ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା

Notes

No Verse Added

ଗୀତସଂହିତା ଅଧ୍ୟାୟ 102

1. ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା । ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ କାକୁକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ । 2. ମୋʼ ସଙ୍କଟ ଦିନରେ ମୋʼଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ; ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ । 3. କାରଣ ମୋʼ ଦିନସବୁ ଧୂଆଁ ପରି କ୍ଷୟ ପାଏ ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ । 4. ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି, ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ । 5. ମୋହର ହାହାକାର ଶଦ୍ଦ ସକାଶୁ ମୋʼ ଅସ୍ଥିସବୁ ମୋʼ ମାଂସରେ ଲାଗି ରହେ । 6. ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର ତୁଲ୍ୟ; ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି । 7. ମୁଁ ଉଜାଗର ରହେ ଓ ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି; 8. ମୋʼ ଶତ୍ରୁମାନେ ଦିନଯାକ ମୋତେ ନିନ୍ଦା କରନ୍ତି; ମୋʼ ବିରୁଦ୍ଧରେ ରାଗାନ୍ଧ ଲୋକମାନେ ମୋʼ ନାମ ନେଇ ଶାପ ଦିଅନ୍ତି । 9. କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି । 10. ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି; ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ । 11. ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି । 12. ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ । 13. ତୁମ୍ଭେ ଉଠି ସିୟୋନକୁ ଦୟା କରିବ; କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ, ନିରୂପିତ ସମୟ ଉପସ୍ଥିତ । 14. ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା ଓ ତହିଁର ଧୂଳିରେ ଦୟାଭାବ ବହନ୍ତି । 15. ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜଗଣ ତୁମ୍ଭ ମହିମାକୁ ଭୟ କରିବେ । 16. କାରଣ ସଦାପ୍ରଭୁ ସିୟୋନକୁ ପୁନର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି; 17. ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି । 18. ଏହା ଭବିଷ୍ୟଦ ବଂଶ ନିମନ୍ତେ ଲିଖିତ ହେବ; ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ । 19. କାରଣ ବନ୍ଦୀର ହାହାକାର ଶୁଣିବାକୁ, ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ; 20. ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି; ସେ ସ୍ଵର୍ଗରୁ ପୃଥିବୀକି ଅବଲୋକନ କଲେ; 21. ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ, 22. ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ; 23. ସେ ପଥ ମଧ୍ୟରେ ମୋର ବଳ ହ୍ରାସ କଲେ, ସେ ମୋହର ଆୟୁ ଊଣା କଲେ । 24. ମୁଁ କହିଲି, ହେ ମୋହର ପରମେଶ୍ଵର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ; 25. ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; ପୁଣି, ଆକାଶମଣ୍ତଳ ତୁମ୍ଭର ହସ୍ତକୃତ କର୍ମ । 26. ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ । 27. ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବର୍ଷର ଶେଷ ହେବ ନାହିଁ । 28. ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ ।
1. ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା । ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ କାକୁକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ । .::. 2. ମୋʼ ସଙ୍କଟ ଦିନରେ ମୋʼଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ; ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ । .::. 3. କାରଣ ମୋʼ ଦିନସବୁ ଧୂଆଁ ପରି କ୍ଷୟ ପାଏ ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ । .::. 4. ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି, ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ । .::. 5. ମୋହର ହାହାକାର ଶଦ୍ଦ ସକାଶୁ ମୋʼ ଅସ୍ଥିସବୁ ମୋʼ ମାଂସରେ ଲାଗି ରହେ । .::. 6. ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର ତୁଲ୍ୟ; ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି । .::. 7. ମୁଁ ଉଜାଗର ରହେ ଓ ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି; .::. 8. ମୋʼ ଶତ୍ରୁମାନେ ଦିନଯାକ ମୋତେ ନିନ୍ଦା କରନ୍ତି; ମୋʼ ବିରୁଦ୍ଧରେ ରାଗାନ୍ଧ ଲୋକମାନେ ମୋʼ ନାମ ନେଇ ଶାପ ଦିଅନ୍ତି । .::. 9. କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି । .::. 10. ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି; ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ । .::. 11. ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି । .::. 12. ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ । .::. 13. ତୁମ୍ଭେ ଉଠି ସିୟୋନକୁ ଦୟା କରିବ; କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ, ନିରୂପିତ ସମୟ ଉପସ୍ଥିତ । .::. 14. ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା ଓ ତହିଁର ଧୂଳିରେ ଦୟାଭାବ ବହନ୍ତି । .::. 15. ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜଗଣ ତୁମ୍ଭ ମହିମାକୁ ଭୟ କରିବେ । .::. 16. କାରଣ ସଦାପ୍ରଭୁ ସିୟୋନକୁ ପୁନର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି; .::. 17. ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି । .::. 18. ଏହା ଭବିଷ୍ୟଦ ବଂଶ ନିମନ୍ତେ ଲିଖିତ ହେବ; ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ । .::. 19. କାରଣ ବନ୍ଦୀର ହାହାକାର ଶୁଣିବାକୁ, ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ; .::. 20. ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି; ସେ ସ୍ଵର୍ଗରୁ ପୃଥିବୀକି ଅବଲୋକନ କଲେ; .::. 21. ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ, .::. 22. ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ; .::. 23. ସେ ପଥ ମଧ୍ୟରେ ମୋର ବଳ ହ୍ରାସ କଲେ, ସେ ମୋହର ଆୟୁ ଊଣା କଲେ । .::. 24. ମୁଁ କହିଲି, ହେ ମୋହର ପରମେଶ୍ଵର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ; .::. 25. ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; ପୁଣି, ଆକାଶମଣ୍ତଳ ତୁମ୍ଭର ହସ୍ତକୃତ କର୍ମ । .::. 26. ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ । .::. 27. ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବର୍ଷର ଶେଷ ହେବ ନାହିଁ । .::. 28. ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ । .::.
  • ଗୀତସଂହିତା ଅଧ୍ୟାୟ 1  
  • ଗୀତସଂହିତା ଅଧ୍ୟାୟ 2  
  • ଗୀତସଂହିତା ଅଧ୍ୟାୟ 3  
  • ଗୀତସଂହିତା ଅଧ୍ୟାୟ 4  
  • ଗୀତସଂହିତା ଅଧ୍ୟାୟ 5  
  • ଗୀତସଂହିତା ଅଧ୍ୟାୟ 6  
  • ଗୀତସଂହିତା ଅଧ୍ୟାୟ 7  
  • ଗୀତସଂହିତା ଅଧ୍ୟାୟ 8  
  • ଗୀତସଂହିତା ଅଧ୍ୟାୟ 9  
  • ଗୀତସଂହିତା ଅଧ୍ୟାୟ 10  
  • ଗୀତସଂହିତା ଅଧ୍ୟାୟ 11  
  • ଗୀତସଂହିତା ଅଧ୍ୟାୟ 12  
  • ଗୀତସଂହିତା ଅଧ୍ୟାୟ 13  
  • ଗୀତସଂହିତା ଅଧ୍ୟାୟ 14  
  • ଗୀତସଂହିତା ଅଧ୍ୟାୟ 15  
  • ଗୀତସଂହିତା ଅଧ୍ୟାୟ 16  
  • ଗୀତସଂହିତା ଅଧ୍ୟାୟ 17  
  • ଗୀତସଂହିତା ଅଧ୍ୟାୟ 18  
  • ଗୀତସଂହିତା ଅଧ୍ୟାୟ 19  
  • ଗୀତସଂହିତା ଅଧ୍ୟାୟ 20  
  • ଗୀତସଂହିତା ଅଧ୍ୟାୟ 21  
  • ଗୀତସଂହିତା ଅଧ୍ୟାୟ 22  
  • ଗୀତସଂହିତା ଅଧ୍ୟାୟ 23  
  • ଗୀତସଂହିତା ଅଧ୍ୟାୟ 24  
  • ଗୀତସଂହିତା ଅଧ୍ୟାୟ 25  
  • ଗୀତସଂହିତା ଅଧ୍ୟାୟ 26  
  • ଗୀତସଂହିତା ଅଧ୍ୟାୟ 27  
  • ଗୀତସଂହିତା ଅଧ୍ୟାୟ 28  
  • ଗୀତସଂହିତା ଅଧ୍ୟାୟ 29  
  • ଗୀତସଂହିତା ଅଧ୍ୟାୟ 30  
  • ଗୀତସଂହିତା ଅଧ୍ୟାୟ 31  
  • ଗୀତସଂହିତା ଅଧ୍ୟାୟ 32  
  • ଗୀତସଂହିତା ଅଧ୍ୟାୟ 33  
  • ଗୀତସଂହିତା ଅଧ୍ୟାୟ 34  
  • ଗୀତସଂହିତା ଅଧ୍ୟାୟ 35  
  • ଗୀତସଂହିତା ଅଧ୍ୟାୟ 36  
  • ଗୀତସଂହିତା ଅଧ୍ୟାୟ 37  
  • ଗୀତସଂହିତା ଅଧ୍ୟାୟ 38  
  • ଗୀତସଂହିତା ଅଧ୍ୟାୟ 39  
  • ଗୀତସଂହିତା ଅଧ୍ୟାୟ 40  
  • ଗୀତସଂହିତା ଅଧ୍ୟାୟ 41  
  • ଗୀତସଂହିତା ଅଧ୍ୟାୟ 42  
  • ଗୀତସଂହିତା ଅଧ୍ୟାୟ 43  
  • ଗୀତସଂହିତା ଅଧ୍ୟାୟ 44  
  • ଗୀତସଂହିତା ଅଧ୍ୟାୟ 45  
  • ଗୀତସଂହିତା ଅଧ୍ୟାୟ 46  
  • ଗୀତସଂହିତା ଅଧ୍ୟାୟ 47  
  • ଗୀତସଂହିତା ଅଧ୍ୟାୟ 48  
  • ଗୀତସଂହିତା ଅଧ୍ୟାୟ 49  
  • ଗୀତସଂହିତା ଅଧ୍ୟାୟ 50  
  • ଗୀତସଂହିତା ଅଧ୍ୟାୟ 51  
  • ଗୀତସଂହିତା ଅଧ୍ୟାୟ 52  
  • ଗୀତସଂହିତା ଅଧ୍ୟାୟ 53  
  • ଗୀତସଂହିତା ଅଧ୍ୟାୟ 54  
  • ଗୀତସଂହିତା ଅଧ୍ୟାୟ 55  
  • ଗୀତସଂହିତା ଅଧ୍ୟାୟ 56  
  • ଗୀତସଂହିତା ଅଧ୍ୟାୟ 57  
  • ଗୀତସଂହିତା ଅଧ୍ୟାୟ 58  
  • ଗୀତସଂହିତା ଅଧ୍ୟାୟ 59  
  • ଗୀତସଂହିତା ଅଧ୍ୟାୟ 60  
  • ଗୀତସଂହିତା ଅଧ୍ୟାୟ 61  
  • ଗୀତସଂହିତା ଅଧ୍ୟାୟ 62  
  • ଗୀତସଂହିତା ଅଧ୍ୟାୟ 63  
  • ଗୀତସଂହିତା ଅଧ୍ୟାୟ 64  
  • ଗୀତସଂହିତା ଅଧ୍ୟାୟ 65  
  • ଗୀତସଂହିତା ଅଧ୍ୟାୟ 66  
