ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ନିହିମିୟା

Notes

No Verse Added

ନିହିମିୟା ଅଧ୍ୟାୟ 11

1. ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ । 2. ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ଵେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ । 3. ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ⇧ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ । 4. ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ । ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ; 5. ଆଉ, ବାରୁକର ପୁତ୍ର ମାସେୟ, ସେହି ବାରୁକ କଲ୍ହୋଷିର ପୁତ୍ର, କଲ୍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍ର ପୁତ୍ର, ଯୋୟାରୀବ୍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର । 6. ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀର ପୁରୁଷ ଯିରୂଶାଲମରେ ବାସ କଲେ । 7. ବିନ୍ୟାମୀନର ସନ୍ତାନଗଣ, ଯଥା, ମଶୁଲ୍ଲମ୍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍ ଯୋୟେଦ୍ର ପୁତ୍ର, ଯୋୟଦ୍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର । 8. ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ । 9. ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୟାର ପୁତ୍ର ଯିହୁଦା ନଗରର ଦ୍ଵିତୀୟ କର୍ତ୍ତା ଥିଲା । 10. ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବର ପୁତ୍ର ଯିଦୟୀୟ, ଯାଖୀନ, 11. ହିଲ୍‍କୀୟର ପୁତ୍ର ସରାୟ, ସେହି ହିଲ୍‍କୀୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ୍ ସାଦୋକର ପୁତ୍ର, ସାଦୋକ୍ ମରାୟୋତର ପୁତ୍ର, ମରାୟୋତ୍ ଅହୀଟୂବ୍ର ପୁତ୍ର, ଅହୀଟୂବ୍ ପରମେଶ୍ଵରଙ୍କ ଗୃହର ଅଧ୍ୟକ୍ଷ ଥିଲା । 12. ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମ୍ର ପୁତ୍ର ଅଦାୟା, ସେହି ଯିରୋହମ୍ ପଲଲୀୟର ପୁତ୍ର, ପଲଲୀୟ ଅମ୍ସିର ପୁତ୍ର, ଅମ୍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍ହୂରର ପୁତ୍ର, ପଶ୍ହୂର ମଲ୍‍କିୟେଲର ପୁତ୍ର, 13. ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍ର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍ର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର, 14. ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା । 15. ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍ର ପୁତ୍ର ଶମୟୀୟ, ସେହି ହଶୂବ୍ ଅସ୍ରୀକାମ୍ର ପୁତ୍ର, ଅସ୍ରୀକାମ୍ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର; 16. ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ଵରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ; 17. ଆଉ, ଆସଫର ବଂଶଜାତ ସବ୍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍ବୁକୀୟ ଦ୍ଵିତୀୟ ଥିଲା; ପୁଣି, ଯିଦୂଥୂନ-ବଂଶଜାତ ଗାଲଲର ପୌତ୍ର ଶମ୍ମୂୟର ପୁତ୍ର ଅବ୍ଦ । 18. ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ । 19. ଆହୁରି, ଦ୍ଵାରପାଳ ଅକ୍କୂବ୍, ଟଲ୍ମୋନ ଓ ନଗର-ଦ୍ଵାରସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ । 20. ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟ-ମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ରହିଲେ । 21. ନଥୀନୀୟ ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ । 22. ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମର୍ତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ଵରଙ୍କ ଗୃହକାର୍ଯ୍ୟର ତତ୍ତ୍ଵାବଧାରଣ କଲା । 23. କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତି ଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା । 24. ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା। 25. ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍, କିରୀୟଥ୍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ତହିଁର ଉପନଗରରେ, ଯିକବ୍ସେଲ ଓ ତହିଁର ଗ୍ରାମରେ; 26. ଆଉ ଯେଶୂୟରେ, ମୋଲାଦାରେ ଓ ବୈଥ୍ପେଲଟରେ; 27. ଆଉ ହତ୍ସର-ଶୁୟାଲରେ, ବେର୍ଶେବା ଓ ତହିଁର ଉପନଗରରେ; 28. ଆଉ ସିକ୍ଲଗ୍ରେ, ମକୋନା ଓ ତହିଁର ଉପନଗରରେ; 29. ଆଉ ଐନ୍-ରିମ୍ମୋଣରେ, ସରାୟରେ ଓ ଯର୍ମୁତରେ; 30. ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ । ଏହିରୂପେ ସେମାନେ ବେର୍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ । 31. ବିନ୍ୟାମୀନ-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ଉପନଗରରେ; 32. ଅନାଥୋତ, ନୋବ ଓ ଅନନୀୟାରେ; 33. ହାତ୍ସୋର, ରାମା, ଗିତ୍ତୟିମରେ; 34. ହାଦୀଦ୍, ସବୋୟିମ, ନବଲ୍ଲାଟରେ; 35. ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ । 36. ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ ।
1. ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ । .::. 2. ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ଵେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ । .::. 3. ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ⇧ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ । .::. 4. ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ । ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ; .::. 5. ଆଉ, ବାରୁକର ପୁତ୍ର ମାସେୟ, ସେହି ବାରୁକ କଲ୍ହୋଷିର ପୁତ୍ର, କଲ୍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍ର ପୁତ୍ର, ଯୋୟାରୀବ୍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର । .::. 6. ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀର ପୁରୁଷ ଯିରୂଶାଲମରେ ବାସ କଲେ । .::. 7. ବିନ୍ୟାମୀନର ସନ୍ତାନଗଣ, ଯଥା, ମଶୁଲ୍ଲମ୍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍ ଯୋୟେଦ୍ର ପୁତ୍ର, ଯୋୟଦ୍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର । .::. 8. ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ । .::. 9. ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୟାର ପୁତ୍ର ଯିହୁଦା ନଗରର ଦ୍ଵିତୀୟ କର୍ତ୍ତା ଥିଲା । .::. 10. ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବର ପୁତ୍ର ଯିଦୟୀୟ, ଯାଖୀନ, .::. 11. ହିଲ୍‍କୀୟର ପୁତ୍ର ସରାୟ, ସେହି ହିଲ୍‍କୀୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ୍ ସାଦୋକର ପୁତ୍ର, ସାଦୋକ୍ ମରାୟୋତର ପୁତ୍ର, ମରାୟୋତ୍ ଅହୀଟୂବ୍ର ପୁତ୍ର, ଅହୀଟୂବ୍ ପରମେଶ୍ଵରଙ୍କ ଗୃହର ଅଧ୍ୟକ୍ଷ ଥିଲା । .::. 12. ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମ୍ର ପୁତ୍ର ଅଦାୟା, ସେହି ଯିରୋହମ୍ ପଲଲୀୟର ପୁତ୍ର, ପଲଲୀୟ ଅମ୍ସିର ପୁତ୍ର, ଅମ୍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍ହୂରର ପୁତ୍ର, ପଶ୍ହୂର ମଲ୍‍କିୟେଲର ପୁତ୍ର, .::. 13. ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍ର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍ର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର, .::. 14. ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା । .::. 15. ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍ର ପୁତ୍ର ଶମୟୀୟ, ସେହି ହଶୂବ୍ ଅସ୍ରୀକାମ୍ର ପୁତ୍ର, ଅସ୍ରୀକାମ୍ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର; .::. 16. ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ଵରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ; .::. 17. ଆଉ, ଆସଫର ବଂଶଜାତ ସବ୍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍ବୁକୀୟ ଦ୍ଵିତୀୟ ଥିଲା; ପୁଣି, ଯିଦୂଥୂନ-ବଂଶଜାତ ଗାଲଲର ପୌତ୍ର ଶମ୍ମୂୟର ପୁତ୍ର ଅବ୍ଦ । .::. 18. ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ । .::. 19. ଆହୁରି, ଦ୍ଵାରପାଳ ଅକ୍କୂବ୍, ଟଲ୍ମୋନ ଓ ନଗର-ଦ୍ଵାରସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ । .::. 20. ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟ-ମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ରହିଲେ । .::. 21. ନଥୀନୀୟ ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ । .::. 22. ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମର୍ତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ଵରଙ୍କ ଗୃହକାର୍ଯ୍ୟର ତତ୍ତ୍ଵାବଧାରଣ କଲା । .::. 23. କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତି ଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା । .::. 24. ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା। .::. 25. ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍, କିରୀୟଥ୍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ତହିଁର ଉପନଗରରେ, ଯିକବ୍ସେଲ ଓ ତହିଁର ଗ୍ରାମରେ; .::. 26. ଆଉ ଯେଶୂୟରେ, ମୋଲାଦାରେ ଓ ବୈଥ୍ପେଲଟରେ; .::. 27. ଆଉ ହତ୍ସର-ଶୁୟାଲରେ, ବେର୍ଶେବା ଓ ତହିଁର ଉପନଗରରେ; .::. 28. ଆଉ ସିକ୍ଲଗ୍ରେ, ମକୋନା ଓ ତହିଁର ଉପନଗରରେ; .::. 29. ଆଉ ଐନ୍-ରିମ୍ମୋଣରେ, ସରାୟରେ ଓ ଯର୍ମୁତରେ; .::. 30. ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ । ଏହିରୂପେ ସେମାନେ ବେର୍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ । .::. 31. ବିନ୍ୟାମୀନ-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ଉପନଗରରେ; .::. 32. ଅନାଥୋତ, ନୋବ ଓ ଅନନୀୟାରେ; .::. 33. ହାତ୍ସୋର, ରାମା, ଗିତ୍ତୟିମରେ; .::. 34. ହାଦୀଦ୍, ସବୋୟିମ, ନବଲ୍ଲାଟରେ; .::. 35. ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ । .::. 36. ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ । .::.
  • ନିହିମିୟା ଅଧ୍ୟାୟ 1  
  • ନିହିମିୟା ଅଧ୍ୟାୟ 2  
  • ନିହିମିୟା ଅଧ୍ୟାୟ 3  
  • ନିହିମିୟା ଅଧ୍ୟାୟ 4  
  • ନିହିମିୟା ଅଧ୍ୟାୟ 5  
  • ନିହିମିୟା ଅଧ୍ୟାୟ 6  
  • ନିହିମିୟା ଅଧ୍ୟାୟ 7  
  • ନିହିମିୟା ଅଧ୍ୟାୟ 8  
  • ନିହିମିୟା ଅଧ୍ୟାୟ 9  
  • ନିହିମିୟା ଅଧ୍ୟାୟ 10  
  • ନିହିମିୟା ଅଧ୍ୟାୟ 11  
  • ନିହିମିୟା ଅଧ୍ୟାୟ 12  
  • ନିହିମିୟା ଅଧ୍ୟାୟ 13  
×

Alert

×

oriya Letters Keypad References