ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଗୀତସଂହିତା

ଗୀତସଂହିତା ଅଧ୍ୟାୟ 73

1 ଆସଫର ଗୀତ । ପରମେଶ୍ଵର ଇସ୍ରାଏଲ ପ୍ରତି, ନିର୍ମଳାନ୍ତଃ- କରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ଵରୂପ ଅଟନ୍ତି । 2 ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା; ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା । 3 କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ଵିତ ହେଲି । 4 ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ; ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ । 5 ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ; କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ । 6 ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ଵରୂପ ହୁଏ; ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ । 7 ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ; ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି । 8 ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି; ସେମାନେ ଦମ୍ଭ କଥା କହନ୍ତି । 9 ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି ଓ ସେମାନଙ୍କ ଜିହ୍ଵା ପୃଥିବୀରେ ଭ୍ରମଣ କରେ । 10 ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି; ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ଵାରା ନିଗିଡ଼ାଯାଏ । 11 ଆଉ, ସେମାନେ କହନ୍ତି, ପରମେଶ୍ଵର କିପରି ଜାଣିବେ? ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି? 12 ଦେଖ, ଏମାନେ ଦୁଷ୍ଟଲୋକ; ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି । 13 ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି; 14 କାରଣ ମୁଁ ଦିନଯାକ ଆଘାତ ଓ ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି । 15 ଏରୂପ କହିବି ବୋଲି ଯେବେ ମୁଁ କହିଥାʼନ୍ତି; ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ଵାସଘାତକତା କରିଥାʼନ୍ତି । 16 ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ ମୋʼ ପ୍ରତି ତାହା ଅତି କଷ୍ଟକର ହେଲା; 17 ଶେଷରେ ମୁଁ ପରମେଶ୍ଵରଙ୍କ ଧର୍ମଧାମକୁ ଗଲି ଓ ସେମାନଙ୍କର ଶେଷଫଳ ବିବେଚନା କଲି । 18 ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ; ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ । 19 ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତିଣ! ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି । 20 ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ଵପ୍ନ, ସେପରି, ହେ ପ୍ରଭୋ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକି ତୁଚ୍ଛଜ୍ଞାନ କରିବ । 21 ମୋହର ହୃଦୟ ଦୁଃଖିତ ହୋଇଥିଲା ଓ ମୋହର ମର୍ମ ବିଦ୍ଧ ହୋଇଥିଲା । 22 ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ, ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି । 23 ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ । 24 ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ । 