଫ୍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍ । ଏ ଅତି ପୁରାତନ କଥା । 23 ଏମାନେ କୁମ୍ଭକାର ଓ ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ । 24 ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍, ଯାରୀବ୍, ସେରହ, ଶୌଲ୍; 25 ତାହାର ପୁତ୍ର ଶଲ୍ଲୁମ୍, ତାହାର ପୁତ୍ର ମିବ୍ସମ୍, ତାହାର ପୁତ୍ର ମିସ୍ମ । 26 ପୁଣି, ମିସ୍ମର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍କୁର୍, ତାହାର ପୁତ୍ର ଶିମୟି । 27 ଆଉ, ଶିମୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ । 28 ଆଉ, ସେମାନେ ବେର୍ଶେବାରେ ଓ ମୋଲାଦାରେ ଓ ହତ୍ସରଶୁୟାଲ୍ରେ 29 ଓ ବିଲାରେ ଓ ଏତ୍ସମରେ ଓ ତୋଲଦରେ 30 ଓ ବଥୂୟେଲରେ ଓ ହର୍ମାରେ ଓ ସିକ୍ଲଗ୍ରେ 31 ଓ ବୈଥ୍ମର୍କାବୋଦରେ ଓ ହତ୍ସର୍-ସୂଷୀମ୍ରେ ଓ ବୈଥ୍ବିରୀରେ ଓ ସାରୟିମ୍ରେ ବାସ କଲେ । ଦାଉଦଙ୍କର ରାଜତ୍ଵ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା । 32 ଆଉ, ଗ୍ରାମସୁଦ୍ଧା ଐଟମ୍ ଓ ଐନ୍, ରିମ୍ମୋନ୍ ଓ ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର; 33 ପୁଣି ବାଲ୍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା । ଏହିସବୁ ସେମାନଙ୍କର ନିବାସସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି । 34 ଆଉ, ମଶୋବବ୍ ଓ ଯମ୍ଭେକ ଓ ଅମତ୍ସୀୟର ପୁତ୍ର ଯୋଶ 35 ଓ ଯୋୟେଲ୍, ପୁଣି ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବୀୟର ପୁତ୍ର ଯେହୂ; 36 ଇଲୀୟୋ-ଐନୟ ଓ ଯାକୋବା ଓ ଯିଶୋହାୟ ଓ ଅସାୟ ଓ ଅଦୀୟେଲ ଓ ଯିଶୀମିୟେଲ ଓ ବନାୟ; 37 ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମୀୟିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫୀୟିର ପୁତ୍ର ସୀଷଃ; 38 ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ । 39 ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ଵେଷଣ କରିବାକୁ ଗଦୋରର ପ୍ରବେଶ-ସ୍ଥାନ, ଅର୍ଥାତ୍, ଉପତ୍ୟକାର ପୂର୍ବ ପାର୍ଶ୍ଵ ପର୍ଯ୍ୟନ୍ତ ଗଲେ । 40 ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶା; ଓ ନିର୍ବିରୋଧ ଥିଲା; କାରଣ ହାମ୍ବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ । 41 ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ଵୁ ଓ ସେଠାରେ ପ୍ରାପ୍ତ ମିୟନୀୟ-ମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ, (ତାହା ଅଦ୍ୟାପି ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା । 42 ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଯିଶୟିର ସନ୍ତାନ ପ୍ଳଟିୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର୍ ପର୍ବତକୁ ଗଲେ । 43 ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି ।
Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 4 / 29
Common Bible Languages
West Indian Languages
×

Alert

×

oriya Letters Keypad References