ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା

Notes

No Verse Added

ଗୀତସଂହିତା ଅଧ୍ୟାୟ 22

1. ପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍-ହସଶହର (ଅଋଣର ମୃଗୀ) ସ୍ଵରରେ ଦାଉଦଙ୍କର ଗୀତ । ହେ ମୋହର ପରମେଶ୍ଵର, ହେ ମୋହର ପରମେଶ୍ଵର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୋତେ ସାହାଯ୍ୟ କରିବାରୁ ଓ ମୋʼ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ? 2. ହେ ମୋହର ପରମେଶ୍ଵର, ମୁଁ ଦିନ ବେଳେ ଡାକେ, ମାତ୍ର ତୁମ୍ଭେ ଉତ୍ତର ଦେଉନାହଁ, ଆଉ ରାତ୍ରିକାଳରେ ଡାକେ, ପୁଣି ନୀରବ ନ ରହେ । 3. ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍, ତୁମ୍ଭେ ପବିତ୍ର ଅଟ । 4. ଆମ୍ଭମାନଙ୍କ ପିତୃପୁରୁଷଗଣ ତୁମ୍ଭଠାରେ ବିଶ୍ଵାସ କଲେ; ସେମାନେ ବିଶ୍ଵାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ । 5. ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ; ସେମାନେ ତୁମ୍ଭଠାରେ ବିଶ୍ଵାସ କଲେ, ଆଉ ଲଜ୍ଜିତ ନୋହିଲେ । 6. ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ; ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ । 7. ମୋତେ ଦେଖିବା ଲୋକସମସ୍ତେ ମୋତେ ପରିହାସ କରନ୍ତି; ସେମାନେ ଓଷ୍ଠ ଲମ୍ଵାଇ, ମସ୍ତକ ହଲାଇ କହନ୍ତି, 8. ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା; ସେ ତାହାକୁ ଉଦ୍ଧାର କରନ୍ତୁ; ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ । 9. ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ; ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ଵାସ ଜନ୍ମାଇଅଛ । 10. ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି; ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ଵର ଅଟ । 11. ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ; ସାହାଯ୍ୟକାରୀ କେହି ନାହିଁ । 12. ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି; ବାଶନର ବଳବାନ ବୃଷଗଣ ମୋତେ ଘେରିଅଛନ୍ତି । 13. ସେମାନେ ଗ୍ରାସେଚ୍ଛୁ ଓ ଗର୍ଜ୍ଜନକାରୀ ସିଂହ ତୁଲ୍ୟ ମୋʼ ପ୍ରତି ମୁଖ ମେଲାଇ ଅଛନ୍ତି । 14. ମୁଁ ଜଳ ପରି ଢଳା ହେଉଅଛି ଓ ମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି । ମୋହର ହୃଦୟ ମହମ ପରି ହୋଇଅଛି; ତାହା ମୋʼ ଅନ୍ତ୍ର ମଧ୍ୟରେ ତରଳି ଯାଏ । 15. ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି; ଆଉ, ମୋହର ଜିହ୍ଵା ତାଳୁରେ ଲାଗି ଯାଉଅଛି; ପୁଣି, ତୁମ୍ଭେ ମୋହର ମୃତ୍ୟୁର ଧୂଳିକି ଆଣିଅଛ । 16. କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି; ଦୁରାଚାରୀମାନଙ୍କ ମଣ୍ତଳୀ ମୋତେ ବେଢ଼ିଅଛନ୍ତି; ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି । 17. ମୁଁ ଆପଣା ଅସ୍ଥିସବୁ ଗଣିପାରେ; ସେମାନେ ମୋତେ ଅନାଇ ଚାହିଁ ରହିଥାʼନ୍ତି । 18. ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋʼ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି । 19. ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ; ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ଵର ହୁଅ । 20. ଖଡ଼୍‍ଗରୁ ମୋʼ ପ୍ରାଣକୁ ଓ କୁକ୍କୁରର ବଳରୁ ମୋହର ଏକମାତ୍ର (ଆତ୍ମାକୁ) ଉଦ୍ଧାର କର । 21. ସିଂହର ମୁଖରୁ ମୋତେ ନିସ୍ତାର କର; ହଁ, ଅରଣାର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ । 22. ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି; ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି । 23. ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର; ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ । 24. କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି । କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି; ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ । 25. ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସା ଭୂମି; ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି । 26. ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ; ସଦାପ୍ରଭୁଙ୍କ ଅନ୍ଵେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ; ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ । 27. ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ । 28. କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ; ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି । 29. ପୃଥିବୀସ୍ଥ ପୁଷ୍ଟ ଲୋକସମସ୍ତେ ଭୋଜନ କରି ପ୍ରଣାମ କରିବେ; ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍, ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ । 30. ଏକ ବଂଶ ତାହାଙ୍କର ସେବା କରିବେ; ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ । 31. ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ, ସେ ଏହା ସାଧନ କରିଅଛନ୍ତି ।
1. ପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍-ହସଶହର (ଅଋଣର ମୃଗୀ) ସ୍ଵରରେ ଦାଉଦଙ୍କର ଗୀତ । ହେ ମୋହର ପରମେଶ୍ଵର, ହେ ମୋହର ପରମେଶ୍ଵର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ? ମୋତେ ସାହାଯ୍ୟ କରିବାରୁ ଓ ମୋʼ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ? .::. 2. ହେ ମୋହର ପରମେଶ୍ଵର, ମୁଁ ଦିନ ବେଳେ ଡାକେ, ମାତ୍ର ତୁମ୍ଭେ ଉତ୍ତର ଦେଉନାହଁ, ଆଉ ରାତ୍ରିକାଳରେ ଡାକେ, ପୁଣି ନୀରବ ନ ରହେ । .::. 3. ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍, ତୁମ୍ଭେ ପବିତ୍ର ଅଟ । .::. 4. ଆମ୍ଭମାନଙ୍କ ପିତୃପୁରୁଷଗଣ ତୁମ୍ଭଠାରେ ବିଶ୍ଵାସ କଲେ; ସେମାନେ ବିଶ୍ଵାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ । .::. 5. ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ; ସେମାନେ ତୁମ୍ଭଠାରେ ବିଶ୍ଵାସ କଲେ, ଆଉ ଲଜ୍ଜିତ ନୋହିଲେ । .::. 6. ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ; ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ । .::. 7. ମୋତେ ଦେଖିବା ଲୋକସମସ୍ତେ ମୋତେ ପରିହାସ କରନ୍ତି; ସେମାନେ ଓଷ୍ଠ ଲମ୍ଵାଇ, ମସ୍ତକ ହଲାଇ କହନ୍ତି, .::. 8. ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା; ସେ ତାହାକୁ ଉଦ୍ଧାର କରନ୍ତୁ; ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ । .::. 9. ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ; ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ଵାସ ଜନ୍ମାଇଅଛ । .::. 10. ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି; ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ଵର ଅଟ । .::. 11. ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ; ସାହାଯ୍ୟକାରୀ କେହି ନାହିଁ । .::. 12. ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି; ବାଶନର ବଳବାନ ବୃଷଗଣ ମୋତେ ଘେରିଅଛନ୍ତି । .::. 13. ସେମାନେ ଗ୍ରାସେଚ୍ଛୁ ଓ ଗର୍ଜ୍ଜନକାରୀ ସିଂହ ତୁଲ୍ୟ ମୋʼ ପ୍ରତି ମୁଖ ମେଲାଇ ଅଛନ୍ତି । .::. 14. ମୁଁ ଜଳ ପରି ଢଳା ହେଉଅଛି ଓ ମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି । ମୋହର ହୃଦୟ ମହମ ପରି ହୋଇଅଛି; ତାହା ମୋʼ ଅନ୍ତ୍ର ମଧ୍ୟରେ ତରଳି ଯାଏ । .::. 15. ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି; ଆଉ, ମୋହର ଜିହ୍ଵା ତାଳୁରେ ଲାଗି ଯାଉଅଛି; ପୁଣି, ତୁମ୍ଭେ ମୋହର ମୃତ୍ୟୁର ଧୂଳିକି ଆଣିଅଛ । .::. 16. କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି; ଦୁରାଚାରୀମାନଙ୍କ ମଣ୍ତଳୀ ମୋତେ ବେଢ଼ିଅଛନ୍ତି; ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି । .::. 17. ମୁଁ ଆପଣା ଅସ୍ଥିସବୁ ଗଣିପାରେ; ସେମାନେ ମୋତେ ଅନାଇ ଚାହିଁ ରହିଥାʼନ୍ତି । .::. 18. ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋʼ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି । .::. 19. ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ; ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ଵର ହୁଅ । .::. 20. ଖଡ଼୍‍ଗରୁ ମୋʼ ପ୍ରାଣକୁ ଓ କୁକ୍କୁରର ବଳରୁ ମୋହର ଏକମାତ୍ର (ଆତ୍ମାକୁ) ଉଦ୍ଧାର କର । .::. 21. ସିଂହର ମୁଖରୁ ମୋତେ ନିସ୍ତାର କର; ହଁ, ଅରଣାର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ । .::. 22. ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି; ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି । .::. 23. ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର; ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ । .::. 24. କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି । କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି; ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ । .::. 25. ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସା ଭୂମି; ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି । .::. 26. ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ; ସଦାପ୍ରଭୁଙ୍କ ଅନ୍ଵେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ; ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ । .::. 27. ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ । .::. 28. କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ; ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି । .::. 29. ପୃଥିବୀସ୍ଥ ପୁଷ୍ଟ ଲୋକସମସ୍ତେ ଭୋଜନ କରି ପ୍ରଣାମ କରିବେ; ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍, ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ । .::. 30. ଏକ ବଂଶ ତାହାଙ୍କର ସେବା କରିବେ; ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ । .::. 31. ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ, ସେ ଏହା ସାଧନ କରିଅଛନ୍ତି । .::.
