ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗଣନା ପୁସ୍ତକ

Notes

No Verse Added

ଗଣନା ପୁସ୍ତକ ଅଧ୍ୟାୟ 36

1. ଅନନ୍ତର ଯୋଷେଫ-ସନ୍ତାନଗଣର ବଂଶୀୟ ଲୋକମାନଙ୍କ ମଧ୍ୟରୁ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦ ବଂଶୀୟ ପିତୃଗୃହର ପ୍ରଧାନମାନେ ନିକଟକୁ ଆସିଲେ, ପୁଣି ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ-ସନ୍ତାନମାନଙ୍କ ପିତୃଗୃହର ପ୍ରଧାନ ସ୍ଵରୂପ ଅଧିପତିବର୍ଗଙ୍କ ସମ୍ମୁଖରେ ପ୍ରସ୍ତାବ କଲେ; 2. ଆଉ ସେମାନେ କହିଲେ, ସଦାପ୍ରଭୁ ଗୁଲିବାଣ୍ଟ ଦ୍ଵାରା ଇସ୍ରାଏଲ-ସନ୍ତାନଗଣକୁ ଦେଶାଧିକାର ଦେବା ନିମନ୍ତେ ଆମ୍ଭ ପ୍ରଭୁଙ୍କୁ ଆଜ୍ଞା ଦେଲେ; ଆଉ ଆମ୍ଭ ପ୍ରଭୁ ଆମ୍ଭମାନଙ୍କ ଭ୍ରାତା ସଲଫାଦର ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ । 3. ମାତ୍ର ଇସ୍ରାଏଲ-ସନ୍ତାନଗଣର ବଂଶସମୂହର ସନ୍ତାନମାନଙ୍କ ମଧ୍ୟରୁ କାହାରି ସଙ୍ଗେ ଯେବେ ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ; ପୁଣି ସେମାନେ ଯେଉଁ ବଂଶରେ ଗୃହୀତ ହେବେ, ସେହି ବଂଶର ଅଧିକାରରେ ତାହା ଯୁକ୍ତ ହେବ; ଏହିରୂପେ ତାହା ଆମ୍ଭମାନଙ୍କ ଅଧିକାରର ଅଂଶରୁ କଟାଯିବ । 4. ଆଉ ଯେତେବେଳେ ଇସ୍ରାଏଲ-ସନ୍ତାନଗଣର ଯୋବେଲ ଉପସ୍ଥିତ ହେବ, ସେତେବେଳେ ସେମାନେ ଯେଉଁମାନଙ୍କ ମଧ୍ୟରେ ଗୃହୀତା, ସେହି ବଂଶର ଅଧିକାରରେ ସେମାନଙ୍କର ଅଧିକାର ଯୁକ୍ତ ହେବ; ଏହିରୂପେ ଆମ୍ଭମାନଙ୍କ ପୈତୃକ ବଂଶରୁ ସେମାନଙ୍କ ଅଧିକାର କଟାଯିବ । 5. ତହିଁରେ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆଜ୍ଞା ଦେଇ କହିଲେ, ଯୋଷେଫ-ସନ୍ତାନଗଣର ବଂଶ ଯଥାର୍ଥ କହୁଅଛନ୍ତି । 6. ସଦାପ୍ରଭୁ ସଲଫାଦର କନ୍ୟାମାନଙ୍କ ବିଷୟରେ ଏହି ଆଜ୍ଞା ଦେଉଅଛନ୍ତି, ସେମାନେ ଯେଉଁମାନଙ୍କୁ ଅତି ଭଲ ବିଚାର କରନ୍ତି, ସେମାନଙ୍କୁ ବିବାହ ହେଉନ୍ତୁ; କିନ୍ତୁ କେବଳ ସେମାନେ ଆପଣା ପିତୃବଂଶୀୟ କୌଣସି ବଂଶ ମଧ୍ୟରେ ବିବାହ କରିବେ । 7. ତାହା କଲେ ଇସ୍ରାଏଲ-ସନ୍ତାନଗଣର ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପୈତୃକ ବଂଶର ଅଧିକାର ମଧ୍ୟରେ ରହିବେ। 