ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ଦାଉଦଙ୍କର ଗୀତ । ସଦାପ୍ରଭୋ, ଯେଉଁମାନେ ମୋʼ ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର । ଯେଉଁମାନେ ମୋʼ ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଂଗେ ଯୁଦ୍ଧ କର ।
2. ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ ।
3. ମଧ୍ୟ ବର୍ଚ୍ଛା ଧରି ମୋʼ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର; ମୋʼ ପ୍ରାଣକୁ କୁହ, ଆମ୍ଭେ ତୁମ୍ଭର ପରିତ୍ରାଣ ।
4. ମୋʼ ପ୍ରାଣର ଅନ୍ଵେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ; ମୋହର ଅନିଷ୍ଟଚିନ୍ତକମାନେ ବିମୁଖ ଓ ଘାବରା ହେଉନ୍ତୁ ।
5. ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ ।
6. ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, ପୁଣି ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ ।
7. ଯେହେତୁ ସେମାନେ ଅକାରଣରେ ମୋʼ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇ ଅଛନ୍ତି, ସେମାନେ ଅକାରଣରେ ମୋʼ ପାଇଁ ଖାତ ଖୋଳି ଅଛନ୍ତି ।
8. ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ;
9. ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ ।
10. ମୋହର ଅସ୍ଥିସକଳ କହିବ, ହେ ସଦାପ୍ରଭୋ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ଦୁଃଖୀକି ତାହା ଅପେକ୍ଷା ବଳବାନ ଲୋକଠାରୁ, ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ ।
11. ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି; ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁ ଅଛନ୍ତି ।
12. ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି, ତହିଁରେ ମୋହର ପ୍ରାଣ ଅନାଥ ହୁଏ ।
13. ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା; ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି
14. ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି; ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି ।
15. ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ; ଅଧମ ଲୋକମାନେ ମୋʼ ଅଜ୍ଞାତସାରରେ ମୋʼ ପ୍ରତିକୂଳରେ ଏକତ୍ରିତ ହେଲେ; ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷା; ନୋହିଲେ;
16. ଭୋଜରେ ପାଷାଣ୍ତ ଉପହାସକମାନଙ୍କ ପରି ସେମାନେ ମୋʼ ଉପରେ ଦ; ଘର୍ଷଣ କଲେ ।
17. ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ଅନାଇ ଥିବ? ସେମାନଙ୍କ ଧ୍ଵଂସନରୁ ମୋହର ପ୍ରାଣକୁ, ସିଂହମାନଙ୍କଠାରୁ ମୋହର ଏକମାତ୍ର (ଆତ୍ମାକୁ) ରକ୍ଷା କର ।
18. ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି । ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି ।
19. ମୋʼ ଉପରେ ମୋʼ ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ । କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି, ସେମାନଙ୍କୁ ଆକ୍ଷିଠାର ମାରିବାକୁ ଦିଅ ନାହିଁ ।
20. ସେମାନେ ଶାନ୍ତିର କଥା କହନ୍ତି ନାହିଁ; ମାତ୍ର ଦେଶସ୍ଥ ଶାନ୍ତଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି ।
21. ହଁ, ସେମାନେ ମୋʼ ବିରୁଦ୍ଧରେ ଆପଣା ଆପଣା ମୁଖ ବଡ଼ କରି ମେଲା କଲେ; ସେମାନେ କହିଲେ, ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି ।
22. ହେ ସଦାପ୍ରଭୋ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ; ହେ ପ୍ରଭୋ, ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ ।
23. ହେ ମୋହର ପରମେଶ୍ଵର, ହେ ମୋହର ପ୍ରଭୋ, ଜାଗି ଉଠ, ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ ।
24. ହେ ସଦାପ୍ରଭୋ, ମୋହର ପରମେଶ୍ଵର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର ଓ ସେମାନଙ୍କୁ ମୋʼ ଉପରେ ଆନନ୍ଦ କରିବାକୁ ଦିଅ ନାହିଁ ।
25. ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା, ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ; ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ ବୋଲି ସେମାନେ ନ କହନ୍ତୁ ।
26. ଯେଉଁମାନେ ମୋʼ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ଘାବରା ହେଉନ୍ତୁ; ଯେଉଁମାନେ ମୋʼ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ ।
27. ଯେଉଁମାନେ ମୋʼ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ଵନି କରି ଆହ୍ଲାଦିତ ହେଉନ୍ତୁ; ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ଵିତ ହେଉନ୍ତୁ ବୋଲି ସେମାନେ ନିରନ୍ତର କହନ୍ତୁ ।
28. ପୁଣି, ମୋହର ଜିହ୍ଵା ଦିନଯାକ ତୁମ୍ଭ ଧର୍ମଗୁଣ ଓ ତୁମ୍ଭ ପ୍ରଶଂସାର କଥା କହିବ ।

