ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଖରିୟ

Notes

No Verse Added

ଯିଖରିୟ ଅଧ୍ୟାୟ 4

1. ଅନନ୍ତର ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ପୁନର୍ବାର ଆସି ମୋତେ ନିଦ୍ରାରୁ ଜାଗ୍ରତ ମନୁଷ୍ୟର ପ୍ରାୟ ଜଗାଇଲେ। 2. ପୁଣି, ସେ ମୋତେ କହିଲେ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ କହିଲି, ମୁଁ ଦେଖିଅଛି, ଆଉ ଦେଖ, ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ ଏକ ଦୀପବୃକ୍ଷ, ତହିଁର ଉପରେ ତୈଳାଧାର ଓ ତହିଁ ଉପରେ ସାତ ପ୍ରଦୀପ ଅଛି ଓ ତହିଁର ଉପରି ଭାଗରେ ପ୍ରତ୍ୟେକ ପ୍ରଦୀପର ନିମନ୍ତେ ସାତ ନଳ; 3. ଆଉ, ତହିଁର ନିକଟରେ ଦୁଇ ଜୀତବୃକ୍ଷ ଅଛି, ପୁଣି ଗୋଟିଏ ତୈଳାଧାରର ଦକ୍ଷିଣ ପାର୍ଶ୍ଵରେ ଓ ଅନ୍ୟ ଗୋଟିଏ ତହିଁର ବାମ ପାର୍ଶ୍ଵରେ । 4. ତହିଁରେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, ହେ ମୋର ପ୍ରଭୁ, ଏସବୁ କଅଣ? 5. ସେତେବେଳେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ମୋତେ ଉତ୍ତର କରି କହିଲେ, ଏସବୁ କଅଣ, ତାହା କି ତୁମ୍ଭେ ଜାଣି ନାହଁ? ପୁଣି, ତହିଁରେ ମୁଁ କହିଲି, ହେ ମୋର ପ୍ରଭୁ, ଜାଣୁ ନାହିଁ । 6. ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ଵାରା ନୁହେଁ, କିଅବା ବଳ ଦ୍ଵାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ଵାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି । 7. ହେ ବୃହତ ପର୍ବତ, ତୁମ୍ଭେ କିଏ? ଯିରୁବ୍ବାବିଲଙ୍କ ସମ୍ମୁଖରେ ତୁମ୍ଭେ ସମଭୂମି ହେବ; ଆଉ, ତହିଁ ପ୍ରତି ଅନୁଗ୍ରହ, ଅନୁଗ୍ରହ, ଏହି ଜୟଧ୍ଵନି କରି ସେ ମସ୍ତକ ସ୍ଵରୂପ ପ୍ରସ୍ତର ବାହାର କରି ଆଣିବ । 8. ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, 9. ଯିରୁବ୍ବାବିଲଙ୍କ ହସ୍ତ ଏହି ଗୃହର ଭିତ୍ତିମୂଳ ସ୍ଥାପନ କରିଅଛି; ତାଙ୍କ ହସ୍ତ ମଧ୍ୟ ତାହା ସମାପ୍ତ କରିବ; ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ । 10. କାରଣ କ୍ଷୁଦ୍ର କ୍ଷୁଦ୍ର ବିଷୟର ଦିନକୁ କିଏ ତୁଚ୍ଛଜ୍ଞାନ କରିଅଛି? ଯେଣୁ ସେମାନେ, ଅର୍ଥାତ୍, ସମୁଦାୟ ପୃଥିବୀ ଏଣେତେଣେ ପର୍ଯ୍ୟଟନକାରୀ ସଦାପ୍ରଭୁଙ୍କର ଏହି ସପ୍ତ ଚକ୍ଷୁ ଯିରୁବ୍ବାବିଲଙ୍କ ହସ୍ତରେ ଓଳମ ଦେଖି ଆନନ୍ଦ କରିବେ । 