  • ଗୀତସଂହିତା ଅଧ୍ୟାୟ 1  
  • ଗୀତସଂହିତା ଅଧ୍ୟାୟ 2  
  • ଗୀତସଂହିତା ଅଧ୍ୟାୟ 3  
  • ଗୀତସଂହିତା ଅଧ୍ୟାୟ 4  
  • ଗୀତସଂହିତା ଅଧ୍ୟାୟ 5  
  • ଗୀତସଂହିତା ଅଧ୍ୟାୟ 6  
  • ଗୀତସଂହିତା ଅଧ୍ୟାୟ 7  
  • ଗୀତସଂହିତା ଅଧ୍ୟାୟ 8  
  • ଗୀତସଂହିତା ଅଧ୍ୟାୟ 9  
  • ଗୀତସଂହିତା ଅଧ୍ୟାୟ 10  
  • ଗୀତସଂହିତା ଅଧ୍ୟାୟ 11  
  • ଗୀତସଂହିତା ଅଧ୍ୟାୟ 12  
  • ଗୀତସଂହିତା ଅଧ୍ୟାୟ 13  
  • ଗୀତସଂହିତା ଅଧ୍ୟାୟ 14  
  • ଗୀତସଂହିତା ଅଧ୍ୟାୟ 15  
  • ଗୀତସଂହିତା ଅଧ୍ୟାୟ 16  
  • ଗୀତସଂହିତା ଅଧ୍ୟାୟ 17  
  • ଗୀତସଂହିତା ଅଧ୍ୟାୟ 18  
  • ଗୀତସଂହିତା ଅଧ୍ୟାୟ 19  
  • ଗୀତସଂହିତା ଅଧ୍ୟାୟ 20  
  • ଗୀତସଂହିତା ଅଧ୍ୟାୟ 21  
  • ଗୀତସଂହିତା ଅଧ୍ୟାୟ 22  
  • ଗୀତସଂହିତା ଅଧ୍ୟାୟ 23  
  • ଗୀତସଂହିତା ଅଧ୍ୟାୟ 24  
  • ଗୀତସଂହିତା ଅଧ୍ୟାୟ 25  
  • ଗୀତସଂହିତା ଅଧ୍ୟାୟ 26  
  • ଗୀତସଂହିତା ଅଧ୍ୟାୟ 27  
  • ଗୀତସଂହିତା ଅଧ୍ୟାୟ 28  
  • ଗୀତସଂହିତା ଅଧ୍ୟାୟ 29  
  • ଗୀତସଂହିତା ଅଧ୍ୟାୟ 30  
  • ଗୀତସଂହିତା ଅଧ୍ୟାୟ 31  
  • ଗୀତସଂହିତା ଅଧ୍ୟାୟ 32  
  • ଗୀତସଂହିତା ଅଧ୍ୟାୟ 33  
  • ଗୀତସଂହିତା ଅଧ୍ୟାୟ 34  
  • ଗୀତସଂହିତା ଅଧ୍ୟାୟ 35  
  • ଗୀତସଂହିତା ଅଧ୍ୟାୟ 36  
  • ଗୀତସଂହିତା ଅଧ୍ୟାୟ 37  
  • ଗୀତସଂହିତା ଅଧ୍ୟାୟ 38  
  • ଗୀତସଂହିତା ଅଧ୍ୟାୟ 39  
  • ଗୀତସଂହିତା ଅଧ୍ୟାୟ 40  
  • ଗୀତସଂହିତା ଅଧ୍ୟାୟ 41  
  • ଗୀତସଂହିତା ଅଧ୍ୟାୟ 42  
  • ଗୀତସଂହିତା ଅଧ୍ୟାୟ 43  
  • ଗୀତସଂହିତା ଅଧ୍ୟାୟ 44  
  • ଗୀତସଂହିତା ଅଧ୍ୟାୟ 45  
  • ଗୀତସଂହିତା ଅଧ୍ୟାୟ 46  
  • ଗୀତସଂହିତା ଅଧ୍ୟାୟ 47  
  • ଗୀତସଂହିତା ଅଧ୍ୟାୟ 48  
  • ଗୀତସଂହିତା ଅଧ୍ୟାୟ 49  
  • ଗୀତସଂହିତା ଅଧ୍ୟାୟ 50  
  • ଗୀତସଂହିତା ଅଧ୍ୟାୟ 51  
  • ଗୀତସଂହିତା ଅଧ୍ୟାୟ 52  