25 ସ୍ଵର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି? ଓ ଭୂମଣ୍ତଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ । 26 ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; ମାତ୍ର ପରମେଶ୍ଵର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ଵରୂପ ଅଟନ୍ତି । 27 କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ; ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ । 28 ମାତ୍ର ପରମେଶ୍ଵରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ; ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ଵରୂପ କରିଅଛି ।
1. ଆସଫର ଗୀତ । ପରମେଶ୍ଵର ଇସ୍ରାଏଲ ପ୍ରତି, ନିର୍ମଳାନ୍ତଃ- କରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ଵରୂପ ଅଟନ୍ତି । 2. ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା; ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା । 3. କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ଵିତ ହେଲି । 4. ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ; ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ । 5. ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ; କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ । 6. ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ଵରୂପ ହୁଏ; ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ । 7. ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ; ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି । 8. ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି; ସେମାନେ ଦମ୍ଭ କଥା କହନ୍ତି । 9. ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି ଓ ସେମାନଙ୍କ ଜିହ୍ଵା ପୃଥିବୀରେ ଭ୍ରମଣ କରେ । 10. ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି; ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ଵାରା ନିଗିଡ଼ାଯାଏ । 11. ଆଉ, ସେମାନେ କହନ୍ତି, ପରମେଶ୍ଵର କିପରି ଜାଣିବେ? ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି? 12. ଦେଖ, ଏମାନେ ଦୁଷ୍ଟଲୋକ; ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି । 13. ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି; 14. କାରଣ ମୁଁ ଦିନଯାକ ଆଘାତ ଓ ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି । 15. ଏରୂପ କହିବି ବୋଲି ଯେବେ ମୁଁ କହିଥାʼନ୍ତି; ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ଵାସଘାତକତା କରିଥାʼନ୍ତି । 16. ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ ମୋʼ ପ୍ରତି ତାହା ଅତି କଷ୍ଟକର ହେଲା; 17. ଶେଷରେ ମୁଁ ପରମେଶ୍ଵରଙ୍କ ଧର୍ମଧାମକୁ ଗଲି ଓ ସେମାନଙ୍କର ଶେଷଫଳ ବିବେଚନା କଲି । 18. ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ; ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ । 19. ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତିଣ! ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି । 20. ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ଵପ୍ନ, ସେପରି, ହେ ପ୍ରଭୋ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକି ତୁଚ୍ଛଜ୍ଞାନ କରିବ । 21. ମୋହର ହୃଦୟ ଦୁଃଖିତ ହୋଇଥିଲା ଓ ମୋହର ମର୍ମ ବିଦ୍ଧ ହୋଇଥିଲା । 22. ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ, ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି । 23. ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ । 24. ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ । 25. ସ୍ଵର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି? ଓ ଭୂମଣ୍ତଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ । 26. ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; ମାତ୍ର ପରମେଶ୍ଵର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ଵରୂପ ଅଟନ୍ତି । 27. କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ; ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ । 28. ମାତ୍ର ପରମେଶ୍ଵରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ; ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ଵରୂପ କରିଅଛି ।
  • ଗୀତସଂହିତା ଅଧ୍ୟାୟ 1  
  • ଗୀତସଂହିତା ଅଧ୍ୟାୟ 2  
  • ଗୀତସଂହିତା ଅଧ୍ୟାୟ 3  
  • ଗୀତସଂହିତା ଅଧ୍ୟାୟ 4  
  • ଗୀତସଂହିତା ଅଧ୍ୟାୟ 5  
  • ଗୀତସଂହିତା ଅଧ୍ୟାୟ 6  
  • ଗୀତସଂହିତା ଅଧ୍ୟାୟ 7  
  • ଗୀତସଂହିତା ଅଧ୍ୟାୟ 8  
  • ଗୀତସଂହିତା ଅଧ୍ୟାୟ 9  
  • ଗୀତସଂହିତା ଅଧ୍ୟାୟ 10  
  • ଗୀତସଂହିତା ଅଧ୍ୟାୟ 11  
  • ଗୀତସଂହିତା ଅଧ୍ୟାୟ 12  
  • ଗୀତସଂହିତା ଅଧ୍ୟାୟ 13  
  • ଗୀତସଂହିତା ଅଧ୍ୟାୟ 14  
  • ଗୀତସଂହିତା ଅଧ୍ୟାୟ 15  
  • ଗୀତସଂହିତା ଅଧ୍ୟାୟ 16  
  • ଗୀତସଂହିତା ଅଧ୍ୟାୟ 17  
  • ଗୀତସଂହିତା ଅଧ୍ୟାୟ 18  
  • ଗୀତସଂହିତା ଅଧ୍ୟାୟ 19  
  • ଗୀତସଂହିତା ଅଧ୍ୟାୟ 20  
  • ଗୀତସଂହିତା ଅଧ୍ୟାୟ 21  
  • ଗୀତସଂହିତା ଅଧ୍ୟାୟ 22  
  • ଗୀତସଂହିତା ଅଧ୍ୟାୟ 23  
  • ଗୀତସଂହିତା ଅଧ୍ୟାୟ 24  
  • ଗୀତସଂହିତା ଅଧ୍ୟାୟ 25  
  • ଗୀତସଂହିତା ଅଧ୍ୟାୟ 26  
  • ଗୀତସଂହିତା ଅଧ୍ୟାୟ 27  
  • ଗୀତସଂହିତା ଅଧ୍ୟାୟ 28  
  • ଗୀତସଂହିତା ଅଧ୍ୟାୟ 29  
  • ଗୀତସଂହିତା ଅଧ୍ୟାୟ 30  
  • ଗୀତସଂହିତା ଅଧ୍ୟାୟ 31  
  • ଗୀତସଂହିତା ଅଧ୍ୟାୟ 32  
  • ଗୀତସଂହିତା ଅଧ୍ୟାୟ 33  
  • ଗୀତସଂହିତା ଅଧ୍ୟାୟ 34  
  • ଗୀତସଂହିତା ଅଧ୍ୟାୟ 35  
  • ଗୀତସଂହିତା ଅଧ୍ୟାୟ 36  
  • ଗୀତସଂହିତା ଅଧ୍ୟାୟ 37  
  • ଗୀତସଂହିତା ଅଧ୍ୟାୟ 38  
  • ଗୀତସଂହିତା ଅଧ୍ୟାୟ 39  
  • ଗୀତସଂହିତା ଅଧ୍ୟାୟ 40  
  • ଗୀତସଂହିତା ଅଧ୍ୟାୟ 41  
  • ଗୀତସଂହିତା ଅଧ୍ୟାୟ 42  
  • ଗୀତସଂହିତା ଅଧ୍ୟାୟ 43  
  • ଗୀତସଂହିତା ଅଧ୍ୟାୟ 44  
  • ଗୀତସଂହିତା ଅଧ୍ୟାୟ 45  
  • ଗୀତସଂହିତା ଅଧ୍ୟାୟ 46  
  • ଗୀତସଂହିତା ଅଧ୍ୟାୟ 47  
  • ଗୀତସଂହିତା ଅଧ୍ୟାୟ 48  
  • ଗୀତସଂହିତା ଅଧ୍ୟାୟ 49  
  • ଗୀତସଂହିତା ଅଧ୍ୟାୟ 50  
  • ଗୀତସଂହିତା ଅଧ୍ୟାୟ 51  
  • ଗୀତସଂହିତା ଅଧ୍ୟାୟ 52  
  • ଗୀତସଂହିତା ଅଧ୍ୟାୟ 53  
  • ଗୀତସଂହିତା ଅଧ୍ୟାୟ 54  
  • ଗୀତସଂହିତା ଅଧ୍ୟାୟ 55  
  • ଗୀତସଂହିତା ଅଧ୍ୟାୟ 56  
  • ଗୀତସଂହିତା ଅଧ୍ୟାୟ 57  
  • ଗୀତସଂହିତା ଅଧ୍ୟାୟ 58  
  • ଗୀତସଂହିତା ଅଧ୍ୟାୟ 59  
