ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଶାଇୟ

Notes

No Verse Added

ଯିଶାଇୟ ଅଧ୍ୟାୟ 28

1. ଇଫ୍ରୟିମର ମତ୍ତ ଲୋକମାନଙ୍କର ଓ ଦ୍ରାକ୍ଷାରସରେ ପରାସ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ, ଫଳଶାଳୀ ଉପତ୍ୟକାର ମସ୍ତକରେ ଥିବା ତାହାର ସୁନ୍ଦର ଭୂଷଣ ସ୍ଵରୂପ ମ୍ଳାନପ୍ରାୟ ପୁଷ୍ପ, ସନ୍ତାପର ପାତ୍ର! 2. ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର, ପ୍ରଳୟକାରୀ ବତାସର ନ୍ୟାୟ, ଶୀଘ୍ର ଧାବମାନ ପ୍ରବଳ ଜଳର ଝଡ଼ ତୁଲ୍ୟ, ହସ୍ତ ଦ୍ଵାରା ଭୂମିରେ ନିକ୍ଷେପ କରିବ । 3. ଇଫ୍ରୟିମର ମତ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ ପଦ ତଳେ ଦଳିତ ହେବ; 4. ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ, ଗ୍ରୀଷ୍ମକାଳ ପୂର୍ବରେ ଆଦ୍ୟ ପକ୍ଵ ଡିମିରି ଫଳ ତୁଲ୍ୟ ହେବ; ଯାହା କେହି ଦେଖିବାମାତ୍ର ଲକ୍ଷ୍ୟ କରେ ଓ ହସ୍ତରେ ଧରିବାମାତ୍ର ଗ୍ରାସ କରେ । 5. ସେଦିନରେ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ ସୁନ୍ଦର ମୁକୁଟ ଓ ଶୋଭାକର କିରୀଟ ସ୍ଵରୂପ ହେବେ; 6. ପୁଣି, ବିଚାର କରିବା ନିମନ୍ତେ ଉପବିଷ୍ଟ ଲୋକ ପ୍ରତି ବିଚାରଜନକ ଆତ୍ମା ଓ ଯେଉଁମାନେ ନଗର-ଦ୍ଵାରରେ ଯୁଦ୍ଧ ଫେରାଇ ଦିଅନ୍ତି, ସେମାନଙ୍କ ପ୍ରତି ବଳ ସ୍ଵରୂପ ହେବେ । 7. ମାତ୍ର ଏମାନେ ହିଁ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଅଛନ୍ତି ଓ ସୁରାପାନ ଦ୍ଵାରା ବିପଥରେ ଯାଇଅଛନ୍ତି; ଯାଜକ ଓ ଭବିଷ୍ୟଦ୍ବକ୍ତା ସୁରାପାନ ଦ୍ଵାରା ଭ୍ରାନ୍ତ ହୋଇଅଛନ୍ତି, ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି, ସୁରାପାନ ଦ୍ଵାରା ସେମାନେ ବିପଥରେ ଯାଇଅଛନ୍ତି; ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି, ବିଚାରରେ ଝୁଣ୍ଟି ପଡ଼ନ୍ତି । 8. କାରଣ, ମେଜସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ । 9. ସେ କାହାକୁ ଜ୍ଞାନ ଶିକ୍ଷା ଦେବ? ସେ କାହାକୁ ସମାଚାର ବୁଝାଇ ଦେବ? କି ଦୁଗ୍ଧତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ୍ତ ଶିଶୁମାନଙ୍କୁ? 