ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଯିହିଜିକଲ
1. ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସରେ, ମାସର ପଞ୍ଚମ ଦିନରେ ମୁଁ ଆପଣା ଗୃହରେ ବସିଥିଲି ଓ ଯିହୁଦାର ପ୍ରାଚୀନମାନେ ମୋʼ ସମ୍ମୁଖରେ ବସିଥିଲେ, ଏପରି ସମୟରେ ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଅଧିଷ୍ଠିତ ହେଲା ।
2. ତହିଁରେ ମୁଁ ଦେଖିଲି, ଆଉ ଦେଖ, ଅଗ୍ନିର ଆଭା ତୁଲ୍ୟ ଏକ ମୂର୍ତ୍ତି; ତାହାଙ୍କ କଟିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଓ ତାହାଙ୍କ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଆକୃତି ।
3. ପୁଣି, ସେ ଏକ ହସ୍ତର ଆକୃତି ବିସ୍ତାର କରି ମୋʼ ମସ୍ତକର କେଶ ଧରିଲେ; ତହିଁରେ ଆତ୍ମା ମୋତେ ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନକୁ ଉଠାଇଲେ ଓ ଈଶ୍ଵରୀୟ ଦର୍ଶନକ୍ରମେ ଯିରୂଶାଲମକୁ, ଭିତର ପ୍ରାଙ୍ଗଣର ଉତ୍ତରାଭିମୁଖ ପ୍ରବେଶ-ସ୍ଥାନର ଦ୍ଵାର ନିକଟକୁ ମୋତେ ଆଣିଲେ; ସେହି ସ୍ଥାନରେ ଅନ୍ତର୍ଜ୍ଵାଳାଜନକ ଅନ୍ତର୍ଜ୍ଵାଳା ପ୍ରତିମା ସ୍ଥାପିତ ଥିଲା ।
4. ଆଉ ଦେଖ, ପଦା-ଭୂମିରେ ମୁଁ ଦେଖିଥିବା ଦୃଶ୍ୟ ପ୍ରମାଣେ ସେସ୍ଥାନରେ ଇସ୍ରାଏଲର ପରମେଶ୍ଵରଙ୍କର ପ୍ରତାପ ବିଦ୍ୟମାନ ଥିଲା ।
5. ତହିଁରେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏବେ ଚକ୍ଷୁ ମେଲି ଉତ୍ତର ଦିଗର ପଥ ଆଡ଼େ ଅନାଅ । ତହୁଁ ମୁଁ ଚକ୍ଷୁ ମେଲି ଉତ୍ତର ଦିଗସ୍ଥ ପଥ ଆଡ଼େ ଅନାଇଲି, ଆଉ ଦେଖ, ଯଜ୍ଞବେଦିର ଉତ୍ତର ଦିଗସ୍ଥ ଦ୍ଵାରର ପ୍ରବେଶ-ସ୍ଥାନରେ, ସେହି ଅନ୍ତର୍ଜ୍ଵାଳାର ପ୍ରତିମା ଅଛି ।
6. ଆଉ, ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ସେମାନେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖୁଅଛ, ଆମ୍ଭେ ଯେପରି ଆପଣା ଧର୍ମଧାମରୁ ଦୂରକୁ ଯିବା, ଏଥିପାଇଁ ଇସ୍ରାଏଲ-ବଂଶ ଏଠାରେ ମହା ମହା ଘୃଣାଯୋଗ୍ୟ କର୍ମ କରୁଅଛନ୍ତି । ମାତ୍ର ଏଥି ଉତ୍ତାରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ ।
7. ପୁଣି, ସେ ମୋତେ ପ୍ରାଙ୍ଗଣର ଦ୍ଵାର ନିକଟକୁ ଆଣିଲେ; ତହିଁରେ ମୁଁ ଦୃଷ୍ଟି କରନ୍ତେ, ଦେଖ, କାନ୍ଥ ମଧ୍ୟରେ ଗୋଟିଏ ଛିଦ୍ର ଅଛି ।
8. ତେବେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ଏହି କାନ୍ଥ ଖୋଳ; ତହୁଁ ମୁଁ ସେହି କାନ୍ଥ ଖୋଳନ୍ତେ, ଦେଖ, ଗୋଟିଏ ଦ୍ଵାର ଅଛି ।
9. ଏଥିରେ ସେ ମୋତେ କହିଲେ, ଭିତରକୁ ଯାଅ, ଆଉ, ଏଠାରେ ସେମାନେ ଯେଉଁ ଯେଉଁ ଦୁଷ୍ଟ ଘୃଣାଯୋଗ୍ୟ କର୍ମମାନ କରୁଅଛନ୍ତି, ତାହା ଦେଖ ।
10. ତହୁଁ ମୁଁ ଭିତରକୁ ଯାଇ ଦେଖିଲି; ଆଉ ଦେଖ, ଚତୁର୍ଦ୍ଦିଗସ୍ଥ କାନ୍ଥରେ ସର୍ବପ୍ରକାର ଉରୋଗାମୀ ଜନ୍ତୁର ଓ ଘୃଣାଯୋଗ୍ୟ ପଶୁର ଓ ଇସ୍ରାଏଲ-ବଂଶର ସକଳ ଦେବତାର ପ୍ରତିମୂର୍ତ୍ତି ଚିତ୍ରିତ ହୋଇଅଛି ।