  • ଗୀତସଂହିତା ଅଧ୍ୟାୟ 60  
  • ଗୀତସଂହିତା ଅଧ୍ୟାୟ 61  
  • ଗୀତସଂହିତା ଅଧ୍ୟାୟ 62  
  • ଗୀତସଂହିତା ଅଧ୍ୟାୟ 63  
  • ଗୀତସଂହିତା ଅଧ୍ୟାୟ 64  
  • ଗୀତସଂହିତା ଅଧ୍ୟାୟ 65  
  • ଗୀତସଂହିତା ଅଧ୍ୟାୟ 66  
  • ଗୀତସଂହିତା ଅଧ୍ୟାୟ 67  
  • ଗୀତସଂହିତା ଅଧ୍ୟାୟ 68  
  • ଗୀତସଂହିତା ଅଧ୍ୟାୟ 69  
  • ଗୀତସଂହିତା ଅଧ୍ୟାୟ 70  
  • ଗୀତସଂହିତା ଅଧ୍ୟାୟ 71  
  • ଗୀତସଂହିତା ଅଧ୍ୟାୟ 72  
  • ଗୀତସଂହିତା ଅଧ୍ୟାୟ 73  
  • ଗୀତସଂହିତା ଅଧ୍ୟାୟ 74  
  • ଗୀତସଂହିତା ଅଧ୍ୟାୟ 75  
  • ଗୀତସଂହିତା ଅଧ୍ୟାୟ 76  
  • ଗୀତସଂହିତା ଅଧ୍ୟାୟ 77  
  • ଗୀତସଂହିତା ଅଧ୍ୟାୟ 78  
  • ଗୀତସଂହିତା ଅଧ୍ୟାୟ 79  
  • ଗୀତସଂହିତା ଅଧ୍ୟାୟ 80  
  • ଗୀତସଂହିତା ଅଧ୍ୟାୟ 81  
  • ଗୀତସଂହିତା ଅଧ୍ୟାୟ 82  
  • ଗୀତସଂହିତା ଅଧ୍ୟାୟ 83  
  • ଗୀତସଂହିତା ଅଧ୍ୟାୟ 84  
  • ଗୀତସଂହିତା ଅଧ୍ୟାୟ 85  
  • ଗୀତସଂହିତା ଅଧ୍ୟାୟ 86  
  • ଗୀତସଂହିତା ଅଧ୍ୟାୟ 87  
  • ଗୀତସଂହିତା ଅଧ୍ୟାୟ 88  
  • ଗୀତସଂହିତା ଅଧ୍ୟାୟ 89  
  • ଗୀତସଂହିତା ଅଧ୍ୟାୟ 90  
  • ଗୀତସଂହିତା ଅଧ୍ୟାୟ 91  
  • ଗୀତସଂହିତା ଅଧ୍ୟାୟ 92  
  • ଗୀତସଂହିତା ଅଧ୍ୟାୟ 93  
  • ଗୀତସଂହିତା ଅଧ୍ୟାୟ 94  
  • ଗୀତସଂହିତା ଅଧ୍ୟାୟ 95  
  • ଗୀତସଂହିତା ଅଧ୍ୟାୟ 96  
  • ଗୀତସଂହିତା ଅଧ୍ୟାୟ 97  
  • ଗୀତସଂହିତା ଅଧ୍ୟାୟ 98  
  • ଗୀତସଂହିତା ଅଧ୍ୟାୟ 99  
  • ଗୀତସଂହିତା ଅଧ୍ୟାୟ 100  
  • ଗୀତସଂହିତା ଅଧ୍ୟାୟ 101  
  • ଗୀତସଂହିତା ଅଧ୍ୟାୟ 102  
  • ଗୀତସଂହିତା ଅଧ୍ୟାୟ 103  
  • ଗୀତସଂହିତା ଅଧ୍ୟାୟ 104  
  • ଗୀତସଂହିତା ଅଧ୍ୟାୟ 105  
  • ଗୀତସଂହିତା ଅଧ୍ୟାୟ 106  
  • ଗୀତସଂହିତା ଅଧ୍ୟାୟ 107  
  • ଗୀତସଂହିତା ଅଧ୍ୟାୟ 108  
  • ଗୀତସଂହିତା ଅଧ୍ୟାୟ 109  
  • ଗୀତସଂହିତା ଅଧ୍ୟାୟ 110  
  • ଗୀତସଂହିତା ଅଧ୍ୟାୟ 111  
  • ଗୀତସଂହିତା ଅଧ୍ୟାୟ 112  
  • ଗୀତସଂହିତା ଅଧ୍ୟାୟ 113  
  • ଗୀତସଂହିତା ଅଧ୍ୟାୟ 114  
  • ଗୀତସଂହିତା ଅଧ୍ୟାୟ 115  
  • ଗୀତସଂହିତା ଅଧ୍ୟାୟ 116  
  • ଗୀତସଂହିତା ଅଧ୍ୟାୟ 117  
  • ଗୀତସଂହିତା ଅଧ୍ୟାୟ 118  
  • ଗୀତସଂହିତା ଅଧ୍ୟାୟ 119  
  • ଗୀତସଂହିତା ଅଧ୍ୟାୟ 120  
  • ଗୀତସଂହିତା ଅଧ୍ୟାୟ 121  
  • ଗୀତସଂହିତା ଅଧ୍ୟାୟ 122  
  • ଗୀତସଂହିତା ଅଧ୍ୟାୟ 123  
  • ଗୀତସଂହିତା ଅଧ୍ୟାୟ 124  
  • ଗୀତସଂହିତା ଅଧ୍ୟାୟ 125  
  • ଗୀତସଂହିତା ଅଧ୍ୟାୟ 126  
  • ଗୀତସଂହିତା ଅଧ୍ୟାୟ 127  
  • ଗୀତସଂହିତା ଅଧ୍ୟାୟ 128  
  • ଗୀତସଂହିତା ଅଧ୍ୟାୟ 129  
  • ଗୀତସଂହିତା ଅଧ୍ୟାୟ 130  
  • ଗୀତସଂହିତା ଅଧ୍ୟାୟ 131  
  • ଗୀତସଂହିତା ଅଧ୍ୟାୟ 132  
  • ଗୀତସଂହିତା ଅଧ୍ୟାୟ 133  
  • ଗୀତସଂହିତା ଅଧ୍ୟାୟ 134  
  • ଗୀତସଂହିତା ଅଧ୍ୟାୟ 135  
  • ଗୀତସଂହିତା ଅଧ୍ୟାୟ 136  
  • ଗୀତସଂହିତା ଅଧ୍ୟାୟ 137  
  • ଗୀତସଂହିତା ଅଧ୍ୟାୟ 138  
  • ଗୀତସଂହିତା ଅଧ୍ୟାୟ 139  
  • ଗୀତସଂହିତା ଅଧ୍ୟାୟ 140  
  • ଗୀତସଂହିତା ଅଧ୍ୟାୟ 141  
  • ଗୀତସଂହିତା ଅଧ୍ୟାୟ 142  
  • ଗୀତସଂହିତା ଅଧ୍ୟାୟ 143  
  • ଗୀତସଂହିତା ଅଧ୍ୟାୟ 144  
  • ଗୀତସଂହିତା ଅଧ୍ୟାୟ 145  
  • ଗୀତସଂହିତା ଅଧ୍ୟାୟ 146  
  • ଗୀତସଂହିତା ଅଧ୍ୟାୟ 147  
  • ଗୀତସଂହିତା ଅଧ୍ୟାୟ 148  
  • ଗୀତସଂହିତା ଅଧ୍ୟାୟ 149  
  • ଗୀତସଂହିତା ଅଧ୍ୟାୟ 150  
×

Alert

×

Oriya Letters Keypad References