10. କାରଣ, ଏ ତ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ । 11. ନା, ମାତ୍ର ସେ ବିଦେଶୀୟ ଓଷ୍ଠାଧର ଓ ପରଭାଷା ଦ୍ଵାରା ଏହି ଲୋକମାନଙ୍କୁ କଥା କହିବେ; 12. ସେ ସେମାନଙ୍କୁ କହିଲେ, ଏହି ବିଶ୍ରାମ, ତୁମ୍ଭେମାନେ କ୍ଳା; ଲୋକମାନଙ୍କୁ ବିଶ୍ରାମ ଦିଅ; ପୁଣି ଏହି ତ ଆରାମ; ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ । 13. ଏହେତୁ ସେମାନେ ଯେପରି ଯାଇ ପଶ୍ଚାତ୍ ପଡ଼ି ଭଗ୍ନ ହେବେ ଓ ଫାନ୍ଦରେ ପଡ଼ିବେ ଓ ଧୃତ ହେବେ, ଏଥିପାଇଁ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ ହେବ । 14. ଏହେତୁ ହେ ଯିରୂଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; 15. ତୁମ୍ଭେମାନେ କହିଅଛ, ଆମ୍ଭେମାନେ ମୃତ୍ୟୁ ସଙ୍ଗେ ନିୟମ କରିଅଛୁ ଓ ପାତାଳ ସଙ୍ଗେ ଆମ୍ଭମାନଙ୍କର ସନ୍ଧି ଅଛି; ଏହେତୁ ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତାହା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ; କାରଣ ଆମ୍ଭେମାନେ ମିଥ୍ୟାକୁ ଆପଣାମାନଙ୍କର ଆଶ୍ରୟ କରିଅଛୁ ଓ ଅସତ୍ୟର ତଳେ ଆମ୍ଭେମାନେ ଆପଣାମାନଙ୍କୁ ଲୁଚାଇଅଛୁ; 16. ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଭିତ୍ତିମୂଳ ନିମନ୍ତେ ସିୟୋନରେ ଏକ ପ୍ରସ୍ତର, ପରୀକ୍ଷାସିଦ୍ଧ ପ୍ରସ୍ତର, ଦୃଢ଼ ଭିତ୍ତିମୂଳ ସ୍ଵରୂପ ବହୁମୂଲ୍ୟ କୋଣପ୍ରସ୍ତର ସ୍ଥାପନ କରୁଅଛୁ; ଯେ ବିଶ୍ଵାସ କରେ, ସେ ଚଞ୍ଚଳ ହେବ ନାହିଁ । 17. ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା; ଆଉ, ଶିଳାବୃଷ୍ଟି ମିଥ୍ୟାରୂପ ଆଶ୍ରୟକୁ ବିନାଶ କରିବ ଓ ଜଳରାଶି ଲୁଚିବା ସ୍ଥାନକୁ ମଗ୍ନ କରିବ । 18. ପୁଣି, ମୃତ୍ୟୁ ସହିତ ତୁମ୍ଭମାନଙ୍କର କୃତ ନିୟମ ରହିତ କରାଯିବ ଓ ପାତାଳ ସଙ୍ଗେ ତୁମ୍ଭମାନଙ୍କ ସନ୍ଧି ସ୍ଥିର ରହିବ ନାହିଁ; ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତୁମ୍ଭେମାନେ ତଦ୍ଦ୍ଵାରା ଦଳିତ ହେବ । 