11. ପୁଣି, ସେସବୁର ସମ୍ମୁଖରେ ଇସ୍ରାଏଲ-ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କର ମଧ୍ୟ-ସ୍ଥାନରେ ଶାଫନର ପୁତ୍ର ଯାସନୀୟ ଠିଆ ହୋଇଅଛି, ପ୍ରତ୍ୟେକ ଲୋକ ଆପଣା ଆପଣା ଧୂପାଚି ହସ୍ତରେ ଧରିଅଛନ୍ତି; ଆଉ, ଧୂପରୂପ ମେଘର ସୁଗନ୍ଧି ଊର୍ଦ୍ଧ୍ଵକୁ ଉଠୁଅଛି ।
12. ତେବେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ-ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକେ ଆପଣା ଆପଣା ପ୍ରତିମାଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖିଲ? କାରଣ ସେମାନେ କହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ; ସଦାପ୍ରଭୁ ପୃଥିବୀକୁ ତ୍ୟାଗ କରିଅଛନ୍ତି ।
13. ସେ ଆହୁରି ମୋତେ କହିଲେ, ଏଉତ୍ତାରେ ତୁମ୍ଭେ ପୁନର୍ବାର ସେମାନଙ୍କର କୃତ ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ ।
14. ତହିଁରେ ସେ ସଦାପ୍ରଭୁଙ୍କ ଗୃହର ଉତ୍ତର ଦିଗସ୍ଥ ଦ୍ଵାରର ପ୍ରବେଶ-ସ୍ଥାନ ନିକଟକୁ ମୋତେ ଆଣିଲେ; ଆଉ ଦେଖ, ସ୍ତ୍ରୀମାନେ ସେଠାରେ ବସି ତମ୍ମୁଷ (ଦେବତାର) ପାଇଁ କ୍ରନ୍ଦନ କରୁଅଛନ୍ତି ।
15. ତେବେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ? ଏଉତ୍ତାରେ ତୁମ୍ଭେ ଏଥି ଅପେକ୍ଷା ପୁନର୍ବାର ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ ।
16. ଅନନ୍ତର ସେ ମୋତେ ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ, ଆଉ ଦେଖ, ସଦାପ୍ରଭୁଙ୍କ ମନ୍ଦିରର ଦ୍ଵାର ନିକଟରେ, ବରଣ୍ତା ଓ ଯଜ୍ଞବେଦିର ମଧ୍ୟ-ସ୍ଥାନରେ ଊଣାଧିକ ପଚିଶ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବଦିଗ ଆଡ଼େ ମୁଖ କରିଅଛନ୍ତି; ଆଉ, ସେମାନେ ପୂର୍ବଦିଗ ଆଡ଼େ ସୂର୍ଯ୍ୟକୁ ପ୍ରଣାମ କଲେ ।
17. ତହିଁରେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ? ଏହି ସ୍ଥାନରେ ଯିହୁଦା-ବଂଶ ଯେଉଁ ଘୃଣାଯୋଗ୍ୟ କର୍ମମାନ କରୁଅଛନ୍ତି, ତାହା କି ସେମାନଙ୍କ ପକ୍ଷରେ ଲଘୁ ବିଷୟ? କାରଣ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି ଓ ଆମ୍ଭକୁ କ୍ରୋଧାନ୍ଵିତ କରିବା ପାଇଁ ପୁନର୍ବାର ଫେରିଅଛନ୍ତି; ଆଉ ଦେଖ, ସେମାନେ ଆପଣା ଆପଣା ନାସିକାଗ୍ରରେ ଶାଖା ରଖନ୍ତି ।
18. ଏଥିପାଇଁ ଆମ୍ଭେ ମଧ୍ୟ କୋପରେ ବ୍ୟବହାର କରିବା; ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଦୟା କରିବା ନାହିଁ; ଆଉ, ଯଦ୍ୟପି ସେମାନେ ଆମ୍ଭ କର୍ଣ୍ଣଗୋଚରରେ ଉଚ୍ଚସ୍ଵରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ ।
Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 8 / 48