8. ପୁଣି ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଯେପରି ଆପଣା ଆପଣା ପୈତୃକ ଅଧିକାର ଭୋଗ କରିବେ, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣର କୌଣସି ବଂଶ ମଧ୍ୟରେ ଯେଉଁ କନ୍ୟାର ଅଧିକାର ଥାଏ, ସେ ଆପଣା ପିତୃବଂଶୀୟ ପରିବାର ମଧ୍ୟରେ ଜଣକର ଭାର୍ଯ୍ୟା ହେବ । 9. ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣର ବଂଶସମୂହ ପ୍ରତ୍ୟେକେ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ । 10. ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଲେ, ତଦନୁସାରେ ସଲଫାଦର କନ୍ୟାମାନେ କର୍ମ କଲେ । 11. ଅର୍ଥାତ୍, ମହଲା ଓ ତିର୍ସା ଓ ହଗ୍ଲା ଓ ମିଲ୍‍କା ଓ ନୋୟା, ସଲଫାଦର ଏହି କନ୍ୟାଗଣ ଆପଣା ଆପଣା ପିତୃବ୍ୟ ପୁତ୍ରମାନଙ୍କ ସହିତ ବିବାହ କଲେ । 12. ଯୋଷେଫଙ୍କର ପୁତ୍ର ମନଃଶି-ସନ୍ତାନଗଣର ବଂଶ ମଧ୍ୟରେ ସେମାନଙ୍କର ବିବାହ ହେଲା, ତହିଁରେ ସେମାନଙ୍କର ଅଧିକାର ସେମାନଙ୍କ ପିତୃବଂଶୀୟ ବଂଶ ମଧ୍ୟରେ ରହିଲା । 13. ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ମୋଶାଙ୍କ ଦ୍ଵାରା ଇସ୍ରାଏଲ-ସନ୍ତାନଗଣ ପ୍ରତି ଏହି ସମସ୍ତ ଆଜ୍ଞା ଓ ଶାସନ ଆଦେଶ କରିଥିଲେ ।
1. ଅନନ୍ତର ଯୋଷେଫ-ସନ୍ତାନଗଣର ବଂଶୀୟ ଲୋକମାନଙ୍କ ମଧ୍ୟରୁ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦ ବଂଶୀୟ ପିତୃଗୃହର ପ୍ରଧାନମାନେ ନିକଟକୁ ଆସିଲେ, ପୁଣି ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ-ସନ୍ତାନମାନଙ୍କ ପିତୃଗୃହର ପ୍ରଧାନ ସ୍ଵରୂପ ଅଧିପତିବର୍ଗଙ୍କ ସମ୍ମୁଖରେ ପ୍ରସ୍ତାବ କଲେ; .::. 2. ଆଉ ସେମାନେ କହିଲେ, ସଦାପ୍ରଭୁ ଗୁଲିବାଣ୍ଟ ଦ୍ଵାରା ଇସ୍ରାଏଲ-ସନ୍ତାନଗଣକୁ ଦେଶାଧିକାର ଦେବା ନିମନ୍ତେ ଆମ୍ଭ ପ୍ରଭୁଙ୍କୁ ଆଜ୍ଞା ଦେଲେ; ଆଉ ଆମ୍ଭ ପ୍ରଭୁ ଆମ୍ଭମାନଙ୍କ ଭ୍ରାତା ସଲଫାଦର ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ । .::. 