2. ଆଉ ତୋଲୟର ପୁତ୍ରଗଣ; ଉଷି ଓ ରଫାୟ ଓ ଯିରୀୟେଲ ଓ ଯହମୟ ଓ ଯିବ୍ସମ୍ ଓ ଶେମୁୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା ।
|
3. ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ ଓ ଯିଷ୍ରାହୀୟର ପୁତ୍ର ମୀଖାୟେଲ ଓ ଓବଦୀୟ ଓ ଯୋୟେଲ୍ ଓ ଯିଶୀୟ, ପାଞ୍ଚ ଜଣ । ଏସମସ୍ତେ ପ୍ରଧାନ ଲୋକ ଥିଲେ ।
|
4. ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ଵ ସ୍ଵ ପିତୃ-ବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ ।
|
5. ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଶୀ ହଜାର ଥିଲେ ।
|
7. ଆଉ ବେଲାର ପୁତ୍ରଗଣ; ଇଷ୍ବୋନ୍ ଓ ଉଷ ଓ ଉଷୀୟେଲ ଓ ଯିରେମୋତ୍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀକ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ ।
|
8. ଆଉ ବେଖରର ପୁତ୍ରଗଣ; ସମୀର୍ ଓ ଯୋୟାଶ୍ ଓ ଇଲୀୟେଷର୍ ଓ ଇଲୀୟୋ-ଐନୟ ଓ ଅମ୍ରି ଓ ଯିରେମୋତ୍ ଓ ଅବୀୟ ଓ ଅନାଥୋତ୍ ଓ ଆଲେମତ୍ । ଏ ସମସ୍ତେ ବେଖରର ସନ୍ତାନ ।
|
9. ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀକ୍ରମେ ଲିଖିତ ସ୍ଵ ସ୍ଵ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ ।
|
10. ଯିଦୀୟେଲର ପୁତ୍ରଗଣ; ବିଲ୍ହନ୍ ଓ ବିଲ୍ହନର ପୁତ୍ର ଯୀୟଶ୍ ଓ ବିନ୍ୟାମୀନ୍ ଓ ଏହୂଦ୍ ଓ କାନାନା ଓ ସେଥନ୍ ଓ ତର୍ଶୀଶ୍ ଓ ଅହୀଶହର;
|
11. ଯିହୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ ।
|
14. ମନଃଶିର ପୁତ୍ରଗଣ; ଅସ୍ରୀୟେଲ, ଏହାକୁ ତାହାର ଭାର୍ଯ୍ୟା ପ୍ରସବ କଲା; (ତାହାର ଅରାମୀୟା ଉପପନିୀ, ଗିଲୀୟଦର ପିତା ମାଖୀର୍କୁ ପ୍ରସବ କଲା;
|
15. ଏହି ମାଖୀର୍ ହୁପ୍ପୀମ୍ ଓ ଶୁପ୍ପୀମ୍ ସମ୍ଵନ୍ଧୀୟା ଏକ ସ୍ତ୍ରୀକି ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା); ଆଉ ଦ୍ଵିତୀୟର ନାମ ସଲ୍ଫାଦ୍ ଓ ସଲ୍ଫାଦର କନ୍ୟାମାନେ ଥିଲେ ।
|
16. ଆଉ ମାଖୀର୍ର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି ତାହାର ପୁତ୍ର ଉଲମ୍ ଓ ରେକମ୍ ।
|
20. ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ୍, ତାହାର ପୁତ୍ର ତହତ୍, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ୍,
|
21. ତାହାର ପୁତ୍ର ସାବଦ୍, ତାହାର ପୁତ୍ର ଶୂଥେଲହ ଓ ଏତ୍ସର ଓ ଇଲୀୟଦ୍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ ।
|
22. ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ଵନା କରିବାକୁ ଆସିଲେ ।
|
23. ଅନନ୍ତର ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା ।
|
28. ଏମାନଙ୍କର ଅଧିକାର ଓ ନିବାସ-ସ୍ଥାନ ବୈଥେଲ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର୍; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅସା ପର୍ଯ୍ୟନ୍ତ ଥିଲା;
|
29. ଆହୁରି ମନଃଶି-ସନ୍ତାନଗଣର ସୀମାପାର୍ଶ୍ଵସ୍ଥ ବୈଥ୍ଶାନ୍ ଓ ତହିଁର ଉପନଗରସବୁ, ତାନକ୍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ ଥିଲା । ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ ।
|
40. ଏସମସ୍ତେ ଆଶେର୍ର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ । ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀକ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା ।
|