1 ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସରେ, ମାସର ପଞ୍ଚମ ଦିନରେ ମୁଁ ଆପଣା ଗୃହରେ ବସିଥିଲି ଓ ଯିହୁଦାର ପ୍ରାଚୀନମାନେ ମୋʼ ସମ୍ମୁଖରେ ବସିଥିଲେ, ଏପରି ସମୟରେ ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଅଧିଷ୍ଠିତ ହେଲା । 2 ତହିଁରେ ମୁଁ ଦେଖିଲି, ଆଉ ଦେଖ, ଅଗ୍ନିର ଆଭା ତୁଲ୍ୟ ଏକ ମୂର୍ତ୍ତି; ତାହାଙ୍କ କଟିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଓ ତାହାଙ୍କ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଆକୃତି । 3 ପୁଣି, ସେ ଏକ ହସ୍ତର ଆକୃତି ବିସ୍ତାର କରି ମୋʼ ମସ୍ତକର କେଶ ଧରିଲେ; ତହିଁରେ ଆତ୍ମା ମୋତେ ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନକୁ ଉଠାଇଲେ ଓ ଈଶ୍ଵରୀୟ ଦର୍ଶନକ୍ରମେ ଯିରୂଶାଲମକୁ, ଭିତର ପ୍ରାଙ୍ଗଣର ଉତ୍ତରାଭିମୁଖ ପ୍ରବେଶ-ସ୍ଥାନର ଦ୍ଵାର ନିକଟକୁ ମୋତେ ଆଣିଲେ; ସେହି ସ୍ଥାନରେ ଅନ୍ତର୍ଜ୍ଵାଳାଜନକ ଅନ୍ତର୍ଜ୍ଵାଳା ପ୍ରତିମା ସ୍ଥାପିତ ଥିଲା । 4 ଆଉ ଦେଖ, ପଦା-ଭୂମିରେ ମୁଁ ଦେଖିଥିବା ଦୃଶ୍ୟ ପ୍ରମାଣେ ସେସ୍ଥାନରେ ଇସ୍ରାଏଲର ପରମେଶ୍ଵରଙ୍କର ପ୍ରତାପ ବିଦ୍ୟମାନ ଥିଲା । 5 ତହିଁରେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏବେ ଚକ୍ଷୁ ମେଲି ଉତ୍ତର ଦିଗର ପଥ ଆଡ଼େ ଅନାଅ । ତହୁଁ ମୁଁ ଚକ୍ଷୁ ମେଲି ଉତ୍ତର ଦିଗସ୍ଥ ପଥ ଆଡ଼େ ଅନାଇଲି, ଆଉ ଦେଖ, ଯଜ୍ଞବେଦିର ଉତ୍ତର ଦିଗସ୍ଥ ଦ୍ଵାରର ପ୍ରବେଶ-ସ୍ଥାନରେ, ସେହି ଅନ୍ତର୍ଜ୍ଵାଳାର ପ୍ରତିମା ଅଛି । 6 ଆଉ, ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ସେମାନେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖୁଅଛ, ଆମ୍ଭେ ଯେପରି ଆପଣା ଧର୍ମଧାମରୁ ଦୂରକୁ ଯିବା, ଏଥିପାଇଁ ଇସ୍ରାଏଲ-ବଂଶ ଏଠାରେ ମହା ମହା ଘୃଣାଯୋଗ୍ୟ କର୍ମ କରୁଅଛନ୍ତି । ମାତ୍ର ଏଥି ଉତ୍ତାରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ । 7 ପୁଣି, ସେ ମୋତେ ପ୍ରାଙ୍ଗଣର ଦ୍ଵାର ନିକଟକୁ ଆଣିଲେ; ତହିଁରେ ମୁଁ ଦୃଷ୍ଟି କରନ୍ତେ, ଦେଖ, କାନ୍ଥ ମଧ୍ୟରେ ଗୋଟିଏ ଛିଦ୍ର ଅଛି । 8 ତେବେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ଏହି କାନ୍ଥ ଖୋଳ; ତହୁଁ ମୁଁ ସେହି କାନ୍ଥ ଖୋଳନ୍ତେ, ଦେଖ, ଗୋଟିଏ ଦ୍ଵାର ଅଛି । 9 ଏଥିରେ ସେ ମୋତେ କହିଲେ, ଭିତରକୁ ଯାଅ, ଆଉ, ଏଠାରେ ସେମାନେ ଯେଉଁ ଯେଉଁ ଦୁଷ୍ଟ ଘୃଣାଯୋଗ୍ୟ କର୍ମମାନ କରୁଅଛନ୍ତି, ତାହା ଦେଖ । 10 ତହୁଁ ମୁଁ ଭିତରକୁ ଯାଇ ଦେଖିଲି; ଆଉ ଦେଖ, ଚତୁର୍ଦ୍ଦିଗସ୍ଥ କାନ୍ଥରେ ସର୍ବପ୍ରକାର ଉରୋଗାମୀ ଜନ୍ତୁର ଓ ଘୃଣାଯୋଗ୍ୟ ପଶୁର ଓ ଇସ୍ରାଏଲ-ବଂଶର ସକଳ ଦେବତାର ପ୍ରତିମୂର୍ତ୍ତି ଚିତ୍ରିତ ହୋଇଅଛି । 