3. ମାତ୍ର ଇସ୍ରାଏଲ-ସନ୍ତାନଗଣର ବଂଶସମୂହର ସନ୍ତାନମାନଙ୍କ ମଧ୍ୟରୁ କାହାରି ସଙ୍ଗେ ଯେବେ ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ; ପୁଣି ସେମାନେ ଯେଉଁ ବଂଶରେ ଗୃହୀତ ହେବେ, ସେହି ବଂଶର ଅଧିକାରରେ ତାହା ଯୁକ୍ତ ହେବ; ଏହିରୂପେ ତାହା ଆମ୍ଭମାନଙ୍କ ଅଧିକାରର ଅଂଶରୁ କଟାଯିବ । .::. 4. ଆଉ ଯେତେବେଳେ ଇସ୍ରାଏଲ-ସନ୍ତାନଗଣର ଯୋବେଲ ଉପସ୍ଥିତ ହେବ, ସେତେବେଳେ ସେମାନେ ଯେଉଁମାନଙ୍କ ମଧ୍ୟରେ ଗୃହୀତା, ସେହି ବଂଶର ଅଧିକାରରେ ସେମାନଙ୍କର ଅଧିକାର ଯୁକ୍ତ ହେବ; ଏହିରୂପେ ଆମ୍ଭମାନଙ୍କ ପୈତୃକ ବଂଶରୁ ସେମାନଙ୍କ ଅଧିକାର କଟାଯିବ । .::. 5. ତହିଁରେ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆଜ୍ଞା ଦେଇ କହିଲେ, ଯୋଷେଫ-ସନ୍ତାନଗଣର ବଂଶ ଯଥାର୍ଥ କହୁଅଛନ୍ତି । .::. 6. ସଦାପ୍ରଭୁ ସଲଫାଦର କନ୍ୟାମାନଙ୍କ ବିଷୟରେ ଏହି ଆଜ୍ଞା ଦେଉଅଛନ୍ତି, ସେମାନେ ଯେଉଁମାନଙ୍କୁ ଅତି ଭଲ ବିଚାର କରନ୍ତି, ସେମାନଙ୍କୁ ବିବାହ ହେଉନ୍ତୁ; କିନ୍ତୁ କେବଳ ସେମାନେ ଆପଣା ପିତୃବଂଶୀୟ କୌଣସି ବଂଶ ମଧ୍ୟରେ ବିବାହ କରିବେ । .::. 7. ତାହା କଲେ ଇସ୍ରାଏଲ-ସନ୍ତାନଗଣର ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପୈତୃକ ବଂଶର ଅଧିକାର ମଧ୍ୟରେ ରହିବେ। .::. 8. ପୁଣି ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଯେପରି ଆପଣା ଆପଣା ପୈତୃକ ଅଧିକାର ଭୋଗ କରିବେ, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣର କୌଣସି ବଂଶ ମଧ୍ୟରେ ଯେଉଁ କନ୍ୟାର ଅଧିକାର ଥାଏ, ସେ ଆପଣା ପିତୃବଂଶୀୟ ପରିବାର ମଧ୍ୟରେ ଜଣକର ଭାର୍ଯ୍ୟା ହେବ । .::. 9. ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣର ବଂଶସମୂହ ପ୍ରତ୍ୟେକେ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ । .::. 10. ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଲେ, ତଦନୁସାରେ ସଲଫାଦର କନ୍ୟାମାନେ କର୍ମ କଲେ । .::. 11. ଅର୍ଥାତ୍, ମହଲା ଓ ତିର୍ସା ଓ ହଗ୍ଲା ଓ ମିଲ୍‍କା ଓ ନୋୟା, ସଲଫାଦର ଏହି କନ୍ୟାଗଣ ଆପଣା ଆପଣା ପିତୃବ୍ୟ ପୁତ୍ରମାନଙ୍କ ସହିତ ବିବାହ କଲେ । .::. 