11. ତେବେ ମୁଁ ଉତ୍ତର କରି ତାଙ୍କୁ କହିଲି, ଦୀପବୃକ୍ଷର ଦକ୍ଷିଣ ପାର୍ଶ୍ଵରେ ଓ ତହିଁର ବାମ ପାର୍ଶ୍ଵରେ ସ୍ଥିତ ଏହି ଦୁଇ ଜୀତବୃକ୍ଷ କଅଣ? 12. ପୁଣି, ମୁଁ ଦ୍ଵିତୀୟ ଥର ତାଙ୍କୁ ଉତ୍ତର କରି କହିଲି,ସୁବର୍ଣ୍ଣମୟ ଯେଉଁ ଦୁଇ ନଳ ଆପଣା ଆପଣା ମଧ୍ୟରୁ ସୁବର୍ଣ୍ଣମୟ ତୈଳ ନିର୍ଗତ କରେ, ତହିଁର ପାର୍ଶ୍ଵରେ ଜୀତବୃକ୍ଷର ଯେଉଁ ଦୁଇ ଶାଖା ଅଛି, ତାହା କଅଣ? 13. ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏସବୁ କଅଣ, ଏହା କି ତୁମ୍ଭେ ଜାଣ ନାହିଁ? ତହୁଁ ମୁଁ କହିଲି, ହେ ମୋର ପ୍ରଭୁ, ଜାଣେ ନାହିଁ । 14. ତେବେ ସେ କହିଲେ, ଏମାନେ ସମୁଦାୟ ଭୂମଣ୍ତଳର ପ୍ରଭୁଙ୍କ ଛାମୁରେ ଠିଆ ହେବାର ଦୁଇ ତୈଳ ପୁତ୍ର ଅଟନ୍ତି ।
1. ଅନନ୍ତର ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ପୁନର୍ବାର ଆସି ମୋତେ ନିଦ୍ରାରୁ ଜାଗ୍ରତ ମନୁଷ୍ୟର ପ୍ରାୟ ଜଗାଇଲେ। .::. 2. ପୁଣି, ସେ ମୋତେ କହିଲେ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ କହିଲି, ମୁଁ ଦେଖିଅଛି, ଆଉ ଦେଖ, ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ ଏକ ଦୀପବୃକ୍ଷ, ତହିଁର ଉପରେ ତୈଳାଧାର ଓ ତହିଁ ଉପରେ ସାତ ପ୍ରଦୀପ ଅଛି ଓ ତହିଁର ଉପରି ଭାଗରେ ପ୍ରତ୍ୟେକ ପ୍ରଦୀପର ନିମନ୍ତେ ସାତ ନଳ; .::. 3. ଆଉ, ତହିଁର ନିକଟରେ ଦୁଇ ଜୀତବୃକ୍ଷ ଅଛି, ପୁଣି ଗୋଟିଏ ତୈଳାଧାରର ଦକ୍ଷିଣ ପାର୍ଶ୍ଵରେ ଓ ଅନ୍ୟ ଗୋଟିଏ ତହିଁର ବାମ ପାର୍ଶ୍ଵରେ । .::. 4. ତହିଁରେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, ହେ ମୋର ପ୍ରଭୁ, ଏସବୁ କଅଣ? .::. 5. ସେତେବେଳେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ମୋତେ ଉତ୍ତର କରି କହିଲେ, ଏସବୁ କଅଣ, ତାହା କି ତୁମ୍ଭେ ଜାଣି ନାହଁ? ପୁଣି, ତହିଁରେ ମୁଁ କହିଲି, ହେ ମୋର ପ୍ରଭୁ, ଜାଣୁ ନାହିଁ । .::. 6. ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ଵାରା ନୁହେଁ, କିଅବା ବଳ ଦ୍ଵାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ଵାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି । .::. 