ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଯିଖରିୟ
1. ଅନନ୍ତର ମୁଁ ପୁନର୍ବାର ଆପଣା ଚକ୍ଷୁ ଟେକି ଅନାଇଲି, ଆଉ ଦେଖ, ଉଡ଼ନ୍ତା ଏକ ନଳାକାର ପୁସ୍ତକ ।
2. ପୁଣି, ସେ ମୋତେ କହିଲେ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ ଉତ୍ତର କଲି, ମୁଁ ଉଡ଼ନ୍ତା ନଳାକାର ଏକ ପୁସ୍ତକ ଦେଖୁଅଛି; ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ଦଶ ହାତ ।
3. ତେବେ ସେ ମୋତେ କହିଲେ, ଏହା ସମୁଦାୟ ଦେଶ ଉପରକୁ ବାହାରି ଯିବା ଅଭିଶାପ; କାରଣ ଯେ ପ୍ରତ୍ୟେକ ଲୋକ ଚୋରି କରେ, ସେ ତହିଁର ଏକ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ ଓ ଯେ ପ୍ରତ୍ୟେକ ଲୋକ ଶପଥ କରେ, ସେ ତହିଁର ଅନ୍ୟ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ ।
4. ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ତାହାକୁ ବାହାର କରାଇ ଆଣିବା, ଆଉ ତାହା ଚୋରର ଗୃହରେ ଓ ଯେ ଆମ୍ଭ ନାମରେ ମିଥ୍ୟା ଶପଥ କରେ, ତାହାର ଗୃହରେ ପ୍ରବେଶ କରିବ; ପୁଣି, ତାହାର ଗୃହ ମଧ୍ୟରେ ରହି କାଷ୍ଠ ଓ ପଥର ସମେତ ତାହା ଗ୍ରାସ କରିବ ।
5. ଏଉତ୍ତାରେ ମୋʼ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, ଏବେ ତୁମ୍ଭେ ଚକ୍ଷୁ ଟେକି ଦେଖ, ଏହି ଯାହା ବାହାରକୁ ଯାଉଅଛି, ତାହା କଅଣ ।
6. ତହିଁରେ ମୁଁ କହିଲି, ଏ କଅଣ? ତହୁଁ ସେ କହିଲେ, ଏହା ଐଫା-ପାତ୍ର, ଯାହା ବାହାରକୁ ଯାଉଅଛି; ସେ ଆହୁରି କହିଲେ, ଏହା ସମୁଦାୟ ଦେଶସ୍ଥ ଲୋକଙ୍କର ପ୍ରତିରୂପ ଅଟେ ।
7. ଆଉ ଦେଖ, ଏକ ମହଣ ପରିମିତ ସୀସା ଉପରକୁ ଉଠାଗଲା; ଆଉ, ସେହି ଐଫା ମଧ୍ୟରେ ଏକ ସ୍ତ୍ରୀ ବସୁଅଛି ।
8. ପୁଣି, ସେ ମୋତେ କହିଲେ, ଏହା ଦୁଷ୍ଟତା ସ୍ଵରୂପା; ଆଉ, ସେ ସେହି ସ୍ତ୍ରୀକି ଐଫା ମଧ୍ୟରେ ପକାଇ ଦେଲେ ଓ ତହିଁର ର୍ମୁଁହରେ ସେହି ସୀସାର ଓଜନ ଦେଲେ ।
9. ସେତେବେଳେ ମୁଁ ଆପଣା ଚକ୍ଷୁ ଟେକି ଦେଖିଲି, ଆଉ ଦେଖ, ଦୁଇ ସ୍ତ୍ରୀ ବାହାରି ଆସିଲେ, ଆଉ ସେମାନଙ୍କ ପକ୍ଷପୁଟରେ ବାୟୁ ଥିଲା; ସେମାନଙ୍କର ପକ୍ଷ ଚରଳର ପକ୍ଷ ପରି ଥିଲା, ପୁଣି ସେମାନେ ପୃଥିବୀ ଓ ଆକାଶ ମଧ୍ୟରେ ସେ ଐଫାକୁ ଉଠାଇଲେ ।
10. ତହିଁରେ ଯେଉଁ ଦୂତ ମୋʼ ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ କହିଲି, ଏମାନେ କେଉଁ ସ୍ଥାନକୁ ଐଫା ବହି ନେଉଅଛନ୍ତି?
11. ଏଥିରେ ସେ ମୋତେ କହିଲେ, ଶିନୀୟର ଦେଶରେ ସେହି ସ୍ତ୍ରୀ ପାଇଁ ଏକ ଗୃହ ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେ ସ୍ତ୍ରୀ ଆପଣା ସ୍ଥାନରେ ସ୍ଥାପନ କରାଯିବ ।