19. ତାହା ଯେତେଥର ଉପସ୍ଥିତ ହେବ, ସେତେଥର ତୁମ୍ଭମାନଙ୍କୁ ଧରିବ; କାରଣ ପ୍ରଭାତକୁ ପ୍ରଭାତ, ଦିବସ ଓ ରାତ୍ରି ତାହା ଉପସ୍ଥିତ ହେବ; ଆଉ, ସେହି ସମାଚାର ବୁଝିବାର କେବଳ ତ୍ରାସଜନକ ହେବ । 20. କାରଣ, ଆପଣାକୁ ଲମ୍ଵାଇବା ପାଇଁ ମନୁଷ୍ୟର ଶଯ୍ୟା ସାନ ଓ ଆପଣାକୁ ଘୋଡ଼ାଇବା ପାଇଁ ବସ୍ତ୍ର ଅଣଓସାର । 21. ଯେହେତୁ ସଦାପ୍ରଭୁ, ଯେପରି ପରାସୀମ ପର୍ବତରେ, ସେପରି ଉଠିବେ, ଯେପରି ଗିବୀୟୋନର ତଳଭୂମିରେ, ସେପରି ସେ କ୍ରୋଧ କରିବେ; ତହିଁରେ ସେ ଆପଣାର କାର୍ଯ୍ୟ, ଆପଣାର ଅଦ୍ଭୁତ କାର୍ଯ୍ୟ ସିଦ୍ଧ କରିବେ ଓ ଆପଣାର ବ୍ୟାପାର ଓ ଆପଣାର ଅଦ୍ଭୁତ ବ୍ୟାପାର ସମ୍ପନ୍ନ କରିବେ ⇧। 22. ଏହେତୁ ଏବେ ତୁମ୍ଭେମାନେ ନିନ୍ଦକ ହୁଅ ନାହିଁ, ପଛେ ଅବା ତୁମ୍ଭମାନଙ୍କର ବନ୍ଧନ ଦୃଢ଼ ହୁଏ; କାରଣ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଆମ୍ଭେ ସମୁଦାୟ ପୃଥିବୀ ଉପରେ ଉଚ୍ଛିନ୍ନତାର, ନିରୂପିତ ଉଚ୍ଛିନ୍ନତାର କଥା ଶୁଣିଅଛୁ । 23. ତୁମ୍ଭେମାନେ କର୍ଣ୍ଣ ଦେଇ ଆମ୍ଭର ରବ ଶୁଣ; ମନୋଯୋଗ କରି ଆମ୍ଭର ବାକ୍ୟ ଶ୍ରବଣ କର । 24. କୃଷକ ବୀଜ ବୁଣିବା ପାଇଁ କʼଣ ନିତ୍ୟ ହଳ ବୁଲାଏ? ସେ କʼଣ ନିତ୍ୟ ଶୀଆର କରି ଆପଣାର ଭୂମିର ଟେଳା ଭାଙ୍ଗେ? 25. ସେ କʼଣ ଭୂମିର ଉପରଭାଗ ସମାନ କଲା ଉତ୍ତାରେ କଳାଜୀରା ବିଞ୍ଚିଦିଏ ନାହିଁ ଓ ଜୀରା ବୁଣେ ନାହିଁ ଓ ଧାଡ଼ି ଧାଡ଼ି କରି ଗହମ, ନିରୂପିତ ସ୍ଥାନରେ ଯବ ଓ କ୍ଷେତ୍ରର ସୀମାରେ କʼଣ ଜହ୍ନା ବୁଣେ ନାହିଁ? 26. କାରଣ, ତାହାର ପରମେଶ୍ଵର ତାହାକୁ ଯଥାର୍ଥ ଉପଦେଶ ଦିଅନ୍ତି ଓ ସେ ତାହାକୁ ଶିଖାନ୍ତି । 27. ଯେହେତୁ କଳାଜୀରା କୌଣସି ତୀକ୍ଷ୍ଣ ଅସ୍ତ୍ରରେ ମର୍ଦ୍ଦିତ ହୁଏ ନାହିଁ, କିଅବା ଜୀରା ଉପରେ ଶକଟ ଚକ୍ର ବୁଲାଯାଏ ନାହିଁ; ମାତ୍ର କଳାଜୀରା ଯଷ୍ଟିରେ ଓ ଜୀରା ଦଣ୍ତରେ ପିଟାଯାଏ । 28. ରୁଟୀର ଶସ୍ୟ ଚୂର୍ଣ୍ଣ କରାଯାଏ; କାରଣ ସେ ଚିରକାଳ ତାହା ମର୍ଦ୍ଦନ କରିବ ନାହିଁ; ଆଉ, ଯଦ୍ୟପି ତାହାର ଶକଟ ଚକ୍ର ଓ ତାହାର ଅଶ୍ଵଗଣ ତାହା ଛିନ୍ନଭିନ୍ନ କରି ପକାନ୍ତି, ତଥାପି ସେ ତାହା ଚୂର୍ଣ୍ଣ କରେ ନାହିଁ । 29. ଏହା ହିଁ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ହୁଏ, ସେ ମନ୍ତ୍ରଣାରେ ଆଶ୍ଚର୍ଯ୍ୟ ଓ ଜ୍ଞାନରେ ମହାନ ।