7. ହେ ବୃହତ ପର୍ବତ, ତୁମ୍ଭେ କିଏ? ଯିରୁବ୍ବାବିଲଙ୍କ ସମ୍ମୁଖରେ ତୁମ୍ଭେ ସମଭୂମି ହେବ; ଆଉ, ତହିଁ ପ୍ରତି ଅନୁଗ୍ରହ, ଅନୁଗ୍ରହ, ଏହି ଜୟଧ୍ଵନି କରି ସେ ମସ୍ତକ ସ୍ଵରୂପ ପ୍ରସ୍ତର ବାହାର କରି ଆଣିବ । .::. 8. ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, .::. 9. ଯିରୁବ୍ବାବିଲଙ୍କ ହସ୍ତ ଏହି ଗୃହର ଭିତ୍ତିମୂଳ ସ୍ଥାପନ କରିଅଛି; ତାଙ୍କ ହସ୍ତ ମଧ୍ୟ ତାହା ସମାପ୍ତ କରିବ; ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ । .::. 10. କାରଣ କ୍ଷୁଦ୍ର କ୍ଷୁଦ୍ର ବିଷୟର ଦିନକୁ କିଏ ତୁଚ୍ଛଜ୍ଞାନ କରିଅଛି? ଯେଣୁ ସେମାନେ, ଅର୍ଥାତ୍, ସମୁଦାୟ ପୃଥିବୀ ଏଣେତେଣେ ପର୍ଯ୍ୟଟନକାରୀ ସଦାପ୍ରଭୁଙ୍କର ଏହି ସପ୍ତ ଚକ୍ଷୁ ଯିରୁବ୍ବାବିଲଙ୍କ ହସ୍ତରେ ଓଳମ ଦେଖି ଆନନ୍ଦ କରିବେ । .::. 11. ତେବେ ମୁଁ ଉତ୍ତର କରି ତାଙ୍କୁ କହିଲି, ଦୀପବୃକ୍ଷର ଦକ୍ଷିଣ ପାର୍ଶ୍ଵରେ ଓ ତହିଁର ବାମ ପାର୍ଶ୍ଵରେ ସ୍ଥିତ ଏହି ଦୁଇ ଜୀତବୃକ୍ଷ କଅଣ? .::. 12. ପୁଣି, ମୁଁ ଦ୍ଵିତୀୟ ଥର ତାଙ୍କୁ ଉତ୍ତର କରି କହିଲି,ସୁବର୍ଣ୍ଣମୟ ଯେଉଁ ଦୁଇ ନଳ ଆପଣା ଆପଣା ମଧ୍ୟରୁ ସୁବର୍ଣ୍ଣମୟ ତୈଳ ନିର୍ଗତ କରେ, ତହିଁର ପାର୍ଶ୍ଵରେ ଜୀତବୃକ୍ଷର ଯେଉଁ ଦୁଇ ଶାଖା ଅଛି, ତାହା କଅଣ? .::. 13. ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏସବୁ କଅଣ, ଏହା କି ତୁମ୍ଭେ ଜାଣ ନାହିଁ? ତହୁଁ ମୁଁ କହିଲି, ହେ ମୋର ପ୍ରଭୁ, ଜାଣେ ନାହିଁ । .::. 14. ତେବେ ସେ କହିଲେ, ଏମାନେ ସମୁଦାୟ ଭୂମଣ୍ତଳର ପ୍ରଭୁଙ୍କ ଛାମୁରେ ଠିଆ ହେବାର ଦୁଇ ତୈଳ ପୁତ୍ର ଅଟନ୍ତି । .::.
  • ଯିଖରିୟ ଅଧ୍ୟାୟ 1  
  • ଯିଖରିୟ ଅଧ୍ୟାୟ 2  
  • ଯିଖରିୟ ଅଧ୍ୟାୟ 3  
  • ଯିଖରିୟ ଅଧ୍ୟାୟ 4  
  • ଯିଖରିୟ ଅଧ୍ୟାୟ 5  
  • ଯିଖରିୟ ଅଧ୍ୟାୟ 6  
  • ଯିଖରିୟ ଅଧ୍ୟାୟ 7  
  • ଯିଖରିୟ ଅଧ୍ୟାୟ 8  
  • ଯିଖରିୟ ଅଧ୍ୟାୟ 9  
  • ଯିଖରିୟ ଅଧ୍ୟାୟ 10  
  • ଯିଖରିୟ ଅଧ୍ୟାୟ 11  
  • ଯିଖରିୟ ଅଧ୍ୟାୟ 12  
  • ଯିଖରିୟ ଅଧ୍ୟାୟ 13  
  • ଯିଖରିୟ ଅଧ୍ୟାୟ 14  
×

Alert

×

oriya Letters Keypad References