ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1. ତତ୍ପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ବୃକ୍ଷ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି ।
2. ପୁଣି ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ଵରଙ୍କର ମୁଦ୍ରା ଥିଲା । ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି ଚାରି ଦୂତଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ,
3. ଆମ୍ଭେମାନେ ଆପଣାମାନଙ୍କ ଈଶ୍ଵରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କ ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷସମୂହର କ୍ଷତି କର ନାହିଁ ।
4. ତତ୍ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ସହସ୍ର ଲୋକ ମୁଦ୍ରାଙ୍କିତ ହେଲେ,
5. ଯିହୁଦା ବଂଶରୁ ଦ୍ଵାଦଶ ସହସ୍ର, ରୁବେନ ବଂଶରୁ ଦ୍ଵାଦଶ ସହସ୍ର, ଗାଦ ବଂଶରୁ ଦ୍ଵାଦଶ ସହସ୍ର,
6. ଆଶେର ବଂଶରୁ ଦ୍ଵାଦଶ ସହସ୍ର, ନପ୍ତାଲୀ ବଂଶରୁ ଦ୍ଵାଦଶ ସହସ୍ର, ମନଃଶି ବଂଶରୁ ଦ୍ଵାଦଶ ସହସ୍ର,
7. ଶିମୀୟୋନ ବଂଶରୁ ଦ୍ଵାଦଶ ସହସ୍ର, ଲେବୀ ବଂଶରୁ ଦ୍ଵାଦଶ ସହସ୍ର, ଇସାଖର ବଂଶରୁ ଦ୍ଵାଦଶ ସହସ୍ର,
8. ସବୂଲୂନ୍ ବଂଶରୁ ଦ୍ଵାଦଶ ସହସ୍ର, ଯୋଷେଫ ବଂଶରୁ ଦ୍ଵାଦଶ ସହସ୍ର, ବିନ୍ୟାମୀନ ବଂଶରୁ ଦ୍ଵାଦଶ ସହସ୍ର ।
9. ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରି ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇଅଛନ୍ତି;
10. ସେମାନେ ଉଚ୍ଚ ସ୍ଵରରେ କହୁଅଛନ୍ତି, ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ଵରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ ।
11. ପୁଣି ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି, ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ଵରଙ୍କୁ ପ୍ରଣାମ କରି କହୁଅଛନ୍ତି,
12. ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ଵରଙ୍କର; ଆମେନ୍ ।
13. ପୁଣି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?
14. ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣହିଁ ତାହା ଜାଣନ୍ତି । ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଳେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି ।
15. ସେଥିପାଇଁ ସେମାନେ ଈଶ୍ଵରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା କରନ୍ତି, ପୁଣି ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ଵରୂପ ହେବେ ।
16. ସେମାନଙ୍କର ଆଉ କେବେହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,
17. କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇନେବେ, ପୁଣି ଈଶ୍ଵର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।

Notes

No Verse Added

Total 22 Chapters, Current Chapter 7 of Total Chapters 22
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:27
1. ତତ୍ପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ବୃକ୍ଷ ଉପରେ ଯେପରି ବାୟୁ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି
2. ପୁଣି ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ଵରଙ୍କର ମୁଦ୍ରା ଥିଲା ପୃଥିବୀ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି ଚାରି ଦୂତଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ,
3. ଆମ୍ଭେମାନେ ଆପଣାମାନଙ୍କ ଈଶ୍ଵରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷସମୂହର କ୍ଷତି କର ନାହିଁ
4. ତତ୍ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ସହସ୍ର ଲୋକ ମୁଦ୍ରାଙ୍କିତ ହେଲେ,
5. ଯିହୁଦା ବଂଶରୁ ଦ୍ଵାଦଶ ସହସ୍ର, ରୁବେନ ବଂଶରୁ ଦ୍ଵାଦଶ ସହସ୍ର, ଗାଦ ବଂଶରୁ ଦ୍ଵାଦଶ ସହସ୍ର,
6. ଆଶେର ବଂଶରୁ ଦ୍ଵାଦଶ ସହସ୍ର, ନପ୍ତାଲୀ ବଂଶରୁ ଦ୍ଵାଦଶ ସହସ୍ର, ମନଃଶି ବଂଶରୁ ଦ୍ଵାଦଶ ସହସ୍ର,
7. ଶିମୀୟୋନ ବଂଶରୁ ଦ୍ଵାଦଶ ସହସ୍ର, ଲେବୀ ବଂଶରୁ ଦ୍ଵାଦଶ ସହସ୍ର, ଇସାଖର ବଂଶରୁ ଦ୍ଵାଦଶ ସହସ୍ର,
8. ସବୂଲୂନ୍ ବଂଶରୁ ଦ୍ଵାଦଶ ସହସ୍ର, ଯୋଷେଫ ବଂଶରୁ ଦ୍ଵାଦଶ ସହସ୍ର, ବିନ୍ୟାମୀନ ବଂଶରୁ ଦ୍ଵାଦଶ ସହସ୍ର
9. ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଖଜୁରି ବାହୁଙ୍ଗା ହସ୍ତରେ ଧରି ସିଂହାସନ ମେଷଶାବକଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇଅଛନ୍ତି;
10. ସେମାନେ ଉଚ୍ଚ ସ୍ଵରରେ କହୁଅଛନ୍ତି, ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ଵରଙ୍କର ମେଷଶାବକଙ୍କର କାର୍ଯ୍ୟ
11. ପୁଣି ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି, ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ଵରଙ୍କୁ ପ୍ରଣାମ କରି କହୁଅଛନ୍ତି,
12. ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ଵରଙ୍କର; ଆମେନ୍
13. ପୁଣି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ସେମାନେ କେଉଁଠାରୁ ଆସିଅଛନ୍ତି?
14. ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣହିଁ ତାହା ଜାଣନ୍ତି ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଳେଶରୁ ବାହାରି ଆସିଅଛନ୍ତି ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି
15. ସେଥିପାଇଁ ସେମାନେ ଈଶ୍ଵରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା କରନ୍ତି, ପୁଣି ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ଵରୂପ ହେବେ
16. ସେମାନଙ୍କର ଆଉ କେବେହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,
17. କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇନେବେ, ପୁଣି ଈଶ୍ଵର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ
Total 22 Chapters, Current Chapter 7 of Total Chapters 22
×

Alert

×

oriya Letters Keypad References