1. ଇଫ୍ରୟିମର ମତ୍ତ ଲୋକମାନଙ୍କର ଓ ଦ୍ରାକ୍ଷାରସରେ ପରାସ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ, ଫଳଶାଳୀ ଉପତ୍ୟକାର ମସ୍ତକରେ ଥିବା ତାହାର ସୁନ୍ଦର ଭୂଷଣ ସ୍ଵରୂପ ମ୍ଳାନପ୍ରାୟ ପୁଷ୍ପ, ସନ୍ତାପର ପାତ୍ର! .::. 2. ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର, ପ୍ରଳୟକାରୀ ବତାସର ନ୍ୟାୟ, ଶୀଘ୍ର ଧାବମାନ ପ୍ରବଳ ଜଳର ଝଡ଼ ତୁଲ୍ୟ, ହସ୍ତ ଦ୍ଵାରା ଭୂମିରେ ନିକ୍ଷେପ କରିବ । .::. 3. ଇଫ୍ରୟିମର ମତ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ ପଦ ତଳେ ଦଳିତ ହେବ; .::. 4. ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ, ଗ୍ରୀଷ୍ମକାଳ ପୂର୍ବରେ ଆଦ୍ୟ ପକ୍ଵ ଡିମିରି ଫଳ ତୁଲ୍ୟ ହେବ; ଯାହା କେହି ଦେଖିବାମାତ୍ର ଲକ୍ଷ୍ୟ କରେ ଓ ହସ୍ତରେ ଧରିବାମାତ୍ର ଗ୍ରାସ କରେ । .::. 5. ସେଦିନରେ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ ସୁନ୍ଦର ମୁକୁଟ ଓ ଶୋଭାକର କିରୀଟ ସ୍ଵରୂପ ହେବେ; .::. 6. ପୁଣି, ବିଚାର କରିବା ନିମନ୍ତେ ଉପବିଷ୍ଟ ଲୋକ ପ୍ରତି ବିଚାରଜନକ ଆତ୍ମା ଓ ଯେଉଁମାନେ ନଗର-ଦ୍ଵାରରେ ଯୁଦ୍ଧ ଫେରାଇ ଦିଅନ୍ତି, ସେମାନଙ୍କ ପ୍ରତି ବଳ ସ୍ଵରୂପ ହେବେ । .::. 7. ମାତ୍ର ଏମାନେ ହିଁ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଅଛନ୍ତି ଓ ସୁରାପାନ ଦ୍ଵାରା ବିପଥରେ ଯାଇଅଛନ୍ତି; ଯାଜକ ଓ ଭବିଷ୍ୟଦ୍ବକ୍ତା ସୁରାପାନ ଦ୍ଵାରା ଭ୍ରାନ୍ତ ହୋଇଅଛନ୍ତି, ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି, ସୁରାପାନ ଦ୍ଵାରା ସେମାନେ ବିପଥରେ ଯାଇଅଛନ୍ତି; ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି, ବିଚାରରେ ଝୁଣ୍ଟି ପଡ଼ନ୍ତି । .::. 8. କାରଣ, ମେଜସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ । .::. 9. ସେ କାହାକୁ ଜ୍ଞାନ ଶିକ୍ଷା ଦେବ? ସେ କାହାକୁ ସମାଚାର ବୁଝାଇ ଦେବ? କି ଦୁଗ୍ଧତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ୍ତ ଶିଶୁମାନଙ୍କୁ? .::. 10. କାରଣ, ଏ ତ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ । .::. 