Notes

No Verse Added

Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 35 / 150
ଗୀତସଂହିତା 35:136
1 ଦାଉଦଙ୍କର ଗୀତ । ସଦାପ୍ରଭୋ, ଯେଉଁମାନେ ମୋʼ ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର । ଯେଉଁମାନେ ମୋʼ ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଂଗେ ଯୁଦ୍ଧ କର । 2 ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ । 3 ମଧ୍ୟ ବର୍ଚ୍ଛା ଧରି ମୋʼ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର; ମୋʼ ପ୍ରାଣକୁ କୁହ, ଆମ୍ଭେ ତୁମ୍ଭର ପରିତ୍ରାଣ । 4 ମୋʼ ପ୍ରାଣର ଅନ୍ଵେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ; ମୋହର ଅନିଷ୍ଟଚିନ୍ତକମାନେ ବିମୁଖ ଓ ଘାବରା ହେଉନ୍ତୁ । 5 ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ । 6 ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, ପୁଣି ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ । 7 ଯେହେତୁ ସେମାନେ ଅକାରଣରେ ମୋʼ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇ ଅଛନ୍ତି, ସେମାନେ ଅକାରଣରେ ମୋʼ ପାଇଁ ଖାତ ଖୋଳି ଅଛନ୍ତି । 8 ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ; 9 ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ । 10 ମୋହର ଅସ୍ଥିସକଳ କହିବ, ହେ ସଦାପ୍ରଭୋ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ଦୁଃଖୀକି ତାହା ଅପେକ୍ଷା ବଳବାନ ଲୋକଠାରୁ, ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ । 11 ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି; ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁ ଅଛନ୍ତି । 12 ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି, ତହିଁରେ ମୋହର ପ୍ରାଣ ଅନାଥ ହୁଏ । 13 ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା; ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି 14 ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି; ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି । 15 ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ; ଅଧମ ଲୋକମାନେ ମୋʼ ଅଜ୍ଞାତସାରରେ ମୋʼ ପ୍ରତିକୂଳରେ ଏକତ୍ରିତ ହେଲେ; ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷା; ନୋହିଲେ; 16 ଭୋଜରେ ପାଷାଣ୍ତ ଉପହାସକମାନଙ୍କ ପରି ସେମାନେ ମୋʼ ଉପରେ ଦ; ଘର୍ଷଣ କଲେ । 17 ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ଅନାଇ ଥିବ? ସେମାନଙ୍କ ଧ୍ଵଂସନରୁ ମୋହର ପ୍ରାଣକୁ, ସିଂହମାନଙ୍କଠାରୁ ମୋହର ଏକମାତ୍ର (ଆତ୍ମାକୁ) ରକ୍ଷା କର । 18 ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି । ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି । 19 ମୋʼ ଉପରେ ମୋʼ ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ । କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି, ସେମାନଙ୍କୁ ଆକ୍ଷିଠାର ମାରିବାକୁ ଦିଅ ନାହିଁ । 20 ସେମାନେ ଶାନ୍ତିର କଥା କହନ୍ତି ନାହିଁ; ମାତ୍ର ଦେଶସ୍ଥ ଶାନ୍ତଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି । 21 ହଁ, ସେମାନେ ମୋʼ ବିରୁଦ୍ଧରେ ଆପଣା ଆପଣା ମୁଖ ବଡ଼ କରି ମେଲା କଲେ; ସେମାନେ କହିଲେ, ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି । 22 ହେ ସଦାପ୍ରଭୋ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ; ହେ ପ୍ରଭୋ, ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ । 23 ହେ ମୋହର ପରମେଶ୍ଵର, ହେ ମୋହର ପ୍ରଭୋ, ଜାଗି ଉଠ, ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ । 24 ହେ ସଦାପ୍ରଭୋ, ମୋହର ପରମେଶ୍ଵର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର ଓ ସେମାନଙ୍କୁ ମୋʼ ଉପରେ ଆନନ୍ଦ କରିବାକୁ ଦିଅ ନାହିଁ । 25 ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା, ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ; ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ ବୋଲି ସେମାନେ ନ କହନ୍ତୁ । 26 ଯେଉଁମାନେ ମୋʼ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ଘାବରା ହେଉନ୍ତୁ; ଯେଉଁମାନେ ମୋʼ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ । 27 ଯେଉଁମାନେ ମୋʼ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ଵନି କରି ଆହ୍ଲାଦିତ ହେଉନ୍ତୁ; ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ଵିତ ହେଉନ୍ତୁ ବୋଲି ସେମାନେ ନିରନ୍ତର କହନ୍ତୁ । 28 ପୁଣି, ମୋହର ଜିହ୍ଵା ଦିନଯାକ ତୁମ୍ଭ ଧର୍ମଗୁଣ ଓ ତୁମ୍ଭ ପ୍ରଶଂସାର କଥା କହିବ ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 35 / 150
Common Bible Languages
West Indian Languages
×

Alert

×

oriya Letters Keypad References