11 ପୁଣି, ସେସବୁର ସମ୍ମୁଖରେ ଇସ୍ରାଏଲ-ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କର ମଧ୍ୟ-ସ୍ଥାନରେ ଶାଫନର ପୁତ୍ର ଯାସନୀୟ ଠିଆ ହୋଇଅଛି, ପ୍ରତ୍ୟେକ ଲୋକ ଆପଣା ଆପଣା ଧୂପାଚି ହସ୍ତରେ ଧରିଅଛନ୍ତି; ଆଉ, ଧୂପରୂପ ମେଘର ସୁଗନ୍ଧି ଊର୍ଦ୍ଧ୍ଵକୁ ଉଠୁଅଛି । 12 ତେବେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ-ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକେ ଆପଣା ଆପଣା ପ୍ରତିମାଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି, ତାହା କି ତୁମ୍ଭେ ଦେଖିଲ? କାରଣ ସେମାନେ କହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ; ସଦାପ୍ରଭୁ ପୃଥିବୀକୁ ତ୍ୟାଗ କରିଅଛନ୍ତି । 13 ସେ ଆହୁରି ମୋତେ କହିଲେ, ଏଉତ୍ତାରେ ତୁମ୍ଭେ ପୁନର୍ବାର ସେମାନଙ୍କର କୃତ ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ । 14 ତହିଁରେ ସେ ସଦାପ୍ରଭୁଙ୍କ ଗୃହର ଉତ୍ତର ଦିଗସ୍ଥ ଦ୍ଵାରର ପ୍ରବେଶ-ସ୍ଥାନ ନିକଟକୁ ମୋତେ ଆଣିଲେ; ଆଉ ଦେଖ, ସ୍ତ୍ରୀମାନେ ସେଠାରେ ବସି ତମ୍ମୁଷ (ଦେବତାର) ପାଇଁ କ୍ରନ୍ଦନ କରୁଅଛନ୍ତି । 15 ତେବେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ? ଏଉତ୍ତାରେ ତୁମ୍ଭେ ଏଥି ଅପେକ୍ଷା ପୁନର୍ବାର ମହା ଘୃଣାଯୋଗ୍ୟ କର୍ମମାନ ଦେଖିବ । 16 ଅନନ୍ତର ସେ ମୋତେ ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ, ଆଉ ଦେଖ, ସଦାପ୍ରଭୁଙ୍କ ମନ୍ଦିରର ଦ୍ଵାର ନିକଟରେ, ବରଣ୍ତା ଓ ଯଜ୍ଞବେଦିର ମଧ୍ୟ-ସ୍ଥାନରେ ଊଣାଧିକ ପଚିଶ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବଦିଗ ଆଡ଼େ ମୁଖ କରିଅଛନ୍ତି; ଆଉ, ସେମାନେ ପୂର୍ବଦିଗ ଆଡ଼େ ସୂର୍ଯ୍ୟକୁ ପ୍ରଣାମ କଲେ । 17 ତହିଁରେ ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ? ଏହି ସ୍ଥାନରେ ଯିହୁଦା-ବଂଶ ଯେଉଁ ଘୃଣାଯୋଗ୍ୟ କର୍ମମାନ କରୁଅଛନ୍ତି, ତାହା କି ସେମାନଙ୍କ ପକ୍ଷରେ ଲଘୁ ବିଷୟ? କାରଣ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି ଓ ଆମ୍ଭକୁ କ୍ରୋଧାନ୍ଵିତ କରିବା ପାଇଁ ପୁନର୍ବାର ଫେରିଅଛନ୍ତି; ଆଉ ଦେଖ, ସେମାନେ ଆପଣା ଆପଣା ନାସିକାଗ୍ରରେ ଶାଖା ରଖନ୍ତି । 18 ଏଥିପାଇଁ ଆମ୍ଭେ ମଧ୍ୟ କୋପରେ ବ୍ୟବହାର କରିବା; ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଦୟା କରିବା ନାହିଁ; ଆଉ, ଯଦ୍ୟପି ସେମାନେ ଆମ୍ଭ କର୍ଣ୍ଣଗୋଚରରେ ଉଚ୍ଚସ୍ଵରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ ।
Total 48 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 8 / 48
×

Alert

×

Oriya Letters Keypad References