1. ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ଵନ୍ଧରେ ଯେପରି ମୁଁ ଗାଲାତିଆର ମଣ୍ତଳୀ- ସମୂହକୁ ଆଦେଶ ଦେଇଅଛି, ତୁମ୍ଭେମାନେ ମଧ୍ୟ ସେହିପରି କର ।
|
2. ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ ।
|
3. ଆଉ, ମୁଁ ଉପସ୍ଥିତ ହେଲେ ତୁମ୍ଭେମାନେ ଯେଉଁମାନଙ୍କୁ ଯୋଗ୍ୟ ମନେ କରିବ, ମୁଁ ସେମାନଙ୍କୁ ପତ୍ର ଦେଇ ଯିରୂଶାଲମକୁ ତୁମ୍ଭମାନଙ୍କ ଦାନ ଘେନିଯିବା ନିମନ୍ତେ ପ୍ରେରଣ କରିବି;
|
6. ଆଉ, ହୋଇ ପାରେ ତୁମ୍ଭମାନଙ୍କ ସାଙ୍ଗରେ କିଛି ସମୟ ରହିବି, କିମ୍ଵା ଶୀତକାଳ ମଧ୍ୟ ଯାପନ କରିବି, ଯେପରି ମୁଁ ଯେଉଁ ସ୍ଥାନକୁ ଯିବି, ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ।
|
7. କାରଣ ଏଥର ବାଟରେ ଯିବା ସମୟରେ ତୁମ୍ଭମାନଙ୍କ ସହିତ ସାକ୍ଷାତ୍ କରିବାକୁ ମୁଁ ଇଚ୍ଛା କରୁ ନାହିଁ, ଯେଣୁ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସାଙ୍ଗରେ କିଛି କାଳ ରହିବାକୁ ଆଶା କରୁଅଛି ।
|
9. କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋʼ ପାଇଁ ପ୍ରଶସ୍ତ ଦ୍ଵାର ଉନ୍ମୁକ୍ତ ରହିଅଛି, ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି ।
|
10. ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,
|
11. ଏଣୁ କେହି ତାଙ୍କୁ ତୁଚ୍ଛଜ୍ଞାନ ନ କରୁ । କିନ୍ତୁ ସେ ଯେପରି ମୋʼ ନିକଟକୁ ଆସି ପାରନ୍ତି, ଏଥିପାଇଁ ତାଙ୍କୁ ଶାନ୍ତିରେ ବାଟ ବଳାଇଦିଅ; କାରଣ ସେ ଭାଇମାନଙ୍କ ସହିତ ଆସିବେ ବୋଲି ମୁଁ ଅପେକ୍ଷାରେ ଅଛି ।
|
12. କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ଵନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ ।
|
15. ହେ ଭାଇମାନେ, ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟାର ପ୍ରଥମ ଫଳ ସ୍ଵରୂପ; ପୁଣି, ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ;
|
16. ଏହିପ୍ରକାର ଲୋକମାନଙ୍କର, ପୁଣି, ପ୍ରତ୍ୟେକ ସହକର୍ମୀ ଓ ପରିଶ୍ରମୀ ଲୋକଙ୍କର ବଶୀଭୂତ ହୁଅ, ତୁମ୍ଭମାନଙ୍କୁ ଏହି ଅନୁରୋଧ କରୁଅଛି ।
|
17. ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ମୁଁ ଆନନ୍ଦ କରୁଅଛି, କାରଣ ତୁମ୍ଭମାନଙ୍କ ଅନୁପସ୍ଥିତ ହେତୁ ମୋହର ଯେଉଁ ଅଭାବ ଥିଲା, ତାହା ସେମାନେ ପୂରଣ କରିଅଛନ୍ତି,
|
18. ଯେଣୁ ସେମାନେ ମୋହର ଓ ତୁମ୍ଭମାନଙ୍କ ଆତ୍ମାକୁ ସଞ୍ଜୀବିତ କରିଅଛନ୍ତି; ଅତଏବ, ତୁମ୍ଭେମାନେ ଏହିପ୍ରକାର ଲୋକମାନଙ୍କୁ ଯୋଗ୍ୟ ଜାଣି ମାନ୍ୟ କର ।
|
19. ଆସିଆର ମଣ୍ତଳୀସମୂହ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । ଆକ୍ଵିଲା ଓ ପ୍ରୀସ୍କା ସେମାନଙ୍କ ଗୃହସ୍ଥିତ ମଣ୍ତଳୀ ସହିତ ପ୍ରଭୁଙ୍କଠାରେ ତୁମ୍ଭମାନଙ୍କୁ ବହୁତ ବହୁତ ନମସ୍କାର ଜଣାଉଅଛନ୍ତି ।
|