11. ନା, ମାତ୍ର ସେ ବିଦେଶୀୟ ଓଷ୍ଠାଧର ଓ ପରଭାଷା ଦ୍ଵାରା ଏହି ଲୋକମାନଙ୍କୁ କଥା କହିବେ; .::. 12. ସେ ସେମାନଙ୍କୁ କହିଲେ, ଏହି ବିଶ୍ରାମ, ତୁମ୍ଭେମାନେ କ୍ଳା; ଲୋକମାନଙ୍କୁ ବିଶ୍ରାମ ଦିଅ; ପୁଣି ଏହି ତ ଆରାମ; ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ । .::. 13. ଏହେତୁ ସେମାନେ ଯେପରି ଯାଇ ପଶ୍ଚାତ୍ ପଡ଼ି ଭଗ୍ନ ହେବେ ଓ ଫାନ୍ଦରେ ପଡ଼ିବେ ଓ ଧୃତ ହେବେ, ଏଥିପାଇଁ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ ହେବ । .::. 14. ଏହେତୁ ହେ ଯିରୂଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; .::. 15. ତୁମ୍ଭେମାନେ କହିଅଛ, ଆମ୍ଭେମାନେ ମୃତ୍ୟୁ ସଙ୍ଗେ ନିୟମ କରିଅଛୁ ଓ ପାତାଳ ସଙ୍ଗେ ଆମ୍ଭମାନଙ୍କର ସନ୍ଧି ଅଛି; ଏହେତୁ ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତାହା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ; କାରଣ ଆମ୍ଭେମାନେ ମିଥ୍ୟାକୁ ଆପଣାମାନଙ୍କର ଆଶ୍ରୟ କରିଅଛୁ ଓ ଅସତ୍ୟର ତଳେ ଆମ୍ଭେମାନେ ଆପଣାମାନଙ୍କୁ ଲୁଚାଇଅଛୁ; .::. 16. ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଭିତ୍ତିମୂଳ ନିମନ୍ତେ ସିୟୋନରେ ଏକ ପ୍ରସ୍ତର, ପରୀକ୍ଷାସିଦ୍ଧ ପ୍ରସ୍ତର, ଦୃଢ଼ ଭିତ୍ତିମୂଳ ସ୍ଵରୂପ ବହୁମୂଲ୍ୟ କୋଣପ୍ରସ୍ତର ସ୍ଥାପନ କରୁଅଛୁ; ଯେ ବିଶ୍ଵାସ କରେ, ସେ ଚଞ୍ଚଳ ହେବ ନାହିଁ । .::. 17. ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା; ଆଉ, ଶିଳାବୃଷ୍ଟି ମିଥ୍ୟାରୂପ ଆଶ୍ରୟକୁ ବିନାଶ କରିବ ଓ ଜଳରାଶି ଲୁଚିବା ସ୍ଥାନକୁ ମଗ୍ନ କରିବ । .::. 18. ପୁଣି, ମୃତ୍ୟୁ ସହିତ ତୁମ୍ଭମାନଙ୍କର କୃତ ନିୟମ ରହିତ କରାଯିବ ଓ ପାତାଳ ସଙ୍ଗେ ତୁମ୍ଭମାନଙ୍କ ସନ୍ଧି ସ୍ଥିର ରହିବ ନାହିଁ; ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତୁମ୍ଭେମାନେ ତଦ୍ଦ୍ଵାରା ଦଳିତ ହେବ । .::. 19. ତାହା ଯେତେଥର ଉପସ୍ଥିତ ହେବ, ସେତେଥର ତୁମ୍ଭମାନଙ୍କୁ ଧରିବ; କାରଣ ପ୍ରଭାତକୁ ପ୍ରଭାତ, ଦିବସ ଓ ରାତ୍ରି ତାହା ଉପସ୍ଥିତ ହେବ; ଆଉ, ସେହି ସମାଚାର ବୁଝିବାର କେବଳ ତ୍ରାସଜନକ ହେବ । .::. 