  • ଗୀତସଂହିତା ଅଧ୍ୟାୟ 53  
  • ଗୀତସଂହିତା ଅଧ୍ୟାୟ 54  
  • ଗୀତସଂହିତା ଅଧ୍ୟାୟ 55  
  • ଗୀତସଂହିତା ଅଧ୍ୟାୟ 56  
  • ଗୀତସଂହିତା ଅଧ୍ୟାୟ 57  
  • ଗୀତସଂହିତା ଅଧ୍ୟାୟ 58  
  • ଗୀତସଂହିତା ଅଧ୍ୟାୟ 59  
  • ଗୀତସଂହିତା ଅଧ୍ୟାୟ 60  
  • ଗୀତସଂହିତା ଅଧ୍ୟାୟ 61  
  • ଗୀତସଂହିତା ଅଧ୍ୟାୟ 62  
  • ଗୀତସଂହିତା ଅଧ୍ୟାୟ 63  
  • ଗୀତସଂହିତା ଅଧ୍ୟାୟ 64  
  • ଗୀତସଂହିତା ଅଧ୍ୟାୟ 65  
  • ଗୀତସଂହିତା ଅଧ୍ୟାୟ 66  
  • ଗୀତସଂହିତା ଅଧ୍ୟାୟ 67  
  • ଗୀତସଂହିତା ଅଧ୍ୟାୟ 68  
  • ଗୀତସଂହିତା ଅଧ୍ୟାୟ 69  
  • ଗୀତସଂହିତା ଅଧ୍ୟାୟ 70  
  • ଗୀତସଂହିତା ଅଧ୍ୟାୟ 71  
  • ଗୀତସଂହିତା ଅଧ୍ୟାୟ 72  
  • ଗୀତସଂହିତା ଅଧ୍ୟାୟ 73  
  • ଗୀତସଂହିତା ଅଧ୍ୟାୟ 74  
  • ଗୀତସଂହିତା ଅଧ୍ୟାୟ 75  
  • ଗୀତସଂହିତା ଅଧ୍ୟାୟ 76  
  • ଗୀତସଂହିତା ଅଧ୍ୟାୟ 77  
  • ଗୀତସଂହିତା ଅଧ୍ୟାୟ 78  
  • ଗୀତସଂହିତା ଅଧ୍ୟାୟ 79  
  • ଗୀତସଂହିତା ଅଧ୍ୟାୟ 80  
  • ଗୀତସଂହିତା ଅଧ୍ୟାୟ 81  
  • ଗୀତସଂହିତା ଅଧ୍ୟାୟ 82  
  • ଗୀତସଂହିତା ଅଧ୍ୟାୟ 83  
  • ଗୀତସଂହିତା ଅଧ୍ୟାୟ 84  
  • ଗୀତସଂହିତା ଅଧ୍ୟାୟ 85  
  • ଗୀତସଂହିତା ଅଧ୍ୟାୟ 86  
  • ଗୀତସଂହିତା ଅଧ୍ୟାୟ 87  
  • ଗୀତସଂହିତା ଅଧ୍ୟାୟ 88  
  • ଗୀତସଂହିତା ଅଧ୍ୟାୟ 89  
  • ଗୀତସଂହିତା ଅଧ୍ୟାୟ 90  
  • ଗୀତସଂହିତା ଅଧ୍ୟାୟ 91  
  • ଗୀତସଂହିତା ଅଧ୍ୟାୟ 92  
  • ଗୀତସଂହିତା ଅଧ୍ୟାୟ 93  
  • ଗୀତସଂହିତା ଅଧ୍ୟାୟ 94  
  • ଗୀତସଂହିତା ଅଧ୍ୟାୟ 95  
  • ଗୀତସଂହିତା ଅଧ୍ୟାୟ 96  
  • ଗୀତସଂହିତା ଅଧ୍ୟାୟ 97  
  • ଗୀତସଂହିତା ଅଧ୍ୟାୟ 98  
  • ଗୀତସଂହିତା ଅଧ୍ୟାୟ 99  
  • ଗୀତସଂହିତା ଅଧ୍ୟାୟ 100  
  • ଗୀତସଂହିତା ଅଧ୍ୟାୟ 101  
  • ଗୀତସଂହିତା ଅଧ୍ୟାୟ 102  
  • ଗୀତସଂହିତା ଅଧ୍ୟାୟ 103  
  • ଗୀତସଂହିତା ଅଧ୍ୟାୟ 104  