12. ଯୋଷେଫଙ୍କର ପୁତ୍ର ମନଃଶି-ସନ୍ତାନଗଣର ବଂଶ ମଧ୍ୟରେ ସେମାନଙ୍କର ବିବାହ ହେଲା, ତହିଁରେ ସେମାନଙ୍କର ଅଧିକାର ସେମାନଙ୍କ ପିତୃବଂଶୀୟ ବଂଶ ମଧ୍ୟରେ ରହିଲା । .::. 13. ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ମୋଶାଙ୍କ ଦ୍ଵାରା ଇସ୍ରାଏଲ-ସନ୍ତାନଗଣ ପ୍ରତି ଏହି ସମସ୍ତ ଆଜ୍ଞା ଓ ଶାସନ ଆଦେଶ କରିଥିଲେ । .::.
  • ଗଣନା ପୁସ୍ତକ ଅଧ୍ୟାୟ 1  
  • ଗଣନା ପୁସ୍ତକ ଅଧ୍ୟାୟ 2  
  • ଗଣନା ପୁସ୍ତକ ଅଧ୍ୟାୟ 3  
  • ଗଣନା ପୁସ୍ତକ ଅଧ୍ୟାୟ 4  
  • ଗଣନା ପୁସ୍ତକ ଅଧ୍ୟାୟ 5  
  • ଗଣନା ପୁସ୍ତକ ଅଧ୍ୟାୟ 6  
  • ଗଣନା ପୁସ୍ତକ ଅଧ୍ୟାୟ 7  
  • ଗଣନା ପୁସ୍ତକ ଅଧ୍ୟାୟ 8  
  • ଗଣନା ପୁସ୍ତକ ଅଧ୍ୟାୟ 9  
  • ଗଣନା ପୁସ୍ତକ ଅଧ୍ୟାୟ 10  
  • ଗଣନା ପୁସ୍ତକ ଅଧ୍ୟାୟ 11  
  • ଗଣନା ପୁସ୍ତକ ଅଧ୍ୟାୟ 12  
  • ଗଣନା ପୁସ୍ତକ ଅଧ୍ୟାୟ 13  
  • ଗଣନା ପୁସ୍ତକ ଅଧ୍ୟାୟ 14  
  • ଗଣନା ପୁସ୍ତକ ଅଧ୍ୟାୟ 15  
  • ଗଣନା ପୁସ୍ତକ ଅଧ୍ୟାୟ 16  
  • ଗଣନା ପୁସ୍ତକ ଅଧ୍ୟାୟ 17  
  • ଗଣନା ପୁସ୍ତକ ଅଧ୍ୟାୟ 18  
  • ଗଣନା ପୁସ୍ତକ ଅଧ୍ୟାୟ 19  
  • ଗଣନା ପୁସ୍ତକ ଅଧ୍ୟାୟ 20  
  • ଗଣନା ପୁସ୍ତକ ଅଧ୍ୟାୟ 21  
  • ଗଣନା ପୁସ୍ତକ ଅଧ୍ୟାୟ 22  
  • ଗଣନା ପୁସ୍ତକ ଅଧ୍ୟାୟ 23  
  • ଗଣନା ପୁସ୍ତକ ଅଧ୍ୟାୟ 24  
  • ଗଣନା ପୁସ୍ତକ ଅଧ୍ୟାୟ 25  
  • ଗଣନା ପୁସ୍ତକ ଅଧ୍ୟାୟ 26  
  • ଗଣନା ପୁସ୍ତକ ଅଧ୍ୟାୟ 27  
  • ଗଣନା ପୁସ୍ତକ ଅଧ୍ୟାୟ 28  
  • ଗଣନା ପୁସ୍ତକ ଅଧ୍ୟାୟ 29  
  • ଗଣନା ପୁସ୍ତକ ଅଧ୍ୟାୟ 30  
  • ଗଣନା ପୁସ୍ତକ ଅଧ୍ୟାୟ 31  
  • ଗଣନା ପୁସ୍ତକ ଅଧ୍ୟାୟ 32  
  • ଗଣନା ପୁସ୍ତକ ଅଧ୍ୟାୟ 33  
  • ଗଣନା ପୁସ୍ତକ ଅଧ୍ୟାୟ 34  
  • ଗଣନା ପୁସ୍ତକ ଅଧ୍ୟାୟ 35  
  • ଗଣନା ପୁସ୍ତକ ଅଧ୍ୟାୟ 36  
Common Bible Languages
West Indian Languages
×

Alert

×

oriya Letters Keypad References