  • ଗୀତସଂହିତା ଅଧ୍ୟାୟ 67  
  • ଗୀତସଂହିତା ଅଧ୍ୟାୟ 68  
  • ଗୀତସଂହିତା ଅଧ୍ୟାୟ 69  
  • ଗୀତସଂହିତା ଅଧ୍ୟାୟ 70  
  • ଗୀତସଂହିତା ଅଧ୍ୟାୟ 71  
  • ଗୀତସଂହିତା ଅଧ୍ୟାୟ 72  
  • ଗୀତସଂହିତା ଅଧ୍ୟାୟ 73  
  • ଗୀତସଂହିତା ଅଧ୍ୟାୟ 74  
  • ଗୀତସଂହିତା ଅଧ୍ୟାୟ 75  
  • ଗୀତସଂହିତା ଅଧ୍ୟାୟ 76  
  • ଗୀତସଂହିତା ଅଧ୍ୟାୟ 77  
  • ଗୀତସଂହିତା ଅଧ୍ୟାୟ 78  
  • ଗୀତସଂହିତା ଅଧ୍ୟାୟ 79  
  • ଗୀତସଂହିତା ଅଧ୍ୟାୟ 80  
  • ଗୀତସଂହିତା ଅଧ୍ୟାୟ 81  
  • ଗୀତସଂହିତା ଅଧ୍ୟାୟ 82  
  • ଗୀତସଂହିତା ଅଧ୍ୟାୟ 83  
  • ଗୀତସଂହିତା ଅଧ୍ୟାୟ 84  
  • ଗୀତସଂହିତା ଅଧ୍ୟାୟ 85  
  • ଗୀତସଂହିତା ଅଧ୍ୟାୟ 86  
  • ଗୀତସଂହିତା ଅଧ୍ୟାୟ 87  
  • ଗୀତସଂହିତା ଅଧ୍ୟାୟ 88  
  • ଗୀତସଂହିତା ଅଧ୍ୟାୟ 89  
  • ଗୀତସଂହିତା ଅଧ୍ୟାୟ 90  
  • ଗୀତସଂହିତା ଅଧ୍ୟାୟ 91  
  • ଗୀତସଂହିତା ଅଧ୍ୟାୟ 92  
  • ଗୀତସଂହିତା ଅଧ୍ୟାୟ 93  
  • ଗୀତସଂହିତା ଅଧ୍ୟାୟ 94  
  • ଗୀତସଂହିତା ଅଧ୍ୟାୟ 95  
  • ଗୀତସଂହିତା ଅଧ୍ୟାୟ 96  
  • ଗୀତସଂହିତା ଅଧ୍ୟାୟ 97  
  • ଗୀତସଂହିତା ଅଧ୍ୟାୟ 98  
  • ଗୀତସଂହିତା ଅଧ୍ୟାୟ 99  
  • ଗୀତସଂହିତା ଅଧ୍ୟାୟ 100  
  • ଗୀତସଂହିତା ଅଧ୍ୟାୟ 101  
  • ଗୀତସଂହିତା ଅଧ୍ୟାୟ 102  
  • ଗୀତସଂହିତା ଅଧ୍ୟାୟ 103  
  • ଗୀତସଂହିତା ଅଧ୍ୟାୟ 104  
  • ଗୀତସଂହିତା ଅଧ୍ୟାୟ 105  
  • ଗୀତସଂହିତା ଅଧ୍ୟାୟ 106  
  • ଗୀତସଂହିତା ଅଧ୍ୟାୟ 107  
  • ଗୀତସଂହିତା ଅଧ୍ୟାୟ 108  
  • ଗୀତସଂହିତା ଅଧ୍ୟାୟ 109  
  • ଗୀତସଂହିତା ଅଧ୍ୟାୟ 110  
  • ଗୀତସଂହିତା ଅଧ୍ୟାୟ 111  
  • ଗୀତସଂହିତା ଅଧ୍ୟାୟ 112  
  • ଗୀତସଂହିତା ଅଧ୍ୟାୟ 113  
  • ଗୀତସଂହିତା ଅଧ୍ୟାୟ 114  
  • ଗୀତସଂହିତା ଅଧ୍ୟାୟ 115  
  • ଗୀତସଂହିତା ଅଧ୍ୟାୟ 116  
  • ଗୀତସଂହିତା ଅଧ୍ୟାୟ 117  
  • ଗୀତସଂହିତା ଅଧ୍ୟାୟ 118  
  • ଗୀତସଂହିତା ଅଧ୍ୟାୟ 119  
  • ଗୀତସଂହିତା ଅଧ୍ୟାୟ 120  
  • ଗୀତସଂହିତା ଅଧ୍ୟାୟ 121  
  • ଗୀତସଂହିତା ଅଧ୍ୟାୟ 122  
  • ଗୀତସଂହିତା ଅଧ୍ୟାୟ 123  
  • ଗୀତସଂହିତା ଅଧ୍ୟାୟ 124  
  • ଗୀତସଂହିତା ଅଧ୍ୟାୟ 125  
  • ଗୀତସଂହିତା ଅଧ୍ୟାୟ 126  
  • ଗୀତସଂହିତା ଅଧ୍ୟାୟ 127  
  • ଗୀତସଂହିତା ଅଧ୍ୟାୟ 128  
  • ଗୀତସଂହିତା ଅଧ୍ୟାୟ 129  
  • ଗୀତସଂହିତା ଅଧ୍ୟାୟ 130  
  • ଗୀତସଂହିତା ଅଧ୍ୟାୟ 131  
  • ଗୀତସଂହିତା ଅଧ୍ୟାୟ 132  
  • ଗୀତସଂହିତା ଅଧ୍ୟାୟ 133  
  • ଗୀତସଂହିତା ଅଧ୍ୟାୟ 134  
  • ଗୀତସଂହିତା ଅଧ୍ୟାୟ 135  
  • ଗୀତସଂହିତା ଅଧ୍ୟାୟ 136  
  • ଗୀତସଂହିତା ଅଧ୍ୟାୟ 137  
  • ଗୀତସଂହିତା ଅଧ୍ୟାୟ 138  
  • ଗୀତସଂହିତା ଅଧ୍ୟାୟ 139  
  • ଗୀତସଂହିତା ଅଧ୍ୟାୟ 140  
  • ଗୀତସଂହିତା ଅଧ୍ୟାୟ 141  
  • ଗୀତସଂହିତା ଅଧ୍ୟାୟ 142  
  • ଗୀତସଂହିତା ଅଧ୍ୟାୟ 143  
  • ଗୀତସଂହିତା ଅଧ୍ୟାୟ 144  
  • ଗୀତସଂହିତା ଅଧ୍ୟାୟ 145  
  • ଗୀତସଂହିତା ଅଧ୍ୟାୟ 146  
  • ଗୀତସଂହିତା ଅଧ୍ୟାୟ 147  
  • ଗୀତସଂହିତା ଅଧ୍ୟାୟ 148  
  • ଗୀତସଂହିତା ଅଧ୍ୟାୟ 149  
  • ଗୀତସଂହିତା ଅଧ୍ୟାୟ 150  
×

Alert

×

oriya Letters Keypad References