  • ଗୀତସଂହିତା ଅଧ୍ୟାୟ 105  
  • ଗୀତସଂହିତା ଅଧ୍ୟାୟ 106  
  • ଗୀତସଂହିତା ଅଧ୍ୟାୟ 107  
  • ଗୀତସଂହିତା ଅଧ୍ୟାୟ 108  
  • ଗୀତସଂହିତା ଅଧ୍ୟାୟ 109  
  • ଗୀତସଂହିତା ଅଧ୍ୟାୟ 110  
  • ଗୀତସଂହିତା ଅଧ୍ୟାୟ 111  
  • ଗୀତସଂହିତା ଅଧ୍ୟାୟ 112  
  • ଗୀତସଂହିତା ଅଧ୍ୟାୟ 113  
  • ଗୀତସଂହିତା ଅଧ୍ୟାୟ 114  
  • ଗୀତସଂହିତା ଅଧ୍ୟାୟ 115  
  • ଗୀତସଂହିତା ଅଧ୍ୟାୟ 116  
  • ଗୀତସଂହିତା ଅଧ୍ୟାୟ 117  
  • ଗୀତସଂହିତା ଅଧ୍ୟାୟ 118  
  • ଗୀତସଂହିତା ଅଧ୍ୟାୟ 119  
  • ଗୀତସଂହିତା ଅଧ୍ୟାୟ 120  
  • ଗୀତସଂହିତା ଅଧ୍ୟାୟ 121  
  • ଗୀତସଂହିତା ଅଧ୍ୟାୟ 122  
  • ଗୀତସଂହିତା ଅଧ୍ୟାୟ 123  
  • ଗୀତସଂହିତା ଅଧ୍ୟାୟ 124  
  • ଗୀତସଂହିତା ଅଧ୍ୟାୟ 125  
  • ଗୀତସଂହିତା ଅଧ୍ୟାୟ 126  
  • ଗୀତସଂହିତା ଅଧ୍ୟାୟ 127  
  • ଗୀତସଂହିତା ଅଧ୍ୟାୟ 128  
  • ଗୀତସଂହିତା ଅଧ୍ୟାୟ 129  
  • ଗୀତସଂହିତା ଅଧ୍ୟାୟ 130  
  • ଗୀତସଂହିତା ଅଧ୍ୟାୟ 131  
  • ଗୀତସଂହିତା ଅଧ୍ୟାୟ 132  
  • ଗୀତସଂହିତା ଅଧ୍ୟାୟ 133  
  • ଗୀତସଂହିତା ଅଧ୍ୟାୟ 134  
  • ଗୀତସଂହିତା ଅଧ୍ୟାୟ 135  
  • ଗୀତସଂହିତା ଅଧ୍ୟାୟ 136  
  • ଗୀତସଂହିତା ଅଧ୍ୟାୟ 137  
  • ଗୀତସଂହିତା ଅଧ୍ୟାୟ 138  
  • ଗୀତସଂହିତା ଅଧ୍ୟାୟ 139  
  • ଗୀତସଂହିତା ଅଧ୍ୟାୟ 140  
  • ଗୀତସଂହିତା ଅଧ୍ୟାୟ 141  
  • ଗୀତସଂହିତା ଅଧ୍ୟାୟ 142  
  • ଗୀତସଂହିତା ଅଧ୍ୟାୟ 143  
  • ଗୀତସଂହିତା ଅଧ୍ୟାୟ 144  
  • ଗୀତସଂହିତା ଅଧ୍ୟାୟ 145  
  • ଗୀତସଂହିତା ଅଧ୍ୟାୟ 146  
  • ଗୀତସଂହିତା ଅଧ୍ୟାୟ 147  
  • ଗୀତସଂହିତା ଅଧ୍ୟାୟ 148  
  • ଗୀତସଂହିତା ଅଧ୍ୟାୟ 149  
  • ଗୀତସଂହିତା ଅଧ୍ୟାୟ 150  
Common Bible Languages
West Indian Languages
×

Alert

×

oriya Letters Keypad References