20. କାରଣ, ଆପଣାକୁ ଲମ୍ଵାଇବା ପାଇଁ ମନୁଷ୍ୟର ଶଯ୍ୟା ସାନ ଓ ଆପଣାକୁ ଘୋଡ଼ାଇବା ପାଇଁ ବସ୍ତ୍ର ଅଣଓସାର । .::. 21. ଯେହେତୁ ସଦାପ୍ରଭୁ, ଯେପରି ପରାସୀମ ପର୍ବତରେ, ସେପରି ଉଠିବେ, ଯେପରି ଗିବୀୟୋନର ତଳଭୂମିରେ, ସେପରି ସେ କ୍ରୋଧ କରିବେ; ତହିଁରେ ସେ ଆପଣାର କାର୍ଯ୍ୟ, ଆପଣାର ଅଦ୍ଭୁତ କାର୍ଯ୍ୟ ସିଦ୍ଧ କରିବେ ଓ ଆପଣାର ବ୍ୟାପାର ଓ ଆପଣାର ଅଦ୍ଭୁତ ବ୍ୟାପାର ସମ୍ପନ୍ନ କରିବେ ⇧। .::. 22. ଏହେତୁ ଏବେ ତୁମ୍ଭେମାନେ ନିନ୍ଦକ ହୁଅ ନାହିଁ, ପଛେ ଅବା ତୁମ୍ଭମାନଙ୍କର ବନ୍ଧନ ଦୃଢ଼ ହୁଏ; କାରଣ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଆମ୍ଭେ ସମୁଦାୟ ପୃଥିବୀ ଉପରେ ଉଚ୍ଛିନ୍ନତାର, ନିରୂପିତ ଉଚ୍ଛିନ୍ନତାର କଥା ଶୁଣିଅଛୁ । .::. 23. ତୁମ୍ଭେମାନେ କର୍ଣ୍ଣ ଦେଇ ଆମ୍ଭର ରବ ଶୁଣ; ମନୋଯୋଗ କରି ଆମ୍ଭର ବାକ୍ୟ ଶ୍ରବଣ କର । .::. 24. କୃଷକ ବୀଜ ବୁଣିବା ପାଇଁ କʼଣ ନିତ୍ୟ ହଳ ବୁଲାଏ? ସେ କʼଣ ନିତ୍ୟ ଶୀଆର କରି ଆପଣାର ଭୂମିର ଟେଳା ଭାଙ୍ଗେ? .::. 25. ସେ କʼଣ ଭୂମିର ଉପରଭାଗ ସମାନ କଲା ଉତ୍ତାରେ କଳାଜୀରା ବିଞ୍ଚିଦିଏ ନାହିଁ ଓ ଜୀରା ବୁଣେ ନାହିଁ ଓ ଧାଡ଼ି ଧାଡ଼ି କରି ଗହମ, ନିରୂପିତ ସ୍ଥାନରେ ଯବ ଓ କ୍ଷେତ୍ରର ସୀମାରେ କʼଣ ଜହ୍ନା ବୁଣେ ନାହିଁ? .::. 26. କାରଣ, ତାହାର ପରମେଶ୍ଵର ତାହାକୁ ଯଥାର୍ଥ ଉପଦେଶ ଦିଅନ୍ତି ଓ ସେ ତାହାକୁ ଶିଖାନ୍ତି । .::. 27. ଯେହେତୁ କଳାଜୀରା କୌଣସି ତୀକ୍ଷ୍ଣ ଅସ୍ତ୍ରରେ ମର୍ଦ୍ଦିତ ହୁଏ ନାହିଁ, କିଅବା ଜୀରା ଉପରେ ଶକଟ ଚକ୍ର ବୁଲାଯାଏ ନାହିଁ; ମାତ୍ର କଳାଜୀରା ଯଷ୍ଟିରେ ଓ ଜୀରା ଦଣ୍ତରେ ପିଟାଯାଏ । .::. 28. ରୁଟୀର ଶସ୍ୟ ଚୂର୍ଣ୍ଣ କରାଯାଏ; କାରଣ ସେ ଚିରକାଳ ତାହା ମର୍ଦ୍ଦନ କରିବ ନାହିଁ; ଆଉ, ଯଦ୍ୟପି ତାହାର ଶକଟ ଚକ୍ର ଓ ତାହାର ଅଶ୍ଵଗଣ ତାହା ଛିନ୍ନଭିନ୍ନ କରି ପକାନ୍ତି, ତଥାପି ସେ ତାହା ଚୂର୍ଣ୍ଣ କରେ ନାହିଁ । .::. 29. ଏହା ହିଁ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ହୁଏ, ସେ ମନ୍ତ୍ରଣାରେ ଆଶ୍ଚର୍ଯ୍ୟ ଓ ଜ୍ଞାନରେ ମହାନ । .::.
