1. ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ; ସ୍ମରଣୋପାୟ । ହେ ପରମେଶ୍ଵର, ମୋତେ ଉଦ୍ଧାର କରିବା ପାଇଁ ସତ୍ଵର ହୁଅ; ହେ ସଦାପ୍ରଭୋ, ମୋହର ସାହାଯ୍ୟ କରିବା ପାଇଁ ସତ୍ଵର ହୁଅ ।
2. ମୋହର ପ୍ରାଣ ଅନ୍ଵେଷଣକାରୀମାନେ ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋʼ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରି ଯାଇ ଅପମାନିତ ହେଉନ୍ତୁ ।
3. ଯେଉଁମାନେ ହଁ, ହଁ ବୋଲି କହନ୍ତି, ସେମାନେ ଆପଣା ଆପଣା ଲଜ୍ଜା ସକାଶୁ ଫେରି ଯାଉନ୍ତୁ ।
4. ଯେଉଁମାନେ ତୁମ୍ଭର ଅନ୍ଵେଷଣ କରନ୍ତି, ସେସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ପୁଣି, ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ପରମେଶ୍ଵର ମହିମାନ୍ଵିତ ହେଉନ୍ତୁ ବୋଲି ନିରନ୍ତର କହୁନ୍ତୁ,
5. ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ହେ ପରମେଶ୍ଵର, ମୋʼ ପକ୍ଷରେ ସତ୍ଵର ହୁଅ; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ସଦାପ୍ରଭୋ, ବିଳମ୍ଵ କର ନାହିଁ ।