ରେକର୍ଡଗୁଡିକ

Total 14 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 5 / 14
1 2 3 4 5 6 7 8 9 10 11 12 13 14
1 ଅନନ୍ତର ମୁଁ ପୁନର୍ବାର ଆପଣା ଚକ୍ଷୁ ଟେକି ଅନାଇଲି, ଆଉ ଦେଖ, ଉଡ଼ନ୍ତା ଏକ ନଳାକାର ପୁସ୍ତକ । 2 ପୁଣି, ସେ ମୋତେ କହିଲେ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ ଉତ୍ତର କଲି, ମୁଁ ଉଡ଼ନ୍ତା ନଳାକାର ଏକ ପୁସ୍ତକ ଦେଖୁଅଛି; ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ଦଶ ହାତ । 3 ତେବେ ସେ ମୋତେ କହିଲେ, ଏହା ସମୁଦାୟ ଦେଶ ଉପରକୁ ବାହାରି ଯିବା ଅଭିଶାପ; କାରଣ ଯେ ପ୍ରତ୍ୟେକ ଲୋକ ଚୋରି କରେ, ସେ ତହିଁର ଏକ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ ଓ ଯେ ପ୍ରତ୍ୟେକ ଲୋକ ଶପଥ କରେ, ସେ ତହିଁର ଅନ୍ୟ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ । 4 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ତାହାକୁ ବାହାର କରାଇ ଆଣିବା, ଆଉ ତାହା ଚୋରର ଗୃହରେ ଓ ଯେ ଆମ୍ଭ ନାମରେ ମିଥ୍ୟା ଶପଥ କରେ, ତାହାର ଗୃହରେ ପ୍ରବେଶ କରିବ; ପୁଣି, ତାହାର ଗୃହ ମଧ୍ୟରେ ରହି କାଷ୍ଠ ଓ ପଥର ସମେତ ତାହା ଗ୍ରାସ କରିବ । 5 ଏଉତ୍ତାରେ ମୋʼ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, ଏବେ ତୁମ୍ଭେ ଚକ୍ଷୁ ଟେକି ଦେଖ, ଏହି ଯାହା ବାହାରକୁ ଯାଉଅଛି, ତାହା କଅଣ ।
6 ତହିଁରେ ମୁଁ କହିଲି, ଏ କଅଣ? ତହୁଁ ସେ କହିଲେ, ଏହା ଐଫା-ପାତ୍ର, ଯାହା ବାହାରକୁ ଯାଉଅଛି; ସେ ଆହୁରି କହିଲେ, ଏହା ସମୁଦାୟ ଦେଶସ୍ଥ ଲୋକଙ୍କର ପ୍ରତିରୂପ ଅଟେ ।
7 ଆଉ ଦେଖ, ଏକ ମହଣ ପରିମିତ ସୀସା ଉପରକୁ ଉଠାଗଲା; ଆଉ, ସେହି ଐଫା ମଧ୍ୟରେ ଏକ ସ୍ତ୍ରୀ ବସୁଅଛି । 8 ପୁଣି, ସେ ମୋତେ କହିଲେ, ଏହା ଦୁଷ୍ଟତା ସ୍ଵରୂପା; ଆଉ, ସେ ସେହି ସ୍ତ୍ରୀକି ଐଫା ମଧ୍ୟରେ ପକାଇ ଦେଲେ ଓ ତହିଁର ର୍ମୁଁହରେ ସେହି ସୀସାର ଓଜନ ଦେଲେ । 9 ସେତେବେଳେ ମୁଁ ଆପଣା ଚକ୍ଷୁ ଟେକି ଦେଖିଲି, ଆଉ ଦେଖ, ଦୁଇ ସ୍ତ୍ରୀ ବାହାରି ଆସିଲେ, ଆଉ ସେମାନଙ୍କ ପକ୍ଷପୁଟରେ ବାୟୁ ଥିଲା; ସେମାନଙ୍କର ପକ୍ଷ ଚରଳର ପକ୍ଷ ପରି ଥିଲା, ପୁଣି ସେମାନେ ପୃଥିବୀ ଓ ଆକାଶ ମଧ୍ୟରେ ସେ ଐଫାକୁ ଉଠାଇଲେ । 10 ତହିଁରେ ଯେଉଁ ଦୂତ ମୋʼ ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ କହିଲି, ଏମାନେ କେଉଁ ସ୍ଥାନକୁ ଐଫା ବହି ନେଉଅଛନ୍ତି? 11 ଏଥିରେ ସେ ମୋତେ କହିଲେ, ଶିନୀୟର ଦେଶରେ ସେହି ସ୍ତ୍ରୀ ପାଇଁ ଏକ ଗୃହ ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେ ସ୍ତ୍ରୀ ଆପଣା ସ୍ଥାନରେ ସ୍ଥାପନ କରାଯିବ ।
Total 14 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 5 / 14
1 2 3 4 5 6 7 8 9 10 11 12 13 14
×

Alert

×

Oriya Letters Keypad References