  • ଯିଶାଇୟ ଅଧ୍ୟାୟ 1  
  • ଯିଶାଇୟ ଅଧ୍ୟାୟ 2  
  • ଯିଶାଇୟ ଅଧ୍ୟାୟ 3  
  • ଯିଶାଇୟ ଅଧ୍ୟାୟ 4  
  • ଯିଶାଇୟ ଅଧ୍ୟାୟ 5  
  • ଯିଶାଇୟ ଅଧ୍ୟାୟ 6  
  • ଯିଶାଇୟ ଅଧ୍ୟାୟ 7  
  • ଯିଶାଇୟ ଅଧ୍ୟାୟ 8  
  • ଯିଶାଇୟ ଅଧ୍ୟାୟ 9  
  • ଯିଶାଇୟ ଅଧ୍ୟାୟ 10  
  • ଯିଶାଇୟ ଅଧ୍ୟାୟ 11  
  • ଯିଶାଇୟ ଅଧ୍ୟାୟ 12  
  • ଯିଶାଇୟ ଅଧ୍ୟାୟ 13  
  • ଯିଶାଇୟ ଅଧ୍ୟାୟ 14  
  • ଯିଶାଇୟ ଅଧ୍ୟାୟ 15  
  • ଯିଶାଇୟ ଅଧ୍ୟାୟ 16  
  • ଯିଶାଇୟ ଅଧ୍ୟାୟ 17  
  • ଯିଶାଇୟ ଅଧ୍ୟାୟ 18  
  • ଯିଶାଇୟ ଅଧ୍ୟାୟ 19  
  • ଯିଶାଇୟ ଅଧ୍ୟାୟ 20  
  • ଯିଶାଇୟ ଅଧ୍ୟାୟ 21  
  • ଯିଶାଇୟ ଅଧ୍ୟାୟ 22  
  • ଯିଶାଇୟ ଅଧ୍ୟାୟ 23  
  • ଯିଶାଇୟ ଅଧ୍ୟାୟ 24  
  • ଯିଶାଇୟ ଅଧ୍ୟାୟ 25  
  • ଯିଶାଇୟ ଅଧ୍ୟାୟ 26  
  • ଯିଶାଇୟ ଅଧ୍ୟାୟ 27  
  • ଯିଶାଇୟ ଅଧ୍ୟାୟ 28  
  • ଯିଶାଇୟ ଅଧ୍ୟାୟ 29  
  • ଯିଶାଇୟ ଅଧ୍ୟାୟ 30  
  • ଯିଶାଇୟ ଅଧ୍ୟାୟ 31  
  • ଯିଶାଇୟ ଅଧ୍ୟାୟ 32  
  • ଯିଶାଇୟ ଅଧ୍ୟାୟ 33  
  • ଯିଶାଇୟ ଅଧ୍ୟାୟ 34  
  • ଯିଶାଇୟ ଅଧ୍ୟାୟ 35  
  • ଯିଶାଇୟ ଅଧ୍ୟାୟ 36  
  • ଯିଶାଇୟ ଅଧ୍ୟାୟ 37  
  • ଯିଶାଇୟ ଅଧ୍ୟାୟ 38  
  • ଯିଶାଇୟ ଅଧ୍ୟାୟ 39  
  • ଯିଶାଇୟ ଅଧ୍ୟାୟ 40  
  • ଯିଶାଇୟ ଅଧ୍ୟାୟ 41  
  • ଯିଶାଇୟ ଅଧ୍ୟାୟ 42  
  • ଯିଶାଇୟ ଅଧ୍ୟାୟ 43  
  • ଯିଶାଇୟ ଅଧ୍ୟାୟ 44  
  • ଯିଶାଇୟ ଅଧ୍ୟାୟ 45  
  • ଯିଶାଇୟ ଅଧ୍ୟାୟ 46  
  • ଯିଶାଇୟ ଅଧ୍ୟାୟ 47  
  • ଯିଶାଇୟ ଅଧ୍ୟାୟ 48  
  • ଯିଶାଇୟ ଅଧ୍ୟାୟ 49  
  • ଯିଶାଇୟ ଅଧ୍ୟାୟ 50  
  • ଯିଶାଇୟ ଅଧ୍ୟାୟ 51  
  • ଯିଶାଇୟ ଅଧ୍ୟାୟ 52  
  • ଯିଶାଇୟ ଅଧ୍ୟାୟ 53  
  • ଯିଶାଇୟ ଅଧ୍ୟାୟ 54  
  • ଯିଶାଇୟ ଅଧ୍ୟାୟ 55  
  • ଯିଶାଇୟ ଅଧ୍ୟାୟ 56  
  • ଯିଶାଇୟ ଅଧ୍ୟାୟ 57  
  • ଯିଶାଇୟ ଅଧ୍ୟାୟ 58  
  • ଯିଶାଇୟ ଅଧ୍ୟାୟ 59  
  • ଯିଶାଇୟ ଅଧ୍ୟାୟ 60  
  • ଯିଶାଇୟ ଅଧ୍ୟାୟ 61  
  • ଯିଶାଇୟ ଅଧ୍ୟାୟ 62  
  • ଯିଶାଇୟ ଅଧ୍ୟାୟ 63  
  • ଯିଶାଇୟ ଅଧ୍ୟାୟ 64  
  • ଯିଶାଇୟ ଅଧ୍ୟାୟ 65  
  • ଯିଶାଇୟ ଅଧ୍ୟାୟ 66  
Common Bible Languages
West Indian Languages
×

Alert

×

oriya Letters Keypad References